Posted inଜାତୀୟ

ସୁଷମାଙ୍କ ପଥ ଅନୁସରଣ କରୁଛନ୍ତି ଏସ୍‌. ଜୟଶଙ୍କର

ନୂଆଦିଲ୍ଲୀ,୧୧।୧୦: ପ୍ରଧାନମନ୍ତ୍ରୀ ମୋଦି ସରକାରଙ୍କ ଦ୍ୱିତୀୟ ଇନିଂସରେ ବୈଦେଶିକ ମନ୍ତ୍ରୀ ଥିବା ଏସ୍‌. ଜୟଶଙ୍କର ଏବେ ପୂର୍ବତନ ବୈଦେଶିକ ମନ୍ତ୍ରୀ ସ୍ବର୍ଗତାଃ ସୁଷମା ସ୍ବରାଜଙ୍କ ପଥ ଅନୁସରଣ କରୁଥିବା ଦେଖାଯାଇଛି। ଏବେ ସେ ସୁଷମାଙ୍କ ଭଳି ସୋସିଆଲ ମିଡିଆରେ ଲୋକଙ୍କ ଅଭିଯୋଗ ଶୁଣିବା ଓ ତାଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସୁଛନ୍ତି। ସୂଚନା ଅନୁଯାୟୀ, କୁଏଟ୍‌ରେ ଫଶି ରିହିଥିବା ଜଣେ ମହିଳାଙ୍କୁ ଉଦ୍ଧାର କରିବା ଲାଗି ତାଙ୍କ ପରିବାର ଲୋକେ ସୋସିଆଲ ମିଡିଆ ମାଧ୍ୟମରେ ଜୟଶଙ୍କରଙ୍କୁ ଅନୁରୋଧ କରିଥିଲେ। ଆଉ ଏହା ଜାଣିବା ପରେ ଜୟଶଙ୍କର ଭାରତୀୟ ଦୂତାବାସ ସହ ସମ୍ପର୍କ କରି ମହିଳା ଜଣଙ୍କୁ ଆଶ୍ରୟ ଗୃହରେ ରଖିବା ସହ ତୁରନ୍ତ ତାଙ୍କ ଉଦ୍ଧାର କରିବାର ପ୍ରକ୍ରିୟା ଆରମ୍ଭ କରିବେ ବୋଲି ମହିଳାଙ୍କ ପରିବାରଙ୍କୁ ଆଶ୍ୱାସନା ଦେଇଛନ୍ତି। ସୂଚନାଯୋଗ୍ୟ, ଟୁଇଟରରେ ଜଣେ ବ୍ୟକ୍ତି ବୈଦେଶିକ ମନ୍ତ୍ରୀଙ୍କୁ ଟ୍ୟାଗ କରି ଉକ୍ତ ମହିଳା ଜଣଙ୍କ ଗୁରଦାସପୁରର ଓ କୁଏଟ୍‌ରେ ତାଙ୍କୁ ନିର୍ଯ୍ୟାତନା ଦିଆଯାଉଥିବା କଥା ଜଣାଇଥିଲେ। ଏହାପରେ ଜୟଶଙ୍କର ଏହାର ତୁରନ୍ତ ଉତ୍ତର ଦେଇ ମହିଳାଙ୍କୁ ଉଦ୍ଧାର କରାଯିବାର ପ୍ରକ୍ରିୟା ଆରମ୍ଭ କରିଦେଇଥିବା ଜଣାପଡିଛି।


All Right Reserved By Dharitri.Com

ଏମିତି ଇଦ୍‌ ପାଳିଲେ ନୌଶାଦ୍‌, ଲୋକେ କହିଲେ ବାଃ ବାଃ

ଥିରୁଭାନନ୍ତପୁରମ୍‌,୧୨।୮: ଦେଶର ଚାରି ରାଜ୍ୟ କେରଳ, କର୍ନାଟକ, ମହାରାଷ୍ଟ୍ର ଏବଂ ଗୁଜରାଟରେ ବନ୍ୟା ପରିସ୍ଥିତି ଅସମ୍ଭାଳ ହୋଇଛି। ଏହି ୪ଟି ରାଜ୍ୟରେ ବନ୍ୟା ଯୋଗୁ ୧୭୪ଜଣଙ୍କ...

୨୦୨୪ ସୁଦ୍ଧା ନିର୍ମାଣ ହେବ ଶହେ ବିମାନ ବନ୍ଦର: ଡ୍ରୋନ୍‌ରେ କରାଯିବ ସାମଗ୍ରୀ ଡେଲିଭରି

ନୂଆଦିଲ୍ଲୀ,୩୧।୧୦: ଆସନ୍ତା ୫ ବର୍ଷ ମଧ୍ୟରେ ୨୦୧୪ ସୁଦ୍ଧା ଦେଶରେ ଶହେଟି ନୂଆ ବିମାନ ବନ୍ଦର ନିର୍ମାଣ କରାଯିବ। ଏନେଇ ସରକାରଙ୍କ ପକ୍ଷରୁ ଯୋଜନା ପ୍ରସ୍ତୁତ...

ବିଭିନ୍ନ ସମସ୍ୟାରୁ ଦୂରେଇ ରଖେ ଖଜୁରୀ ପାଣି…

ଶରୀରକୁ ସୁସ୍ଥ ରଖିବା ପାଇଁ ଖଜୁରୀର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥାଏ । ପ୍ରତିଦିନ ସକାଳେ ଅଧାକପ୍‌ ଖଜୁରୀ ପାଣି ପିଇଲେ ଅନେକ ଉପକାର ମିଳିଥାଏ ।...

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ ସମୟରେ ଡଙ୍ଗା ସହ ନଦୀରେ ବୁଡ଼ିଗଲେ ଭାଜପା ଏମ୍‌ପି

ପାଟନା,୩।୧୦: ବିହାର ପାଟନା ପାଟଳିପୁତ୍ରର ଭାଜପା ଏମ୍‌ପି ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ରାମକ୍ରିପାଲ ଯାଦବ ଏକ ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି। ବୁଧବାର ଗାନ୍ଧୀ...

ମିଛ କହିଲେ ହାଡ଼ ଦୁର୍ବଳ ହୁଏ

ଫରିଦାବାଦ୍‌: ଜଣେ ବ୍ୟକ୍ତି ଶାରୀରିକ ଭାବେ ସୁସ୍ଥ ରହିବା ଫଳରେ ଅନେକ ରୋଗଠାରୁ ଦୂରେଇ ରହିଥାଆନ୍ତି। ଫଳରେ ଶରୀରର ହାଡ଼ ମଜଭୁତ ହେବା ସହ ଫ୍ରାକ୍ଚର...

ଟ୍ରଷ୍ଟକୁ ନେଇ ତେଜିଲା ରାଜନୀତି

ଅଯୋଧ୍ୟା,୧୬ା୧୧(ଆଇଏଏନ୍‌ଏସ୍‌): ଅଯୋଧ୍ୟାରେ ରାମମନ୍ଦିର ନିର୍ମାଣର ତଦାରଖ କରିବାକୁ ଥିବା ଟ୍ରଷ୍ଟ ଗଠନ ଉପରେ ସମସ୍ତଙ୍କର ନଜର ରହିଥିଲାବେଳେ ଏହାକୁ ନେଇ ରାଜନୀତି ଆରମ୍ଭ ହୋଇଯାଇଛି। ସୁପ୍ରିମକୋର୍ଟଙ୍କ...

ଆତଙ୍କବାଦୀଙ୍କ ସହ ଧରାପଡ଼ିଲେ ଡିଏସ୍‌ପି: ପାଇଥିଲେ ରାଷ୍ଟ୍ରପତି ମେଡାଲ

ଶ୍ରୀନଗର,୧୨ା୧(ପି.ଟି.): ରାଷ୍ଟ୍ରପତି ମେଡାଲ ପାଇଥିବା ଜମ୍ମୁ-କଶ୍ମୀରର ଜଣେ ପୋଲିସ ଅଫିସର ଶନିବାର ଦୁଇଜଣ ଆତଙ୍କବାଦୀଙ୍କ ସହ ଧରାପଡିଛନ୍ତି। ସମ୍ବେଦନଶୀଳ ଶ୍ରୀନଗର ଅନ୍ତର୍ଜାତୀୟ ବିମାନବନ୍ଦରରେ ପୋଷ୍ଟିଂ ହୋଇଥିବା...

ଅଜିତ ଯୋଗୀଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର:ଡାକ୍ତରଖାନାରେ ଭର୍ତ୍ତି

ନୂଆଦିଲ୍ଲୀ,୫।୯: ଛତିଶଗଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଜିତ ଯୋଗୀଙ୍କ ସ୍ବାସ୍ଥାବସ୍ଥା ଅଚାନକ ବିଗିଡି ଯାଇଛି। ତାଙ୍କୁ ଗୁରୁଗ୍ରାମର ମେନ୍ଦାତା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଡାକ୍ତରଙ୍କ କହିବା ମୁତାବକ,...

Leave a comment

Your email address will not be published. Required fields are marked *