Posted inଜାତୀୟ

ଟଏଲେଟ୍‌ ସହ ସେଲଫି ନେଲେ ମିଳିବ ୫୧ ହଜାର ଟଙ୍କା

ଭୋପାଳ,୧୦।୧୦:ଘରେ ଘରେ ପାଇଖାନା ଲାଗି ସଚେତନତା ସୃଷ୍ଟି ପାଇଁ ମଧ୍ୟପ୍ରଦେଶ ସରକାର ଏକ ଅଭିନବ ଉପାୟ ଆପଣାଇଛନ୍ତି। ବିବାହ ସ୍ଥିର ହୋଇଥିବା ବର ଯଦି ପାଇଖାନାରେ ସେଲଫି ଉଠାଇ ପଠାନ୍ତି, ତେବେ କନ୍ୟାଙ୍କୁ ୫୧ ହଜାର ଟଙ୍କା ମିଳିବ। ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନାରେ ୩ଟି କିସ୍ତିରେ ଏହି ଟଙ୍କା ପ୍ରଦାନ କରାଯିବ। ପ୍ରଥମେ ୪୩ ହଜାର କନ୍ୟାର ବ୍ୟାଙ୍କ୍‌ ଆକାଉଣ୍ଟକୁ ଦିଆଯିବ। ଆଉ ୫ ହଜାର ବିବାହ ଜିନିଷ ପତ୍ର କିଣା ପାଇଁ ଦିଆଯିବ। ବାକି ୩ ହଜାର ଟଙ୍କା ଉପହାର ସ୍ବରୂପ ଦିଆଯିବ। ସୂଚନାଯୋଗ୍ୟ, ସ୍ବଚ୍ଛ ଭାରତ ଯୋଜନା ଅନୁଯାୟୀ ପ୍ରତି ଘରେ ଘରେ ସରକାର ପାଇଖାନା ଯୋଗାଇ ଦେଇଛନ୍ତି। କିନ୍ତୁ ଅନେକଙ୍କ ଘରେ ଆଜିବି ପାଇଖାନା ନାହିଁ। ମଧ୍ୟପ୍ରଦେଶ ସରକାରଙ୍କ ଏଭଳି ଯୋଜନା ପ୍ରତି ଘରେ ପାଇଖାନା ତିଆରି ପାଇଁ ଆହୁରି ପ୍ରୋତ୍ସାହିତ କରିବ .େବାଲି କୁହାଯାଉଛି।


All Right Reserved By

କଶ୍ମୀର ପ୍ରସଙ୍ଗରେ ଗୋଟିଏ ଶବ୍ଦ ବି କହିଲେନି ଜିନପିଙ୍ଗ

ଚେନ୍ନାଇ,୧୨।୧୦: ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମଧ୍ୟରେ ହୋଇଥିବା ଅନୌପଚାରିକ ବୈଠକରେ ଜିନପିଙ୍ଗ କଶ୍ମୀର ପ୍ରସଙ୍ଗକୁ ନେଇ ଗୋଟିଏ ଶବ୍ଦ...

ଉତ୍ତରାଖଣ୍ଡରେ ବାଦଲ ଫଟା ବର୍ଷା, ଅନେକ ନିଖୋଜ

ଡେରାଡୁନ୍‌,୧୮।୮: ଉତ୍ତରାଖଣ୍ଡରେ ପୁଣି ପ୍ରକୃତିର କୋପ। ବାଦଲ ଫଟା ବର୍ଷା ଯୋଗୁ ଉତ୍ତରକାଶୀ ଜିଲାରେ ପାଣିରେ ଜଣେ ତିନି ବର୍ଷର ଶିଶୁ ସହ ଅନେକ ଲୋକ...

ସୁଷମାଙ୍କ ଅନ୍ତିମ ଯାତ୍ରା ଆରମ୍ଭ, ରାଜନାଥ-ନଡ୍ଡା ଦେଲେ କାନ୍ଧ

ନୂଆଦିଲ୍ଲୀ, ୭।୮: ଭାଜପାର ବରିଷ୍ଠ ନେତ୍ରୀ ସୁଷମା ସ୍ବରାଜଙ୍କର ପରଲୋକ ହୋଇଯାଇଛି। ତାଙ୍କ ମୃତ୍ୟୁରେ ଚାରିଆଡେ ଶୋକର ଛାୟା ଖେଳିଯାଇଛି। ଭାଜପା କାର୍ଯ୍ୟାଳୟରୁ ତାଙ୍କ ମୃତ୍ୟୁ...

