Posted inଜାତୀୟ

ଜାମିନ ମିଳିବା ପରେ ହାର୍ଦ୍ଦିକଙ୍କ ସହ ରେସ୍ତୋରାଁ ପହଞ୍ଚିଲେ ରାହୁଲ

ଅହମ୍ମଦାବାଦ,୧୧।୧୦: କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଶୁକ୍ରବାର ଗୁଜରାଟ ଅହମ୍ମଦାବାଦର ଏକ କୋର୍ଟରେ ମାନହାନି ମାମଲାକୁ ନେଇ ହାଜର ହୋଇଥିଲେ। ଏହି ମାମଲାରେ ତାଙ୍କୁ ଜାମିନ ମିଳିବା ସହ ଏହାର ପରବର୍ତ୍ତି ଶୁଣାଣି ଆସନ୍ତା ଡିସେମ୍ବର ୭ରେ କରାଯିବାକୁ ଧାର୍ଯ୍ୟ କରାଯାଇଛି। ଏହା ପରେ ପରେ ସେ କଂଗ୍ରେସରେ ଯୋଗ ଦେଇଥିବା ପାଟିଦାର ନେତା ହାର୍ଦ୍ଦିକ ପଟେଲଙ୍କ ସହ ମିଶି ଏକ ରେସ୍ତୋରାଁକୁ ଯାଇଥିବା ଦେଖାଯାଇଥିଲା। ସୂଚନାଯୋଗ୍ୟ, ରାହୁଲ ଜବଲପୁରରେ ଏକ ରାଲିକୁ ସମ୍ବୋଧନ ଦେବା ଅବସରରେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କୁ ଜଣେ ହତ୍ୟା ଅଭିଯୁକ୍ତ ବୋଲି କହିଥିଲେ। ଏହାକୁ ନେଇ ଭାଜପାର ଜଣେ ନେତା କୃଷ୍ଣବଦନ ବ୍ରହ୍ମାଭଟ୍ଟ ତାଙ୍କ ନାଁରେ ମାନହାନି ମୋକଦ୍ଦମା କରିଥିଲେ। ଗୁରୁବାର ମଧ୍ୟ ରାହୁଲ ସବୁ ଚୋରଙ୍କ ନାଁ ପୁର୍ବରୁ ମୋଦି ଲେଖାଯିବା ମନ୍ତବ୍ୟକୁ ନେଇ ଯେଉଁ ମାମଲା ହୋଇଥିଲା ତାକୁ ନେଇ ସେ କୋର୍ଟର ଦ୍ୱାରସ୍ଥ ହୋଇଥିଲେ।


All Right Reserved By Dharitri.Com

‘ଜୟ ଶ୍ରୀରାମ’ ନ କହିବାରୁ ମୁସଲମାନ ଯୁବକଙ୍କୁ ପିଟିିଲେ

ଗୁଡଗାଁଓ, ୨୭।୫: ଦିଲ୍ଲୀର ଗୁଡଗାଁଓରେ ଘଟିଛି ଏକ ଅଭାବନୀୟ ଘଟଣା। ‘ଜୟ ଶ୍ରୀରାମ’ ନ କହିବାରୁ ଜଣେ ମୁସଲମାନ ଯୁବକଙ୍କୁ ପିଟିବା ସହ ତାଙ୍କ ଟୋପି...

ସଞ୍ଜୟ ଗାନ୍ଧୀଙ୍କ ୭୩ ତମ ଜୟନ୍ତୀ: ବିଜ୍ଞାପନରୁ ମାନେକା ଗାନ୍ଧୀଙ୍କୁ ଭଲ ପାଇ ବସିଥିଲେ

ନୂଆଦିଲ୍ଲୀ,୧୪।୧୨: ସଞ୍ଜୟ ଗାନ୍ଧୀଙ୍କ ୭୩ ତମ ଜୟନ୍ତୀ ଶନିବାର ପାଳିତ ହେଉଛି। ଏନେଇ ମାନେକା ଗାନ୍ଧୀ ଏବଂ ବରୁଣ ଗାନ୍ଧୀଙ୍କ ସମେତ ବହୁ ରାଜନେତା ଶାନ୍ତିବନରେ...

