ସିଆର୍‌ପିଏଫ୍‌କୁ ଜାଗା ଦେବାରୁ ଗ୍ରାମବାସୀଙ୍କ ବିରୋଧ

ବାଲିଗୁଡା,୧୧ା୧୦(ଡି.ଏନ୍‌.ଏ.)- କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗଁା ବ୍ଲକ ମହାସିଙ୍ଗ ପଞ୍ଚାୟତରେ ଏକ ଜାଗାକୁ ସରକାର କେନ୍ଦ୍ରୀୟ ସଂରକ୍ଷଣ ପୋଲିସ ବାହିନୀ (ସିଆର୍‌ପିଏଫ୍‌)କୁ କ୍ୟାମ୍ପ କରିବାକୁ ଦେଇଥିବାରୁ ଗ୍ରାମବାସୀ ଏହାକୁ ବିରୋଧ କରିଛନ୍ତି। ଗ୍ରାମବାସୀଙ୍କ କହିବା ପ୍ରକାରେ ଏହି ପଞ୍ଚାୟତରେ ପ୍ରାୟ ୬ହଜାରୁ ଅଧିକ ଲୋକ ବସବାସ କରନ୍ତି। ସରକାର ଘୋଷଣା କରିଥିବା ୧୬ଆର୍‌ (୧ଏକର-୪ଶହ ଆର୍‌) ଜାଗା କାହାକୁ ମଧ୍ୟ ମିଳିନାହିଁ। ଏହାର ସମାଧାନ ନକରି କେନ୍ଦ୍ରୀୟ ସଂରକ୍ଷଣ ପୋଲିସ ବାହିନୀକୁ ଦିଆଯାଇଥିବାରୁ ଏହାକୁ ଆମେ ପ୍ରବଳ ବିରୋଧ କରୁଛୁ, ଉକ୍ତ ଜାଗାରେ ଯଦି କଲେଜ, ମେଡିକାଲ,କିମ୍ବା ବିଦ୍ୟାଳୟ କରାଯିବ ତେବେ ଦିଆଯିବ ବୋଲି ଗ୍ରାମର ସରପଞ୍ଚ ନୀଳିମା ମଳିକ, ନାଏବ ସରପଞ୍ଚ ପାଜୀତ ପାତ୍ର, ପଞ୍ଚାୟତ ସ୍ତରୀୟ ସଭାନେତ୍ରୀ ସୁଷମା ବେହେରଦଳେଇ ଓ ପଞ୍ଚାୟତର ସମସ୍ତ ମହିଳା ସ୍ବୟଂ ସହାୟିକା ଗୋଷ୍ଠୀର ସଭାପତି, ସମ୍ପାଦକ, ସଦସ୍ୟ ପ୍ରମୁଖ କହିଛନ୍ତି l ଏହାର କୌଣସି ସମାଧାନ ନ ହେଲେ ଆଗାମୀ ଦିନରେ ରାସ୍ତାରୋକୋ ସହ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦେଇଛନ୍ତି।


All Right Reserved By Dharitri.Com

ବାଇକ୍‌କୁ ପଛରୁ ପିଟିଲା କାର୍‌

ସିମୁଳିଆ,୧୪।୧(ଡି.ଏନ୍‌.ଏ.)- ବାଲେଶ୍ୱର ଜିଲା ସିମୁଳିଆ ଥାନାଠାରୁ ୫କି.ମି. ଦୂର ଜାତୀୟ ରାଜପଥର ଜାମୁଝାଡି ଡାଇଭର୍ସନ ନିକଟରେ ମଙ୍ଗଳବାର ମଧ୍ୟାହ୍ନରେ ଏକ ଦୁର୍ଘଟଣା ଘଟିଛି। ବାଲେଶ୍ବର ଅଭିମୁଖେ...

ଜୁନାଗଡ ବ୍ଲକରେ ସ୍ବାସ୍ଥ୍ୟ ସେବା ବିପର୍ଯ୍ୟସ୍ତ : ଡାକ୍ତର ଅଭାବ, ଫାର୍ମସିଷ୍ଟ ଦେଖୁଛନ୍ତି ରୋଗୀ

ଜୁନାଗଡ,୧୪।୭(ଡି.ଏନ.ଏ.) – କଳାହାଣ୍ଡି ଜିଲା ଜୁନାଗଡ ବ୍ଲକରେ ସ୍ବାସ୍ଥ୍ୟସେବା ବିପର୍ଯ୍ୟସ୍ତ ହୋଇପଡିଛି। ଜୁନାଗଡ ବ୍ଲକବାସୀଙ୍କୁ ସ୍ବାସ୍ଥ୍ୟସେବା ଯୋଗାଇବା ପାଇଁ ଜୁନାଗଡ ସହରରେ ଏକ ଗୋଷ୍ଠୀ ସ୍ବାସ୍ଥ୍ୟସ୍ବାସ୍ଥ୍ୟ...

ମହିଳାଙ୍କଠାରୁ ୪୦ ହଜାର ଟଙ୍କା ଲୁଟ୍‌ ଘଟଣା: ୩ ମାସ ପରେ ୨ କୋର୍ଟ ଚାଲାଣ

ବଡ଼ବିଲ,୨୯।୧୨(ସ୍ବ.ପ୍ର.): କେନ୍ଦୁଝର ଜିଲା ବଡ଼ବିଲ ଥାନା ଅନ୍ତର୍ଗତ ଭଦ୍ରାସାହି ଷ୍ଟେଟ୍‌ବ୍ୟାଙ୍କ ଶାଖାରୁ ଜଣେ ମହିଳା ୪୦ ହଜାର ଟଙ୍କା ଉଠାଣ କରି ଫେରୁଥିବା ବେଳେ ଲୁଟ୍‌...

୪ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଜବତ : ୫ ଜୁଆଡ଼ି ଗିରଫ

ରାଉରକେଲା ଅଫିସ,୭।୮: ରାଉରକେଲା ଉଦିତନଗର ପୋଲିସ ବୁଧବାର ୫ ଜୁଆଡ଼ିଙ୍କୁ ଗିରଫ କରିଛି। ଏମାନେ ହେଲେ ନାଲ ରୋଡ୍‌ ବାସିନ୍ଦା ଉତ୍ତମ ଶର୍ମା, ବାସନ୍ତୀ କଲୋନୀର...

ଆଇଟିଡିଏ ଜେଇଙ୍କୁ ପଦୋନ୍ନତି ନେଇ ଅସନ୍ତୋଷ

ଫୁଲବାଣୀ ଅଫିସ,୪ା୯-ରାଜ୍ୟ ସରକାର ଲୋକଙ୍କୁ ସୁଶାସନ ଦେବା ପାଇଁ ଏବେ ୫ଟି ଉପରେ ଗୁରୁତ୍ୱ ଦେଉଛନ୍ତି। କିଛି ଦିନ ହେବ ଏହି ମର୍ମରେ କେତେଜଣ ସରକାରୀ...

ବଡ଼ସାହି-ବେତନଟୀ ରାସ୍ତାରେ ଦୁଇ ବାଇକ ମୁହାଁମୁହିଁ: ୧ମୃତ, ୧ଗୁରୁତର

ବଡ଼ସାହି, ୭।୬(ସ୍ବ.ପ୍ର.): ମୟୂରଭଞ୍ଜ ଜିଲା ବଡ଼ସାହି ଥାନା ଅଧୀନ ବଡ଼ସାହି-ବେତନଟୀ ରାସ୍ତାର ବାଘମରା ନିକଟରେ ଶୁକ୍ରବାର ଦୁଇ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଏଥିରେ...

ନିଆରା ଢଙ୍ଗରେ ନୂଆବର୍ଷ ପାଳିଲେ ଯବାନ

ଖଇରା, ୩।୧(ଡି.ଏନ.ଏ.)-ନୂଆବର୍ଷରେ ସମସ୍ତେ ଭୋଜିଭାତ କରି ମଉଜ ମଜଲିସରେ କଟାଉଥିବା ବେଳେ ଏହାକୁ ନିଆରା ଢଙ୍ଗରେ ପାଳିଛନ୍ତି ଖଇରା ବ୍ଲକ ଅଧୀନ ଗୋଳିହା ପଞ୍ଚାୟତ କଣ୍ଟାବଣିଆ...

ଅନୁଗୋଳ-ସମ୍ବଲପୁର ଜାତୀୟ ରାଜପଥରେ ସଡ଼କ ଦୁର୍ଘଟଣା

ଛେଣ୍ଡିପଦା,୨୬।୧୨(ସ୍ବ.ପ୍ର.): ଅନୁଗୋଳ ଜିଲା ଜରପଡା ଥାନା ଦେଇ ଯାଇଥିବା ଅନୁଗୋଳ-ସମ୍ବଲପୁର ୫୫ନଂ ଜାତୀୟ ରାଜପଥ ଭାଗିରଥିପୁର ନିକଟରେ ସଡ଼କ ଦୁର୍ଘଟଣା ଘଟିଛି। ଏକ ଯାତ୍ରୀବାହି ବସ୍‌...

Leave a comment

Your email address will not be published. Required fields are marked *