ଗୁଣ୍ଡିରିବାଡ଼ିରେ ବାଘୁଣୀ ପାଦଚିହ୍ନ

ଭଞ୍ଜନଗର,୧୧।୧୧(ଡି.ଏନ.ଏ.)- ଗଞ୍ଜାମ ଜିଲା ଭଞ୍ଜନଗର ଉତ୍ତର ଘୁମୁସର ବନଖଣ୍ଡ ଜଗନ୍ନାଥପ୍ରସାଦ ରେଞ୍ଜ ଲଣ୍ଡେଇ ପାହାଡ଼ ନିକଟସ୍ଥ ଗୁଣ୍ଡିରିବାଡ଼ି ରାଜସ୍ବ ଗ୍ରାମ ନିକଟ ଜଙ୍ଗଲରେ ଏକ କଲରାପତରିଆ ବାଘୁଣୀକୁ ବନ ବିଭାଗ କର୍ମଚାରୀ ଠାବ କରିଛନ୍ତି। ଜଙ୍ଗଲରେ ବାଘ ଥିବାର ପ୍ରମାଣ ଗୁରୁବାର ମିଳିବା ପରେ ସମ୍ପୃକ୍ତ ଅଞ୍ଚଳବାସୀ ଆତଙ୍କିତ ହୋଇପଡ଼ିଛନ୍ତି। ଅପରପକ୍ଷେ ସାଧାରଣ ଲୋକେ ଏବଂ ଗୃହପାଳିତ ପ୍ରାଣୀଙ୍କ ଯେଭଳି କ୍ଷତି ନଘଟେ ସେଥିପାଇଁ ବନ ବିଭାଗ ସତର୍କ ହୋଇଯାଇଛି। ଏନେଇ ସମ୍ପୃକ୍ତ ଜଙ୍ଗଲ ଅଞ୍ଚଳରେ ବନ ବିଭାଗ ପକ୍ଷରୁ ପାଟ୍ରୋଲିଂ ବ୍ୟବସ୍ଥା କଡ଼ାକଡ଼ି କରି ଦିଆଯାଇଛି। ଲୋକଙ୍କୁ ମଧ୍ୟ ଜଙ୍ଗଲକୁ ଯିବାକୁ ବାରଣ କରାଯାଇଛି। ଡ଼ିଏଫ୍‌ଓ ଅଭୟ କୁମାର ଦଳେଇ, ଏସିଏଫ୍‌ ସୁଦର୍ଶନ ବାଦୀ ଘଟଣା ପ୍ରତି ନଜର ରଖିଛନ୍ତି। ସୂଚନାଯୋଗ୍ୟ, ବିଗତ ୨୫ ଦିନ ମଧ୍ୟରେ ସମ୍ପୃକ୍ତ ଅଞ୍ଚଳର ଏକାଧିକ ଗୋରୁ ଜଙ୍ଗଲକୁ ଚରିବାକୁ ଯାଇଥିବାବେଳେ ନିଖୋଜ ଓ ଆହତ ହୋଇଥିଲେ, ଯାହାକୁ ନେଇ ଲୋକେ ଆତଙ୍କିତ ହୋଇପଡିଥିଲେ। ବନ ବିଭାଗ ପ୍ରଥମେ ଘଟଣାଟିକୁ ଗୁରୁତ୍ୱ ଦେଇ ନ ଥିଲା। ପରବର୍ତ୍ତୀ ସମୟରେ ଗୋରୁ ନିଖୋଜ ସଂଖ୍ୟା ବଢିବାରୁ ବନ ବିଭାଗ ପକ୍ଷରୁ ପାଟ୍ରୋଲିଂ କଡ଼ାକଡ଼ି କରାଯାଇଥିଲା। ବୁଧବାର ଗୁଣ୍ଡିରିବାଡ଼ି ଜଙ୍ଗଲରୁ କିଛି ପାଦଚିହ୍ନ ମିଳିଥିଲା। ଏହାକୁ ପ୍ଲାଷ୍ଟର ଅଫ୍‌ ପ୍ୟାରିସ୍‌ରେ ସଂଗ୍ରହ କରାଯାଇଥିଲା। ଗୁରୁବାର ତାହାକୁ ବିଭାଗୀୟ ଉଚ୍ଚ ପଦାଧିକାରୀ ଯାଞ୍ଚ କରିବାପରେ ଏହା କଲରାପତରିଆ ବାଘୁଣୀର ବୋଲି ଜଣାପଡ଼ିଛି। କିନ୍ତୁ ବିଭାଗ ପକ୍ଷରୁ ଏନେଇ ସ୍ପଷ୍ଟ ସୂଚନା ଦିଆଯାଇନାହିଁ। ଉକ୍ତ ଜଙ୍ଗଲରେ ଆଉ ଅଧିକ ବାଘ ଅଛି ନା ଏହି ଗୋଟିଏ ବାଘୁଣୀ ଅଛି, ସେନେଇ ମଧ୍ୟ ଯାଞ୍ଚ ଚାଲିଛି। ବାଘୁଣୀ ଚଳପ୍ରଚଳ କରୁଥିବା ଅଞ୍ଚଳରେ ଶୁକ୍ରବାର ଟ୍ରାପ୍‌ କ୍ୟାମେରା ଲଗାଯିବା ବ୍ୟବସ୍ଥା କରାଯାଉଛି। ଏନେଇ ଏସିଏଫ୍‌ ବାଦୀଙ୍କ ସହ ଯୋଗାଯୋଗ କରିବାରୁ ସେ କହିଛନ୍ତି, ଘଟଣାର ତଦନ୍ତ ଚାଲିଛି, ଖୁବ୍‌ଶୀଘ୍ର ଚିତ୍ର ସ୍ପଷ୍ଟ ହେବ।


