ସ୍କୁଲ ପାଠପଢ଼ା ବେଳୁ ଥିଲା ସାହିତ୍ୟ ପ୍ରତି ଆକର୍ଷଣ:ପିଟର ହାଣ୍ଡ୍‌କେ

ଭିଏନା: ଅଷ୍ଟ୍ରିଆର ପିଟର ହାଣ୍ଡ୍‌କେଙ୍କୁ ୨୦୧୯ ବର୍ଷ ଲାଗି ସାହିତ୍ୟରେ ନୋବେଲ ପୁରସ୍କାର ଲାଗି ମନୋନୀତ କରାଯାଇଛି। ସାହିତ୍ୟ ପ୍ରତି ତାଙ୍କର ରହିଥିବା ଅହେତୁକ ରୁଚି ସ୍କୁଲରେ ପାଠପଢ଼ିବା ବେଳୁ ରହିଆସିଛି। ଜର୍ମାନ୍‌ ଭାଷାରେ ସେ ଅନେକ ସାହିତ୍ୟ ରଚନା କରିଥିବାବେଳେ ଅନେକ ସମ୍ମାନର ମଧ୍ୟ ଅଧିକାରୀ ହୋଇପାରିଛନ୍ତି। ୧୯୪୨ ଡିସେମ୍ବର ୬ରେ ଜନ୍ମଗ୍ରହଣ କରିଥିବା ହାଣ୍ଡ୍‌କେ କ୍ୟାଥୋଲିକ ବୋର୍ଡିଂ ସ୍କୁଲରେ ପାଠପଢ଼ିଥିଲେ। ସ୍କୁଲ ମାଗାଜିନରେ ପ୍ରଥମ ଥର ଲାଗି ତାଙ୍କର ଲେଖା ପ୍ରକାଶ ପାଇଥିଲା। ପରେ ସେ ବିଭିନ୍ନ ଯୁବ ଲେଖକଙ୍କ ସଂସ୍ପର୍ଶରେ ଆସି ନିଜ ଲେଖାକୁ ଶାଣିତ କରିଥିଲେ। ୧୯୭୧ରେ ମା’ଙ୍କ ଆତ୍ମହତ୍ୟା ତାଙ୍କୁ ଗଭୀର ଆଘାତ ଦେଇଥିଲେ ହେଁ କେବେ ସେ ଲେଖାଠାରୁ ଦୂରେଇ ରହି ନ ଥିଲେ। ସ୍ବଲିଖିତ ‘ଦ ହର୍ନେଟ୍ସ’ ଏବଂ ନାଟକ ‘ଅଫେଣ୍ଡିଂ ଦ ଅର୍ଡିଏନ୍ସ’ ବେଶ୍‌ ଚର୍ଚ୍ଚିତ ଥିଲା। ୧୯୯୬ରେ ତାଙ୍କର ‘ ଏ ଜର୍ନି ଅଫ୍‌ ଦ ରିଭର: ଜଷ୍ଟିସ ଫର୍‌ ସର୍ବିୟା’ ଝଡ଼ ସୃଷ୍ଟି କରିଥିଲା। ଦ୍ୱିତୀୟ ବିଶ୍ୱ ଯୁଦ୍ଧ ପରେ ହାଣ୍ଡକେଙ୍କ ଲେଖା ଓ ମାନବୀୟ ଅଭିଜ୍ଞତା ତାଙ୍କୁ ବଳିଷ୍ଠ କରିପାରିଥିବା ସ୍ବୀଡିଶ୍‌ ଏକାଡେମୀ ପକ୍ଷରୁ କୁହାଯାଇଛି। ବିଭିନ୍ନ ଗଳ୍ପ, ଉପନ୍ୟାସ ଆଦି ଲେଖିବା ସହ ଜର୍ମାନ ନିର୍ଦ୍ଦେଶକ ତଥା ବନ୍ଧୁ ଓ୍ବିମ୍‌ ଓ୍ବେଣ୍ଡର୍ସଙ୍କୁ ନେଇ ସେ ଫିଲ୍ମ ସ୍କ୍ରିପ୍ଟ ଲେଖିବା ଆରମ୍ଭ କରିଥିଲେ। ଏମିତିକି ଅନେକ ଫିଲ୍ମରେ ସେ ନିର୍ଦ୍ଦେଶନା ମଧ୍ୟ ଦେଇଛନ୍ତି।


All Right Reserved By Dharitri.Com

ଜଳବାୟୁ ପରିବର୍ତ୍ତନ ଯୋଗୁ ତୁଷାରଭାଲୁ ପାଲଟୁଛନ୍ତି ନରଭକ୍ଷୀ

ସେଣ୍ଟ୍‌ ପିଟର୍ସବର୍ଗ,୨୯।୨: ଜଳବାୟୁ ପରିବର୍ତ୍ତନ ଯୋଗୁ ମେରୁ ଅଞ୍ଚଳରେ ତାପମାତ୍ରା ବଢ଼ିବାରେ ଲାଗିଛି। ଏଠାରେ ବାସ କରୁଥିବା ତୁଷାରଭାଲୁ ପାଇଁ ଖାଦ୍ୟ ତଥା ଉପଯୋଗୀ ବାସସ୍ଥାନର...

