ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ କେନ୍ଦୁଝର ଏସ୍‌ପି, ଧକ୍କା ଦେଇ ଗାଡ଼ି ଫେରାର

କେନ୍ଦୁଝର/ପାଟଣା,୧୦/୧୦(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ତୁରୁମୁଙ୍ଗା ଦେଇ ଯାଉଥିବା ୪୯ ନମ୍ବର ଜାତୀୟ ରାଜପଥର ଝାରବେଡା ଛକ ନିକଟରେ ଗୁରୁବାର ଅପରାହ୍ନରେ କେନ୍ଦୁଝର ଆରକ୍ଷୀ ଅଧିକ୍ଷକ(ଏସ୍‌ପି) ମିତ୍ରଭାନୁ ମହାପାତ୍ରଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଛି। ଏସ୍‌ପିଙ୍କ ବୋଲେରୋକୁ ବାମ ପାର୍ଶ୍ୱରୁ ଏକ ଏକ ମିକ୍ସଚର ମେଶିନ ଟ୍ରକ୍‌ ଧକ୍କାଦେଇ ଚାଲିଯାଇଥିଲା। ଫଳରେ ଗାଡ଼ିଟିର ସମ୍ମୁଖ ଭାଗ ଭାଙ୍ଗି ରୁଜି ଯାଇଛି। ହେଲେ ଏଥିରୁ ଏସ୍‌ପି ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଏନେଇ ଏସ୍‌ପି ମହାପାତ୍ରଙ୍କୁ ପଚାରିବାରୁ ସେ ସୁରକ୍ଷିତ ଥିବା କହିଛନ୍ତିି। ଗାଡ଼ିରେ ସାଧାରଣ ସ୍କାର୍ଚ୍ଚ ହୋଇଥିବା ସୂଚନା ଦେଇଛନ୍ତି।

ସୂଚନାନୁଯାୟୀ, ଏସ୍‌ପି ତୁରୁମୁଙ୍ଗା ଥାନାକୁ ଇନ୍ସପେକ୍ସନରେ ଆସୁଥିବା ବେଳେ ଏହି ଦୁର୍ଘଟଣା ଘଟିଥିବା ଜଣା ପଡ଼ିଛି। ଏସ୍‌ପି ଅନ୍ୟ ଏକ ଗାଡ଼ି ସାହାଯ୍ୟରେ ଚମ୍ପୁଆ ଯାଇଥିବା ଜଣା ପଡ଼ିଛି। ତୁରୁମୁଙ୍ଗା ପୋଲିସ ଦୁର୍ଘଟଣାର ତଦନ୍ତ ଜାରି ରଖିଛି।


All Right Reserved By Dharitri.Com

ଚିନିକଳ ପାଇଁ ଦ୍ୱିତୀୟ ବୈଠକ: କଡ଼ାକଡ଼ି କରାଯିବ ସୁରକ୍ଷା ବ୍ୟବସ୍ଥା

ନୟାଗଡ଼ ଅଫିସ,୧୪ା୯: ନୟାଗଡ଼ ଜିଲାରେ ବନ୍ଦ ହୋଇ ପଡ଼ିଥିବା ଏକମାତ୍ର ଶିଳ୍ପ ଚିନିକଳକୁ ଖୋଲିବା ନିମନ୍ତେ ଶୁକ୍ରବାର ସନ୍ଧ୍ୟାରେ ଜିଲାପାଳଙ୍କ ସଦ୍‌ଭାବନା ଗୃହରେ ଦ୍ୱିତୀୟ ବୈଠକ...

ବାଙ୍ଗାଲୋରରେ ଫସିଛନ୍ତି ଓଡ଼ିଆ: ବିସ୍କୁଟ ଖାଇ ବିତୁଛି ଦିନ

ବିଶୋଇ,୩୦ା୩(ଡି.ଏନ୍‌.ଏ.)- ‘ସାର ଆମକୁ ଆମ ଘରକୁ ନେଇ ଯାଆନ୍ତୁ। ଘର କଥା ମନେ ପଡୁଛି । ପାଖରେ ଟଙ୍କା ନାହିଁ ବିସ୍କୁଟ ଖାଇ ଦିନ କଟୁଛି’...

ପୋଲିସ ଜୁଲମ ପ୍ରତିବାଦରେ ଥାନା ଘେରାଉ

କେନ୍ଦୁଝର/ରାଇସୁଆ,୨୫।୫,(ସ୍ବ.ପ୍ର./ଡି.ଏନ୍‌.ଏ.)-କେନ୍ଦୁଝର ଜିଲା ସଦର ଥାନା ଅନ୍ତର୍ଗତ ଗୁହାଳଡ଼ିହି ରେଳ ସାଇଡ଼ିଂରେ କର୍ମସଂସ୍ଥାନ ପାଇଁ ଜମି ହରାଇ ଥିବା ସ୍ଥାନୀୟ ଅଧିବାସୀଙ୍କ ଉପରେ ପୋଲିସର ଜୁଲମ ପ୍ରତିବାଦରେ...

ତାଳଚେର ପୁସ୍ତକ ମେଳା ଉଦ୍‌ଘାଟିତ

ତାଳଚେର,୨୪ା୧(ନି.ପ୍ର.) ପୁସ୍ତକ ବନ୍ଧୁ ଭାବେ କାର୍ଯ୍ୟ କରେ। ତାହାର ବିକଳ୍ପ ନାହିଁ। ପୁସ୍ତକ ଜ୍ଞାନ ବିକାଶ ଓ ରୋଜଗାରର ମାଧ୍ୟମ ହେବା ଆବଶ୍ୟକ ବୋଲି ହାଟତୋଟା...

୬ ଇନ୍‌ଷ୍ଟ୍ରକ୍ଟର ତିଆରି କଲେ ରୋବଟ୍‌

କଟକ ଅଫିସ,୨୯ା୪: କରୋନା ଭୂତାଣୁ ବିପକ୍ଷରେ ସାରା ବିଶ୍ୱ ଲଢେଇ କରୁଛି। ଜିତିବାର ଆଶା ସମସ୍ତଙ୍କ ମନରେ ରହିଛି। ଏହି ଭୂତାଣୁ ବିଶ୍ୱରେ ନିଜ କାୟା...

ପ୍ରାକୃତିକ ବିପର୍ଯ୍ୟୟ ମୃତ୍ୟୁଠାରୁ ଡାହାଣୀ ସନ୍ଦେହରେ ହତ୍ୟା ଅଧିକ

ଭୁବନେଶ୍ୱର, ୧୧ା୧୨(ବ୍ୟୁରୋ):ଦେଶରେ ଡାହାଣୀ ଓ ଗୁଣିଆ ସନ୍ଦେହରେ ବାର୍ଷିକ ହାରାହାରି ୫୩ଜଣଙ୍କୁ ହତ୍ୟା କରାଯାଉଛି। ୨୦୧୦ରୁ ଏ ପର୍ଯ୍ୟନ୍ତ ଡାହାଣୀ ଓ ଗୁଣିଆ ସନ୍ଦେହଜନିତ ହତ୍ୟା...

କୂଅ ଖୋଳି ବକେୟା ବିଲ୍‌ ପାଉନାହାନ୍ତି ଚାଷୀ

ବୈପାରୀଗୁଡ଼ା,୨୫।୨(ଡି.ଏନ୍‌.ଏ.) ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ରେ କୂଅ ଖୋଳି ବିଲ୍‌ ପାଇବା ପାଇଁ ଜଣେ ଚାଷୀଙ୍କ ହନ୍ତସନ୍ତ ହେବାକୁ ପଡ଼ିଛି। ସେ ହେଲେ ବୈପାରୀଗୁଡ଼ା ବ୍ଲକ ବାଲିଗଁ। ପଞ୍ଚାୟତ ଖଷର୍ଲିଗୁଡ଼ା...

ପାନଚାଷୀଙ୍କ ଦୁର୍ଦ୍ଦଶା ବଢିଲା: ଫନୀ ପରେ ଅମ୍ଫନ ଦେଲା ଦୁଃଖ

ପୁରୀ ଅଫିସ,୨୨ା୫-ବାତ୍ୟା ଫନୀରେ ପୁରୀ ଜିଲାର ପାନଚାଷ ସମ୍ପୂର୍ଣ୍ଣ ଉଜୁଡ଼ି ଯାଇଥିଲା। ପବନ ମାଡ଼ରେ ଧରାଶାୟୀ ହୋଇଥିଲା ହଜାର ହଜାର ପାନବରଜ। ଧାର, କରଜ କରି...

Leave a comment

Your email address will not be published. Required fields are marked *