ଇଣ୍ଡିଆନ୍‌ ଆଇଡଲ୍‌ ୧୧ରେ ଓଡିଆ ଝିଅ ଚେଲ୍‌ସି

ଭୁବନେଶ୍ୱର:ପୁଣି ଜାତୀୟସ୍ତରୀୟ ରିଆଲିଟି ଶୋ’ରେ ଆସିବେ ଓଡ଼ିଆ ଝିଅ ଚେଲ୍‌ସି ବେଉରା। ସୋନି ଟିଭି ପକ୍ଷରୁ ପ୍ରସାରିତ ଇଣ୍ଡିଆନ୍‌ ଆଇଡଲ୍‌-୧୧ରେ ଚେଲ୍‌ସି ଭାଗ ନେଇଛନ୍ତି। ଏହି ଶୋ’ର ଏକ ଭିଡିଓରେ ଚେଲ୍‌ସିଙ୍କ ଝଲକ୍‌ ଦେଖିବାକୁ ମିଳିଛି। ଏହି ଭିଡିଓରେ ସେ ଇଶକ୍‌ଜାଦେ ଫିଲ୍ମର ‘ମେଁ ପରେଶାନ’ ଗୀତ ଗାଉଥିବାର ଦେଖାଯାଉଛି। ତାଙ୍କ ଗୀତକୁ ଜଜ୍‌ମାନେ ପ୍ରଶଂସା କରିବା ସହିତ ବିଶାଲ ଦଦ୍‌ଲାନୀ ଚେଲ୍‌ସିଙ୍କୁ ‘ଫ୍ୟୁଚର୍‌ ଷ୍ଟାର’ ବୋଲି କହିଛନ୍ତି। ତେବେ ଚେଲ୍‌ସି ପୂର୍ବରୁ ମଧ୍ୟ ଜାତୀୟସ୍ତରୀୟ ପ୍ଲାଟ୍‌ଫର୍ମରେ ଅଂଶଗ୍ରହଣ କରି ଦର୍ଶକଙ୍କ ଭଲପାଇବା ସାଉଁଟିଛନ୍ତି। ମ୍ୟୁଜିକ୍‌ ରିଆଲିଟି ଶୋ’ ରାଇଜିଂ ଷ୍ଟାର୍‌ ଓ ଇଣ୍ଡିଆନ୍‌ ଆଇଡଲ୍‌ରେ ସେ ଶିଶୁ କଳାକାର ଭାବେ ଭାଗ ନେଇଥିଲେ। ରାଇଜିଂ ଷ୍ଟାରରେ ସେ ଟପ୍‌-୧୧ ପର୍ଯ୍ୟନ୍ତ ଯାଇଥିଲେ। ଏବେ ପୁଣିଥରେ ସାରା ଓଡ଼ିଶାକୁ ଗର୍ବିତ କରିବା ପାଇଁ ଇଣ୍ଡିଆନ୍‌ ଆଇଡଲ୍‌-୧୧ରେ ଆସୁଛନ୍ତି ଚେଲ୍‌ସି। ଏଥର ଆରମ୍ଭରୁ ଏତେ ଭଲ ପ୍ରଦର୍ଶନ କରିଛନ୍ତି ଯେ ଆଗକୁ ଆହୁରି ଭଲ କରିବେ ବୋଲି କୁହଯାଉଛି। ସୂଚନାଯୋଗ୍ୟ, ଆସନ୍ତା ୧୨ତାରିଖରେ ଇଣ୍ଡିଆନ୍‌ ଆଇଡଲ୍‌-୧୧ ଶୋ’ ଆରମ୍ଭ ହେବାକୁ ଯାଉଛି। ଏନେଇ ଚ୍ୟାନେଲ୍‌ ବିଭିନ୍ନ ପ୍ରତିଯୋଗୀଙ୍କ ଉତ୍ତମ ପ୍ରଦର୍ଶନର ଛୋଟ ଛୋଟ ଭିଡିଓ କ୍ଲିପ୍ସ ସୋସିଆଲ୍‌ ମିଡିଆରେ ଛାଡ଼ି କାର୍ଯ୍ୟକ୍ରମର ଆରମ୍ଭ ସମ୍ପର୍କରେ ସୂଚନା ଦେଉଛି।


All Right Reserved By Dharitri.Com

ଏଥର ଗୋଟିଏ ଦିନରେ ବାହୁଡ଼ା, ହରିଶୟନ ଏକାଦଶୀ : ଶୁକ୍ରବାରଠାରୁ ୪ ମାସ ଶୋଇବେ ଠାକୁର

ପୁରୀ ଅଫିସ,୧୨।୭ : ପ୍ରାୟ ପ୍ରତିବର୍ଷ ବାହୁଡ଼ା ଦଶମୀ ପରଦିନ ହରିଶୟନ ଏକାଦଶୀ ପଡ଼ିଥାଏ। ହରିଶୟନ ଏକାଦଶୀଠାରୁ ଠାକୁର ଶୟନ କରିଥାନ୍ତି। ତେବେ ଏଥର ତିଥି...

ପୋଲିସ ପକ୍ଷରୁ ରଥଯାତ୍ରା ପ୍ରସ୍ତୁତି : ବରିଷ୍ଠ ଅଧିକାରୀଙ୍କୁ ବିଭାଗ ବଣ୍ଟନ

କଟକ ଅଫିସ, ୫।୬: ବିଶ୍ୱ ପ୍ରସିଦ୍ଧ ପୁରୀ ରଥଯାତ୍ରା ଆସନ୍ତା ଜୁଲାଇ ୪ ତାରିଖରେ ଆରମ୍ଭ ହେବ। ରଥଯାତ୍ରା ପୂର୍ବରୁ ଆସନ୍ତା ୧୭ ତାରିଖରେ ଦେବସ୍ନାନ...