All Right Reserved By Dharitri.Com

ଭଡ଼ା ବାକିଥିବା ଦୋକାନରେ ଝୁଲିଲା ତାଲା

କାମାକ୍ଷାନଗର,୧।୮(ଡି.ଏନ୍‌.ଏ.)-କାମାକ୍ଷାନଗର ଏନ୍‌ଏସି ପକ୍ଷରୁ ବ୍ୟବସାୟ ପାଇଁ ଲିଜ୍‌ସୂତ୍ରରେ ଦିଆଯାଇଛି ଦୋକାନ ଗୃହ। ହେଲେ ବ୍ୟବସାୟୀମାନେ ବର୍ଷ ବର୍ଷ ଧରି ଭଡ଼ା ଦେଉନାହାନ୍ତି। ବାରମ୍ବାର ନୋଟିସ୍‌ ଦିଆଯିବା...

କେନ୍ଦୁଝରରେ ଇଦ୍‌ ପର୍ବ ପାଳିତ

କେନ୍ଦୁଝର, ୫।୬(ସ୍ବ.ପ୍ର.): କେନ୍ଦୁଝର ଜିଲାର ବିଭିନ୍ନ ସ୍ଥାନରେ ମୁସଲମାନଙ୍କ ପର୍ବ ଇଦ୍‌ ଧୂମ୍‌ଧାମରେ ପାଳିତ ହୋଇଯାଇଛି। ଭାଇଚାରାର ଏହି ପର୍ବରେ ମୁସଲମାନ ସମ୍ପ୍ରଦାୟର ଲୋକମାନେ ସକାଳୁ...

ଭଡ଼ାରେ ଲାଗିଛି କୃଷକ ବଜାରରେ ଥିବା ଦୋକାନ

ଝୁମ୍ପୁରା, ୧୩।୮ (ଡି.ଏନ.ଏ.)- ହାଟବାଟରେ ବସୁଥିବା କ୍ଷୁଦ୍ରଚାଷୀ ତଥା ବ୍ୟବସାୟୀଙ୍କୁ ଜୀବିକା ନିର୍ବାହ ଲାଗି କାର୍ଯ୍ୟକାରୀ ହେଉଥିବା କୃଷକ ବଜାର ନିର୍ମାଣ ଯୋଜନା ଦିଗହରା ହୋଇପଡିଛି।...

ଅଗ୍ନିକାଣ୍ଡରେ ୪ ବଖରା ଜଳିଗଲା

ବେଗୁନିଆପଡ଼ା,୨୩ା୧୧(ଡି.ଏନ.ଏ.): ବେଗୁନିଆପଡ଼ା ବ୍ଲକ କୁମ୍ଭାରଗାଁ ପଞ୍ଚାୟତର ତାଳଗାଁରେ ଶନିବାର ଅପରାହ୍ନରେ ଅଗ୍ନିକାଣ୍ଡ ଘଟି ୪ ପରିବାରର ୪ ବଖରା ସମ୍ପୂର୍ଣ୍ଣ ପୋଡ଼ିଯାଇଛି। ଏଥିରେ ଲକ୍ଷାଧିକ ଟଙ୍କାର...

ଚଇତି ଘୋଡ଼ାନାଚରେ ଦୁଲୁକୁଛି ଗାଁ ଦାଣ୍ଡ

ଆରଡ଼ି, ୨୦।୪ (ଡି.ଏନ.ଏ.)- ଚଇତି ପୁନେଇ ଆସିଲେ କୈବର୍ତ୍ତ ଓ ନିଆରୀ ସମ୍ପ୍ରଦାୟ ଉଲ୍ଲସିତ ହୋଇଉଠନ୍ତି। ଘରେ ଘରେ ଝୋଟି ପଡ଼ିବା ସହ ପିଠାପଣାର ଆସର...

ଦେଶୀ ମଦ ଜବତ, ଜଣେ ଗିରଫ

ଦିଗପହଣ୍ଡି,୧୮ା୫(ଡି.ଏନ୍‌.ଏ.): ଦିଗପହଣ୍ଡି ପୁଞ୍ଜିକୟାଁ ଛକ ନିକଟ ପାନ ଦୋକାନରେ ଦେଶୀ ମଦ ବିକ୍ରି କରୁଥିବା ସୀମାଞ୍ଚଳ ପାତ୍ରଙ୍କୁ ଶନିବାର ପୋଲିସ କୋର୍ଟଚାଲାଣ କରିଛି। ଶୁକ୍ରବାର ସନ୍ଧ୍ୟାରେ...

୯. ୯୧ ଲକ୍ଷ ମେଟ୍ରିକ ଟନ୍‌ ଖରିଫ ଧାନ ସଂଗ୍ରହ ଲକ୍ଷ୍ୟ

ବାରିପଦା ଅଫିସ,୧୧ା୧୧- ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ନିର୍ଦ୍ଦେଶ ମୁତାବକ, ଚଳିତ ବର୍ଷ ପାଇଁ ମୟୂରଭଞ୍ଜ ଜିଲାର ଚାଷୀମାନଙ୍କଠାରୁ ଧାନ କିଣାଯିବା...

୨୫ ଲକ୍ଷ ଲଟେରୀ ଉଠିଥିବା କହି ଠକିନେଲେ ୩ ଲକ୍ଷ, ଚାଷୀଙ୍କ ଆତ୍ମହତ୍ୟା ନିଷ୍ପତ୍ତି

ଜୟପୁର,୨୨।୯(ନି.ପ୍ର.): କୋରାପୁଟ ଜିଲା ଜୟପୁର ବ୍ଲକ ମାଳିଗୁଡ଼ାରେ ଲଟେରୀ ପ୍ରଲୋଭନ ଦେଖାଇ ଜଣେ ନିରୀହ ଚାଷୀଙ୍କଠାରୁ ଲକ୍ଷାଧିକ ଟଙ୍କା ଠକେଇ ହୋଇଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ, ମାଳିଗୁଡାର...

Leave a comment

Your email address will not be published. Required fields are marked *