ଶଶୁର ଘରେ ଜ୍ୱାଇଁଙ୍କ ମୃତ୍ୟୁ

ଔପଦା, ୧୦।୧୦(ଡି.ଏନ.ଏ.)-ଔପଦା ଥାନା ବଡ଼ପୋଖରୀ ପଞ୍ଚାୟତ ଅଘାଶୂଳ ଗ୍ରାମର ବୈକୁଣ୍ଠ ଦାସ (୩୫) ନାମକ ଯୁବକଙ୍କ ଶ୍ୱଶୁର ଘରେ ମୃତ୍ୟୁ ହୋଇଛି। ଶ୍ୱଶୁର ଘର ଲୋକଙ୍କ କହିବା ଅନୁସାରେ ବୈକୁଣ୍ଠ ଗତ ୭ତାରିଖ ସନ୍ଧ୍ୟାରେ ଖଇରା ଥାନା ରାଇକୁଳା ଗ୍ରାମସ୍ଥିତ ଶ୍ୱଶୁର ଘରେ ପହଞ୍ଚିଥିଲେ। ସେ ରାତି ପ୍ରାୟ ୧୨ଟା ବେଳେ ପରିସ୍ରା କରିବାକୁ ଉଠିଥିବା ବେଳେ ନିଜର ଦେହହାତ ଜଳାପୋଡ଼ା ହେଉଥିବା କହିଥିଲେ। ତାଙ୍କୁ ସଙ୍ଗେ ସଙ୍ଗେ ମାର୍କୋଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏ ନେଇ ସିମୁଳିଆ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହେବା ସହ ଶବକୁ ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ପରେ ପରେ ଶୋକାକୁଳ ପରିବେଶରେ ଶବ ସତ୍କାର କରାଯାଇଥିଲା।


All Right Reserved By Dharitri.Com

ପରାଜୟର ମାନସ ମନ୍ଥନ କଲା ଗଞ୍ଜାମ କଂଗ୍ରେସ

ବ୍ରହ୍ମପୁର ଅଫିସ,୨୪ା୬-ସାଧାରଣ ନିର୍ବାଚନର ଅଢ଼େଇ ମାସ ଓ ଫଳାଫଳ ଘୋଷଣାର ମାସେ ପୂରିବା ଦିନ ରବିବାର ଦଳର ଶୋଚନୀୟ ପରାଜୟ ନେଇ ମାନସ ମନ୍ଥନ କରିଛି...

ପୋଖରୀ କାମରେ ଅନିୟମିତତା ଅଭିଯୋଗ: ପ୍ରତିବାଦରେ କନିଷ୍ଠ ଯନ୍ତ୍ରୀଙ୍କ ଅଫିସ ଘେରାଉ

କୋକସରା,୬।୬(ଡି.ଏନ.ଏ.): କଳାହାଣ୍ଡି ଜିଲା କୋକସରା ପଦ୍ମ ସାରର ପୋଖରୀ ପଙ୍କ ଉଦ୍ଧାର ଓ ମାଟି କାମ କ୍ଷୁଦ୍ର ଜଳସେଚନ ଓ ଅଣୁ ବିଭାଗ ଦ୍ୱାରା ଚାଲିଛି...

କାମ ଦେବା ନଁ।ରେ ମହିଳାଙ୍କୁ ବଳାତ୍କାର ଉଦ୍ୟମ ଘଟଣା: ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଜିଲାପାଳ,ଏସ୍‌ପିଙ୍କ ଦ୍ୱାରସ୍ଥ ହେଲେ ଗ୍ରାମବାସୀ

  ଗଞ୍ଜାମ,୧ା୬(ଡି.ଏନ.ଏ.)- ଗଞ୍ଜାମ ସହରସ୍ଥିତ ଗ୍ରାସୀମ ଇଣ୍ଡଷ୍ଟ୍ରିଜରେ କାର୍ଯ୍ୟରତ ମୁଖ୍ୟ ସୁରକ୍ଷା ଅଧିକାରୀ ସଞ୍ଜୟ କୁମାର ଦାସ ସ୍ଥାନୀୟ ଅଞ୍ଚଳର ଜଣେ ବିବାହିତା ମହିଳାଙ୍କୁ କାମ...

ତଳେ ବସି ପ୍ରବେଶିକା ପରୀକ୍ଷା ଦେଲେ ଛାତ୍ରୀଛାତ୍ର

ତେଲକୋଇ, ୧୨।୧(ଡି.ଏନ.ଏ.)-ତେଲକୋଇ ଉଚ୍ଚ ବିଦ୍ୟାଳୟରେ ଶନିବାର ବ୍ଲକସ୍ତରୀୟ ୫ମ ଶ୍ରେଣୀ ଛାତ୍ରୀଛାତ୍ରଙ୍କ ପ୍ରବେଶିକା ପରୀକ୍ଷା ହୋଇଛି। ଏଥିରେ ବ୍ଲକର ୪୭୯ ଜଣ ଛାତ୍ରୀଛାତ୍ର ସାମିଲ ହୋଇଥିଲେ...

ନିଶା ଖୁଆଇ ଯୁବକଙ୍କୁ ଲୁଟ୍‌: ରାସ୍ତାକଡ଼ରେ ଫୋପାଡ଼ି ଚାଲିଗଲେ

ଧର୍ମଶାଳା ୨ା୨(ଡିଏନ୍‌ଏ) ଧର୍ମଶାଳା ଥାନା ସାନ ବାଲିକୁଦା ଗ୍ରାମର କେଦାରନାଥ ଜେନା ଅନୁଗୋଳରୁ ଘରକୁ ଫେରୁଥିବାବେଳେ ତାଙ୍କୁ ବାଟରେ ଲୁଟେରା ଚା’ରେ ନିଶା ଦେଇ ଲୁଟ...

କରୋନାକୁ ହରାଇବା ପାଇଁ ସମସ୍ତେ ମାସ୍କ ପିନ୍ଧିବାକୁ ଆହ୍ବାନ ଦେଲେ ଡିଜିପି

କଟକ ଅଫିସ,୨୮ା୫: କରୋନାକୁ ହରାଇବା ପାଇଁ ସମସ୍ତେ ମାସ୍କ ପିନ୍ଧନ୍ତୁ ବୋଲି ଗୁରୁବାର ରାଜ୍ୟବାସୀଙ୍କୁ ଆହ୍ବାନ ଦେଇଛନ୍ତି ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ଅଭୟ। ଟୁଇଟ୍‌ରେ ସେ...

ଗ୍ରାହକ ସେବା କେନ୍ଦ୍ରରେ ଟଙ୍କା ଆତ୍ମସାତ୍‌ ଘଟଣା:ସିଏସ୍‌ପି ମୁଖ୍ୟ ଗିରଫ

ନୂଆପଡା ଅଫିସ,୧୭ା୮ ଏସ୍‌ବିଆଇର ଗ୍ରାହକ ସେବା କେନ୍ଦ୍ରରେ ଚଞ୍ଚକତା କରି କୋଟି କୋଟି ଟଙ୍କା ଆତ୍ମସାତ କରାଯାଉଛି ା ଗ୍ରାହକଙ୍କ ଏପରି ଅଭିଯୋଗ ପରେ ଜଣେ...

ନେତାଜୀ ଜୟନ୍ତୀରେ ଗଣଦୌଡ଼

ଖଇରା, ୨୪।୧(ଡି.ଏନ.ଏ.)-ନେତାଜୀ ଜୟନ୍ତୀ ଉପଲକ୍ଷେ ବାଲେଶ୍ୱର ଜିଲା ଖଇରା ବ୍ଲକ ଅଧୀନ ଗଣ୍ଡିବେଡ ବଜାରରେ ଗୁରୁବାର ଗଣଦୌଡ ଆୟୋଜନ କରାଯାଇଥିଲା। ଏଥିରେ ଖଇରା ବ୍ଲକର ୩୭...

Leave a comment

Your email address will not be published. Required fields are marked *