Posted inଖେଳ

ଜାତୀୟ ଓପନ ଆଥଲେଟିକ୍ସ: ସେମିରେ ଦୂତୀ, ଅମିୟ

ଭୁବନେଶ୍ୱର, ୧୧।୧୦(କ୍ରୀଡ଼ା ପ୍ରତିନିଧି)- ରାଞ୍ଚିରେ ଗୁରୁବାରଠାରୁ ଆରମ୍ଭ ହୋଇଛି ଜାତୀୟ ଓପନ ଆଥଲେଟିକ୍ସ ଚାମ୍ପିୟନଶିପ୍‌ର ୫୯ତମ ସଂସ୍କରଣ। ପ୍ରଥମ ଦିବସରେ ଅନୁଷ୍ଠିତ ୧୦୦ ମିଟର ରେସ୍‌ରେ ଓଡ଼ିଶାର ଦୁଇ ତାରକା ଆଥଲେଟ୍‌ ଦୂତୀ ଚାନ୍ଦ ଓ ଅମିୟ କୁମାର ମଲିକ ସେମିଫାଇନାଲରେ ପ୍ରବେଶ କରିଛନ୍ତି। ହିଟ ନଂ- ୩ରେ ରେସ୍‌ କରିଥିବା ସ୍ପ୍ରିଣ୍ଟ କୁଇନ୍‌ ଦୂତୀ ୧୧.୫୫ ସେକେଣ୍ଡ ସମୟ ନେଇ ପ୍ରଥମସ୍ଥାନ ଅଧିକାର କରିଥିଲେ। ଟାଇମିଂ କ୍ଷେତ୍ରରେ ସେ କେବଳ ନିଜ ହିଟ୍‌ରେ ନୁହେଁ ୪ଟି ହିଟ୍‌ରେ ଭାଗ ନେଇଥିବା ୨୩ ପ୍ରତିଯୋଗୀଙ୍କୁ ପଛରେ ପକାଇଦେବାରେ ସକ୍ଷମ ହୋଇଛନ୍ତି। ଏହା ଏକ ଓପନ ପ୍ରତିଯୋଗିତା ହୋଇଥିବାରୁ ଦେଶ ବାହାରୁ ପ୍ରତିଯୋଗୀ ମଧ୍ୟ ଅଂଶଗ୍ରହଣ କରିଛନ୍ତି। ପ୍ରଦର୍ଶନରେ ମୁଁ ଖୁସି ଅଛି। ସେମିଫାଇନାଲ ଓ ଫାଇନାଲ ବେଳକୁ ଟାଇମିଂରେ ଅଧିକ ଉନ୍ନତି ଆଣିବାକୁ ଆଶା ରଖିଛି ବୋଲି ଜାତୀୟ ରେକର୍ଡର ଅଧିକାରିଣୀ ଦୂତୀ ପ୍ରକାଶ କରିଛନ୍ତି। ସେହିପରି ବେଶ୍‌ କିଛିଦିନ ଟ୍ରାକ୍‌ରୁ ଦୂରରେ ରହିଥିବା ଅମିୟ ପୁଣି ଚମକ ଦେଖାଇବା ଆରମ୍ଭ କରିଛନ୍ତି। ଜାତୀୟ ରେକର୍ଡର ଅଧିକାରୀ ଅମିୟ ହିଟ୍‌ ନଂ-୬ରେ ଦୌଡ଼ି ୧୦.୫୦ ସେକେଣ୍ଡ ସମୟ ନେଇ ପ୍ରଥମସ୍ଥାନ ଅଧିକାର କରିଛନ୍ତି। ଶୁକ୍ରବାର ସେମିଫାଇନାଲ ଓ ଫାଇନାଲ ଅନୁଷ୍ଠିତ ହେବ।


All Right Reserved By Dharitri.Com

Posted inଖେଳ View All

କମଳା ରଙ୍ଗର ହୋଇପାରେ ଭାରତୀୟ ଦଳର ନୂଆ ଜର୍ସି

ଲଣ୍ଡନ,୩।୬- କ୍ରିକେଟ ପ୍ରଶଂସକମାନେ ଚଳିତ ବିଶ୍ୱକପ୍‌ରେ ଭାରତୀୟ ଦଳର ଅଭିଯାନ ଆରମ୍ଭ ହେବାର ଅପେକ୍ଷା କରିଛନ୍ତି। ବିରାଟ କୋହଲିଙ୍କ ନେତୃତ୍ୱାଧୀନ ଦଳକୁ ଚଳିତ ଥର କେବଳ...

କାନାଡା ଓପନ ବ୍ୟାଡ୍‌ମିଣ୍ଟନ: କାଶ୍ୟପ ରନର୍ସ ଅପ୍‌

କାଲଗାରି,୮।୭- ପୂର୍ବତନ ରାଜ୍ୟଗୋଷ୍ଠୀ ଚାମ୍ପିୟନ ପାରୁପଲ୍ଲୀ କାଶ୍ୟପ ଚଳିତ କାନାଡା ଓପନ ୧୦୦ ବ୍ୟାଡ୍‌ମିଣ୍ଟନ ଟୁର୍ନାମେଣ୍ଟରେ ଉପବିଜେତା ଭାବେ ଅଭିଯାନ ଶେଷ କରିଛନ୍ତି। ୩ ଗେମ୍‌...

ସିବିଏସ୍‌ଇ କ୍ଲଷ୍ଟର ଆଥଲେଟିକ୍‌ ଚାମ୍ପିୟନଶିପ୍‌: ଶ୍ରେଷ୍ଠ ପ୍ରଦର୍ଶନ ସହ ଆଂଶିକାଙ୍କୁ ସ୍ବର୍ଣ୍ଣ ପଦକ

ଭୁବନେଶ୍ୱର, ୨।୧୦(କ୍ରୀଡ଼ା ପ୍ରତିନିଧି)-ଛତିଶଗଡ଼ର ରାୟପୁରଠାରେ ଅନୁଷ୍ଠିତ ସିବିଏସ୍‌ଇ କ୍ଲଷ୍ଟର ଆଥଲେଟିକ୍‌ ଚାମ୍ପିୟନଶିପ୍‌ରେ ଓଡ଼ିଶାର ଆଂଶିକା ରାଉତରାୟ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି। ୧୭ ବର୍ଷରୁ କମ୍‌...

ନିଜ ଗ୍ରାମ ସାନିଟାଇଜେଶନ କଲେ ଭୋକାନାଲ୍‌

ମୁମ୍ବାଇ, ୧୫ା୪ (ପି.ଟି.)-କୋଭିଡ୍‌-୧୯ର ମୁକାବିଲା ପାଇଁ ଅନେକ କ୍ରୀଡ଼ାବିତ୍‌ ସହାୟତାର ହାତ ବଢାଇଛନ୍ତି। କେତେଜଣ ଅର୍ଥ ଦାନ କରିଛନ୍ତି ତ ଅନ୍ୟ କେତେକ ଅତ୍ୟାବଶ୍ୟକ ସାମଗ୍ରୀ...

୪୯ ରନ୍‌ରେ ହିଁ ବ୍ୟାଟ ଟେକି ଅର୍ଦ୍ଧଶତକ ଖୁସି ମନାଇଲେ ଶ୍ରେୟାସ; ହସି ହସି ଗଡ଼ିଲେ କୋହଲି

ବିଶାଖାପାଟଣା,୧୯।୧୨- ଏଠାରେ ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ ଖେଳାଯାଇଥିବା ଦ୍ୱିତୀୟ ଦିନିକିଆ ମ୍ୟାଚ୍‌ରେ ଭାରତୀୟ ଦଳର ମଧ୍ୟକ୍ରମ ବ୍ୟାଟ୍ସମ୍ୟାନ୍‌ ଶ୍ରେୟାସ ଆୟାର ଏକ କୌତୂହଳପୂର୍ଣ୍ଣ ତ୍ରୁଟି କରିଛନ୍ତି। ସେ...

ଟେଷ୍ଟ ଫର୍ମାଟ ସବୁଠାରୁ ସ୍ବତନ୍ତ୍ର: ପୂଜାରା

ରାଜକୋଟ,୧୨।୧(ପି.ଟି.)- କ୍ରିକେଟର ପାରମ୍ଭରିକ ତଥା ସବୁଠାରୁ ଲମ୍ବା ଫର୍ମାଟ ରୂପ ପରିଗଣିତ ହେଉଥିବା ଟେଷ୍ଟ ହେଉଛି ସବୁଠାରୁ ସ୍ବତନ୍ତ୍ର। ଏହି ଫର୍ମାଟ ତା’ର ସ୍ଥିତି ବଜାୟ...

ଆମେଚର ଇଭେଣ୍ଟରେ ପେସାଦାର ବକ୍ସରଙ୍କୁ ଅନୁମତି

ନୂଆଦିଲ୍ଲୀ,୩୧।୮(ପି.ଟି.)- ବକ୍ସିଂ ଫେଡେରେଶନ ଅଫ୍‌ ଇଣ୍ଡିଆ (ବିଏଫ୍‌ଆଇ) ଏକ ନିର୍ଣ୍ଣାୟକ ନିଷ୍ପତ୍ତି ନେଇଛି। ଘରୋଇ ଆମେଚର ଇଭେଣ୍ଟରେ ପେସାଦାର ବକ୍ସରଙ୍କୁ ଅଂଶଗ୍ରହଣ କରିବା ପାଇଁ ତତ୍କାଳ...

ଦୀପ୍‌ଗ୍ରେସ୍‌ଙ୍କୁ ହକି ଇଣ୍ଡିଆ ପୁରସ୍କାର

ନୂଆଦିଲ୍ଲୀ, ୮ା୩ (ପି.ଟି.)- ରବିବାର ହକି ଇଣ୍ଡିଆ ବାର୍ଷିକ ପୁରସ୍କାର ପ୍ରଦାନ ଉତ୍ସବ ଏଠାରେ ରବିବାର ଅନୁଷ୍ଠିତ ହୋଇଯାଇଛି। ରାଣୀ ରାମପାଲ ଓ ମନ୍‌ପ୍ରୀତ ସିଂ...

Leave a comment

Your email address will not be published. Required fields are marked *