ପାଣିଟାଙ୍କିରୁ ନାବାଳକଙ୍କ ମୃତଦେହ ଉଦ୍ଧାର, ନିଶା ସେବନ କରିଥିବାରୁ ଖସି ପଡ଼ିଥିବା ସନ୍ଦେହ

ଭୁବନେଶ୍ୱର,୧୦।୧୦(ବ୍ୟୁରୋ): ସ୍ଥାନୀୟ ଖାରବେଳ ନଗର ଥାନା ଅନ୍ତର୍ଗତ ୟୁନିଟ-୯, ପ୍ଲଟ ନଂ-୧୨୯ରେ ଥିବା ଏକ ପାଣିଟାଙ୍କିରୁ ଗୁରୁବାର ଜଣେ ନାବାଳକଙ୍କ ମୃତଦେହକୁ ଖାରବେଳ ନଗର ପୋଲିସ ଉଦ୍ଧାର କରିଛି। ସେ ହେଲେ ତିର୍ଜକ ତେଜର ଜେନା(୧୨)। ମୃତ୍ୟୁର କାରଣ ସ୍ପଷ୍ଟ ହୋଇନାହିଁ। ହେଲେ ପ୍ରାଥମିକ ତଦନ୍ତରୁ ନିଶା ଖାଇଥିବା ଯୋଗୁ ପାଣିଟାଙ୍କିରେ ପଡ଼ି ଅଣନିଶ୍ୱାସୀ ହୋଇ ତାଙ୍କ ମୃତ୍ୟୁ ଘଟିଥିବା ପୋଲିସ ସନ୍ଦେହ କରୁଛି।

ସୂଚନାନୁଯାୟୀ, ତିର୍ଜକ ସକାଳେ ପେଟ୍ରୋଲ ବୋତଲ ହାତରେ ଧରି ଛାତ ଉପରକୁ ଯାଇଥିଲେ। କିଛି ସମୟ ପରେ ଘର କାମ କରିବା ସମୟରେ ଟ୍ୟାପ୍‌ରୁ ବାହାରୁଥିବା ପାଣି ପେଟ୍ରୋଲ ବାସ୍ନା ହୋଇଥିଲା। ଫଳରେ ପରିବାରଲୋକେ ପାଣିଟାଙ୍କିରେ କିଭଳି ପେଟ୍ରୋଲ ମିଶିଲା ତାହା ଜାଣିବା ଲାଗି ଯାଇଥିଲେ। ସେଠାରେ ତିର୍ଜକଙ୍କ ମୃତଦେହ ଭାସୁଥିବା ଦେଖିବାକୁ ମିଳିଥିଲା। ଏନେଇ ପୋଲିସକୁ ଖବର ଦିଆଯାଇଥିଲା। ପୋଲିସ ସେଠାରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ଲାଗି କ୍ୟାପିଟାଲ ହସ୍ପିଟାଲକୁ ପଠାଇଛି।


All Right Reserved By

ସଂସ୍କୃତରେ ଶପଥ ନେଲେ ପ୍ରତାପ ଷଡ଼ଙ୍ଗୀ

ଭୁବନେଶ୍ୱର, ୧୭।୬(ବ୍ୟୁରୋ): ସୋମବାରଠାରୁ ଆରମ୍ଭ ହୋଇଛି ସପ୍ତଦଶ ଲୋକସଭାର ପ୍ରଥମ ଅଧିବେଶନ। ନୂଆ ସଦସ୍ୟଙ୍କୁ ଶପଥ ପାଠ କରାଉଛନ୍ତି ଅନ୍ତରୀଣ ବାଚସ୍ପତି ବୀରେନ୍ଦ୍ର କୁମାର। ପ୍ରଥମେ...

କୋହଳ ହେଲା ନିୟମ : ପୋଲିସ ଗାଡ଼ିର ତଥ୍ୟ ଓ୍ବେବ୍‌ସାଇଟ୍‌ରେ ରହିବ

ଭୁବନେଶ୍ୱର,୯ା୯(ବ୍ୟୁରୋ) : ପୋଲିସ ଗାଡ଼ିର କାଗଜପତ୍ର ଠିକ୍‌ ନ ଥାଇ ଲୋକଙ୍କଠାରୁ ୧୦ଗୁଣା ଜରିମାନା ଆଦାୟ କରାଯାଉଛି। ଏହାକୁ ଲୋକେ ସହଜରେ ଗ୍ରହଣ କରୁ ନ...

ପୁରୀରେ ଡବଲ ଏନ୍‌କାଉଣ୍ଟର: ଦୁର୍ଦ୍ଦାନ୍ତ ଅପରାଧୀ ବିଶୁ, ଟିକି ଆହତ

ପୁରୀ ଅଫିସ,୧୦।୯: ପୁରୀରେ ଡବଲ ଏନ୍‌କାଉଣ୍ଟର ହୋଇଛି। ସୋମବାର ଦୁଇଟି ପୃଥକ ସ୍ଥାନାରେ ଏନ୍‌କାଉଣ୍ଟର ହୋଇଥିବା ବେଳେ ୨ ଦୁର୍ଦ୍ଦାନ୍ତ ଅପରାଧୀ ଆହତ ହୋଇଛନ୍ତି। ସେମାନେ...

ଛାନୁଆ ଗାଁ ରାସ୍ତାରେ ଆଣ୍ଠୁଏ ପାଣି: ଦୁର୍ଦ୍ଦଶା ଭୋଗୁଛନ୍ତି ଶହେ ପରିବାର

ରୂପ୍‌ସା, ୨।୯(ଡି.ଏନ.ଏ.)-ବାଲେଶ୍ୱର ସଦର ବ୍ଲକ ଅନ୍ତର୍ଗତ ଛାନୁଆ ପଞ୍ଚାୟତର ୧୧ନଂ. ୱାର୍ଡ଼ ଛାନୁଆ ଗାଁ ରାସ୍ତାରେ ବର୍ଷା ଜଳ ଜମି ରହିବା ଯୋଗୁ ପରିସ୍ଥିତି ବେହାଲ...

ଓଡ଼ିଶାର ଗଣପର୍ବ

ବନସ୍ତେ ଡାକିଲା ଗଜ ବରଷକେ ଥରେ ଆସିଛି ରଜଲୋ ଘେନି ନୂଆ ସଜବାଜ….।“ଭାରତ ପଲ୍ଲୀପ୍ରଧାନ ରାଷ୍ଟ୍ର। ପଲ୍ଲୀ ହେଉଛି ତା’ର ଜୀବନ। ଏକଦା ପଲ୍ଲୀସଂସ୍କୃତି ଥିଲା...

ଜାମିନ ପାଇଁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ଆଶୀର୍ବାଦ

କଟକ ଅଫିସ,୧୫ା୧୦: ଅର୍ଥତତ୍ତ୍ବ(ଏଟି) ଚିଟ୍‌ଫଣ୍ଡ ମାମଲାରେ ସିବିଆଇ ଦ୍ୱାରା ଗିରଫ ହୋଇଥିବା ଓଡ଼ିଶା କ୍ରିକେଟ୍‌ ଆସୋସିଏଶନ(ଓସିଏ)ର ପୂର୍ବତନ ସମ୍ପାଦକ ଆଶୀର୍ବାଦ ବେହେରା ଜାମିନ ପାଇଁ ସୋମବାର...

ବେଆଇନ ଗୋଚାଲାଣ, ୭ ଗିରଫ

ଖଲ୍ଲିକୋଟ,୨୭।୭(ଡି.ଏନ.ଏ.)- ଖଲ୍ଲିକୋଟ ପୋଲିସ ଶନିବାର ଏକ ଟ୍ରକରେ ଗୋରୁ ଚାଲାଣ ବେଳେ ୧୭ ଗୋରୁ ଉଦ୍ଧାର କରିବା ସହ ଟ୍ରକ ଜବତ କରିଛି। ଏହି ଘଟଣାରେ...

ଉପ ଶାସନ ସଚିବଙ୍କୁ ସିଧା ଫାଇଲ ଦେବେ ଏଏସ୍‌ଓ

ଭୁବନେଶ୍ୱର,୧୦ା୧୦(ବ୍ୟୁରୋ): ସଚିବାଳୟରେ କାର୍ଯ୍ୟରତ ସହକାରୀ ଉପବିଭାଗ ଅଧିକାରୀ(ଏଏସ୍‌ଓ) ଫାଇଲ କାର୍ଯ୍ୟ ସମାପ୍ତ କରି ଉପବିଭାଗ ଅଧିକାରୀ(ଏସ୍‌ଓ) ଏବଂ ଡେସ୍କ ଅଫିସର(ଡିଓ)ଙ୍କୁ ଦାଖଲ କରିବେ ନାହିଁ। ଏଏସ୍‌ଓମାନେ...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *