ଏମ୍‌ସିଏଲ୍‌ ଲଜକୁରା କୋଇଲା ସାଇଡିଙ୍ଗ ରେଳଧାରଣାରୁ ଯୁବକଙ୍କ ମୃତଦେହ ଉଦ୍ଧାର

ଝାରସୁଗୁଡା ଅଫିସ/ଲଖନପୁର, ୧୧।୧୦(ଡି.ଏନ୍‌.ଏ.)-ଝାରସୁଗୁଡା ଜିଲା ବ୍ରଜରାଜନଗର ଥାନା ଅଧିନ ଏମ୍‌ସିଏଲ୍‌ ଲଜକୁରା କୋଇଲା ସାଇଡିଙ୍ଗ୍‌ ରେଳଧାରଣାରୁ ଶୁକ୍ରବାର ପୋଲିସ ଜଣେ ଯୁବକଙ୍କ ଖଣ୍ଡ ବିଖଣ୍ଡିତ ମୃତଦେହ ଉଦ୍ଧାର କରିଛି । ମୃତ ଯୁବକ ଜଣଙ୍କ ହେଲେ ସ୍ଥାନୀୟ ଗଙ୍ଗାନଗର ତେଲିପଡାର ଛୋଟୁ ସିଂହ(୨୬)। ରାମପୁର ଫାଣ୍ଡି ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଏନେଇ ପୋଲିସ ବ୍ରଜରାଜନଗର ଥାନା ଅପମୃତ୍ୟୁ କେଶ ନଂ ୨୮/୧୯ରେ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି।

ସୂଚନାନୁଯାୟୀ, ଯୁବକଜଣଙ୍କ ଗତ ୨ମାସ ତଳେ ଦୁଘର୍ଟଣାରେ ଆହତ ହୋଇଥିଲେ। ଏଥିରେ ସେ ଶାରିରିକ ଓ ମାନସିକ ଭାବେ ପ୍ରଭାବିତ ହୋଇଥିଲେ। ଏଭଳି ସ୍ଥିତିରେ ସେ ରହିଥିବା ବେଳେ ସକାଳେ ଗଙ୍ଗାନଗରରେ ବୁଲାବୁଲି କରୁଥିବା ଲୋକେ ଦେଖିଥିଲେ। ତାପରେ ତାଙ୍କୁ ଆଉ ଦେଖିବାକୁ ମିଳି ନ ଥିଲା । ଏହାର କିଛି ସମୟ ପରେ ତାଙ୍କ ଖଣ୍ଡ ବିଖଣ୍ଡିତ ମୃତଦେହ ରେଳଧାରଣାରେ ପଡିଥିବା ଦେଖିବାକୁ ମିଳିଥିଲା। ଏଣୁ ଆତ୍ମହତ୍ୟା କରିଥାଇପାରନ୍ତି ପୋଲିସ ସନ୍ଦେହ କରୁଛି।


All Right Reserved By Dharitri.Com

ଡମି ମାଓବାଦୀ ନିକଟରୁ ୨ ବୋମା ଉଦ୍ଧାର

ମାଲକାନଗିରି,୨୨ା୭ (ସ୍ବ.ପ୍ର.): ମାଓବାଦୀମାନେ ଯବାନମାନଙ୍କୁ ଚକମା ଦେବା ପାଇଁ ବିଭିନ୍ନ ସମୟରେ ଭିନ୍ନଭିନ୍ନ ପନ୍ଥା ଅବଲମ୍ବନ କରିଥାନ୍ତି। ଗତ କିଛିଦିନ ତଳେ ଛତିଶଗଡ଼ର ସୁକୁମା ଜିଲାରେ...

କଲମପୁର ବ୍ଲକରେ ଆବାସ ଯୋଜନା ବାଟବନା: ଦଦ୍‌ରା ଘରେ ଜୀବନ୍‌ ବିତଉଛନ୍‌ ଉଷା

କଲମପୁର,୧୦।୬, (ଡି.ଏନ୍‌.ଏ):  ଝନେ ମୁନୁଷ୍‌ ବଁଚ୍‌ବାର ଲାଗି ହେଲେ ଖାଏଦ୍‌, ଘର ଆର କପଡ଼ା ନିହାତି ଦରକାର। ଇଥିରଲାଗି କେନ୍ଦ୍ର ଆର ରାଏଜ୍‌ ସରକାର ଅନେକ...

ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ଜି.ଉଦୟଗିରି, ୪ା୯(ଡି.ଏନ.ଏ.)-ଜି.ଉଦୟଗିରି ପୋଲିସ ମଙ୍ଗଳବାର ଜି.ଉଦୟଗିରିରୁ ୩ କିମି ଦୂର ଲାଣ୍ଡା ନିକଟ ପେଟାଗୁଡ଼ା ଜଙ୍ଗଲରୁ ଜଣେ ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରିଛି। ମୃତ...

ପୂର୍ବତନ ବିଧାୟକଙ୍କ ନାଁରେ ଜମି ହଡ଼ପ ଅଭିଯୋଗ

ପୋଲସରା,୬।୮(ଡି.ଏନ.ଏ.)-ପୋଲସରାର ପୂର୍ବତନ ବିଧାୟକଙ୍କ ନାଁରେ ଜମି ହଡ଼ପ ଅଭିଯୋଗ ଆସିଛି। ଅବନ୍ତୀନଗରସ୍ଥିତ ପୈତୃକ ଜମିରେ ପୂର୍ବତନ ବିଧାୟକ ନିରଞ୍ଜନ ପ୍ରଧାନ ଚଞ୍ଚକତା କରି ଘର ନିର୍ମାଣ...

କବାଟ ଭାଙ୍ଗି ସୁନା ଅଳଙ୍କାର, ମୋବାଇଲ ଲୁଟ୍‌:  ସନ୍ଧାନୀ କୁକୁର, ସାଇଣ୍ଟିଫିକ ଟିମ୍‌ର ତଦନ୍ତ

ଦିଗପହଣ୍ଡି,୩୧ା୧୦(ଡି.ଏନ.ଏ.)-ଦିଗପହଣ୍ଡି ବ୍ଲକ ବମକେଇ ଗଁା ପତିତପାବନ ସାହିର ବିଜୟ କୁମାର ପ୍ରଧାନଙ୍କ ଘରୁ ଦୁର୍ବୃତ୍ତମାନେ ମଙ୍ଗଳବାର ରାତିରେ ପ୍ରାୟ ୪ ଭରି ଓଜନର ସୁନାଗହଣା, ୪୦...

ମେଲାଣି ନେଲେ ଟୋକା ଗଣେଶ

ଭଦ୍ରକ ଅଫିସ, ୩।୧୦ – ଭଦ୍ରକରେ କ୍ରମାନ୍ବୟରେ ବୁଢା, ଛୁଆ, କାଞ୍ଚନ ଓ ପିଲା ଗଣେଶଙ୍କ ଭସାଣି ସରିଥିବା ବେଳେ ବୁଧବାର ସନ୍ଧ୍ୟାରେ ଟୋକା ଗଣେଶ...

ଗ୍ୟାସ ଟାଙ୍କିରୁ ଅଗ୍ନିକାଣ୍ଡ, ଜଳିଗଲା ଆଜବେଷ୍ଟ ଘର

ପରଜଙ୍ଗ,୩୦।୯(ଡି.ଏନ.ଏ)-ଢେଙ୍କାନାଳ ଜିଲା ପରଜଙ୍ଗ ତହସିଲ ଅଧୀନ ସରାଙ୍ଗ ସୁବର୍ଣ୍ଣ ପାଟଣା ସାହିର ଲକ୍ଷ୍ମୀଧର ବେଜଙ୍କ ଘରେ ଥିବା ଗ୍ୟାସ ଟାଙ୍କିରୁ ସୋମବାର ଅପରାହ୍ନରେ ଅଗ୍ନିକାଣ୍ଡ ଘଟିଛି।...

ବିଶ୍ୱ ସ୍ତନ୍ୟପାନ ସପ୍ତାହ ପାଳନ: ଏକ ସୁସ୍ଥ ଶିଶୁ ଦେଶର ଉଜ୍ଜ୍ୱଳ ଭବିଷ୍ୟତ

ନୂଆପଡା ଅଫିସ,୬ା୮: ଏକ ସୁସ୍ଥ ଶିଶୁ ସୁସ୍ଥ ନାଗରିକ ହୋଇ ଗଢିତୋଳି ହୁଅନ୍ତି । ସୁସ୍ଥ ନାଗରିକ ଦେଶର ଉଜ୍ଜ୍ୱଳ ଭବିଷ୍ୟତ । ତେଣୁ ଏକ...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *