Posted inଜାତୀୟ

ପ୍ଲାଷ୍ଟିକ୍‌ ଖାଦକ ବ୍ୟାକ୍ଟେରିଆ ଆବିଷ୍କୃତ

ନୂଆଦିଲ୍ଲୀ,୧୧-୧୦(ପି.ଟି.):ଭାରତୀୟ ବୈଜ୍ଞାନିକମାନେ ଗ୍ରେଟର ନଏଡାର ଆର୍ଦ୍ରଭୂମିରୁ ପ୍ଲାଷ୍ଟିକ୍‌ ଖାଦକ ବ୍ୟାକ୍ଟେରିଆର ସନ୍ଧାନ ପାଇଛନ୍ତି। ପ୍ଲାଷ୍ଟିକ୍‌ ବର୍ଜ୍ୟ ଏବେ ସାରା ବିଶ୍ୱ ପାଇଁ ସମସ୍ୟା ସୃଷ୍ଟି କରିଥିବାବେଳେ ଏହାକୁ ନଷ୍ଟ କରିବା ଦିଗରେ ଭାରତୀୟ ବୈଜ୍ଞାନିକମାନଙ୍କ ଏହି ଆବିଷ୍କାର ସହାୟକ ହୋଇପାରିବ। ପ୍ଲାଷ୍ଟିକ୍‌ ବର୍ଜ୍ୟ ନଷ୍ଟ କରିବାରେ ଏହା ପରିବେଶ ଅନୁକୂଳ ବିକଳ୍ପ ହେବ ବୋଲି କୁହାଯାଉଛି।
ଗ୍ରେଟର ନଏଡାସ୍ଥିତ ଶିବ ନାଦର ବିଶ୍ୱବିଦ୍ୟାଳୟର ଗବେଷକମାନେ ଉଦ୍ଭାବନ କରିଥିବା ଏହି ବ୍ୟାକ୍ଟେରିଆର ପଲିଷ୍ଟିରିନ୍‌ ବିଘଟନ କ୍ଷମତା ରହିଛି। ଗୋଟିଏ ଥର ବ୍ୟବହୃତ ପ୍ଲାଷ୍ଟିକ୍‌ର ମୁଖ୍ୟ ଉପାଦାନ ହେଉଛି ପଲିଷ୍ଟିରିନ୍‌। ବିଶ୍ୱବିଦ୍ୟାଳୟ ନିକଟରେ ଥିବା ଆର୍ଦ୍ରଭୂମିରୁ ମିଳିଥିବା ଏହି ବ୍ୟାକ୍ଟେରିଆର ନଁା ଏକ୍ସିଗୁବ୍ୟାକ୍ଟେରିୟମ୍‌ ସିବିରିକମ୍‌ ଷ୍ଟ୍ରେନ୍‌ ଡିଆର୍‌୧୧ ଏବଂ ଏକ୍ସିଗୁବ୍ୟାକ୍ଟେରିୟମ୍‌ ଅନ୍‌ଡାଏ ଷ୍ଟ୍ରେନ୍‌ ଡିଆର୍‌୧୪ ରଖାଯାଇଛି। ରୟାଲ ସୋସାଇଟି ଅଫ୍‌ କେମେଷ୍ଟ୍ରି (ଆର୍‌ଏସ୍‌ସି) ଆଡଭାନ୍ସେସ୍‌ ପତ୍ରିକାରେ ପ୍ରକାଶିତ ଅଧ୍ୟୟନ ଅନୁଯାୟୀ, ପଲିଷ୍ଟିରିନ୍‌ର ଉଚ୍ଚ ଆଣବିକ ଗୁରୁତ୍ୱ ଓ ଦୀର୍ଘ ଶୃଙ୍ଖଳ ପଲିମର ବିନ୍ୟାସ ଯୋଗୁ ଏହା ବିଘଟନ ହୋଇ ନ ଥାଏ। ଫଳରେ ଏହା ପରିବେଶ ପାଇଁ କ୍ଷତିକାରକ ସାବ୍ୟସ୍ତ ହୋଇଛି। ପଲିଷ୍ଟାଇରିନ୍‌ର ମାତ୍ରାଧିକ ଉତ୍ପାଦନ ଓ ବିଭିନ୍ନ ସେକ୍ଟରରେ ଏହାର ବ୍ୟାପକ ବ୍ୟବହାର ପରିବେଶ ପାଇଁ ବିପଦ ସୃଷ୍ଟି କରିବା ସହ ବର୍ଜ୍ୟ ପରିଚାଳନା ଦିଗରେ ସମସ୍ୟା ଭାବେ ଉଭା ହୋଇଥିବା ଗବେଷକମାନେ ଉଲ୍ଲେଖ କରିଛନ୍ତି। ଆବିଷ୍କୃତ ବ୍ୟାକ୍ଟେରିଆ ପଲିଷ୍ଟିରିନ୍‌କୁ ନଷ୍ଟ କରିବାରେ ସକ୍ଷମ ଏବଂ ଏହାକୁ ପ୍ଲାଷ୍ଟିକ୍‌ଜନିତ ପରିବେଶ ପ୍ରଦୂଷଣ ରୋକିବାରେ ବ୍ୟବହାର କରାଯାଇପାରିବ ବୋଲି ଶିବ ନାଦର ବିଶ୍ୱବିଦ୍ୟାଳୟର ଆସୋସିଏଟ୍‌ ପ୍ରଫେସର ରିଚା ପ୍ରିୟଦର୍ଶିନୀ କହିଛନ୍ତି।
ଆର୍ଦ୍ରଭୂମି ଅନେକ ଅଣୁଜୀବଙ୍କ ବାସସ୍ଥାନ ହୋଇଥିଲାବେଳେ ଏହା ପ୍ରାୟତଃ ଅନାବିଷ୍କୃତ ରହିଆସିଛି। ସେଠାରୁ ପରିବେଶ ଉପଯୋଗୀ ତଥା ବାୟୋଟେକ୍‌ନୋଲୋଜି କ୍ଷେତ୍ରରେ ବ୍ୟବହାରଯୋଗ୍ୟ ବ୍ୟାକ୍ଟେରିଆକୁ ବାହାର କରିବାକୁ ହେବ ବୋଲି ରିଚା କହିଛନ୍ତି। ସ୍କୁଲ୍‌ ଅଫ ନାଚୁରାଲ ସାଇନ୍ସେସ୍‌ର ଜୀବବିଜ୍ଞାନ ବିଭାଗରେ କାର୍ଯ୍ୟରତ ଟିମ୍‌ ସହ ସେ ଏହି ବ୍ୟାକ୍ଟେରିଆକୁ ଆବିଷ୍କାର କରିଛନ୍ତି।
ଶିଳ୍ପ ବିଭାଗର ଆକଳନ ଅନୁଯାୟୀ ଭାରତରେ ବର୍ଷକୁ ପ୍ରାୟ ୧୬.୫ ନିୟୁତ ଟନ୍‌ ପ୍ଲାଷ୍ଟିକ୍‌ ବ୍ୟବହୃତ ହେଉଛି। ଅଖିଳ ଭାରତୀୟ ପ୍ଲାଷ୍ଟିକ୍‌ ଉତ୍ପାଦନକାରୀ ସଂଘର ଆକଳନ ଅନୁଯାୟୀ ବର୍ଷକୁ ପାଖାପାଖି ୧୪ ନିୟୁତ ଟନ୍‌ ପଲିଷ୍ଟିରିନ୍‌ ଉତ୍ପାଦନ ହେଉଛି ଯାହା ଜୈବିକ ଉପାୟରେ ବିଘଟିତ ହୋଇ ନ ଥାଏ। ଦୀର୍ଘ ୪୫୦ବର୍ଷ ହେଲା ଜମାହୋଇ ରହିଥିବା ପ୍ଲାଷ୍ଟିକ୍‌ ଉଭୟ ସ୍ଥଳ ଓ ଜଳଜୀବଙ୍କ ଲାଗି ବିପଦ ସୃଷ୍ଟି କରିଥିବା ଗବେଷକ କହିଛନ୍ତି। ପ୍ଲାଷ୍ଟିକ୍‌ ଖାଦକ ବ୍ୟାକ୍ଟେରିଆ ଏକ ଉଲ୍ଲେଖନୀୟ ଆବିଷ୍କାର। ପ୍ରାକୃତିକ ଉପାୟରେ ପ୍ଲାଷ୍ଟିକ୍‌କୁ ନଷ୍ଟ କରିବା ବହୁଦିନର ସ୍ବପ୍ନ ଥିଲା ଯାହାର ସମାଧାନ ହୋଇପାରିଛି ବୋଲି ଶିବ ନାଦର ବିଶ୍ୱବିଦ୍ୟାଳୟର କୁଳପତି ରୂପାମଞ୍ଜରୀ ଘୋଷ କହିଛନ୍ତି।


All Right Reserved By Dharitri.Com

ଆତଙ୍କବାଦ ବିରୋଧରେ ଲଢ଼େଇ ପାଇଁ ଆହ୍ବାନ

ନୂଆଦିଲ୍ଲୀ,୩ା୧୧(ପି.ଟି.): ଆତଙ୍କବାଦ ଓ ଜଳବାୟୁ ପରିବର୍ତ୍ତନ ବିରୋଧରେ ମିଳିତ ଲଢ଼େଇ ପାଇଁ ଶନିବାର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ସାଙ୍ଘାଇ ସହଯୋଗ ସଂଗଠନ (ଏସ୍‌ସିଓ)ର ସଦସ୍ୟ...

୮ଫୁଟ ପାଣିକୁ ଡେଇଁ ଶିଶୁଙ୍କ ଜୀବନ ବଞ୍ଚାଇଲେ କନଷ୍ଟେବଳ

ଜୟପୁର,୧୬।୯: ରାଜସ୍ଥାନରେ ଲଗାଣ ବର୍ଷା ଫଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଏବେ କୋଟ, ବୁନ୍ଦି, ଚିତୋରଗଡ଼ ଓ ଝାଲାବାଡର ଅଧିକାଂଶ ଅଞ୍ଚଳ ଜଳାର୍ଣ୍ଣବ ହୋଇଯାଇଛି।...

ଲୋକ ସଭା ଦିନକ ପାଇଁ ମୁଲତବୀ

ନୂଆଦିଲ୍ଲୀ,୭ା୧୨(ପି.ଟି.): ଉନ୍ନାଓ ପ୍ରସଙ୍ଗରେ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ କହୁଥିବାବେଳେ ଦୁଇ କଂଗ୍ରେସ ଏମ୍‌ପି ତାଙ୍କ ପ୍ରତି ଧମକପୂର୍ଣ୍ଣ ଆକ୍ଷେପ କରିବାରୁ ଭାଜପା ଓ ଅନ୍ୟ ଦଳର...

ତିନି ତଲାକ୍‌ ବିଲ୍‌କୁ ରାଷ୍ଟ୍ରପତିଙ୍କ ମୋହର

ନୂଆଦିଲ୍ଲୀ, ୨।୮(ପି.ଟି.):ପାର୍ଲାମେଣ୍ଟରେ ଗୃହୀତ ହୋଇଥିବା ତିନି ତଲାକ୍‌ ବିଲ୍‌କୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ସ୍ବୀକୃତି ପ୍ରଦାନ କରିଛନ୍ତି। ଫଳରେ ଏହା ଆଇନରେ ପରିଣତ ହୋଇଛି। ମୁସଲମାନ ସମ୍ପ୍ରଦାୟରେ...

ହରିୟାଣାରେ ଭାଜପା-କଂଗ୍ରେସ ଟାଇ: ମହାରାଷ୍ଟ୍ରରେ ପଦ୍ମ-ଶିବସେନା ଫିପ୍ଟି-ଫିପ୍ଟି ସରକାର

ଚଣ୍ଡିଗଡ଼/ମୁମ୍ବାଇ,୨୪।୧୦: ସମସ୍ତ ଏକ୍‌ଜିଟ୍‌ ପୋଲ୍‌କୁ ଭୁଲ୍‌ ପ୍ରମାଣିତ କରିଛି ହରିୟାଣା ଓ ମହାରାଷ୍ଟ୍ରର ବିଧାନସଭା ନିର୍ବାଚନ ଫଳାଫଳ। ହରିୟାଣାରେ ଶାସକ ଭାଜପା ଓ କଂଗ୍ରେସ ୩୫...

୧୦,୯୨୬ ଲୋକଙ୍କୁ ଜଣେ ଏଲୋପାଥିକ ଡାକ୍ତର

ନୂଆଦିଲ୍ଲୀ, ୨ା୧୧: ଭାରତରେ ପ୍ରତି ୧୦,୯୨୬ ଲୋକଙ୍କ ଚିକିତ୍ସା ଲାଗି ମାତ୍ର ଜଣେ ଏଲୋପାଥିକ ସରକାରୀ ଡାକ୍ତର ଥିବା ଏକ ରିପୋର୍ଟରେ ଦର୍ଶାଯାଇଛି। ବିଶ୍ୱ ସ୍ବାସ୍ଥ୍ୟ...

୫ ଏକର ଜମି ମିଳିଲେ ରାମଙ୍କ ନାମରେ ହସ୍ପିଟାଲ ନିର୍ମାଣ କରିବ ଶିହା ଓ୍ବାକଫ୍‌ ବୋର୍ଡ

ନୂଆଦିଲ୍ଲୀ,୨୫।୧୧: ସୁପ୍ରିମ୍‌କୋର୍ଟଙ୍କ ପକ୍ଷରୁ ସୁନ୍ନି ଓ୍ବାକଫ୍‌ ବୋର୍ଡକୁ ରାମ ଜନ୍ମଭୂମି ମାମଲାରେ ୫ ଏକର ଜମି ଅଯୋଧ୍ୟା ଦେବାକୁ ନିର୍ଦ୍ଦେଶ ଜାରି ହୋଇଛି। ତେବେ ଏହାକୁ...

ରାହୁଲଙ୍କୁ ପ୍ରଶଂସା କଲେ ଭଉଣୀ ପ୍ରିୟଙ୍କା

ନୂଆଦିଲ୍ଲୀ,୪।୭: ରାହୁଲ ଗାନ୍ଧୀ କଂଗ୍ରେସ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେବା ପରେ କଂଗ୍ରେସ ମହାସଚିବ ତଥା ରାହୁଲଙ୍କ ଭଉଣୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ତାଙ୍କୁ ପ୍ରଶଂସା...

Leave a comment

Your email address will not be published. Required fields are marked *