ସ୍ବାଧୀନତା ଦିବସରେ ନାଚିଲେ ଲଦାଖ ଏମ୍‌ପି

ଲଦାଖ,୧୫।୮: ସ୍ବାଧୀନତା ଦିବସ ଅବସରରେ ଲଦାଖ ଏମ୍‌ପି ଜାମ୍‌ୟାଙ୍ଗ ତେସରିଂ ନାମଗୟାଲ ନିଜ ସମର୍ଥକଙ୍କ ସହିତ ଖୁସି ମନରେ ନାଚିଛନ୍ତି। ଜମ୍ମୁ-କଶ୍ମୀରରୁ ଲଦାଖ ଅଲଗା ହେବା...

ନାରାୟଣପୁର ଏନ୍‌କାଉଣ୍ଟର: ୫ ମାଓବାଦୀ ମୃତ

ରାୟପୁର,୨୪।୮: ଛତିଶଗଡ଼ ନାରାୟଣପୁରରେ ଶନିବାର ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରରେ ୫ ମାଓବାଦୀଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଏଥିରେ ୨ ଯବାନ ଆହତ ମଧ୍ୟ ହୋଇଛନ୍ତି। ଏବେବି...

କନଷ୍ଟେବଳଙ୍କ ସାହସିକତା: ଅଣ୍ଟାଏ ବନ୍ୟା ପାଣିରେ ୨ବାଳିକାଙ୍କୁ ଦେଢ କିଲୋମିଟର କାନ୍ଧରେ ବୋହିଲେ

ଗାନ୍ଧିନଗର,୧୧।୮: ଗୁଜରାଟରେ ବନ୍ୟା ପରିସ୍ଥିତି ଭୟଙ୍କର ରୂପ ଧାରଣ କରିଥିବା ବେଳେ ପ୍ରତିଦିନ ଏଠାକାର ଉଦ୍ଧାରକାରୀ ଦଳଙ୍କର କିଛି ନା କିଛି ହୃଦୟସ୍ପର୍ଶୀ ଫଟୋ ଓ...

୩୦ରୁ ଅଧିକ ବର୍ଷ ଧରି ମୁସଲମାନ ପରିବାର ରାମଲୀଳାରେ ବିଭିନ୍ନ ଚରିତ୍ରରେ କରୁଛନ୍ତି ଅଭିନୟ

ଚଣ୍ଡିଗଡ଼,୭।୧୦: ଭାରତରେ ବିଭିନ୍ନତା ମଧ୍ୟରେ ରହିଛି ଏକତା। ଏହାର ଉଦାହରଣ ପାଲଟିଛି ହରିୟାଣା ଆଦମ୍‌ପୁରରେ ଥିବା ଗଣେଶ ରାମଲୀଳା। ଏହି ରାମଲୀଳା ଦଳରେ ଏକ ମୁସଲମାନ...

କଂଗ୍ରେସକୁ ସୁପ୍ରିମ୍‌କୋର୍ଟରେ ଝଟ୍‌କା: ଗୁଜରାଟ ରାଜ୍ୟ ସଭା ଉପନିର୍ବାଚନ ଏକାଠି କରାଇବା ଆବେଦନ ଖାରଜ

ନୂଆଦିଲ୍ଲୀ,୨୫।୬: ସୁପ୍ରିମ୍‌କୋର୍ଟଙ୍କ ରାୟ ଯୋଗୁ କଂଗ୍ରେସକୁ ଝଟ୍‌କା ଲାଗିଛି। ଗୁଜରାଟର ୨ଟି ରାଜ୍ୟ ସଭା ଆସନ ପାଇଁ ଉପନିର୍ବାଚନ ଏକାଠି କରାଇବା ଲାଗି କଂଗ୍ରେସ ପକ୍ଷରୁ...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *