Posted inଖେଳ

ନେମାର ସର୍ବକନିଷ୍ଠ ବ୍ରାଜିଲ ଖେଳାଳି

ସିଙ୍ଗାପୁର, ୧୧।୧୦ (ଏଏଫ୍‌ପି)- ବ୍ରାଜିଲ ପକ୍ଷରୁ ୧୦୦ ମ୍ୟାଚ୍‌ ଖେଳିବାରେ ନେମାର ସର୍ବକନିଷ୍ଠ ଫୁଟ୍‌ବଲର ହୋଇଛନ୍ତି। ଗୁରୁବାର ଏଠାରେ ସେନେଗାଲ ବିପକ୍ଷ ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚ୍‌ ଖେଳିବା ଅବସରରେ ପ୍ୟାରିସ ସେଣ୍ଟ-ଜର୍ମେନ ଦଳର ଷ୍ଟାର୍‌ ଫରଓ୍ବାର୍ଡ ନେମାର ଏହି କୃତିତ୍ୱ ଲାଭ କରିଛନ୍ତି। ବ୍ରାଜିଲ ଓ ନେମାର ମଧ୍ୟରେ ଖେଳାଯାଇଥିବା ଏହି ମ୍ୟାଚ୍‌ ୧-୧ ଗୋଲରେ ଅମୀମାଂସିତ ରହିଥିଲା। ୨୭ ବର୍ଷୀୟ ନେମାର ବ୍ରାଜିଲ ପକ୍ଷରୁ ୧୦୦ ମ୍ୟାଚ୍‌ ଖେଳିବାରେ ୭ମ ଖେଳାଳି ହୋଇଛନ୍ତି। ୧୦୦ ମ୍ୟାଚ୍‌ରୁ ନେମାର ବର୍ତ୍ତମାନ ସୁଦ୍ଧା ୬୧ ଗୋଲସ୍କୋର କରିଛନ୍ତି। ଏଥିସହ ବ୍ରାଜିଲ ପକ୍ଷରୁ ସର୍ବାଧିକ ଗୋଲସ୍କୋର କରିଥିବା ଖେଳାଳି ତାଲିକାର ସେ ୩ୟ ସ୍ଥାନରେ ରହିଛନ୍ତି। ଏହି ତାଲିକାରେ କିମ୍ବଦନ୍ତୀ ଖେଳାଳି ପେଲେ (୭୭) ଓ ରୋନାଲ୍ଡୋ (୬୨) ଯଥାକ୍ରମେ ପ୍ରଥମ ଓ ୨ୟ ସ୍ଥାନରେ ରହିଛନ୍ତି। ନେମାର ୨୦୧୬ ରିଓ ଅଲିମ୍ପିକ୍ସରେ ସ୍ବର୍ଣ୍ଣ ପଦକ ଜିତିଥିବା ବ୍ରାଜିଲ ଦଳର ପ୍ରମୁଖ ସଦସ୍ୟ ରହିଥିଲେ।


All Right Reserved By Dharitri.Com

Posted inଖେଳ View All

୨୦୧୧ରେ କ୍ରିକେଟ ପଡ଼ିଆରେ ଘଟିଥିଲା ଏମିତି ଘଟଣା : ଯାହା ଦେଖି ଡରି ଯାଇଥିଲେ ଦର୍ଶକ

କାର୍ଲିଫର୍ନିଆ: ଆସନ୍ତା ୩୦ ତାରିଖରେ ଆରମ୍ଭ ହେବ ବିଶ୍ୱକପ୍‌ ୨୦୧୯। ବିଶ୍ୱକପ୍‌କୁ ନେଇ ସମସ୍ତ କ୍ରିକେଟପ୍ରେମୀ ବେଶ୍‌ ଉତ୍ସାହିତ ଅଛନ୍ତି। ଖାସ୍‌ ଏଥିପାଇଁ କ୍ରିକେଟ ସହିତ...

ପୂର୍ବତନ ବାର୍ସିଲୋନା କୋଚ୍‌ଙ୍କ ୯ବର୍ଷୀୟ ଝିଅର ମୃତ୍ୟୁ

ମାଡ୍ରିଡ୍‌,୩୦।୮: ପୂର୍ବତନ ସ୍ପାନିସ କୋଚ୍‌ ଲୁଇସ ଏନ୍‌ରିକ୍ୟୁଙ୍କ ୯ ବର୍ଷୀୟା ଝିଅ ଜାନାଙ୍କ ମୃତ୍ୟୁ ଘଟିଛି। ସେ ଅସ୍ଥି ଜନିତ କର୍କଟ ରୋଗରେ ପୀଡ଼ିତ ଥିଲେ।...

ବଦଳିପାରେ ଆଇପିଏଲ ମ୍ୟାଚ୍‌ ଟାଇମିଂ

ମୁମ୍ବାଇ,୨୪।୧- ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ) ଗଭର୍ନିଂ କାଉନ୍‌ସିଲ(ଜିସି)ବୈଠକ ନୂଆଦିଲ୍ଲୀଠାରେ ସୋମବାର ଅନୁଷ୍ଠିତ ହେବ। ଏହାର ମୁଖ୍ୟ ଏଜେଣ୍ଡା ହେଉଛି ଆଇପିଏଲ ମ୍ୟାଚ୍‌ ଟାଇମିଂ। ୨୦୨୦...

ସଚିନଙ୍କ ବିଶ୍ୱ ଏକାଦଶ ଖେଳାଳି ତାଲିକାରେ ଧୋନୀଙ୍କ ସ୍ଥାନ ନାହିଁ

ଲଣ୍ଡନ, ୧୫।୭: କ୍ରିକେଟର ମହାନ ବ୍ୟାଟ୍ସମ୍ୟାନ୍‌ ସଚିନ ତେନ୍ଦୁଲକର ବିଶ୍ୱ ଏକାଦଶ ଖେଳାଳି ତାଲିକା ପ୍ରକାଶ କରିଛନ୍ତି। ସବୁଠୁ ଆଶ୍ଚର୍ଯ୍ୟଜନକ ଭାବେ ଏହି ତାଲିକାରେ ସ୍ଥାନ...

ଇଣ୍ଡିଆନ ସୁପରଲିଗ୍‌: ବେଙ୍ଗାଲୁରୁଠାରୁ ହାରିଲା ଓଡ଼ିଶା ଏଫସି

ବେଙ୍ଗାଲୁରୁ, ୨୩।୧- ଶ୍ରୀ କାନ୍ତିରଭା ଷ୍ଟାଡିୟମରେ ବୁଧବାର ଅନୁଷ୍ଠିତ ଇଣ୍ଡିଆନ ସୁପରଲିଗ୍‌ (ଆଇଏସଏଲ) ମ୍ୟାଚରେ ଓଡ଼ିଶା ଏଫସି ୦-୩ ଗୋଲରେ ବେଙ୍ଗାଲୁରୁ ଏଫସି ନିକଟରୁ ହାରି...

୧୭ ବର୍ଷରୁ କମ୍‌ ମହିଳା ଫୁଟ୍‌ବଲ: ଭାରତ-ରୋମାନିଆ ମ୍ୟାଚ୍‌ ଡ୍ର

ନୂଆଦିଲ୍ଲୀ, ୧୭।୨ (ପି.ଟି.)- ତୁର୍କୀର ତର୍କଲର୍‌ଠାରେ ରବିବାର ଭାରତ ଓ ରୋମାନିଆ ମଧ୍ୟରେ ଅନୁଷ୍ଠିତ ୧୭ ବର୍ଷରୁ କମ୍‌ ମହିଳା ଫୁଟ୍‌ବଲ ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚ୍‌ ଡ୍ର’ରେ...

ବେଙ୍ଗଲ ଓ୍ବାରିୟର୍ସକୁ ପ୍ରଥମ ଟାଇଟଲ

ଅହମ୍ମଦାବାଦ, ୨୦ା୧୦ (ପି.ଟି.)-ବେଙ୍ଗଲ ଓ୍ବାରିୟର୍ସ ପ୍ରଥମ ଥର ପ୍ରୋ-କବାଡ଼ି ଲିଗ୍‌ (ପିକେଏଲ୍‌)ଟାଇଟଲ ହାସଲ କରିଛି। ଏଠାରେ ଶନିବାର ଅନୁଷ୍ଠିତ ଫାଇନାଲରେ ଦଳ ୩୯-୩୪ ପଏଣ୍ଟ ବ୍ୟବଧାନରେ...

ଇଣ୍ଡିଆନ ସୁପର ଲିଗ୍‌: ଡ୍ର’ରେ ଓଡ଼ିଶାର ଅଭିଯାନ ଶେଷ ମାନୁଏଲଙ୍କ ହ୍ୟାଟ୍ରିକ୍‌

ଭୁବନେଶ୍ୱର, ୨୪।୨(ସ୍ପୋଟର୍‌ସ ବ୍ୟୁରୋ)- ଚଳିତ ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ)ରେ ଓଡ଼ିଶା ଏଫ୍‌ସି ତା’ର ଶେଷ ତଥା ୧୮ତମ ମ୍ୟାଚ୍‌ ଅମୀମାଂସିତ ରଖି ଅଭିଯାନ ଶେଷ...

Leave a comment

Your email address will not be published. Required fields are marked *