ଗୁଳିକାଣ୍ଡକୁ ନେଇ ତେଜିଲା ରାଜନୀତି

ନୂଆଦିଲ୍ଲୀ,୩୧-୧(ପି.ଟି.):ଦିଲ୍ଲୀର ଜାମିଆ ନଗରରେ ଗୁରୁବାର ଘଟିଥିବା ଗୁଳିକାଣ୍ଡକୁ ନେଇ ରାଜନୀତି ସରଗରମ ହେବାରେ ଲାଗିଛି। ଦିଲ୍ଲୀ ବିଧାନସଭା ନିର୍ବାଚନକୁ ଘୁଞ୍ଚାଇବା ପାଇଁ ଏହା ଭାଜପାର ଏକ...

ବାବରପୁର ମତଦାନ କେନ୍ଦ୍ରରେ ଡ୍ୟୁଟିରେ ଥିବା ନିର୍ବାଚନ ଅଧିକାରୀଙ୍କ ମୃତ୍ୟୁ

ନୂଆଦିଲ୍ଲୀ,୮।୨: ଶନିବାର ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ମତଦାନ ସକାଳ ୮ଟାଠାରୁ ଜାରି ରହିଛି। ଉତ୍ତର ପୂର୍ବ ଦିଲ୍ଲୀର ବାବରପୁର ପ୍ରାଇମେରୀ ସ୍କୁଲ ମତଦାନ କେନ୍ଦ୍ରରେ...

ଜାମିଆ ଗୁଳିକାଣ୍ଡ: ବିରୋଧ ପ୍ରଦର୍ଶନ କରୁଥିବା ଛାତୀଛାତ୍ରଙ୍କୁ ବଳପୂର୍ବକ ହଟାଇଲା ପୋଲିସ

ନୂଆଦିଲ୍ଲୀ,୩୧।୧: କେନ୍ଦ୍ରର ନାଗରିକତ୍ୱ ସଂଶୋଧନ ଆଇନ (ସିଏଏ) ବିରୋଧୀ ବିକ୍ଷୋଭ ବେଳେ ଘଟିଥିବା ଗୁଳିକାଣ୍ଡକୁ ନେଇ ହିଂସାକାଣ୍ଡ ଜୋର ଧରିଛି। ଗୁରୁବାର ଦିଲ୍ଲୀର ଜାମିଆ ନଗରରେ...

ଜିଏସ୍‌ଟି ଯୋଗୁ ୫ ଲକ୍ଷ କୋଟିରୁ ଅଧିକ ରାଜକୋଷରେ ଜମା ହୋଇଛି: ଅର୍ଥମନ୍ତ୍ରୀ

ନୂଆଦିଲ୍ଲୀ,୧୬।୭: ଜିଏସ୍‌ଟି ଯୋଗୁ କେନ୍ଦ୍ରୀୟ ରାଜକୋଷରେ ୫ ଲକ୍ଷ କୋଟିରୁ ଅଧିକ ଟଙ୍କା ଜମା ହୋଇଛି। ଏନେଇ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ମଙ୍ଗଳବାର ଲୋକ ସଭାରେ...

ନିର୍ଭୟା ମାମଲାର ଦୋଷୀଙ୍କୁ ଫାଶୀ ଦେବାକୁ ଉତ୍ତର ପ୍ରଦେଶରୁ ଆସିପାରନ୍ତି ଜହ୍ଲାଦ

ନୂଆଦିଲ୍ଲୀ,୧୨।୧୨: ଦେଶର ବହୁ ଚର୍ଚ୍ଚିତ ନିର୍ଭୟା ଗଣବଳାତ୍କାର ଓ ହତ୍ୟା ମାମଲାର ଦୋଷୀଙ୍କୁ ନେଇ ଏବେ ଚର୍ଚ୍ଚା ଯୋର ଧରିଛି। କାରଣ ଖୁବ୍‌ଶୀଘ୍ର ଏମାନଙ୍କୁ ଫାଶୀ...

ଭାରତ ଆସିବ ଆଫ୍ରିକୀୟ ଚିତା: କେନ୍ଦ୍ରକୁ ମିଳିଲା ସୁପ୍ରିମକୋର୍ଟ ଅନୁମତି

ନୂଆଦିଲ୍ଲୀ,୨୯ା୧(ପି.ଟି.): ନାମ୍ବିଆରୁ ଆଫ୍ରିକୀୟ ଚିତାବାଘକୁ ଭାରତ ଅଣାଯିବ। ତାକୁ ପରୀକ୍ଷାମୂଳକ ଭାବେ ଭାରତର ପାଣିପାଗରେ ଖାପଖୁଆଇ ରହିବା ପାଇଁ ବ୍ୟବସ୍ଥା କରାଯିବ। ଏ ନେଇ ସୁପ୍ରିମକୋର୍ଟ...

Leave a comment

Your email address will not be published. Required fields are marked *