ଅଫିସରେ ପ୍ଲାଷ୍ଟିକ୍‌ ବ୍ୟବହାର ହେଉଥିବାରୁ ଜିଲାପାଳ ନିଜ ଉପରେ ଲଗାଇଲେ ୫ ହଜାର ଟଙ୍କା ଜରିମାନା

ପୁଣେ,୧୦।୧୦:ମହାରାଷ୍ଟ୍ରର ବିଡ୍‌ ଜିଲାପାଳ ଆସ୍ତିକ ପାଣ୍ଡେ ଏକ ନିଆରା କାର୍ଯ୍ୟ ପାଇଁ ଚର୍ଚ୍ଚାର ପରିସରକୁ ଆସିଛନ୍ତି। ନିଜ ଅଫିସରେ ପ୍ଲାଷ୍ଟିକ ବ୍ୟବହାର ହେବାରୁ ଏଥିପାଇଁ ନିଜକୁ ଦାୟୀ କରି ନିଜ ଉପରେ ୫ ହଜାର ଟଙ୍କା ଜରିମାନା ଲଗାଇଛନ୍ତି। ସୂଚନାଯୋଗ୍ୟ, ଗତ ସୋମବାର ସନ୍ଧ୍ୟାରେ ଜିଲା ପ୍ରଶାସନ ପକ୍ଷରୁ ଏକ ଖବରଦାତା ସମ୍ମିଳନୀ ଆୟୋଜନ କରାଯାଇଥିଲା। ଖବର ସଂଗ୍ରହ ପାଇଁ ଆସିଥିବା ଖବରଦାତାଙ୍କୁ ପ୍ଲାଷ୍ଟିକ୍‌ କପ୍‌ରେ ଚା’ ଦିଆଯାଇଥିଲା। ଦେଶରେ ପ୍ଲାଷ୍ଟିକ୍‌ ଉପରେ କଟକଣା ଲଗାଯାଇଥିବାରୁ ଏହା ନିୟମ ଉଲଂଘନ ବୋଲି ଜଣେ ଖବରଦାତା ଜିଲାପାଳଙ୍କୁ କହିଥିଲେ। ଫଳରେ ଜିଲାପାଳ ନିଜ ଭୁଲ ବୁଝିପାରି କେବଳ କ୍ଷମା ମାଗିଥିଲେ ତା’ ନୁହେଁ, ନିଜ ଉପରେ ୫ ହଜାର ଟଙ୍କା ଜରିମାନା ଲଗାଇଥିଲେ। ଜିଲାପାଳଙ୍କ ଏଭଳି ନିଷ୍ପତି ଯୋଗୁ ସେ ରାତାରାତି ସୋସିଆଲ ମିଡିଆରେ ଷ୍ଟାର ପାଲଟିଯାଇଛନ୍ତି। ଯୁଜର୍ସ ତାଙ୍କୁ ଖୁବ୍‌ ପ୍ରଶଂସା କରିଛନ୍ତି।


All Right Reserved By Dharitri.Com

ମୋଦିଙ୍କ ଗସ୍ତରେ କଳା ପତାକା

ବାରାଣାସୀ,୧୬।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ବାରାଣାସୀ ଗସ୍ତରେ ଆସିଛନ୍ତି। ମୋଦିଙ୍କ ଗସ୍ତ ସମୟରେ ଜଣେ ସମାଜବାଦୀ ପାର୍ଟି(ଏସ୍‌ପି) କର୍ମକର୍ତ୍ତା କଳା ପତାକା ପ୍ରଦର୍ଶନ କରିଛନ୍ତି।...

ସ୍ପାଇଡରମ୍ୟାନ ଭଳିି ୨୦ ଫୁଟ ଛାତରୁ ଡେଇଁଲେ ବାଳକ: ଷ୍ଟଣ୍ଟ ପରିବର୍ତ୍ତେ ମୁଣ୍ଡରୁ ଗୋଡ ଯାଏଁ ଭାଙ୍ଗିଲା ହାଡ଼

ଚଣ୍ଡିଗଡ଼,୨୨।୪: ଆଧୁନିକ ଯୁଗରେ ପିଲାଙ୍କ ମଧ୍ୟରେ ଅନଲାଇନ୍‌ ଗେମ୍‌ର ନିଶା ବୃଦ୍ଧି ପାଇବାରେ ଲାଗିଛି। ଫଳରେ ଖେଳ ପାଇଁ ନିଜ ଜୀବନକୁ ବାଜି ଲଗାଇବାକୁ ମଧ୍ୟ...

କଂଗ୍ରେସ କିମ୍‌କର୍ତ୍ତବ୍ୟମୂଢ଼

ନୂଆଦିଲ୍ଲୀ, ୬।୮: ଅନୁଚ୍ଛେଦ ୩୭୦ର ଉଚ୍ଛେଦ ପରେ କଂଗ୍ରେସ କିମ୍‌କର୍ତ୍ତବ୍ୟମୂଢ଼ ପାଲଟିଛି। ଏହାର ବିରୋଧରେ ରାଜନୈତିକ ଦଳଙ୍କୁ ଏକାଠି କରିବାକୁ ପ୍ରୟାସ ଜାରି ରଖିଛି। କଂଗ୍ରେସ...

କର୍ନାଟକର ଆଉ ୫ କଂଗ୍ରେସ ବିଧାୟକ ଗଲେ ସୁପ୍ରିମକୋର୍ଟ

ବେଙ୍ଗାଲୁରୁ,୧୩।୭: କର୍ନାଟକର ମେଣ୍ଟ ସରକାର ସଙ୍କଟରେ ଥିବା ବେଳେ ଅସନ୍ତୁଷ୍ଟ କଂଗ୍ରେସ ବିଧାୟକଙ୍କ ଇସ୍ତଫା ପତ୍ରକୁ ନେଇ ମାମଲା ସୁପ୍ରିମକୋର୍ଟରେ ପହଞ୍ଚିଛି। ପୂର୍ବରୁ କୋର୍ଟ ଏହି...

ବିଦେଶ ଯିବା ପାଇଁ ଜେଟ୍‌ ଏୟାରଓ୍ବେଜର ସଂସ୍ଥାପକଙ୍କୁ ନେବାକୁ ପଡ଼ିବ ୧୮ କୋଟି ଟଙ୍କାର ଟିକେଟ

ନୂଆଦିଲ୍ଲୀ,୯।୭: ବଢିଛି ଜେଟ୍‌ ଏୟାରଓ୍ବେଜର ସଂସ୍ଥାପକ ନରେଶ ଗୋୟଲଙ୍କ ଅଡୁଆ। ଦିଲ୍ଲୀ ହାଇକୋର୍ଟ ମଙ୍ଗଳବାର ତାଙ୍କୁ ବିଦେଶ ଯିବାକୁ ଅନୁମତି ଦେବାଲାଗି ମନା କରି ଦେଇଛନ୍ତି।...

ସିଏଏକୁ ବିରୋଧ କରୁଥିବା ଲୋକଙ୍କୁ ଗୁଳି ମାରିଦେବା ଉଚିତ: ଭାଜପା ମନ୍ତ୍ରୀ

ବେଙ୍ଗାଲୁରୁ,୨୯।୧: ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ)କୁ ବିରୋଧ କରୁଥିବା ଲୋକଙ୍କୁ ବିରିୟାନୀ ଖାଇବାକୁ ନୁହେଁ, ଗୁଳି ମାରିଦେବା ଉଚିତ ବୋଲି କହିଛନ୍ତି କର୍ନାଟକର ୟେଦୁରପ୍ପା ସରକାରରେ ମନ୍ତ୍ରୀ...

କଂଗ୍ରେସର ମଙ୍ଗ ଧରିପାରନ୍ତି ରାହୁଲ

ନୂଆଦିଲ୍ଲୀ,୧।୧୨: ମହାରାଷ୍ଟ୍ରରେ ଶିବସେନା, କଂଗ୍ରେସ ଓ ଏନ୍‌ସିପି ମେଣ୍ଟର ମହାବିକାଶ ଅଘାଡି ସରକାର ଉପରେ ଏବେ ସମସ୍ତଙ୍କ ନଜର। ଏଥିରେ ଏବେ ଶିବସେନା ନେତା ଉଦ୍ଧବ...

୭୪ ବର୍ଷ ବୟସ୍କା ବୃଦ୍ଧା ଯାଆଁଳା ସନ୍ତାନଙ୍କୁ ଦେବେ ଜନ୍ମ

ବିଶାଖାପଟ୍ଟନମ୍‌,୫।୯: ଆଧୁନିକ ଚିକିତ୍ସା ବିଜ୍ଞାନ ଯୋଗୁ ଏବେ ଅସମ୍ଭବ ସମ୍ଭବ ହେବାରେ ଲାଗିଛି। ଏହା ଯୋଗୁ ସନ୍ତାନ ଇଛା ରଖିଥିବା ୭୪ ବର୍ଷ ବୟସ୍କା ଜଣେ...

Leave a comment

Your email address will not be published. Required fields are marked *