ମହାଶିବରାତ୍ରି: ଭଗବାନ ଶିବଙ୍କ ଉପରେ ଆଧାରିତ ବଲିଉଡ୍‌ ଫିଲ୍ମ

ଆଜି ମହାଶିବରାତ୍ରି। ସମସ୍ତ ଭକ୍ତ ଭଗବାନ ଶିବଙ୍କ ପୂଜା କରିବାରେ ଲାଗିପଡ଼ିଛନ୍ତି। ବଲିଉଡ୍‌ ଇଣ୍ଡଷ୍ଟ୍ରି ମଧ୍ୟ ଏଥିରୁ ବାଦ୍‌ ପଡ଼ିନାହିଁ। ଶିବଙ୍କ ଉପରେ ଆଧାରିତ ତଥା...

ରାତ୍ରକାଳୀନ କର୍ଫ୍ୟୁ : ରାତି ୭ରୁ ସକାଳ ୭ନୁହେଁ, ସକାଳ୫

ଭୁବନେଶ୍ୱର,୧।୬(ବ୍ୟୁରୋ)-ରାତ୍ରକାଳୀନ କର୍ଫ୍ୟୁରେ ସମାନ୍ୟ ପରିବର୍ତ୍ତନ କରିଛନ୍ତି ରାଜ୍ୟ ସରକାର। ଅପରାହ୍ନରେ ପୋଲିସ ଡିଜିପି ଅଭୟ ଘୋଷଣା କରିଥିଲେ ଯେ, ସନ୍ଧ୍ୟା ୭ଟାରୁ ସକାଳ ୭ଟା ପର୍ଯ୍ୟନ୍ତ...

କିଡ୍‌ନୀ ଅଦଳବଦଳ ବଞ୍ଚାଇଲା ୨ ରୋଗୀଙ୍କ ଜୀବନ

ଭୁବନେଶ୍ୱର,୨୭ା୬(ବ୍ୟୁରୋ): ପ୍ରତିବର୍ଷ ଭାରତରେ ପ୍ରାୟ ୧୦ଲକ୍ଷ ଲୋକ କ୍ରନିକ୍‌ କିଡ୍‌ନୀ ଡିଜିଜ୍‌(ସିକେଡି) ଦ୍ୱାରା ଆକ୍ରାନ୍ତ ହୋଇଥାଆନ୍ତି। ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ତଥ୍ୟ ଅନୁଯାୟୀ, ଭାରତରେ ପ୍ରତ୍ୟେକ ବର୍ଷ...

ଫିଲ୍ମ ଅପେକ୍ଷା ରିଲେସନଶିପ୍‌କୁ ନେଇ ଚର୍ଚ୍ଚାରେ ରହୁଛନ୍ତି ଏହି ଯୋଡ଼ି

ଆଜିକାଲି ଆଲିଆ ଭଟ୍ଟ ଏବଂ ରଣବୀର କପୁର ଫିଲ୍ମ ଅପେକ୍ଷା ରିଲେସନଶିପ୍‌କୁ ନେଇ ବେଶୀ ଚର୍ଚ୍ଚାରେ ରହୁଛନ୍ତି। ଅନ୍ୟପଟେ କପୁର ଏବଂ ଭଟ୍ଟ ପରିବାର ମଧ୍ୟ...

କାଜୁ ଉତ୍ପାଦନ, ପ୍ରକ୍ରିୟାକରଣ, ରପ୍ତାନିକୁ ଗୁରୁତ୍ୱ: ୨୩ରେ ଓଡ଼ିଶାରେ ହେବ ଜାତୀୟ ସମ୍ମିଳନୀ

ଭୁବନେଶ୍ୱର,୯ା୧୨(ବ୍ୟୁରୋ): ସାରା ଦେଶରେ ଓଡ଼ିଶା ଅନ୍ୟତମ ପ୍ରମୁଖ କାଜୁ ବାଦାମ ଉତ୍ପାଦନ କରୁଥିବା ରାଜ୍ୟ। କାଜୁ ପୁଷ୍ଟିସାର ଜାତୀୟ ଖାଦ୍ୟ ହୋଇଥିବାରୁ ଏହାର ଦେଶ,ବିଦେଶରେ ଚାହିଦା...

ଅମିତ ଶାହଙ୍କୁ ଟିପ୍ସ ଦେଲେ ଅକ୍ଷୟ କୁମାର, ସନ୍ଧ୍ୟା ୬.୩୦ ପରେ ଖାଦ୍ୟ ଖାଆନ୍ତୁ ନାହିଁ

ବଲିଉଡ୍‌ ଅଭିନେତା ଅକ୍ଷୟ କୁମାର ନିଜ ଫିଟ୍‌ନେସ୍‌ ଉପରେ ସର୍ବଦା ଧ୍ୟାନ ଦିଅନ୍ତି। ଠିକ୍‌ ସମୟରେ ଖାଇବା ଏବଂ ଶୋଇବାକୁ ନେଇ ସେ ବେଶ୍‌ ସତର୍କ...

Leave a comment

Your email address will not be published. Required fields are marked *