ସରକାରୀ ଜାଗାରେ ଦୋକାନ ନିର୍ମାଣ : ତାଲା ପକାଇଲେ ଲୋକେ

ରାୟଗଡ଼ା ଅଫିସ,୧୦।୧୦ : ରାୟଗଡ଼ା ସହରର କପିଳାସ ରୋଡ୍‌ର ଷ୍ଟାଇଲ ବଜାର ନିକଟରେ କିଛିଦିନ ହେବ ବେଆଇନ ଭାବେ ସରକାରୀ ଜାଗାରେ ପ୍ରାୟ ୮୦ ଲକ୍ଷ ବ୍ୟୟରେ ଏକ ଦୋକାନ ଗୃହ ନିର୍ମାଣ କରାଯାଇଛି। ଗୁରୁବାର ଶୁଭାରମ୍ଭ ପାଇଁ ପ୍ରସ୍ତୁତି ଚାଲିଥିବା ବେଳେ କଂଗ୍ରେସ କର୍ମୀ ଏବଂ କେତେକ ଲୋକ ଯାଇ ମାଲିକଙ୍କୁ ଦୋକାନର କାଗଜପତ୍ର ମାଗିଥିଲେ। ମାତ୍ର ସେ ଦେଇ ନ ପାରିବାରୁ ଉଭୟ ଦୋକାନୀ ଏବଂ ସାଧାରଣ କର୍ମୀଙ୍କ ମଧ୍ୟରେ ପାଟିତୁଣ୍ଡ ଉଗ୍ର ରୂପ ନେଇ ହାତାହାତି ହୋଇଥିଲେ। କଂଗ୍ରେସ କର୍ମୀଙ୍କ କହିବା ଅନୁଯାୟୀ, କାଗଜପତ୍ର ମାଗିବାରୁ ମାଲିକଙ୍କ ପୁଅ ଦୁର୍ବ୍ୟବହାର କରିବା ସହ ମାରିବାରୁ ଏହାର ପ୍ରତିବଦଳରେ ସାଧାରଣ ଜନତା ମଧ୍ୟ ମାରପିଟ୍‌ କରିବା ସହ ଦୋକାନରେ ତାଲା ପକାଇ ଦେଇଥିଲେ। କଂଗ୍ରେସ ଜିଲା ସଭାପତି ଦୁର୍ଗା ପଣ୍ଡା କହିଛନ୍ତି, ସରକାରୀ ଜାଗାରେ ଥିବା ନିରୀହ ଲୋକଙ୍କୁ ଉଚ୍ଛେଦ କାରାଯାଇ ରାଜରାସ୍ତାରେ ରଖାଯାଉଛି। ଧନିକମାନେ ସରକାରୀ ଅଫିସରମାନଙ୍କୁ ଲାଞ୍ଚ ଦେଇ ବେଆଇନ ଭାବେ କୋଠା ନିର୍ମାଣ କରୁଛନ୍ତି। ଏଥିରେ ପ୍ରଶାସନ ଚୁପ୍‌ ବସିଛି। ଅନ୍ୟପକ୍ଷରେ ଦୋକାନୀ ତଥା ମାଲିକ ନୀଳ କଣ୍ଠେଶ୍ୱର ରାଓ କହିଛନ୍ତି, ବିଶାଖାପାଟଣାରେ ଜରୁରୀ କାଗଜପତ୍ର ଛାଡ଼ି ଆସିଛନ୍ତି। ଦୁଇ ଦିନ ସମୟ ଦେଲେ ସମସ୍ତ କାଗଜପତ୍ର ଦେଖାଇପାରିବେ।


All Right Reserved By

ଡାକ୍ତରଙ୍କ ବଦଳି ବାତିଲ ଦାବିରେ ବିକ୍ଷୋଭ

ବଇଣ୍ଡା, ୨୬ା୯(ଡି.ଏନ.ଏ.) – କିଶୋରନଗର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଡାକ୍ତର ଚିତ୍ତରଞ୍ଜନ ସାହୁଙ୍କୁ ବୁଧବାର ଜିଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଠାକୁରଗଡ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରକୁ ସପ୍ତାହକୁ ୩...

ତୁଟିବ ରାଜସ୍ବ ଓ ଜଙ୍ଗଲ ବିଭାଗ ବିବାଦ: ଜିପିଏସ୍‌ରେ ହେବ ସୀମା ନିର୍ଦ୍ଧାରଣ

ଅନୁଗୋଳ ଅଫିସ, ୨୦।୯- ଜଙ୍ଗଲ ବିଭାଗ ଓ ରାଜସ୍ବ ବିଭାଗ ମଧ୍ୟରେ ଏଣିକି ଆଉ ରହିବନି ଜମି ବିବାଦ। ଜିପିଏସ୍‌ ମାଧ୍ୟମରେ ସୀମା ନିର୍ଦ୍ଧାରଣ କରାଯାଇ...

ପୋଲିସ ହାବୁଡ଼ରେ ବାପ-ପୁଅ ଗ୍ୟାଙ୍ଗ

ବ୍ରହ୍ମପୁର ଅଫିସ, ୮।୭-ବ୍ରହ୍ମପୁର ସହରରେ ଗତ ଏକ ମାସ ମଧ୍ୟରେ ହୋଇଥିବା ତାଲା ବନ୍ଦ ଘରୁ ଚୋରି ଘଟଣାର ପୋଲିସ ପର୍ଦ୍ଦାଫାଶ କରିଛି। ବୈଦ୍ୟନାଥପୁର ଥାନା ଇଲାକାରେ...

ସମନ୍ବୟ କମିଟି ସଚେତନତା ବୈଠକ : ଫାଇଲେରିଆମୁକ୍ତ ଜିଲା ଆହ୍ବାନ

ଢେଙ୍କାନାଳ ଅଫିସ, ୨୭।୭ – ଢେଙ୍କାନାଳକୁ ଫାଇଲେରିଆମୁକ୍ତ କରିବାକୁ ଅଣ୍ଟା ଭିଡ଼ିଛି ଜିଲା ପ୍ରଶାସନ। ଏ ନେଇ ଶୁକ୍ରବାର ଅପରାହ୍ନରେ ଜିଲା କାର୍ଯ୍ୟାଳୟ ସଦ୍‌ଭାବନା ଗୃହରେ...

ମନ୍ତ୍ରୀ ସୁଶାନ୍ତ ସିଂଙ୍କ ହ୍ୟାଟ୍ରିକ:୨୩,୩୩୦ ଖଣ୍ଡ ଭୋଟରେ ବିଜୟୀ ହେଲେ

ସୋହେଲା/ଭଟଲି, ୨୪-୫(ଡି.ଏନ.ଏ):ବରଗଡ ଜିଲା ଭଟଲି ବିଧାନସଭା ନିର୍ବାଚନ ମଣ୍ଡଳୀରେ ଚଳିତ ନିର୍ବାଚନରେ ଶ୍ରମ ଓ ଶକ୍ତିମନ୍ତ୍ରୀ ସୁଶାନ୍ତ ସିଂ ତୃତୀୟ ଥର ପାଇଁ ବିଜୟ ହାସଲ...

ପଲିଥିନ୍‌ ବ୍ୟବହାର ରୋକିବାକୁ ବ୍ୟବସାୟୀଙ୍କ ଉପରେ ଚଢ଼ାଉ

ଉଦଳା, ୨୨।୯ (ଡି.ଏନ.ଏ.) – ପଲିଥିନ ବ୍ୟବହାର ରୋକିବା ଲାଗି ଆସନ୍ତା ଅକ୍ଟୋବର ୨ ତାରିଖ ଠାରୁ ପ୍ରଶାସନ ତରଫରୁ ଗ୍ରହଣ କରାଯିବ କଡ଼ା କାର୍ଯ୍ୟାନୁଷ୍ଠାନ...

ଚଳିତ ବନ୍ୟାରେ କ୍ଷତିଗ୍ରସ୍ତ ହୋଇଛି ୯ ଶହ ବାସଗୃହ

ମାଲକାନଗିରି,୧୪ା୮ (ଡି.ଏନ୍‌.ଏ.): ମାଲକାନଗିରି ଜିଲାରେ ଲଗାଣ ବର୍ଷା ଯୋଗୁ ୩ଥର ସୃଷ୍ଟି ପରିସ୍ଥିତି ହୋଇଥିଲା। ଏବେ ବନ୍ୟା ଛାଡ଼ିଯାଇଛି ସତ ଲୋକଙ୍କ ଦୁର୍ଦ୍ଧଶା କମିନି। ଜିଲା...

ପୋଲିସ ନାଁରେ ଟଙ୍କା ମାଗି ଯୁବକ ଗିରଫ

ପୁରୀ ଅଫିସ,୨୩।୯: ପୋଲିସ ପରିଚୟ ଦେଇ ଟଙ୍କା ଦାବି କରିବା ଜଣେ ଯୁବକଙ୍କୁ ମହଙ୍ଗା ପଡ଼ିଛି। ସୋମବାର କୁମ୍ଭାରପଡ଼ା ପୋଲିସ ସମ୍ପୃକ୍ତ ଯୁବକ ଆଶିଷ କୁମାର...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *