୩ ବରିଷ୍ଠ ଅଧିକାରୀଙ୍କ ନୟାଗଡ଼ ଜିଲା ଗସ୍ତ ଆଜି : ଅସଜଡ଼ା ଭିତ୍ତିଭୂମି ସଜାଡ଼ିବାକୁ ଉଦ୍ୟମ

ନୟାଗଡ଼ ଅଫିସ,୧୧ା୧୦: ରାଜ୍ୟ ସରକାରଙ୍କ ଦ୍ୱାରା ନିଆଯାଉଥିବା ନିଷ୍ପତ୍ତି ତୃଣମୂଳସ୍ତରରେ କିପରି କାର୍ଯ୍ୟକାରୀ ହେଉଛି ତାହାର ତଦାରଖ କରିବା ପାଇଁ ୩ ବରିଷ୍ଠ ଆଇଏଏସ୍‌ ଅଧିକାରୀ ଶୁକ୍ରବାର ନୟାଗଡ଼ ଜିଲା ଗସ୍ତରେ ଆସୁଛନ୍ତି। ସେମାନେ ହେଉଛନ୍ତି ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା ୫ ଟି ବିଭାଗ ସଚିବ ଭି. କାର୍ତ୍ତିକେୟନ ପାଣ୍ଡିଆନ, ମୁଖ୍ୟ ଶାସନ ସଚିବ ଅସିତ୍‌ ତ୍ରିପାଠୀ ଓ ଅନ୍ୟ ଜଣେ। ଅପରାହ୍ନରେ ଅଧିକାରୀମାନେ ଜିଲା ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ କରି ବିଭିନ୍ନ ଯୋଜନାର ଲାଭ ଓ ମିଳୁଥିବା ସୁବିଧାସୁଯୋଗ ବିଷୟରେ ରୋଗୀମାନଙ୍କଠାରୁ ପଚାରି ବୁଝିବେ। ବିଶେଷ କରି ‘ମୋ ସରକାର’ କାର୍ଯ୍ୟକ୍ରମ ଦ୍ୱାରା ରୋଗୀମାନେ କିପରି ଉପକୃତ ହେଉଛନ୍ତି ତାହାର ତଦାରଖ କରିବେ। ୩ ବରିଷ୍ଠ ଅଧିକାରୀ ଆସୁଥିବା ଖବର ଜଣାପଡ଼ିବା ପରେ ଗୁରୁବାର ଜିଲା ମୁଖ୍ୟ ଚିକିତ୍ସାଳୟରେ ଅସଜଡ଼ା ଭିତ୍ତିଭୂମି ସଜାଡ଼ିବା ପାଇଁ ଉଦ୍ୟମ କରାଯାଇଛି। ଚିକିତ୍ସାଳୟ ପରିସରରେ ଥିବା ନିରାମୟ କେନ୍ଦ୍ରରୁ ରୋଗୀ ଓ ସେମାନଙ୍କ ସମ୍ପର୍କୀୟମାନେ ଔଷଧ ପାଇଁ ଘଣ୍ଟା ଘଣ୍ଟା ଧରି ଖରାରେ ଲାଇନ୍‌ରେ ଛିଡ଼ା ହୁଅନ୍ତି। ଏଥିପାଇଁ ଗୁରୁବାର ନିରାମୟ କେନ୍ଦ୍ର ନିକଟରେ ଏକ ର଼୍ୟାମ୍ପ କରାଯାଉଥିବା ଦେଖିବାକୁ ମିଳିଥିଲା। ସେହିଭଳି ଚିକିତ୍ସାଳୟ ପରିସରରେ ଥିବା ଖରାପ ରାସ୍ତା ମରାମତି କରାଯାଇଥିଲା। ନୂଆ ସ୍ଲୋପ କରାଯିବା ସହ ସବୁ ୱାର୍ଡ଼କୁ ସଫା କରାଯାଇଥିଲା। କହିବାକୁ ଗଲେ ତରବରିଆ ଭାବେ ମେଡ଼ିକାଲର ଅସଜଡା ଭିତ୍ତିଭୂମିକୁ ନବୀକରଣ କରାଯାଉଥିବା ଦେଖାଯାଇଥିଲା। ବିଗତ ଦିନରେ ବିଭିନ୍ନ ଅବ୍ୟବସ୍ଥା ନେଇ ଜିଲା ମୁଖ୍ୟ ଚିକିତ୍ସାଳୟ ଚର୍ଚ୍ଚାରେ ରହିଆସିଛି। ଯେପରି କି ଓପିଡ଼ିରେ ଡାକ୍ତରମାନେ ଠିକ୍‌ ସମୟରେ ନ ଆସିବା, ମେଡ଼ିକାଲ୍‌ରେ ରୋଗୀମାନଙ୍କଠାରୁ କର୍ମଚାରୀମାନେ ଟଙ୍କା ଦାବି କରିବା, ରୋଗୀମାନଙ୍କୁ ନିକଟସ୍ଥ ଘରୋଇ ମେଡିକାଲକୁ ସ୍ଥାନାନ୍ତର କରିବା ଭଳି ବହୁ ଅଭିଯୋଗ ରହିଛି। ଏହାର ସମାଧାନ କରାଗଲେ ରୋଗୀମାନେ ସରକାରୀ ଡାକ୍ତରଖାନା ପ୍ରତି ଆସ୍ଥା ପ୍ରକଟ କରନ୍ତେ ବୋଲି ଆଲୋଚନା ହେଉଛି। ଅନ୍ୟପକ୍ଷରେ ଡାକ୍ତରଖାନାରେ ଦେଖାଦେଉଥିବା ଅବ୍ୟବସ୍ଥା ସମ୍ପର୍କରେ ଲୋକମାନେ ସଚିବମାନଙ୍କ ଆଗରେ ପ୍ରକାଶ କରିବେ ନା କର୍ମଚାରୀମାନେ ଏହାକୁ ଘଣ୍ଟ ଘୋଡ଼ାଇବାକୁ ଚେଷ୍ଟା କରିବେ ତାହାକୁ ନେଇ ଏବେ ଚର୍ଚ୍ଚା ଚାଲିଛି। ଏ ସମ୍ପର୍କରେ ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ଶ୍ୱେତ ମହାପାତ୍ରଙ୍କୁ ପଚାରିବାରୁ ସେ କହିଥିଲେ, ମୋ ସରକାର କାର୍ଯ୍ୟକ୍ରମ ଉପରେ କ’ଣ ଫିଡ୍‌ବ୍ୟାକ (ମତାମତ) ରହୁଛି ସେ ବିଷୟରେ ତଦାରଖ କରିବା ପାଇଁ ସଚିବମାନେ ଆସୁଛନ୍ତି। ତରବରିଆ ଭାବେ ର଼୍ୟାମ୍ପ କରାଯିବା ନେଇ ସେ କହିଥିଲେ ଯେ, ମାସେ ତଳେ ଏହା କରିବା ପାଇଁ ପୂର୍ତ୍ତ ବିଭାଗକୁ କୁହାଯାଇଥିଲା। ହେଲେ ଗୁରୁବାର ବିଭାଗ ପକ୍ଷରୁ ଏହି କାର୍ଯ୍ୟ କରାଯାଇଥିଲା।


All Right Reserved By Dharitri.Com

୨୪ ଦିନରେ ୨ ଲକ୍ଷ କୁଇଣ୍ଟାଲ ଧାନ ସଂଗ୍ରହ: ଟୋକନ୍‌ ସମସ୍ୟାରେ ଚାଷୀ କଟ୍‌ନିଛଟ୍‌ନିକୁ ନେଇ ଅସନ୍ତୋଷ

ନୟାଗଡ଼ ଅଫିସ,୧୩ା୧: ନୟାଗଡ଼ ଜିଲାରେ ଗତମାସ ୧୮ ତାରିଖଠାରୁ ମଣ୍ଡିରେ ଚାଷୀମାନଙ୍କଠାରୁ ଧାନ ସଂଗ୍ରହ (କ୍ରୟ) ପ୍ରକ୍ରିୟା ଆରମ୍ଭ ହୋଇଛି। ବର୍ତ୍ତମାନ ସୁଦ୍ଧା ୨୪ ଦିନରେ...

ନୟାଗଡ଼ରେ ୩ ଡେଙ୍ଗୁ ରୋଗୀ ଚିହ୍ନଟ

ନୟାଗଡ଼ ଅଫିସ,୩୦ା୯:  ଗୋଟିଏ ଦିନରେ ନୟାଗଡ଼ରେ ୩ ଜଣ ଡେଙ୍ଗୁ ରୋଗୀଙ୍କୁ ଚିହ୍ନଟ କରାଯାଇଛି। ସେମାନେ ହେଲେ ନୟାଗଡ଼ ବ୍ଲକ ଲାଉସେଣା ଗ୍ରାମର କୃଷ୍ଣଚନ୍ଦ୍ର ପ୍ରଧାନ...

