ବାର୍‌ହା ଆକ୍ରମଣରେ ୨ ଗୁରୁତର

ଲଖନପୁର,୧୦।୧୦(ଡି.ଏନ୍‌.ଏ.): ଝାରସୁଗୁଡ଼ା ଜିଲା ଲଖନପୁର ବ୍ଲକ ସୀମାନ୍ତବର୍ତ୍ତୀ ୧୯ଖଣ୍ଡ ମୌଜା କନକତୋର ପଞ୍ଚାୟତର ଲୁହାବଗା ଗ୍ରାମରେ ଗୁରୁବାର ସକାଳେ ଏକ ଅଭାବନୀୟ ଘଟଣା ଘଟିଛି । ସକାଳୁ ଗାଁ ଲୋକେ ଶୌଚ ପାଇଁ ବାହାରକୁ ଯାଇଥିବାବେଳେ ଏକ ବାର୍‌ହା ସହିତ ଲୋକଙ୍କ ମୁହାଁମୁହିଁ ହୋଇଥିଲା। ବାର୍‌ହା ପ୍ରଥମେ ସେହି ରାସ୍ତାରେ ଯାଉଥିବା ଜଣେ ସାଇକେଲ ଚାଳକଙ୍କ ଉପରକୁ ଲମ୍ଫ ମାରିଥିଲା। ଏଥିରେ ସାଇକେଲ ଚାଳକ ତଳେ ପଡ଼ି ଗୁରୁତର ହୋଇଛନ୍ତି। ଆହତ ଜଣଙ୍କ ହେଲେ ନିକଟସ୍ଥ ଲୁହାବଗା ଗ୍ରାମର ଲଖପତି ଭୋଇ(୬୦)। ପରେ ବାର୍‌ହା ଟିକେ ଆଗକୁ ଯାଇ ଜଣେ ବୃଦ୍ଧାଙ୍କୁ ଆକ୍ରମଣ କରିଥିଲା। ଏଥିରେ ଉକିଆ ପ୍ରଧାନ ଗୁରୁତର ହୋଇଛନ୍ତି। ତାଙ୍କ ହାତ ଓ ଗୋଡ଼ରେ ଆଘାତ ଲାଗିଛି । ଆହତ ବୃଦ୍ଧାଙ୍କୁ ଗୁରୁତର ଅବସ୍ଥାରେ ପରିବାର ଲୋକେ ସୀମାନ୍ତବର୍ତ୍ତୀ ଛତିଶଗଡ଼ର ରାୟଗଡ଼ ଏକ ସରକାରୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ବୃଦ୍ଧା ଜଣଙ୍କ ଅସହାୟ ହୋଇଥିବାରୁ ଚିକିତ୍ସା ପାଇଁ ସରକାରୀ ସହାୟତା ଯୋଗାଇ ଦେବା ପାଇଁ ଦାବି ହେଉଛି । ବନ୍ୟଜନ୍ତୁମାନେ ନିୟମିତ ଜନବସତି ମୁହାଁ ହୋଇ ଧାନଫସଲ ନଷ୍ଟ କରିବା ସହ ମଣିଷଙ୍କୁ ଆକ୍ରମଣ କରୁଥିବା ନଜିର ରହିଛି । ଏ ଦିଗରେ ବନ ବିଭାଗ ସ୍ବତନ୍ତ୍ର ଦୃଷ୍ଟି ଦେବା ପାଇଁ ସାଧାରଣରେ ଦାବି ହେଉଛି।


All Right Reserved By Dharitri.Com

ହାଟଡ଼ିହୀ ବ୍ଲକ: ଏ-୧ ଗ୍ରେଡ୍‌ରେ ପାସ୍‌ କଲେ ୬ ପରୀକ୍ଷାର୍ଥୀ

ହାଟଡ଼ିହୀ,୨୨।୫(ଡି.ଏନ୍‌.ଏ.): ମଙ୍ଗଳବାର ପ୍ରକାଶ ପାଇଥିଲା ମାଟ୍ରିକ ପରୀକ୍ଷା ଫଳ। କେନ୍ଦୁଝର ଜିଲା ହାଟଡ଼ିହୀ ବ୍ଲକର ୬ ପରୀକ୍ଷାର୍ଥୀ ଏ-୧ ଗ୍ରେଡ୍‌ରେ ପାସ୍‌ କରିଛନ୍ତି। ବଡ଼ରମ୍ପାସ ହାଇସ୍କୁଲର...

ମା’ ମୋର ପ୍ରଥମ ଗୁରୁ- ଅଭିଷିକ୍ତା

କେନ୍ଦୁଝର, (ନରେଶ ଚନ୍ଦ୍ର ପଟ୍ଟନାୟକ)- ପିଲାଦିନୁ ନୃତ୍ୟ ଅନୁରାଗୀ ଅଭିଷିକ୍ତା ପାଠ ପଢ଼ିବା ସହ ନୃତ୍ୟ, ସଂଗୀତ, ବକ୍ତୃତା, ଚିତ୍ରକଳା, ଅଭିନୟ ଆଦି କ୍ଷେତ୍ରରେ ପ୍ରତିଭା...

ନିର୍ମାଣ ହେଉନି ଭଗବାନପୁର-ବାମଡ଼ା ଲିଙ୍କ୍‌ ରୋଡ଼:କେନ୍ଦ୍ରମନ୍ତ୍ରୀଙ୍କୁ ଭେଟିଲେ ବିକାଶ ପରିଷଦର କର୍ମକର୍ତ୍ତା

ରୂପ୍‌ସା,୨୫।୮(ଡି.ଏନ.ଏ.)-ଦକ୍ଷିଣ-ପୂର୍ବ ରେଳପଥର ଖଡ଼ଗପୁର ଡିଭିଜନ ଅନ୍ତର୍ଗତ ରୂପ୍‌ସା-ବାଙ୍ଗିରିପୋଷି ରେଳଲାଇନର ଭଗବାନପୁର ଗାଁ ଛକରୁ ବାମଡ଼ା ଲେଭଲ୍‌ କ୍ରସିଂ ପର୍ଯ୍ୟନ୍ତ ନୂତନ ଲିଙ୍କରୋଡ଼ ନିର୍ମାଣ ହେଉ ନ...

ଦୋକାନରୁ ୧୦ ଲକ୍ଷ ଊର୍ଦ୍ଧ୍ୱ ଟଙ୍କା ଲୁଟ୍‌

ଝାରସୁଗୁଡା ଅଫିସ/ଲଖନପୁର,୧୨।୧୯(ଡି.ଏନ.ଏ):ଦିନ ଦ୍ବିପ୍ରହରରେ ଝାରସୁଗୁଡା ବାଇପାଶ ରାସ୍ତାରେ ଥିବା ଶ୍ରୀୟା ଟ୍ରେଡସ ନାମକ ଏକ ହୋଲସେଲ ଦୋକାନରୁ ୧୦ ଲକ୍ଷ ଟଙ୍କା ଲୁଟ୍‌ କରିନେଇଛନ୍ତି। ଗୁରୁବାର...

ପାଣି ପାଇଁ ପ୍ରଶାସନର ଦ୍ୱାରସ୍ଥ: ଦାବି ପୂରଣ ନ ହେଲେ ଆର୍ବଜନା ପକାଇ ଧାରଣା

ବାଲେଶ୍ୱର ଅଫିସ, ୬।୧୧-ବାଲେଶ୍ୱର ସଦର ବ୍ଲକ ବଡ଼ଖୁଆ ଗ୍ରାମରେ ପାନୀୟଜଳ ଦୂଷିତ ହୋଇପଡିଥିବା ନେଇ ଦୀର୍ଘଦିନ ହେଲା ଅଭିଯୋଗ ହୋଇଆସୁଛି। ବିଭାଗୀୟ ଅଧିକାରୀମାନେ ଏ ଦିଗରେ...

ବରୀରେ ସଭ୍ୟସଂଗ୍ରହ ଅଭିଯାନ, ମିଶ୍ରଣ ପର୍ବ : ବିଜେଡିରେ ମିଶିଲେ ୨ଶହରୁ ଊର୍ଦ୍ଧ୍ୱ ନେତା, କର୍ମୀ

ବରୀ, ୯ା୯(ସ୍ବ.ପ୍ର.)- ବରୀ ବ୍ଲକ ଅଧୀନ ଅଟିରା ପଞ୍ଚାୟତ ସନ୍ଥନ ମଠ ନିକଟରେ ରବିବାର ବରୀ ନିର୍ବାଚନମଣ୍ଡଳୀ ବିଜେଡିର ସଭ୍ୟ ସଂଗ୍ରହ ଅଭିଯାନ ଓ ମିଶ୍ରଣ...

ଟ୍ରାଫିକ ନିୟମ କଡ଼ାକଡ଼ି: ମୋହନା ପୋଲିସର ଯାନବାହନ ଯାଞ୍ଚ, ୩୯ ହଜାର ଜରିମାନା ଆଦାୟ

ଚନ୍ଦ୍ରଗିରି, ୭।୯(ଡି.ଏନ୍‌.ଏ.): ଟ୍ରାଫିକ ନିୟମ କଡ଼ାକଡ଼ି ଭାବେ ଲାଗୁହେବା ପରେ ବିଭିନ୍ନ ସ୍ଥାନରେ ପରିବହନ ଓ ପୋଲିସ ବିଭାଗ ପକ୍ଷରୁ ଯାନବାହନ ଯାଞ୍ଚ କରାଯାଉଛି ।...

ପୁରନା ବଁଧ୍‌କଟାର ପୁନଃରୁଧାର ଦାବି

ଅତାବିରା, ୪।୬ (ଡି.ଏନ.ଏ.): କେନ୍ଦ୍ର ଆର ରାଏଜ୍‌ ସରକାର ଗଁାଗଁଲିରୁ ସହର ତକ୍‌ ଲୁକ୍‌କର ଲାଗି ପିଇଲା ପାଏନ୍‌ର ବେବସ୍‌ତା କରି କୋଟି କୋଟି ଟଁକା...

Leave a comment

Your email address will not be published. Required fields are marked *