Posted inଜାତୀୟ

ସୀତାରାମନଙ୍କୁ ଘେରିଲେ ପିଏମ୍‌ସି ବ୍ୟାଙ୍କ୍‌ ଖାତାଧାରୀ: କହିଲେ, ଆମ ଟଙ୍କା ଦିଅ

ମୁମ୍ବାଇ,୧୦।୧୦: ପଞ୍ଜାବ ଓ ମହାରାଷ୍ଟ୍ର ସମବାୟ (ପିଏମ୍‌ସି) ବ୍ୟାଙ୍କ ଦୁର୍ନୀତି ମାମଲାକୁ ନେଇ ବ୍ୟାଙ୍କ୍‌ର ଖାତାଧାରୀମାନେ ଚିନ୍ତାରେ ପଡିଛନ୍ତି । ଗୁରୁବାର କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନଙ୍କୁ ଘେରିଛନ୍ତି ପିଏମ୍‌ସି ବ୍ୟାଙ୍କ୍‌ ଖାତାଧାରୀ। ସୀତାରାମନ ମୁମ୍ବାଇର ନରୀମାନ ପଏଣ୍ଟରେ ଥିବା ଭାଜପା ଅଫିସକୁ ଆସିଥିବାବେଳେ ତାଙ୍କୁ ଘେରିଯାଇ ଆମ ଟଙ୍କା ଫେରସ୍ତ ଦିଅ ବୋଲି ନାରା ଦେଇଥିଲେ। ପୂର୍ବରୁ ମଧ୍ୟ ବ୍ୟାଙ୍କର ଖାତାଧାରୀମାନେ ଟଙ୍କା ଫେରସ୍ତକୁ ନେଇ ବ୍ୟାଙ୍କ୍‌ ଏବଂ କୋର୍ଟ ଆଗରେ ବିରୋଧ ପ୍ରଦର୍ଶନ କରିଥିଲେ। ସୂଚନାଯୋଗ୍ୟ, ମୁମ୍ବାଇ ପୋଲିସର ଅଭିଯୋଗକୁ ଭିତ୍ତିକରି ବ୍ୟାଙ୍କ ଅଧିକାରୀଙ୍କ ବିରୋଧରେ ପ୍ରବର୍ତ୍ତନ ନିର୍ଦେଶାଳୟ ଏନଫୋର୍ସମେଣ୍ଟ କେସ୍‌ ଇନଫରମେସନ ରିପୋର୍ଟ ରେଜିଷ୍ଟ୍ରି କରିଛି। ଏଥିରେ ୬୫୦୦ କୋଟି ଟଙ୍କାର ଠକେଇ ହୋଇଥିବା ଅଭିଯୋଗ ହୋଇଛି।


All Right Reserved By

ପ୍ରଶଂସା କଲେ ଜନାର୍ଦ୍ଦନ

ନୂଆଦିଲ୍ଲୀ,୬ା୮ (ଆଇଏଏନ୍‌ଏସ୍‌)- ଅନୁଚ୍ଛେଦ ୩୭୦ ଉଚ୍ଛେଦକୁ କଂଗ୍ରେସ ବିରୋଧ କରୁଥିବାବେଳେ ଦଳର ବରିଷ୍ଠ ନେତା ଜନାର୍ଦ୍ଦନ ଦ୍ୱିବେଦୀ କେନ୍ଦ୍ର ସରକାରଙ୍କ ଏହି ପଦକ୍ଷେପକୁ ପ୍ରଶଂସା କରିଛନ୍ତି।...

ଓ୍ବର୍ଲିରୁ ଲଢ଼ିବେ ଆଦିତ୍ୟ

ମୁମ୍ବାଇ,୩୦ା୯: ମହାରାଷ୍ଟ୍ର ବିଧାନସଭା ଲାଗି ଭାଜପା-ଶିବସେନା ମଧ୍ୟରେ ଆସନ ବୁଝାମଣା ଚୂଡାନ୍ତ ହୋଇ ନ ଥିବାବେଳେ ଶିବସେନା ପକ୍ଷରୁ ଟିକେଟ ବଣ୍ଟନ ଆରମ୍ଭ ହୋଇଯାଇଛି। ଦଳର...

ପିଆଜ ରପ୍ତାନୀ ଉପରେ ରୋକ: ଦାମ୍‌ ନିୟନ୍ତ୍ରଣ ପାଇଁ ସରକାରଙ୍କ ମାଷ୍ଟର ଷ୍ଟ୍ରୋକ୍‌

ନୂଆଦିଲ୍ଲୀ,୨୯।୯: ଦେଶରେ ପିଆଜ ଦାମ୍‌ ହୁ ହୁ ହୋଇ ବଢ଼ିଚାଲିଛି। ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାରଙ୍କ ପକ୍ଷରୁ ପିଆଜ ରପ୍ତାନୀ ଉପରେ ରୋକ ଲଗାଯାଇଛି।...

ଅଧାରେ ରହିଗଲା ଦୁବାଇ ସ୍ବପ୍ନ: ନଦୀରେ ବୁଡି ଯୁବକଙ୍କ ମୃତ୍ୟୁ

ଅମରାବତୀ,୨୩।୯: ସୋସିଆଲ ମିଡିଆରେ ଟିକ୍‌ଟକ୍‌ ଭିଡିଓର ଏବେ ଟ୍ରେଣ୍ଡ ଚାଲିଥିବା ବେଳେ ଏଥିଯୋଗୁ କେତେକଙ୍କ ଜୀବନ ମଧ୍ୟ ଯାଇସାରିଲାଣି। ହେଲେ କାହାରିବି ଚେତା ପଶୁନି। କିଛି...

ନିଜ ହେଲିକପ୍ଟରକୁ ଖସାଇଥିଲା ଆଇଏଏଫ୍‌

ନୂଆଦିଲ୍ଲୀ,୨୫ା୫: ପୁଲ୍‌ଓ୍ବାମା ଆକ୍ରମଣ ପରେ ପାକିସ୍ତାନର ବାଲାକୋଟ୍‌ ଶିବିରରେ ଭାରତୀୟ ବାୟୁସେନା (ଆଇଏଏଫ୍‌) ପକ୍ଷରୁ କରାଯାଇଥିବା ଏୟାର୍‌ଷ୍ଟ୍ରାଇକ୍‌ରେ ୩୫୦ରୁ ଊର୍ଦ୍ଧ୍ୱ ଆତଙ୍କବାଦୀ ନିହତ ହୋଇଥିବା ଦାବି...

ଏଲ୍‌ଓସିରେ ଯବାନ ଶହୀଦ

ଜମ୍ମୁ,୧୨ା୧୦(ପି.ଟି.): ଜମ୍ମୁ-କଶ୍ମୀର ସଂଲଗ୍ନ ନିୟନ୍ତ୍ରଣରେଖା (ଏଲ୍‌ଓସି)ରେ ପାକିସ୍ତାନ ଶୁକ୍ରବାର ପୁଣି ଅସ୍ତ୍ରବିରତି ଉଲ୍ଲଂଘନ କରିଛି। ଏଥିରେ ଜଣେ ଯବାନ ଶହୀଦ ଓ ଦୁଇ ଆହତ ହୋଇଛନ୍ତି।...

‘ମାରବତ ଫେଷ୍ଟିଭାଲ’ରେ ପାକିସ୍ତାନକୁ ଟାର୍ଗେଟ କଲେ ସାଧାରଣ ଜନତା

ନାଗପୁର,୩୧।୮: ମହାରାଷ୍ଟ୍ରର ନାଗପୁରରେ ଶନିବାର ‘ମାରବତ ଫେଷ୍ଟିଭାଲ’ ଧୁମ୍‌ଧାମ୍‌ରେ ପାଳନ କରାଯାଇଛି। ଏହି ନିଆର ପର୍ବ ନାଗପୁରର ଏକ ସ୍ବତନ୍ତ୍ର ପରିଚୟ ବୋଲି କୁହାଯାଏ। ଚଳିତ...

ଅଣ-ଗାନ୍ଧୀ ପରିବାର ବ୍ୟକ୍ତିଙ୍କୁ କଂଗ୍ରେସ ଅଧ୍ୟକ୍ଷ କରାଯାଉ: ମଣିଶଙ୍କର

ନୂଆଦିଲ୍ଲୀ, ୨୩।୬: କଂଗ୍ରେସ ଅଧ୍ୟକ୍ଷ ପଦରେ ରାହୁଲ ଗାନ୍ଧୀ ରହିବେ କି ନାହିଁ ତାକୁ ନେଇ ଅନିଶ୍ଚିତତା ଲାଗି ରହିଥିବାବେଳେ ଦଳର ବରିଷ୍ଠ ନେତା ମଣିଶଙ୍କର...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *