Posted inଫୁରସତ

୧୯ ବର୍ଷ ପୂର୍ବର ପେଣ୍ଟିଂ, ବିକ୍ରି ହେଲା ୧୭୭ କୋଟିରେ

ଜାପାନର ଜଣେ ଲୋକପ୍ରିୟ ଚିତ୍ରକାର ୟୋଶୋତୋମୋ ୨୦୦୦ ମସିହାରେ ଏକ କାର୍ଟୁନ ଗର୍ଲ ପେଣ୍ଟିଂ(ଫଟୋଚିତ୍ର) ତିଆରି କରିଥିଲେ। ନିକଟରେ ହଂକଂର ମଡେନଷ୍ଟିକ୍‌ କନ୍‌ଭେନ୍‌ଶନ ସେଣ୍ଟରରେ ଏହା ନିଲାମ ହୋଇଛି। ଅତି ସାଧାସିଧା ଦେଖାଯାଉଥିଲେ ମଧ୍ୟ ଏହା ୧୭୭ କୋଟି ଟଙ୍କାରେ ବିକ୍ରି ହୋଇଛି। ୟୋଶୋତୋମୋଙ୍କ ଦ୍ୱାରା ତିଆରି ହୋଇଥିବା ଏହା ସବୁଠାରେ ମହଙ୍ଗା ପେଣ୍ଟିଂ। ‘ନାଇଫ ବିହାଇଣ୍ଡ ବ୍ୟାକ୍‌’ ନାମକ ଏହି ପେଣ୍ଟିଂକୁ କିଣିବା ପାଇଁ ୬ଜଣ ନିଲାମଧାରୀ ନିଲାମ ଡାକିଥିଲେ। ଖାସ୍‌ କଥା ହେଲା ମାତ୍ର ୧୦ ମିନିଟରେ ଏହି ନିଲାମ ଡ଼କା ଶେଷ ହୋଇ ଏହା ବିକ୍ରି ହୋଇଥିଲା। ପୂର୍ବରୁ ମଧ୍ୟ ୟୋଶୋତୋମୋ ଏମିତି ଅନେକ ପେଣ୍ଟିଂ କରିଛନ୍ତି ଯାହାକି ଖୁବ୍‌ ଚର୍ଚ୍ଚାରେ ରହିଛି। ୧୯୯୧ରେ ସେ ଏପରି ଏକ ପେଣ୍ଟିଂ କରିଥିଲେ ଯେଉଁଥିରେ, ଜଣେ ଝିଅ ହାତରେ ଛୁରି ଧରିଥିଲା। ଏହାକୁ ସନ୍‌ ଫ୍ରାନ୍‌ସିସ୍‌କୋରେ ପ୍ରଦର୍ଶିତ କରାଯାଇଥିଲା। ସେହିପରି ୧୯୯୯ରେ ‘ସ୍ଲିପ୍‌ନେସ୍‌ ନାଇଟ୍‌(କ୍ୟାଟ)’ ଶୀର୍ଷକ ଆଉ ଏକ ଝିଅର ପେଣ୍ଟିଂ ତିଆରି କରିଥିଲେ। ଯାହାକି ପ୍ରାୟ ୩୧ କୋଟି ଟଙ୍କାରେ ବିକ୍ରି ହୋଇଥିଲା। ତାଙ୍କ ପେଣ୍ଟିଂ ଲୋକଙ୍କ ମଧ୍ୟରେ ଖୁବ୍‌ ଲୋକପ୍ରିୟ।


All Right Reserved By Dharitri.Com

ଶିବରାତ୍ରୀରେ ମହାଦେବଙ୍କୁ ଜଳ ଲାଗି କରନ୍ତି ମୁସଲମାନ୍‌ ମହିଳା…

ଭାରତରେ ଭିନ୍ନତା ମଧ୍ୟରେ ସବୁବେଳେ ଏକତା ଦୃଷ୍ଟିଗୋଚର ହୋଇଥାଏ। ଭାଇଚାରା ଏବଂ ସାମ୍ପ୍ରଦାୟିକ ସଦ୍‌ଭାବ ହିଁ ଭାରତୀୟଙ୍କୁ ଏକାଠି ରଖିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ।...

ଗୋଟିଏ ଅକ୍ଷର ଭୁଲ ହେତୁ ଗନ୍ତବ୍ୟସ୍ଥଳରୁ ୧୪୦୦ କିମି ଦୂର ପହଞ୍ଚିଲେ ବୃଦ୍ଧ

ଆମମାନଙ୍କ ଦ୍ୱାରା ହେଉଥିବା ଛୋଟଛୋଟ ଭୁଲ ପାଇଁ ଅନେକ ସମୟରେ ପସ୍ତାଇବାକୁ ପଡିଥାଏ। ପୁଣି କେତେବେଳେ ଏହି ଛୋଟ ଭୁଲ ଆମକୁ ସମସ୍ୟା ଭିତରକୁ ଟାଣି...

ଏଠାରେ ଦ୍ୱିତୀୟ, ତୃତୀୟ ବିବାହ କଲେ ମିଳୁଛି ଅଫର୍‌

ଇସଲାମାବାଦ,୧୭।୧: ବିବାହ ସିଜିନ୍‌କୁ ଲକ୍ଷ୍ୟ କରି ପାକିସ୍ତାନରେ ଏକ ମଣ୍ଡପ ମାଲିକ ଗ୍ରାହକଙ୍କୁ ଜବରଦସ୍ତ ଅଫର୍‌ ଘୋଷଣା କରିଛନ୍ତି। ସବୁଠୁ ରୋଚକ କଥା ହେଉଛି ଏହି...

ଗରମରୁ ବଞ୍ଚିବା ପାଇଁ କାରରେ ଗୋବର ବୋଳିଲେ ମାଲିକ

ମେ’ମାସ ଶେଷ ହେବାକୁ ଆସୁଥିବା ବେଳେ ଦିନକୁ ଦିନ ତାପମାତ୍ରା ବଢ଼ିବାରେ ଲାଗିଛି। ତେବେ ଏହି ଭୀଷଣ ଗରମ ପାଇଁ ପଶ୍ଚିମ ଓ ଉତ୍ତର ଭାରତରେ...

ଭାରତର ସବୁଠୁ ବଡ଼ ଲୁଣ ମରୁଭୂମି

ସାଧାରଣତଃ ମରୁଭୂମି କହିଲେ ବିସ୍ତୀର୍ଣ୍ଣ ବାଲି, ବିଭିନ୍ନ ପ୍ରକାର କଣ୍ଟାଗଛ ଏବଂ ଓଟ ବାସ କରୁଥିବା ସ୍ଥାନକୁ ବୁଝାଇଥାଏ। ମାତ୍ର ଭାରତରେ ଏମିତି ଏକ ମରୁଭୂମି...

ପ୍ଲାଷ୍ଟିକର ପଞ୍ଝାରେ ପାଣି, ପବନ ଓ ପ୍ରାଣୀ

ସିଙ୍ଗଲ ୟୁଜଡ୍‌ ପ୍ଲାଷ୍ଟିକର ସଙ୍କଟ ଘନେଇ ଆସୁଛି। ତା’ ପୂର୍ବରୁ ସାରା ବିଶ୍ୱ ସଚେତନ ହେବାରେ ଲାଗିଛି। ହେଲେ ଯେଉଁ ହାରରେ ଏହାର ବ୍ୟବହାର ପୂର୍ବରୁ...

ଏମିତି ଏକ ମନ୍ଦିର, ଯେଉଁଠି ହ୍ବେଲ୍‌ ମାଛର କଣ୍ଟାକୁ କରାଯାଏ ପୂଜା

ଭାରତରେ ଦେବୀଦେବତାଙ୍କର ଅନେକ ମନ୍ଦିର ରହିଛି। କିନ୍ତୁ କିଛି ମନ୍ଦିର ବିଷୟରେ ଶୁଣିଲେ ଆଶ୍ଚର୍ଯ୍ୟ ଲାଗେ। ଏଭଳି ଏକ ମନ୍ଦିର ରହିଛି ଗୁଜରାଟର ମଗୋଦ ଡୁଙ୍ଗରି...

ପ୍ରଥମ ରୋଜଗାର ଟଙ୍କାରେ କରଜ ଶୁଝିଥିଲି: ନାଟ୍ୟକାର ସୁବୋଧ ପଟ୍ଟନାୟକ

ନାଟ୍ୟକାର ତଥା ନାଟ୍ୟ ନିର୍ଦ୍ଦେଶକ ସୁବୋଧ ପଟ୍ଟନାୟକ ନିଜ ପ୍ରଥମ ରୋଜଗାର ସମ୍ପର୍କରେ ଯାହା କୁହନ୍ତି… ମୋ ଜନ୍ମ ଗଞ୍ଜାମ ଜିଲାର ଛତ୍ରପୁରରେ। ବାପା ଥିଲେ...

Leave a comment

Your email address will not be published. Required fields are marked *