ଲୋଡର୍‌ ଚାଳକଙ୍କ ମୃତ୍ୟୁ: କ୍ଷତିପୂରଣ ଦାବିରେ ଶ୍ରମିକଙ୍କ ଆନ୍ଦୋଳନ

ଝାରସୁଗୁଡ଼ା ଅଫିସ/ଲଖନପୁର,୧୧।୧୦(ଡି.ଏନ.ଏ): ଝାରସୁଗୁଡ଼ା ଜିଲା ବ୍ରଜରାଜନଗର ଥାନା ଅଧୀନ ଏମ୍‌ସିଏଲ୍‌ର ଚିଙ୍ଗୁଡିଗୁଡା ରେଲ୍‌ଓ୍ବେ ସାଇଡିଂରେ ଗୁରୁବାର ରାତିରେ ଜଣେ ଲୋଡର୍‌ ଚାଳକଙ୍କୁ ସାପ କାମୁଡି ଦେଇଥିଲା । ଏଥିରେ ଚାଳକ ରାଧେ ଯାଦବ(୨୯) ଗୁରୁତର ହୋଇଥିଲେ। ଚିକିତ୍ସା ପାଇଁ ତାଙ୍କୁ ବେଲପାହାଡ ଟାଟା କ୍ରୋସାକୀ ହସ୍ପିଟାଲ ପରେ ଝାରସୁଗୁଡ଼ା ଓ ବୁର୍ଲା ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି । ଖବରପାଇ ବୁର୍ଲା ଫାଣ୍ଡି ପୋଲିସ ମେଡିକାଲରେ ପହଞ୍ଚି ମୃତଦେହ ବ୍ୟବଚ୍ଛେଦ ଲାଗି ପଠାଇଛି । ମୃତ୍ୟୁ ଖବର ପ୍ରଚାର ହେବା ପରେ ଚିଙ୍ଗୁଡିଗୁଡା ରେଲ୍‌ଓ୍ବେ ସାଇଡିଂ ଶ୍ରମିକଙ୍କ ମଧ୍ୟରେ ଉତ୍ତେଜନା ଦେଖାଦେଇଛି। କ୍ଷତିପୂରଣ ଦାବିରେ ଶ୍ରମିକମାନେ କାର୍ଯ୍ୟବନ୍ଦ ଆନ୍ଦୋଳନ କରିଛନ୍ତି । କମ୍ପାନୀ କର୍ତ୍ତୃପକ୍ଷ ପହଞ୍ଚି ପ୍ରତିଶ୍ରୁତି ଦେବାପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଛି।


All Right Reserved By Dharitri.Com

ଆଶ୍ରୟ ଆଳରେ ଆଶ୍ରମରୁ ୬୦ ହଜାର ଟଙ୍କାରେ ନାବାଳିକା ବିକ୍ରି: ପ୍ରତାରଣା ଦେଇ ଖସି ପଳାଇଲେ ସ୍ବାମୀ

ବରଗଡ଼ ଅଫିସ୍‌,୩।୭: ବରଗଡ଼ ଜିଲାର ଏକ ଆଶ୍ରମରେ ଜଣେ ଅସହାୟା ନାବାଳିକାଙ୍କୁ ଆଶ୍ରୟ ଦେବା ଆଳରେ ତାଙ୍କୁ ୬୦ହଜାର ଟଙ୍କାରେ ବିକିଦେବା ଏବଂ ପରେ ନାବାଳିକାଙ୍କୁ...

ରୋଟାରି ଯାଜପୁର ରୋଡ୍‌ର ଅଧିଷ୍ଠାନ ଉତ୍ସବ

ଯାଜପୁର ରୋଡ,୧୦ା୯(ନି.ପ୍ର.)- ରୋଟାରି କ୍ଲବ, ଯାଜପୁର ରୋଡ୍‌ର ପ୍ରଥମ ଅଧିଷ୍ଠାନ ଉତ୍ସବ ଏବଂ ଚାର୍ଟାଡ ସାର୍ଟିଫିକେଟ ପ୍ରଦାନ ଉତ୍ସବ ରବିବାର ସ୍ଥାନୀୟ ଏକ ହୋଟେଲରେ ଅନୁଷ୍ଠିତ...

ପେଟ୍ରୋଲ ପମ୍ପରେ ଭଙ୍ଗାରୁଜା: ୨ ଗିରଫ

ରେମୁଣା, ୭।୧୦(ଡି.ଏନ.ଏ.)- ବାଲେଶ୍ୱର ଜିଲା ରେମୁଣା ଥାନା ଅନ୍ତର୍ଗତ କ୍ଷୀରଚୋରା ପେଟ୍ରୋଲ ପମ୍ପରେ ରବିବାର ବିଳମ୍ବିତ ରାତିରେ ଭଙ୍ଗାରୁଜା କରିବା ଅଭିଯୋଗରେ ପୋଲିସ ୨ ଯୁବକଙ୍କୁ...

ସାଧାରଣ ଲୋକଙ୍କ ପାଇଁ ବନ୍ଦ ହେଲା ତୈଳ ବିଶୋଧନାଗାର ରାସ୍ତା

ପାରାଦୀପ,୫ା୮(ସ୍ବ.ପ୍ର.): ପାରାଦୀପ ତୈଳ ବିଶୋଧନାଗାର ରାସ୍ତାରେ ଫାଟକ ଲଗାଇବାକୁ ନେଇ ୨ବର୍ଷ ତଳେ ଅନେକ ବିବାଦ ମୁଣ୍ଡ ଟେକିଥିଲା। ଏପରି କି ଇଡ୍‌କୋ ଉକ୍ତ ଫାଟକକୁ...

ସିଟି ହସ୍ପିଟାଲ ଦାବି: ଦୋକାନବଜାର ବନ୍ଦକଲେ ସହରବାସୀ

ବରଗଡ଼ ଅଫିସ,୩।୨:  ସହରରେ ରହିଥିବା ପୁରୁଣା ଜିଲା ମୁଖ୍ୟ ଡାକ୍ତରଖାନାକୁ ସିଟି ହସ୍ପିଟାଲ ଘୋଷଣା ଦାବିରେ ଅସନ୍ତୋଷର ନିଆଁ ଲିଭିବାର ନାଁ ନେଉ ନାହିଁ। ଏହି...

ନୂଆ ୩ କରୋନା ପଜିଟିଭଙ୍କ ତଥ୍ୟ ଦେଲା ସ୍ବାସ୍ଥ୍ୟ ବିଭାଗ: ୨ ସୁରଟ, ୧ ପଶ୍ଚିମବଙ୍ଗ ଫେରନ୍ତା

ଭୁବନେଶ୍ୱର, ୭।୩(ବ୍ୟୁରୋ): ରାଜ୍ୟରେ ଗୁରୁବାର ଅପରାହ୍ନରେ ଚିହ୍ନଟ ହୋଇଥିବା ନୂତନ ୩ କରୋନା ପଜିଟିଭଙ୍କ ତଥ୍ୟ ଦେଇଛି ସ୍ବାସ୍ଥ୍ୟ ବିଭାଗ॥ ଏମାନଙ୍କ ମଧ୍ୟରୁ ଜଣେ ଜଗତ୍‌ସିଂହପୁରର...

ବନ୍ଦ ହେବ ରାଜ୍ୟର ୧୦ ଦୂରଦର୍ଶନ ରିଲେ ସେଣ୍ଟର

ଭଞ୍ଜନଗର,୨।୩(ଡି.ଏନ୍‌.ଏ.) ବୈଦ୍ୟୁତିକ ଗଣମାଧ୍ୟମ କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ଆଣିଥିବା ଦୂରଦର୍ଶନ ଧିରେଧିରେ ଲୋକଙ୍କଠାରୁ ଦୂରେଇ ଯାଉଛି। ଘରୋଇ ଚ୍ୟାନେଲ ଆଗରେ ପ୍ରସାର ଭାରତୀ ଦୂରଦର୍ଶନ ଗ୍ରାହକଙ୍କ ଚାହିଦାକୁ...

ସହାୟତା ଅପେକ୍ଷାରେ ଅସହାୟ ପରିବାର

ରାଇସୁଆଁ ,୫।୧୧(ଡି.ଏନ.ଏ.)- ଖଣି ଖାଦାନ ଯୋଗୁ କେନ୍ଦୁଝର ଜିଲା ସଦର ଏବଂ ବାଂଶପାଳ ଅଞ୍ଚଳ କ୍ଷତିଗ୍ରସ୍ତ ହୋଇଥିଲେ ମଧ୍ୟ ପ୍ରଭାବିତ ଲୋକଙ୍କୁ ଉପଯୁକ୍ତ ସହାୟତା କି...

Leave a comment

Your email address will not be published. Required fields are marked *