ଚମ୍ପୁଆ, ୧୧।୧୦(ଡି.ଏନ.ଏ.) କେନ୍ଦୁଝର ଜିଲା ଚମ୍ପୁଆ ବ୍ଲକ ଟୋଲକନଣ୍ଡା ଠାରେ ଏକ ଯାତ୍ରୀବାହି ବସ୍ ସହ ବାଇକ ଦୁର୍ଘଟଣା ଘଟିବାରୁ ଘଟଣା ସ୍ଥଳରେ ୨ ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଯାଇଥିବା ବେଳେ ଜଣେ ଗୁରୁତର ଆହତଙ୍କୁ ଚମ୍ପୁଆ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସୂଚନା ଅନୁସାରେ ଶଶାଙ୍ଗ ଗ୍ରାମର ଦୁଲୁ ନାଏକ, ଆକାଶ ମହାକୁଡ ଓ ସୁନିଲ ମହାକୁଡ ବ୍ରହ୍ମପୁର କରଞ୍ଜିଆକୁ ଯାଉଥିବା ବେଳେ ଟୋଲକନଣ୍ଡା ଭାଲୁକା ନାଳ ନିକଟରେ ଅପରଦିଗରୁ ଆସୁଥିବା ଏକ ଯାତ୍ରୀବାହି ବସ ସହ ଦୁର୍ଘଟଣା ଘଟିଥିଲା। ଘଟଣା ସ୍ଥଳରେ ଆକାଶ ମହାକୁଡ ଓ ସୁନିଲ ନାଏକ ମୃତ୍ୟୁବରଣ କରିଥିବା ବେଳେ ଗୁରୁତର ଆହାତ ଦୁଲୁ ନାଏକଙ୍କୁ ଚମ୍ପୁଆ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ମଧ୍ୟ ମୃତ୍ୟୁ ହୋଇଯାଇଥିବା ଡାକ୍ତର ଯୋଗେନ୍ଦ୍ର ନାଥ ଆଧିଆ ସୂଚନା ଦେଇଛନ୍ତି। ଦୁର୍ଘଟଣା ପରେ ବସଟି ବିଲକୁ ଗଡି ଯାଇଥିବା ବେଳେ ଚମ୍ପୁଆ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
Posted inଆମ ଜିଲା ଖବର, କେନ୍ଦୁଝର View All

ସଚ୍ଚୋଟତା ଉତ୍ତର ଜୀବନର ଆଧାର
ସୋନପୁର, ୩।୧୧(ନି.ପ୍ର.) ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ ଅବସରରେ ସୋନପୁର କଲେଜ ପରିସରରେ ସଚ୍ଚୋଟତା ଜୀବନର ଏକ ଶୈଳୀ ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା।...

୧୩ ବର୍ଷର ନାବଳିକା ୭ ମାସର ଗର୍ଭବତୀ:ଅଭିଯୁକ୍ତ ୨ ଛୁଆର ବାପା ନାଁରେ ଏତଲା
ଜୟପୁର,୧୪ା୫(ଡି.ଏନ୍.ଏ.): ଦୁଇଟି ଛୁଆର ବାପା ଜଣେ ୧୩ ବର୍ଷର ନାବାଳିକାଙ୍କ ସହ ଶାରୀରିକ ସମ୍ପର୍କ ରଖି ତାଙ୍କୁ ୭ ମାସର ଗର୍ଭବତୀ କରିଛନ୍ତି। ଅଭିଯୁକ୍ତ ଜଣକ...

ପାଞ୍ଚ ବର୍ଷର ଝିଅକୁ ବଳାତ୍କାର
ବୋରିଗୁମ୍ମା,୭ା୧୧(ଡି.ଏନ୍.ଏ.): କୋରାପୁଟ ଜିଲା ବୋରିଗୁମ୍ମା ବ୍ଲକ ବିଜାପୁର ପଞ୍ଚାୟତର ଏକ ଗାଁରେ ଜଣେ ପାଞ୍ଚବର୍ଷର ଶିଶୁକନ୍ୟା ବଳାତ୍କାରର ଶିକାର ହୋଇଛି। ବୁଧବାର ଉକ୍ତ ଗ୍ରାମର ଡମୁ...

ସ୍ବୟଂଶାସିତ ମାନ୍ୟତା ପ୍ରତ୍ୟାହାର ନିଷ୍ପତ୍ତିକୁ ବିରୋଧ:ରାସ୍ତାକୁ ଓହ୍ଲାଇଲେ ଛାତ୍ରୀଛାତ୍ର
ଢେଙ୍କାନାଳ ଅଫିସ, ୨।୧୧ ସ୍ଥାୟୀ ଅଧ୍ୟାପକ ନିଯୁକ୍ତି ଦିଆଯାଉ ନ ଥିବାରୁ ସ୍ବୟଂଶାସିତ ମାନ୍ୟତା ହରାଇବାକୁ ଯାଉଛି ଢେଙ୍କାନାଳ କଲେଜ। ଏ ନେଇ ନୂଆଦିଲ୍ଲୀସ୍ଥିତ ୟୁନିଭରର୍ସିଟି...

ସ୍କୁଲ ଖୋଲିଲା, ସରିଲାନି ଛପର ମରାମତି
ବାଲିଆପାଳ, ୨୨ା୬(ଡି.ଏନ.ଏ.)-ସାମୁଦ୍ରିକ ଝଡ ଫନୀ ପ୍ରଭାବରେ ବାଲିଆପାଳ ବ୍ଲକ ବିଷ୍ଣୁପୁର ହାଇସ୍କୁଲର ଛପର ସମ୍ପୂର୍ଣ୍ଣ ଉଡିଯାଇଥିଲା। ଶୁକ୍ରବାର ସ୍କୁଲ ଖୋଲିଥିଲେ ମଧ୍ୟ ଛପର ମରାମତି ହୋଇପାରି...

ନାବାଳିକା ଗଣବଳାତ୍କାର ମାମଲା: ଅଭିଯୁକ୍ତଙ୍କୁ ୧୦ ବର୍ଷ ଜେଲ୍
ବାରିପଦା ଅଫିସ,୩୦।୧୧- ମୟୂରଭଞ୍ଜ ଜିଲା ସହକାରୀ ଦୌରାଜଜ୍ (ସ୍ପେସାଲ ଟ୍ରାକ) ଶାନ୍ତନୁ କୁମାର ଦାଶ ଶୁକ୍ରବାର ଏକ ଗଣବଳାତ୍କାର ମାମଲାର ବିଚାର କରି ଅଭିଯୁକ୍ତଙ୍କୁ ୧୦...

ନଷ୍ଟ ହେଉଛି ହେଲିପ୍ୟାଡ୍, ଗଦା ହେଉଛି ଚିପ୍ସ, ବାଲି
ସୋନପୁର,୧୪।୧୧(ନି.ପ୍ର.) – ସୁବର୍ଣ୍ଣପୁର ସହରର ରାମେଶ୍ୱର ନିକଟରେ ନିର୍ମିତ ହୋଇଥିବା ୩ଟି ହେଲିପ୍ୟାଡ୍ ଏବେ ନଷ୍ଟ ହେବାକୁ ବସିଛି । ହେଲିପ୍ୟାଡ୍ରେ ଚିପ୍ସ ଓ ବାଲି...

ଭବାନୀପାଟଣା ଦ୍ୱିତୀୟ ଟାଉନ ଫୁଟବଲ ଲିଗ୍ ନବମ ଦିବସ:ଗୁଡ୍ମର୍ନିଂ କ୍ଲବ ୨-୧ ଗୋଲରେ ବିଜୟୀ
ଭବାନୀପାଟଣା,୨୪।୯(ଡି.ଏନ.ଏ.) ଭବାନୀପାଟଣା ଲାଲବାହାଦୁର ଶାସ୍ତ୍ରୀ ଷ୍ଟାଡିୟମ୍ଠାରେ କଳାହାଣ୍ଡି କ୍ରୀଡା ସଂସ୍ଥା ଆନୁକୂଲ୍ୟରେ ଭବାନୀପାଟଣା ଦ୍ୱିତୀୟ ଟାଉନ ଫୁଟବଲ ଲିଗ୍ ସୋମବାର ନବମ ମ୍ୟାଚ୍ ଗୁଡ୍ମର୍ନିଂ କ୍ଲବ...