ଉଜୁଡ଼ିଲା ଫସଲ ଓ ଧୋଇଗଲା ରାସ୍ତା

ଗଣିଆ,୧୭।୮(ଡି.ଏନ.ଏ.)- ଛାଡିଯାଇଛି ବନ୍ୟାଜଳ ା ହେଲେ ଉଜୁଡିଯାଇଛି ଏକର ଏକର ଚାଷ ଜମି ା ଧୋଇଯାଇଛି ରାସ୍ତାଘାଟ ା ଫଳରେ ବହୁ ଚାଷୀ ଉଜୁଡା ଫସଲକୁ...

ମୃତ୍ତିକା ପରୀକ୍ଷା କାର୍ଯ୍ୟକ୍ରମ ବାଟବଣା : ୧୩ହଜାରରୁ ମାତ୍ର ୩ ହଜାର ଚାଷୀଙ୍କ ଜମିର ହୋଇଛି ପରୀକ୍ଷା

ନୟାଗଡ଼ ଅଫିସ,୧୮ା୧୦: ରାଜ୍ୟ ସରକାରଙ୍କ କୃଷିନୀତି ୨୦୧୩ ଅନୁଯାୟୀ ଚାଷୀଙ୍କ ଜମିର ମାଟି ପରୀକ୍ଷା ପାଇଁ ପ୍ରତି ଜିଲାରେ ମୃତ୍ତିକା ପରୀକ୍ଷା କେନ୍ଦ୍ର ରହିଛି। ଚାଷୀମାନେ...

କୂଳ ଲଙ୍ଘୁଛି ଡାହୁକା: ନଷ୍ଟ ହେଉଛି ଜାମୁ ଜଙ୍ଗଲ

ନୟାଗଡ଼ ଅଫିସ,୧୪।୧୧: ନୟାଗଡ଼ ସହରଠାରୁ ୫ କିଲୋମିଟର ଦୂର ଲକ୍ଷ୍ମୀପ୍ରସାଦ ପଞ୍ଚାୟତ ଯଦୁପୁର ଗ୍ରାମ ଡାହୁକା ନଦୀ କୂଳରେ ରହିଛି ବୃହତ୍ତ ଜାମୁ ଜଙ୍ଗଲ। ୮୦୦...

ବେଆଇନ ମୋରମ ଚାଲାଣ:ମେଡିକାଲ କର୍ମଚାରୀଙ୍କ ସମ୍ପୃକ୍ତି ସନ୍ଦେହ, ତଦନ୍ତ ଦାବି

ରଣପୁର,୩୦।୮(ସ୍ବ.ପ୍ର.)-ରୟାଲ୍‌ଟି ନଁାରେ ୬ମାସ ଧରି ନୟାଗଡ଼ ଜିଲା ଚାନ୍ଦପୁର ବସନ୍ତ ମଞ୍ଜରୀ ସାଧାରଣ ମେଡିକାଲ ପରିସରରୁ ଚାଲିଥିଲା ବେଆଇନ ମୋରମ ଚାଲାଣ । ତେବେ ଗୁରୁବାର...

ଗଳାକାଟି ବୃଦ୍ଧଙ୍କୁ ହତ୍ୟା

ଦଶପଲ୍ଲା,୨୧।୧୧(ଡି.ଏନ.ଏ.): ନୟାଗଡ ଜିଲା ଦଶପଲ୍ଲା ଏନ୍‌ଏସିର କୃଷ୍ଣଚନ୍ଦ୍ରପୁର ପାଟଣା ଗ୍ରାମରେ ବୁଧବାର ପୂର୍ବାହ୍ନରେ ଗଳାକାଟି ଜଣେ ବୃଦ୍ଧଙ୍କୁ ହତ୍ୟା କରାଯାଇଛି। ହତ୍ୟାକାରୀ ହତ୍ୟା କରିବା ପରେ...

୯ ଗୋଟି କ୍ଲଷ୍ଟରରେ ଶିଶୁ ମହୋତ୍ସବ ସୁରଭି – ୨୦୧୯

ଖଣ୍ଡପଡା,୨୦।୧୦(ସ୍ବ.ପ୍ର.)-ନୟାଗଡ଼ ଜିଲା ସର୍ବଶିକ୍ଷା ଅଭିଯାନ ପକ୍ଷରୁ ଖଣ୍ଡପଡ଼ା ବ୍ଲକ୍‌ ଅନ୍ତର୍ଗତ ୧୧ଗୋଟି କ୍ଲଷ୍ଟର ମଧ୍ୟରୁ କଣ୍ଟିଲୋ ଓ ରାଣୀଛେଲ୍ଲୀକୁ ବାଦ ଦେଇ ଅବଶିଷ୍ଟ ୯ଟି କ୍ଲଷ୍ଟରରେ...

Leave a comment

Your email address will not be published. Required fields are marked *