ଚଳିତ ବର୍ଷ ୪୯ ଗଣମାଧ୍ୟମ ପ୍ରତିନିଧିଙ୍କୁ କରାଯାଇଛି ହତ୍ୟା: ଲାଟିନ୍‌ ଆମେରିକାରେ ସର୍ବାଧିକ ୧୪

ପ୍ୟାରିସ୍‌, ୧୮।୧୨: ଚଳିତ ବର୍ଷ ପୃଥିବୀର ବିଭିନ୍ନ ଦେଶରେ ମୋଟ ୪୯ ଗଣମାଧ୍ୟମ ପ୍ରତିନିଧିଙ୍କୁ ହତ୍ୟା କରାଯାଇଛି। ଗତ ୧୦ ବର୍ଷ ମଧ୍ୟରେ ଚଳିତ ବର୍ଷ...

୮ ହଜାର କୋଟିର ଅଳଙ୍କାର ଲୁଟ୍‌

ବର୍ଲିନ: ଜର୍ମାନୀର ରାଜକୀୟ ସଂଗ୍ରହାଳୟ ଗ୍ରୀନ୍‌ ବୋଲ୍ଟରେ ବଡ଼ ଧରଣର ଚୋରି ହୋଇଛି। ଦ୍ୱିତୀୟ ବିଶ୍ୱଯୁଦ୍ଧ ପରଠାରୁ ଏପରି ବଡ଼ ଧରଣର ଚୋରି ହୋଇ ନ...

୭ ବର୍ଷ ବାଳକଙ୍କ ପେଟିଂ ବିକ୍ରି ହେଲା ସାଢ଼େ ୮ ଲକ୍ଷରେ

ବର୍ଲିନ୍‌, ୧୨।୧: ଜର୍ମାନ୍‌ରେ ୭ ବର୍ଷ ବୟସ୍କ ବାଳକଙ୍କ ପେଟିଂ ୮ ଲକ୍ଷ ୫୧ ହଜାର ଟଙ୍କାରେ ବିକ୍ରି ହୋଇଛି। ୨୦୧୨ରେ ଜନ୍ମ ହୋଇଥିବା ମିଖାଇଲ୍‌...

ମହାଭିଯୋଗ ମାମଲାରେ ଡୋନାଲ୍ଡ ଟ୍ରମ୍ପଙ୍କ ବିଜୟ

ଓ୍ବାଶିଂଟନ,୬।୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାଁରେ ଆସିଥିବା ମହାଭିଯୋଗ ପ୍ରସ୍ତାବ ଶେଷରେ ଖାରଜ ହୋଇଛି। ଯୁକ୍ତରାଷ୍ଟ୍ର ଆମେରିକାର ସିନେଟରେ ତାଙ୍କୁ ଦୋଷମୁକ୍ତ ଘୋଷଣା କରାଯାଇଛି।...

ପରମାଣୁ ଆକ୍ରମଣ ଧମକ ପରେ ପାକିସ୍ତାନ ‘ଗଜନବି’ ମିଜାଇଲ୍‌ର ପରୀକ୍ଷଣ କଲା

ଇସଲାମାବାଦ୍‌,୨୯।୮: ଭାରତ ଉପରେ ପରମାଣୁ ଆକ୍ରମଣ କରିବାକୁ ଧମକ ଦେବାର ୨ ଦିନ ପରେ ପାକିସ୍ତାନ ଗୁରୁବାର ଏହାର ବାଲାଷ୍ଟିକ୍‌ ମିଜାଇଲ୍‌ ‘ଗଜନବି’ର ପରୀକ୍ଷଣ କରିଛି।...

ଯେଉଁଠି ଫୁଲ ତୋଡା ଧରିଲେ ଖୁବ୍‌ଶୀଘ୍ର ହୁଏ ବିବାହ

ବିବାହକୁ ନେଇ ରହିଛି ଭିନ୍ନ ଭିନ୍ନ ପରମ୍ପରା। ଚାଇନାରେ ଥିବା ଏକ ଅଜବ ପରମ୍ପରା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରୁଥିଲେ ମଧ୍ୟ ଏମିତି ପରମ୍ପରାରେ ଲୋକେ ଭାଗ...

ଖରା ହେଲେ କମିବ କରୋନା ଭାଇରସ ପ୍ରକୋପ!

ଓ୍ବାଶିଂଟନ,୧୪।୩: କରୋନା ଭାଇରସ ଏବେ ବିଶ୍ୱର ପ୍ରାୟ ୪୫ ଦେଶରେ ବ୍ୟାପିଥିବା ବେଳେ ଏବେ ଏହା ସମସ୍ତଙ୍କ ପାଇଁ ଚିନ୍ତାର କାରଣ ପାଲଟିଯାଇଛି। ସୋସିଆଲ ମିଡିଆରେ...

Leave a comment

Your email address will not be published. Required fields are marked *