ଜିଏସ୍‌ଟି ରାଜସ୍ବ ବୃଦ୍ଧି ପାଇଁ ସରକାରଙ୍କ ଯୋଜନା

ନୂଆଦିଲ୍ଲୀ,୧୧-୧୦: କିଛି ମାସ ହେବ ସାମଗ୍ରୀ ଓ ସେବା ଟିକସ (ଜିଏସ୍‌ଟି) ବାବଦକୁ ଆଦାୟ ହେଉଥିବା ଟିକସ ଧାର୍ଯ୍ୟ ଲକ୍ଷ୍ୟଠାରୁ କମ୍‌ ରହୁଛି। ଏହା ସରକାରଙ୍କ ଲାଗି ଚିନ୍ତାର କାରଣ ପାଲଟିଛି। ପରୋକ୍ଷ ଟିକସ ସଂଗ୍ରହ କିଭଳି ବଢିବ ସେ ନେଇ ସରକାରଙ୍କ ପକ୍ଷରୁ ଯୋଜନା ଧାର୍ଯ୍ୟ ହୋଇଛି। ଜିଏସ୍‌ଟି ରାଜସ୍ବ ବଢାଇବା ଲାଗି ସରକାର ଏକ ନୂଆ କମିଟି ଗଠନ କରିଛନ୍ତି। ପରୋକ୍ଷ ଟିକସ ବୃଦ୍ଧି ଏବଂ ଟିକସ ପ୍ରସାଶନ ପ୍ରସଙ୍ଗ ନେଇ ବିଭିନ୍ନ ପଦକ୍ଷେପ ଉପରେ ଏହି କମିଟି ସରକାରଙ୍କୁ ପ୍ରସ୍ତାବ ହେବ। ପରୋକ୍ଷ ଟିକସ କ୍ଷେତ୍ରରେ ବିସ୍ତୃତ ସଂସ୍କାର ଉପରେ କମିଟି ବିଚାର କରିବ। ଏହା ଦ୍ୱାରା କମିଟି ଏକ ନିଷ୍କର୍ଷରେ ପହଞ୍ଚିବା ସହ ସରକାରଙ୍କୁ ପ୍ରସ୍ତାବ ରଖିବ ବୋଲି ସରକାରୀ ଅର୍ଡରରେ କୁହାଯାଇଛି।
ସାମଗ୍ରୀ ଓ ସେବା ଟିକସ ବ୍ୟବସ୍ଥାରେ ସିଷ୍ଟମେଟିକ ପରିବର୍ତ୍ତନ, ଚେକ୍‌ ଆଣ୍ଡ ବାଲାନ୍ସ, ବ୍ୟବସ୍ଥାର ଅପବ୍ୟବହାର, ସ୍ବେଚ୍ଛାକୃତ ଭାବେ ଅନୁପାଳନ ବଢାଇବା ଭଳି ବିଭିନ୍ନ ଦିଗକୁ କମିଟି ବିଚାର କରିବ। ଟିକସ ପରିସର ବଢାଇବା ଦିଗରେ କେଉଁ ସବୁ ପଦକ୍ଷେପ ନିଆଯିବା ଆବଶ୍ୟକ ତାକୁ ମଧ୍ୟ କମିଟି ତର୍ଜମା କରିବା ସହ ମତ ରଖିବ। ଏହାବାଦ ଆବଶ୍ୟକ ହେଲେ କୌଣସି ଆଇନରେ ପରିବର୍ତ୍ତନ, ଅନୁପାଳନ ମନିଟରିଂ, ଟିକସ ଠକେଇ ରୋକିବା, ଉନ୍ନତ ଡାଟା ଆନାଲିଟିକ୍ସ, ଜିଏସ୍‌ଟିରେ ଉନ୍ନତ ପ୍ରଶାସନିକ ବ୍ୟବସ୍ଥା ଉପରେ ମଧ୍ୟ ବିଚାର କରାଯିବ। କମିଟି ୧୫ ଦିନ ମଧ୍ୟରେ ଏହାର ପ୍ରଥମ ରିପୋର୍ଟ ଜିଏସ୍‌ଟି କାଉନସିଲ ସଚ୍ଚିବାଳୟକୁ ପ୍ରଦାନ କରିବା ନେଇ ଯୋଜନା ରହିଛି।
ସେପ୍ଟେମ୍ବର ମାସରେ ଜିଏସ୍‌ଟି ସଂଗ୍ରହ ୧୯ ମାସର ସର୍ବନିମ୍ନ ସ୍ତର ୯୧,୯୧୬ କୋଟି ଟଙ୍କାକୁ ଖସିଛି। ଲଗାତର ଭାବେ ଦୁଇ ମାସ ଲାଗି ଜିଏସ୍‌ଟି ସଂଗ୍ରହ ପରିମାଣ କମିଛି। ଅର୍ଥବ୍ୟବସ୍ଥାକୁ ତ୍ୱରାନ୍ବିତ କରିବା ଲାଗି ସରକାର କର୍ପୋରେଟ ଟିକସ ହ୍ରାସ କରିଛନ୍ତି। ଏହା ଦ୍ୱାରା ରାଜକୋଷକୁ ୧.୪୫ ଲକ୍ଷ କୋଟି ଟଙ୍କା କ୍ଷତି ହୋଇଛି। ସରକାର ଗଠନ କରିଥିବା ପ୍ୟାନେଲରେ ମହାରାଷ୍ଟ୍ର, ତାମିଲନାଡୁ, ଉତ୍ତର ପ୍ରଦେଶ, ପଶ୍ଚିମବଙ୍ଗ, ଏବଂ ପଞ୍ଜାବର ଜିଏସ୍‌ଟି କମିଶନରଙ୍କ ସମେତ ଜିଏସ୍‌ଟି ପ୍ରିନ୍ସପାଲ କମିଶନର ରାଜସ୍ବ ସଚିବ ରହିବେ। ପ୍ୟାନେଲରେ ଯୋଗଦେବା କିମ୍ବା ଲିଖିତ ଆକାରରେ ମତାମତ ଦେବାକୁ ରାଜ୍ୟଗୁଡିକୁ କୁହାଯାଇଛି।
ମୂଳ କମ୍ପାନୀର ବ୍ରାଣ୍ଡ ନାମ ଲୋଗୋ ବ୍ୟବହାର ଉପରେ ଲାଗିପାରେ ଟିକସ
ଦେଶର କେତେକ ବଡ କମ୍ପାନୀ ଓ ବିଦେଶୀ ବ୍ୟାଙ୍କଗୁଡିକ ଏବେ ଟିକସ ଅଧିକାରୀଙ୍କ ନଜରରେ । ଏମାନେ ସହାୟକ କମ୍ପାନୀ ଏବଂ ଭାରତୀୟ ୟୁନିଟଗୁଡିକୁ ମୂଳ କମ୍ପାନୀର ବ୍ରାଣ୍ଡ ନାମ ତଥା ଲୋଗୋ ବ୍ୟବହାର କରିବା ଲାଗି ଅନୁମତି ଦେଉଛନ୍ତି। ଏଭଳି କ୍ଷେତ୍ରରେ ବ୍ରାଣ୍ଡ ନା ଏବଂ ଲୋଗୋର ମୂଲ୍ୟାଙ୍କନ କରିବା ଲାଗି ମୂଳ କମ୍ପାନୀଙ୍କୁ ପରୋକ୍ଷ ଟିକସ ବିଭାଗ ପକ୍ଷରୁ କୁହାଯାଇଛି। ସହାୟକ କମ୍ପାନୀ ଏବଂ ଗ୍ରୁପ କମ୍ପାନୀଠାରୁ ଦେୟ ସଂଗ୍ରହ କରି ଏହା ଉପରେ ୧୮% ଜିଏସ୍‌ଟି ପ୍ରଦାନ କରିବାକୁ ପରୋକ୍ଷ ଟିକସ ବିଭାଗ ପକ୍ଷରୁ କୁହାଯାଇଛି।


