ଗଛରେ ପିଟିହେଲା ପର୍ଯ୍ୟଟକଙ୍କ କାର୍‌: ୩ ଗୁରୁତର, ୨ ଆହତ

ଗୋପ,୧୦।୧୦(ଡି.ଏନ୍‌.ଏ.): ଗୋପ-କୋଣାର୍କ ରାସ୍ତାର ଜୁଣେଇ ନିକଟରେ ଗୁରୁବାର ଭୋର ସମୟରେ ଏକ ଦୁର୍ଘଟଣା ଘଟିଛି। କୋଣାର୍କ ବୁଲିବାକୁ ଯାଉଥିବା ଭଦ୍ରକ ଅଞ୍ଚଳର ଏକ କାର୍‌(ଓଡି୨୨ଏଲ୍‌୪୫୫୫) ଗଛରେ ପିଟି ହେବା ଫଳରେ ଗାଡ଼ିରେ ଥିବା ୩ ପର୍ଯ୍ୟଟକ ଗୁରୁତର ହୋଇଛନ୍ତି। ସେମାନେ ହେଲେ ସନ୍ତୋଷ କୁମାର ନାୟକ(୩୨), ଜଗନ୍ନାଥ ନାୟକ(୩୦) ଏବଂ ଝିଅ ସିଦିଶ୍ରୀ ନାୟକ(୭)। ସେହିଭଳି ସୃତିରେଖା ବେହେରା ଓ ଶୁଭସ୍ମିତା ନାୟକ ଆହତ ହୋଇଛନ୍ତି। ଆହତଙ୍କୁ ଗୋପ ଡାକ୍ତରଖାନାରେ ଚିକିତ୍ସା କରାଯାଉଥିବା ବେଳେ ଗୁରୁତରମାନଙ୍କୁ ଭୁବନେଶ୍ୱର ପଠାଯାଇଛି।

ସୂଚନାନୁଯାୟୀ, ଭଦ୍ରକ ଗଣ୍ତକୁରା ଗ୍ରାମର ଗୋଟିଏ ପରିବାରର ୧୫ ରୁ ଅଧିକ ଲୋକ ୨ ଗୋଟିଏ କାର୍‌ରେ କୋଣାର୍କ ବୁଲିବାକୁ ଯାଉଥିଲେ। ଡ୍ରାଇଭରଙ୍କ ଅସାବଧାନତା ଯୋଗୁ ଗାଡ଼ିଟି ଭାରସାମ୍ୟ ହରାଇ ରାସ୍ତା ତଳକୁ ଖସିଯାଇ ଏକ ଗଛରେ ପିଟି ହୋଇଯାଇଥିଲା।


All Right Reserved By Dharitri.Com

ମା’ବାପା ନ ଥିବାବେଳେ ନାତିଙ୍କୁ ଜେଜେମାଙ୍କ ନିର୍ମମ ମାଡ଼, ଭିଡିଓ ଭାଇରାଲ

ବସ୍ତା,୩।୮(ସ୍ବ.ପ୍ର.): ପିଲାଟିକୁ କେହି ବାଡ଼ାଇଲେ ସେ ଦୌଡ଼ି ଯାଇ ଜେଜେମା କୋଳରେ ପଶି ଯାଇଥାଏ। କିନ୍ତୁ ବାଲେଶ୍ୱର ଜିଲା ବସ୍ତା ବ୍ଲକ ଭେଲୋରା ପଞ୍ଚାୟତର ଗଙ୍ଗାଧରପୁର...

ଲକ୍‌ ଡାଉନ୍‌ ବେଳେ ଦେଶୀ ମଦ ଜବତ: ୧୧ ଗିରଫ

ପାଇକମାଲ, ୧୯।୪ (ଡି.ଏନ.ଏ.)- ପାଇକମାଲ ପୋଲିସ ୩ଟି ସ୍ଥାନରୁ ଚଢ଼ାଉ କରି ୧୭୦ ଲିଟର ଦେଶୀ ରନ୍ଧା ମଦ ଜବତ କରିଛି । ଏହି ଘଟଣାରେ...

