ଗାଁରେ କଳା ଅଛି: ଚିହ୍ନିବା ଦରକାର

ଗୋଟିଏ ପଟେ ରୋଗୀ ସେବା ଅନ୍ୟପଟେ କଳାରେ ରୁଚି। ବ୍ୟସ୍ତତା ଭିତରେ ଅଭିନୟ, ପୁଣି ତା’ସାଙ୍ଗକୁ ବୃକ୍ଷରୋପଣ। ଏମିତି ‘ଏକରେ ଅନେକ’ ପରିଚୟ ନେଇ ଚାଲିଥିବା ଡା.ନୃପେନ୍ଦ୍ର କୁମାର ଶତପଥୀଙ୍କ ନିଜକଥା ସମ୍ପର୍କରେ …

ପିଲାଦିନ କେମିତି କଟିଥିଲା?
ପୈତୃକ ଗାଁ କଟକ ଜିଲା ମାହାଙ୍ଗା ପଦନଦାସପୁରରେ। ୧୯୭୦ ସେପ୍ଟେମ୍ବର ୧ରେ କଟକରେ ଜନ୍ମ। ପ୍ରାଥମିକ , ଉଚ୍ଚପ୍ରାଥମିକ ଶିକ୍ଷା ଓ କଲେଜ ଜୀବନ ବି କଟିଛି କଟକରେ। ବାପା(କୃଷ୍ଣଚନ୍ଦ୍ର ଶତପଥୀ) ଓଡିଶା ଇଲେକ୍ଟ୍ରିସିଟି ବୋର୍ଡରେ ଚାକିରି କରିଥିଲେ। ପ୍ରତି ରବିବାର ଓ ଛୁଟିଦିନଗୁଡିକରେ ବାପା ମୋତେ ଗାଁକୁ ନିଅନ୍ତି। ଆମ ଗାଁରେ ଦଶହରା ଓ ଦୋଳରେ ଡ୍ରାମା ହୁଏ। ମୋତେ ତାହା ଦେଖିବାର ସୁଯୋଗ ମିଳୁଥିଲା। ପିଲାଦିନେ ପାଇଥିବା ସେହି ସୁଯୋଗ ମୋ ପାଇଁ ସୌଭାଗ୍ୟ ଆଣିଦେଇଛି କଳା କ୍ଷେତ୍ରରେ। ଆଉ ବିଶିଷ୍ଟ ନାଟ୍ୟକାର ଜଗମୋହନ ଲାଲାଙ୍କ ଗ୍ରାମ ପାଖରେ ଆମ ଗାଁ। ଅନ୍ୟପକ୍ଷେ ଏହା ବୈଷ୍ଣବ ପାଣିଙ୍କ ଅଞ୍ଚଳ। ସମସ୍ତେ ତାଙ୍କ ବିଷୟରେ କଥା ହୁଅନ୍ତି, ଏହା ମୁଁ ଶୁଣେ। କଳା ପ୍ରତି ଆକର୍ଷିତ ହେବାର ଏହା ବି ଏକ କାରଣ।
ଅଭିନୟ କେବେଠୁ ଆରମ୍ଭ ହୋଇଥିଲା?
ଷ୍ଟୁଆର୍ଟ ସାଇନ୍ସ କଲେଜରେ ଆଇଏସ୍‌ସି ପଢ଼ିବାବେଳେ ମୁଁ ପ୍ରଥମେ ‘ଚୁପ୍‌ ଶୁଟିଂ ଚାଲିଛି’ନାଟକରେ ଅଭିନୟ କରିଥିଲି। ସେତେବେଳେ ଦୂରଦର୍ଶନରେ‘ମଧୁରେଣ’ ସିରିୟଲରେ ମୋତେ ଅଭିନୟ କରିବାର ସୁଯୋଗ ମିଳିଥିଲା। ୧୯୮୭ରେ ବୀର ସୁରେନ୍ଦ୍ର ସାଏ ମେଡ଼ିକାଲ କଲେଜର ଆନୁଆଲ୍‌ ଡ୍ରାମାରେ ମୁଁ ‘ଜଗୁ’ଭୂମିକାରେ ଅଭିନୟ କରି ସିନିୟରମାନଙ୍କର ପ୍ରିୟ ହେବା ସହ କଲେଜରେ ଏକ ସ୍ବତନ୍ତ୍ର ପରିଚୟ ପାଇଥିଲି। ଏମ୍‌ବିବିଏସ୍‌ର ତୃତୀୟ ଓ ଚତୁର୍ଥ ବର୍ଷ ମୁଁ ଡ୍ରାମାଟିକ ସେକ୍ରେଟାରି ମଧ୍ୟ ରହିଥିଲି। ଏହାପରେ ଏସ୍‌ସିବି ମେଡିକାଲ କଲେଜ, କଟକରେ ହାଉସ୍‌ମ୍ୟାନଶିପ୍‌ କରିବା ସମୟରେ କଲେଜର ସୁବର୍ଣ୍ଣ ଜୟନ୍ତୀ ପାଳନ ଅବସରରେ ଆୟୋଜିତ ଡ୍ରାମାରେ ଅଭିନୟ କରିଥିଲି।
ଚାକିରି ସହ ଅଭିନୟ କେମିତି ସମ୍ଭବ ହୋଇଛି?
ଏମ୍‌ବିବିଏସ୍‌ ପାସ୍‌ କରିବାପରେ ନୟାଗଡ଼ର ଭାପୁରରେ ପ୍ରଥମେ ୧୯୯୪ରେ ଚାକିରି କଲି। ପରେ ୧୯୯୫ରେ ବଦଳି ହୋଇ ଆସିଥିଲି କଳାର ମାଟି ମାହାଙ୍ଗାକୁ। ମାହାଙ୍ଗା ସିଏଚ୍‌ସିରେ ଚାକିରିର ଦୀର୍ଘ ବର୍ଷ ଭିତରେ ପେସା ଭିତରେ ଡ୍ରାମାକୁ ଧରି ରଖିବାକୁ ପ୍ରୟାସ କରି ଅନେକାଂଶରେ ସଫଳ ବି ହୋଇଛି। ଅଲ୍‌ଇଣ୍ଡିଅ ରେଡିଓ, କଟକରେ ୨୦୦୮ରେ ଡ୍ରାମା ଅଡିଶନରେ ଯୋଗ୍ୟ ହେବା ପରେ ୧୦ଟି ଡ୍ରାମାରେ ଅଭିନୟ କରିଛି। ୨୦୧୧ରୁ ୨୦୧୪ ଯାଏ ୩ ବର୍ଷରେ ୩୦୦ ଭାଗରେ ପ୍ରସାରଣ କରାଯାଇଥିବା ଟିଭି ସିରିୟଲ୍‌‘ଭାଇ ଭାଉଜ’ରେ ମଁୁ ଅଭିନୟ କରିଛି।
ପରିବାର ସମ୍ପର୍କରେ ?
ବାପା, ବୋଉ (ଉର୍ମିଳା ଶତପଥୀ) ,ସ୍ତ୍ରୀ କିରଣମୟୀ ଓ ଦୁଇ ପୁଅକୁ ନେଇ ମୋ ପରିବାର। ବଡ଼ ପୁଅ ନିତ୍ୟସୁନ୍ଦର ବିଡିଏସ୍‌ ପଢୁଛି। ସାନ ପୁଅ ୧୦ମ ପରୀକ୍ଷା ଦେବ।
ଆପଣଙ୍କ ଆଦର୍ଶ କିଏ?
ମା ଓ ବାପା ମୋ ଜୀବନର ଆଦର୍ଶ। କଳା କ୍ଷେତ୍ରରେ ଷ୍ଟୁଆର୍ଟ ସାଇନ୍ସ କଲେଜର ଅବସରପ୍ରାପ୍ତ ଅଧ୍ୟାପକ ସୁରେଶ ମିଶ୍ର ମୋତେ ଶିକ୍ଷା ଓ ନାଟକ କ୍ଷେତ୍ରରେ ଆଗକୁ ଯିବାରେ ସହାଯ୍ୟ କରିଛନ୍ତି।
କ’ଣ ଖାଇବାକୁ ପସନ୍ଦ କରନ୍ତି?
ଆମିଷ ଖାଇବାକୁ ଭଲ ପାଉଥିଲେ ବି ପଖାଳ ମୋର ସବୁଠୁ ପ୍ରିୟ। ପଖାଳ ସାଙ୍ଗକୁ ଆଳୁ ଭର୍ତ୍ତା ମୋତେ ଭାରି ଭଲ ଲାଗେ।
ଟିଭି ଦେଖନ୍ତି କି?
ହଁ, ସମୟ ମିଳିଲେ ଟିଭି ଦେଖେ। ପୁରୁଣା ଓଡିଆ ସିନେମା ଦେଖିବାକୁ ଭଲ ପାଏ।
କ’ଣ ପଢିବାକୁ ଭଲ ଲାଗେ?
ମୁଁ ବେଶି ଉପନ୍ୟାସ ପଢେ। ବିଶେଷକରି ପ୍ରତିଭା ରାୟଙ୍କ ଉପନ୍ୟାସ ମୋର ପସନ୍ଦ।
ସମୟ ପାଇଲେ କ’ଣ କରନ୍ତି?
ରୋଗୀ ସେବା, ଡ୍ରାମା ଭିତରୁ ସମୟ ବାହାର କରି ପରିବେଶ ଆଡ଼କୁ ବି ନଜର ଦିଏ। ମାହାଙ୍ଗାରେ ରହିବା ସମୟରେ ସେହି ଅଞ୍ଚଳରେ ପ୍ରାୟ ୬ହଜାର ବୃକ୍ଷରୋପଣ କରିଛି। ଏଥିପାଇଁ ମୁ ଁ ଜିଲାସ୍ତରରୁ ତଥା ବିଭିନ୍ନ ଅନୁଷ୍ଠାନରୁ ସମ୍ମାନିତ ହୋଇଛି। ଛୁଟିରେ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିବାକୁ ପୁରୀ ଯାଏ। ମାର୍କେଟିଂ ବି କରେ। ପୋଷାକ କିଣିବାରେ ମୋର ଆଗ୍ରହ ଥାଏ।
ଅବସର ପରେ କ’ଣ ଯୋଜନା ରଖିଛନ୍ତିି?
୨୦୧୮ରେ ମୁଁ ମାହାଙ୍ଗାରୁ କେନ୍ଦ୍ରାପଡ଼ା ବଦଳି ହୋଇ ଜଏଣ୍ଟ ଡାଇରେକ୍ଟର(ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ)ଭାବେ ଯୋଗଦେବା ପରେ ପ୍ରାୟତଃ ସମୟ ପାଉନାହିଁ। ଡ୍ରାମା ଲେଖିବାର ଅଭ୍ୟାସ ବି କମି ଯାଇଛି। ଅବସର ନେବାପରେ ଡ୍ରାମା ଲେଖିବା ସହ ଅଭିନୟରେ ପୂରା ସମୟ ଦେବି। ଗାଁ ପିଲାମାନେ କଳା ପ୍ରତି ଭରସା ହରାଉଛନ୍ତି। ଏଣୁ ଯେଉଁ ଗାଁରେ ଡ୍ରାମା ହେଉଛି ସେଠାରେ ପିଲାମାନଙ୍କୁ ଉତ୍ସାହିତ କରିବାକୁ ଚେଷ୍ଟା କରିବି। କହିବାକୁ ଗଲେ ଗାଁରେ କଳା ରହିଛି ତାହାକୁ ଚିହ୍ନିବା ଦରକାର।


All Right Reserved By Dharitri.Com

ଦ୍ୱିତୀୟଥର ପାଇଁ ମା’ ହେଲେ ଶିଳ୍ପା ସେଟ୍ଟୀ

ବଲିଉଡ୍‌ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ ଦ୍ୱିତୀୟଥର ମା’ ହୋଇଛନ୍ତି। ସୋସିଆଲ ମିଡିଆରେ ଶିଳ୍ପା ଏହି ସୂଚନା ଦେଇଛନ୍ତି। ସରୋଗେସି ପଦ୍ଧତି ଆପଣାଇ ଫେବୃୟାରୀ ୧୫ରେ ତାଙ୍କର...

ଯବାନଙ୍କ ପାଇଁ ରୁଟି ପ୍ରସ୍ତୁତ କଲେ ବିକି କୌଶଲ

ଅଭିନେତା ବିକି କୌଶଲ ଭାରତୀୟ ଯବାନଙ୍କ ପାଇଁ ରୁଟି ପ୍ରସ୍ତୁତ କରିଛନ୍ତି। ଭାରତ-ଚାଇନା ବର୍ଡରରେ ଗସ୍ତ କରି ସୋସିଆଲ ମିଡିଆରେ ଫଟୋ ଶେୟାର୍‌ କରିଛନ୍ତି ବିକି।...

ଲତାଙ୍କୁ ଭାବପ୍ରବଣ ଟୁଇଟ୍‌ କଲେ ଧର୍ମେନ୍ଦ୍ର

ସୁର ସାମ୍ରାଜ୍ଞୀ ଲତା ମଙ୍ଗେସକର ବର୍ତ୍ତମାନ ଅସୁସ୍ଥ ଅଛନ୍ତି। ନିଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ କରିବାରୁ ତାଙ୍କୁ ଇଣ୍ଟେନ୍ସିଭ କେୟାର ୟୁନିଟ (ଆଇସିୟୁ)ରେ ରଖାଯାଇଛି।...

ଦିବ୍ୟା ଭାରତୀଙ୍କ ମୃତ୍ୟୁ ପରେ ଶ୍ରୀଦେବୀଙ୍କୁ ମିଳିଥିଲା ‘ଲାଡ୍‌ଲା’

ବଲିଉଡ୍‌ର ଦିବଂଗତ ଅଭିନେତ୍ରୀ ଦିବ୍ୟା ଭାରତୀ। ୧୯୯୨ରେ ମୁକ୍ତିଲାଭ କରିଥିବା ଚଳଚ୍ଚିତ୍ର ‘ବିଶ୍ୱତ୍ମା’ରୁ ସେ ଫିଲ୍ମ ଇଣ୍ଡଷ୍ଟ୍ରିରେ ପାଦ ଦେଇଥିଲେ।୧୯୭୪ ଫେବୃଆରୀ ୨୫ରେ ଜନ୍ମଗ୍ରହଣ କରିଥିବା...

ସମୟ ନଷ୍ଟ କରିବାକୁ ପସନ୍ଦ କରନ୍ତିନି ସୋନମ

ମୁମ୍ବାଇ: ବଲିଉଡ୍‌ ନାୟିକା ସୋନମ କପୁର ବେଶ୍‌ କିଛି ଦିନ ହେବ ବଡ ପରଦାରେ ଦେଖାଯାଇ ନାହାଁନ୍ତି। ହେଲେ ନିକଟରେ ସେ ଏକ ସାକ୍ଷାତ୍‌କାର ମାଧ୍ୟମରେ...

କରୀନାଙ୍କ ଚାଟ୍‌ ଶୋ’ରେ ଖାସ୍‌ ଅତିଥି, ଯାହାଙ୍କ ଉପରୁ ଦର୍ଶକଙ୍କ ନଜର ହଟି ନ ଥିଲା

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ କରୀନା କପୁର ଏକ ରେଡିଓ ଶୋ’ର ହୋଷ୍ଟ କରୁଛନ୍ତି। ଯାହାର ନାମ ‘ଇସ୍କ’। କରୀନାଙ୍କ ଏହି ଶୋ’କୁ କେହି ନା କେହି...

ଅଭିନେତ୍ରୀ ପାୟଲଙ୍କୁ ମିଳିଲା ଜାମିନ

ଜୟପୁର,୧୭।୧୨: ବଲିଉଡ୍‌ ଅଭିନେତ୍ରୀ ପାୟଲ ରୋହତଗିଙ୍କୁ ମଙ୍ଗଳବାର ଜାମିନ ମିଳିଯାଇଛି। ଦୁଇଟି ମାମଲା ପାଇଁ ୨୫- ୨୫ ହଜାର ଟଙ୍କା ଦାଖଲ କରିବା ପରେ ତାଙ୍କୁ...

ସାଇନାଙ୍କ ବାୟୋପିକ୍‌ ପାଇଁ କଠିନ ପରିଶ୍ରମ କରୁଛନ୍ତି ପରୀ

ମୁମ୍ବାଇ: ଯେତେବେଳେ ବାୟୋପିକ୍‌ କଥା ଆସେ, ସେତେବେଳେ ଅଭିନେତ୍ରୀ/ଅଭିନେତାଙ୍କୁ ବିଶେଷ ପ୍ରସ୍ତୁତି କରିବାକୁ ପଡ଼ିଥାଏ। କାରଣ କୌଣସି କାଳ୍ପନିକ ଚରିତ୍ରକୁ ପରଦା ଉପରେ ଜୀବନ୍ତ କରି...

Leave a comment

Your email address will not be published. Required fields are marked *