All Right Reserved By Dharitri.Com

ରେନୋ ପକ୍ଷରୁ ଶୀତକାଳୀନ ସର୍ଭିସ କ୍ୟାମ୍ପ ଘୋଷଣା

ଭୁବନେଶ୍ୱର,୨୩-୧୧: ପ୍ରମୁଖ ଯାନ ନିର୍ମାତା କମ୍ପାନୀ ରେନୋ ଇଣ୍ଡିଆ ପକ୍ଷରୁ ଶୀତକାଳୀନ ସର୍ଭିସ କ୍ୟାମ୍ପ ସମ୍ପର୍କରେ ଘୋଷଣା କରାଯାଇଛି। ଚଳିତ ମାସ ୨୫ରୁ ଡିସେମ୍ବର ୧...

୪୦ ହଜାର ସ୍ତର ଟପିଲା ସେନ୍‌ସେକ୍ସ

ନୂଆଦିଲ୍ଲୀ, ୩୧।୧୦: ବୁଧବାର ଦେଶର ପୁଞ୍ଜି ବଜାରରେ କାରବାର ଉନ୍ନତ ସ୍ଥିତିରେ ରହିଥିବା ଜଣାପଡିଛି। ବମ୍ବେ ଷ୍ଟକ ଏକ୍ସଚେଞ୍ଜର ସେନସେକ୍ସ ଚଳିିତ ବର୍ଷ ଜୁଲାଇ ପରଠାରୁ...

ଏମ୍‌ଏସ୍‌ଏମ୍‌ଇ ପାଇଁ ଆସିପାରେ ଷ୍ଟ୍ରେସ୍‌ ଆସେଟ୍‌ ଫଣ୍ଡ

ନୂଆଦିଲ୍ଲୀ,୨୫-୧୨: ଦେଶର ଏମ୍‌ଏସ୍‌ଏମ୍‌ଇଗୁଡିକୁ ସହାୟତା କରିବା ଲାଗି ଏକ ଷ୍ଟ୍ରେସ ଆସେଟ୍‌ ଫଣ୍ଡ ସରକାର ଗଠନ କରିପାରନ୍ତି। ଏହାକୁ ୫୦୦୦ କୋଟି ଟଙ୍କା ପୁଞ୍ଜି ସହାୟତାରେ...

ହ୍ବିସିଲ ବ୍ଲୋୟର ମାମଲାରେ ସଲିଲ ପାରେଖଙ୍କୁ କ୍ଲିନଚିଟ୍‌

ନୂଆଦିଲ୍ଲୀ,୧୧-୧: ଇନଫୋସିସ ସିଇଓ ସଲିଲ ପାରେଖ ବିଭିନ୍ନ ବେଆଇନ କାର୍ଯ୍ୟକଳାପରେ ସାମିଲ ଥିବା ହ୍ବିସିଲବ୍ଲୋୟର ଅଭିଯୋଗ ଆଣିଥିଲେ। ସିଇଓ ପାରେଖ ଏବଂ ସିଏଫ୍‌ଓ ନିଲଞ୍ଜନ ରାୟଙ୍କ...

ଅଟୋ ଯନ୍ତ୍ରାଂଶ କ୍ଷେତ୍ରରେ ନିଯୁକ୍ତି ହରାଇଲେ ୧ ଲକ୍ଷ

ନୂଆଦିଲ୍ଲୀ,୭-୧୨: ଅଟୋ ଯନ୍ତ୍ରାଂଶ କ୍ଷେତ୍ରରେ ଗତ ବର୍ଷେ ମଧ୍ୟରେ ୧ ଲକ୍ଷ ଅସ୍ଥାୟୀ କର୍ମଚାରୀ ନିଯୁକ୍ତି ହରାଇଛନ୍ତି। ଅକ୍ଟୋବର ୨୦୧୮ ଠାରୁ ଚଳିତ ବର୍ଷ ଜୁଲାଇ...

ଏମ୍‌ଏସ୍‌ଏମ୍‌ଇଙ୍କୁ ମିଳିଗଲା ୪୦ହଜାର କୋଟି ବକେୟା

ନୂଆଦିଲ୍ଲୀ,୨୮-୯: ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ଶୁକ୍ରବାର ସମସ୍ତ ମନ୍ତ୍ରଣାଳୟ ଠାରୁ ଆସନ୍ତା ୪ ତ୍ରୈମାସ ବା ଏକ ବର୍ଷର ପୁଞ୍ଜିଗତ ବ୍ୟୟର ବିସ୍ତୃତ ଯୋଜନା ଉପସ୍ଥାପନ...

କଲ୍ୟାଣ ଜୁଏଲର୍ସ ପକ୍ଷରୁ ନୂଆ ଅଭିଯାନ

ଭୁବନେଶ୍ୱର, ୧୮-୪: କଲ୍ୟାଣ ଜୁଏଲର୍ସ ପକ୍ଷରୁ ଆକର୍ଷଣୀୟ ଅଫର ଘୋଷଣା କରାଯାଇଛି। ମାଗଣା ଗୋଲ୍ଡ କଏନ ଭାବେ ଶୋ’ରୁମ ପକ୍ଷରୁ ୩୦୦ କିଲୋ ପର୍ଯ୍ୟନ୍ତ ସୁନା...

କେନ୍ଦ୍ରକୁ ଶିବସେନାର ପରାମର୍ଶ;ଜେଟ୍‌ ଏୟାରଓ୍ବେଜ କର୍ମଚାରୀଙ୍କୁ ବଞ୍ଚାଅ

ମୁମ୍ବାଇ,୨୩-୪: ଜେଟ୍‌ ଏୟାରଓ୍ବେଜକୁ ଅଧିଗ୍ରହଣ କରି ଏହି ଏୟାରଲାଇନ କର୍ମଚାରୀଙ୍କୁ ବଞ୍ଚାଇବାକୁ ଶିବସେନା ଭାଜପା ନେତୃତ୍ୱାଧୀନ କେନ୍ଦ୍ର ସରକାରଙ୍କୁ ପରାମର୍ଶ ଦେଇଛି। ଦଳର ମୁଖପତ୍ର ‘ସାମ୍‌ନା’ର...

Leave a comment

Your email address will not be published. Required fields are marked *