ଗର୍ଭବତୀଙ୍କ ତଣ୍ଟି ଚିପି ହତ୍ୟା ଘଟଣା: ଜେଲ ଗଲେ ସ୍ବାମୀ

ବ୍ରହ୍ମପୁର ଅଫିସ,୧୯ା୮-ଗୋଷାଣୀନୂଆଗଁା ଥାନା ଅନ୍ତର୍ଗତ ନୂଆ ଖଜୁରିଆରେ ଗତ ୧୪ ତାରିଖରେ ୪ ମାସର ଗର୍ଭବତୀ ଥିବା ଜଣେ ମହିଳାଙ୍କୁ ତାଙ୍କ ସ୍ବାମୀ ତଣ୍ଟି ଚିପି...

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଚଢ଼ାଉ

ଚାନ୍ଦବାଲି,୩ା୬(ଡି.ଏନ୍‌.ଏ.): ଭଦ୍ରକ ବନଖଣ୍ଡ ଅନ୍ତର୍ଗତ ଚାନ୍ଦବାଲିସ୍ଥିତ କାର୍ଯ୍ୟାଳୟରେ କାର୍ଯ୍ୟରତ ଦୁଇ କର୍ମଚାରୀଙ୍କ ନାମରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ ଆସିଛି। ବୁଧବାର ମଧ୍ୟାହ୍ନରେ ଭଦ୍ରକ...

ପରେଡ୍‌ରେ ଅଣଛାତ୍ର ଟ୍ରଫି ହାତେଇବା ଘଟଣା: ତଦନ୍ତ ଆଦେଶ ଦେଲେ ଜିଲାପାଳ

ବାଲେଶ୍ୱର ଅଫିସ,୩୦।୧- ବାଲେଶ୍ୱରରେ ଜିଲାସ୍ତରୀୟ ୭୧ତମ ସାଧାରଣତନ୍ତ୍ର ଦିବସ ଧୁମ୍‌ଧାମ୍‌ରେ ପାଳିତ ହୋଇଥିବାବେଳେ ପରେଡ଼ରେ କେତେକ ଅଣଛାତ୍ର ଟ୍ରଫି ନେବା ଘଟଣା ସମ୍ପର୍କରେ ଗଣମାଧ୍ୟମରେ ପ୍ରକାଶ...

୬ ଜିଲାରେ ବଢ଼ିବ କୋଭିଡ କେୟାର ଶଯ୍ୟା

ଭୁବନେଶ୍ୱର, ୧୨।୫(ବ୍ୟୁରୋ): ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଚାଲିଛି। ଏ ନେଇ ରାଜ୍ୟରେ ୬ଟି ଜିଲାରେ କୋଭିଡ କେୟାର ସଯ୍ୟା ବୃଦ୍ଧି ନେଇ...

ସିଏଏ: ସୁନ୍ଦରଗଡ଼ରେ ହିଂସା; ୨ଗୋଷ୍ଠୀ ମୁହାଁମୁହିଁ, ପଥର ମାଡ଼ରେ ଆଇଆଇସିଙ୍କ ସମେତ ୧୦ ଆହତ

ସୁନ୍ଦରଗଡ଼,୧୫-୧(ଡି.ଏନ୍‌.ଏ.):ନାଗରିକତ୍ୱ ସଂଶୋଧନ ଆଇନ (ସିଏଏ)କୁ ନେଇ ସୁନ୍ଦରଗଡ଼ରେ ସୋମବାର ଉତ୍ତେଜନା ସୃଷ୍ଟି ହୋଇଥିଲା। ମଙ୍ଗଳବାର ଏହା ହିଂସାର ରୂପ ନେଇଛି। ସ୍ଥାନୀୟ ରିଜେଣ୍ଟ ମାର୍କେଟ ଅଞ୍ଚଳରେ...

ମଣିନାଗ ପୀଠ ରାସ୍ତା କାମ ବନ୍ଦ: ଠାକୁରାଣୀଙ୍କୁ ଦର୍ଶନ କରିପାରୁ ନାହାନ୍ତି ପର୍ଯ୍ୟଟକ

ରଣପୁର,୨୯ା୧(ସ୍ବ.ପ୍ର.): ନୟାଗଡ଼ ଜିଲାର ରଣପୁର ନିକଟ ମା’ ମଣିନାଗ ପୀଠ ରାସ୍ତାକୁ ଜଣେ ଲୋକ ପଥର ପକାଇ ଅବରୋଧ କରିଛନ୍ତି। ଫଳରେ ରାସ୍ତା କାର୍ଯ୍ୟ ବନ୍ଦ...

Coronavirus Update


selfi corner

Archives

Model This Week

Why Dharitri

Leave a comment

Your email address will not be published. Required fields are marked *