Posted inଜାତୀୟ

ପଶ୍ଚିମବଙ୍ଗରେ ଆରଏସଏସ କର୍ମକର୍ତ୍ତାଙ୍କୁ ହତ୍ୟା: ସ୍ତ୍ରୀ, ପୁଅଙ୍କୁ ବି ଛାଡିଲେନି

କୋଲକାତା,୧୦।୧୦:ପଶ୍ଚିମବଙ୍ଗର ମୁର୍ଶିଦାବାଦରେ ଗୋଟିଏ ପରିବାରର ୩ ଜଣଙ୍କୁ ହତ୍ୟା କରାଯାଇଛି। ମୃତକମାନେ ହେଲେ ବନ୍ଧୁପ୍ରକାଶ ପାଲ, ତାଙ୍କ ସ୍ତ୍ରୀ ବ୍ୟୁଟି ପାଲ ଏବଂ ୮ ବର୍ଷର ଶିଶୁ ବନ୍ଧୁ ଆନନ୍ଦପାଲ। ବନ୍ଧୁପ୍ରକାଶ ଆରଏସଏସ କାର୍ଯ୍ୟକର୍ତ୍ତା ଥିଲେ ବୋଲି ପଶ୍ଚିମବଙ୍ଗର ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ(ଆରଏସ)ର ସଚିବ ଜିଷ୍ଣୁ ବାସୁ ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ, ମୁର୍ଶିଦାବାଦର ଜିଆଗଞ୍ଜ ଅଞ୍ଚଳରୁ ବନ୍ଧୁପ୍ରକାଶ, ତାଙ୍କ ସ୍ତ୍ରୀ ଏବଂ ପୁଅର ମୃତଦେହ ଉଦ୍ଧାର କରାଯାଇଥିଲା। ତାଙ୍କ ଶରୀରରେ କ୍ଷତବିକ୍ଷତ ଚିହ୍ନ ରହିଥିବାର ଜଣାପଡିଛି। ବ୍ୟୁଟି ପାଲ୍‌ ଗର୍ଭବତୀ ଥିଲେ। ଏଭଳି ନୃଶଂସ ହତ୍ୟାକାଣ୍ଡର ସିବିଆଇ ଯାଞ୍ଚ୍‌ କରାଯାଉ ବୋଲି ସ୍ଥାନୀୟବାସୀ ଦାବି କରିଛନ୍ତି।


All Right Reserved By Dharitri.Com

ମାନବ କମ୍ପ୍ୟୁଟର ଶକୁନ୍ତଳା ଦେବୀ: ୪ ବର୍ଷରେ କରିଥିଲେ କଠିନ ଗଣିତର ସମାଧାନ

ନୂଆଦିଲ୍ଲୀ,୪।୧୧: ମାନବ କମ୍ପ୍ୟୁଟର ଶକୁନ୍ତଳା ଦେବୀ ୧୯୨୯ ନଭେମ୍ବର ୪ରେ ମହୀଶୂରରେ ଜନ୍ମଗ୍ରହଣ କରିଥିଲେ। ୪ ବର୍ଷ ବୟସରେ ସେ କଠିନ ଗଣିତର ସମାଧାନ ଆରମ୍ଭ...

ଦିଦିଙ୍କ ମନରେ ନାହିଁ ମମତା; ଗରିବଙ୍କୁ ଅଧିକ ଗରିବ କରୁଛନ୍ତି: ମୋଦି

କୋଲକତା, ୨୦।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଶ୍ଚିମବଙ୍ଗରେ ଏକ ନିର୍ବାଚନୀ ସଭାରେ ତୃଣମୂଳ କଂଗ୍ରେସ ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଟାର୍ଗେଟ୍‌ କରିଛନ୍ତି। ଦିଦିଙ୍କ...

ଗେହଲଟଙ୍କ ମୁଣ୍ଡରେ ସବୁ ଦୋଷ

ନୂଆଦିଲ୍ଲୀ/ଜୟପୁର,୨୯ା୫: ୫ ମାସ ତଳେ ଯେଉଁ ୩ ହିନ୍ଦୀଭାଷୀ ରାଜ୍ୟରେ ଭାଜପାଠାରୁ କଂଗ୍ରେସ କ୍ଷମତା ଛଡ଼ାଇନେଇଥିଲା ତନ୍ମଧ୍ୟୁ ରାଜସ୍ଥାନ ଅନ୍ୟତମ। ୨୦୦ ଆସନ ବିଶିଷ୍ଟ ରାଜସ୍ଥାନ...

ପଦ୍ମଶ୍ରୀ ସମ୍ମାନ ପ୍ରାପ୍ତ ଜର୍ମାନୀ ସମାଜସେବୀଙ୍କ ଭିଜା ସମୟ ସୀମା ବଢ଼ାଇବା ମନା: ରିପୋର୍ଟ ତଲବ କଲେ ସୁଷମା

ଆଗ୍ରା,୨୬।୫: ପଦ୍ମଶ୍ରୀ ସମ୍ମାନରେ ସମ୍ମାନୀତ ହୋଇଥିବା ଜର୍ମାନୀର ୬୧ ବର୍ଷ ବୟସ୍କା ସମାଜସେବୀ ଫ୍ରିଡେରିକ୍‌ ଇରିନା ବର୍ନିଂଙ୍କ ଭାରତୀୟ ଭିଜା ସମୟ ସୀମା ବଢ଼ାଇବା ପାଇଁ...

ଦିଲ୍ଲୀ ହସ୍ପିଟାଲର ୩୧ କର୍ମଚାରୀଙ୍କୁ କରୋନା

ନୂଆଦିଲ୍ଲୀ,୨୬।୪(ପି.ଟି.): ଦିଲ୍ଲୀର ବାବୁ ଜଗଜ୍ଜୀବନ ରାମ ହସ୍ପିଟାଲରେ ୧୧ ଡାକ୍ତରଙ୍କ ସମେତ ୩୧ କର୍ମଚାରୀ କରୋନାରେ ଆକ୍ରାନ୍ତ ଥିବା ଜଣାପଡ଼ିଛି। ସେମାନଙ୍କ ମଧ୍ୟରୁ କେତେଜଣଙ୍କୁ ଏଲ୍‌ଏନ୍‌ଜେପି...

ଡିସେମ୍ବରରେ ସଂଖ୍ୟା ଗରିଷ୍ଠତାର ପ୍ରମାଣ ଦେଇପାରନ୍ତି ଫଡ୍‌ନବିସ

ନୂଆଦିଲ୍ଲୀ,୨୫।୧୧: ମହାରାଷ୍ଟ୍ର ରାଜନୀତିର ଗଣିତ ଏପର୍ଯ୍ୟନ୍ତ ଛିଣ୍ଡି ପାରୁନାହିଁ। ଶିବସେନା, ଏନ୍‌ସିପି ଓ କଂଗ୍ରେସ ପକ୍ଷରୁ ଫଡ୍‌ନବିସ ସରକାରଙ୍କ ବିରୋଧରେ କରାଯାଇଥିବା ଆବେଦନର ଶୁଣାଣି ମଙ୍ଗଳବାରକୁ...

ଜେଏନ୍‌ୟୁ ହିଂସା: ତଥ୍ୟ ସୁରକ୍ଷିତ ରଖିବାକୁ ଫେସ୍‌ବୁକ୍‌-ହ୍ବାଟସ୍‌ଆପ୍‌-ଆପଲ-ଗୁଗୁଲକୁ ହାଇକୋର୍ଟ ପକ୍ଷରୁ ନୋଟିସ୍‌ ଜାରି

ନୂଆଦିଲ୍ଲୀ,୧୩।୧: ଜେଏନ୍‌ୟୁ ହିଂସା ମାମଲାରେ ତଥ୍ୟ ସୁରକ୍ଷିତ ରଖିବାକୁ ଦିଲ୍ଲୀ ହାଇକୋର୍ଟ ପକ୍ଷରୁ ଫେସ୍‌ବୁକ୍‌-ହ୍ବାଟସ୍‌ଆପ୍‌-ଆପଲ-ଗୁଗୁଲକୁ ନୋଟିସ୍‌ ଜାରି କରାଯାଇଛି। ୩ ଜଣ ପ୍ରଫେସର ସିସିଟିଭି ତଥ୍ୟକୁ...

ଉତ୍କଳ ଏକ୍ସପ୍ରେସ୍‌ରେ ବୋମା ସୂଚନା: ଯାତ୍ରୀ ଆତଙ୍କିତ

ସହାରନ୍‌ପୁର,୨୩।୯: ଉତ୍ତରାଖଣ୍ଡ ହରିଦ୍ୱାରରୁ ଓଡ଼ିଶାର ପୁରୀ ଆସୁଥିବା ଉତ୍କଳ ଏକ୍ସପ୍ରେସ୍‌ରେ ବୋମା ଥିବା ନେଇ ସୂଚନା ମିଳିବା ପରେ ଯାତ୍ରୀମାନେ ଆତଙ୍କିତ ହୋଇପଡ଼ିଛନ୍ତି। ସହରାନ୍‌ପୁର ଜିଲାର...

Leave a comment

Your email address will not be published. Required fields are marked *