‘ମୋ ସରକାର’ ସମୀକ୍ଷା: ୩ ପ୍ରମୁଖ ଅଧିକାରୀଙ୍କ ମାଲକାନଗିରି ଗସ୍ତ

ମାଲକାନଗିରି,୧୦ା୧୦ (ଡି.ଏନ୍‌.ଏ.): ରାଜ୍ୟର ଶୀର୍ଷ ପ୍ରଶାସନରେ ନିଆଯାଉଥିବା ନିଷ୍ପତ୍ତି ତୃଣମୂଳରେ କିପରି କାର୍ଯ୍ୟକାରୀ ହେଉଛି , ତାହାର ତଦାରଖ କରିବା ପାଇଁ ୩ ବରିଷ୍ଠ ଆଇଏଏସ୍‌ ଅଧିକାରୀ ବୁଧବାର ମାଲକାନଗିରି ଜିଲା ଗସ୍ତ କରିଛନ୍ତି। ଏହି ଅଧିକାରୀମାନେ ହେଉଛନ୍ତି- ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବ ଅଶୋକ ମୀନା, ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା ୫-ଟି ବିଭାଗ ସଚିବ ଭି. କାର୍ତ୍ତିକେୟନ୍‌ ପାଣ୍ଡିଆନ୍‌ ଏବଂ ଜାତୀୟ ସ୍ବାସ୍ଥ୍ୟ ମିଶନ(ଏନ୍‌ଏଚ୍‌ଏମ୍‌) ଅଧ୍ୟକ୍ଷା ଶାଳିନୀ ପଣ୍ଡିତ।
ଅଧିକାରୀମାନେ ଡାକ୍ତରଖାନାର ବିଭିନ୍ନ ଓ୍ବାର୍ଡ ପରିଦର୍ଶନ କରିଥିଲେ। ସେଠାରେ ଏକାଧିକ ରୋଗୀଙ୍କୁ ଭେଟି ସେମାନଙ୍କୁ ମିଳୁଥିବା ସୁବିଧାସୁଯୋଗ ଓ ଆବଶ୍ୟକତା ସମ୍ପର୍କରେ ପଚାରି ବୁଝିଥିଲେ। ସ୍ଥାନୀୟ ଚିକିତ୍ସାଳୟରେ ଭିତ୍ତିଭୂମିର ଉନ୍ନୟନ ନେଇ କର୍ମଚାରୀ ଏବଂ ଅଧିକାରୀମାନଙ୍କ ସହ ମଧ୍ୟ ଆଲୋଚନା କରିଥିଲେ। ଡାକ୍ତରଖାନାକୁ ଆସୁଥିବା ପ୍ରତ୍ୟେକ ରୋଗୀ ଯେପରି ଉପଯୁକ୍ତ ଚିକିତ୍ସା ପାଇବେ, ସେ ଦିଗରେ ସମସ୍ତ କର୍ମଚାରୀ ଯତ୍ନଶୀଳ ହେବା ଉପରେ ଗୁରୁତ୍ୱ ଦିଆଯାଇଥିଲା। ସେହିପରି ରୋଗୀଙ୍କ ସହ ଆସୁଥିବା ବ୍ୟକ୍ତିବିଶେଷଙ୍କ ସହ ଉପଯୁକ୍ତ ବ୍ୟବହାର ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଛି। ଚିକିତ୍ସାଳୟରେ ଆବଶ୍ୟକ ହେଉଥିବା ମେଡିସିନ୍‌ ଏବଂ ଉପକରଣ ସମ୍ପର୍କିତ ତଥ୍ୟ ମଧ୍ୟ ଅଧିକାରୀଙ୍କ ଦ୍ୱାରା ସଂଗୃହୀତ କରାଯାଇଥିଲା। ମୁଖ୍ୟ ଚିକିତ୍ସାଳୟ ପରେ ଜିଲାର ଅନ୍ୟ ବ୍ଲକସ୍ତରୀୟ ସ୍ବାସ୍ଥ୍ୟ କେନ୍ଦ୍ରଗୁଡିକ ସମ୍ପର୍କରେ ମଧ୍ୟ ସମୀକ୍ଷା କରାଯାଇଥିଲା।
ମୁଖ୍ୟ ଚିକିତ୍ସା ଅଧିକାରୀ(ସିଡିଏମ୍‌ଓ) ଅଜୟ କୁମାର ବୈଠାରୁ କହିଛନ୍ତି ଯେ, ମାଲକାନଗିରି ଡାକ୍ତରଖାନାରେ ଖାଲି ପଡିଥିବା ପଦବୀରେ ନିଯୁକ୍ତି, ପ୍ରତି ସପ୍ତାହରେ ଅନ୍ୟ ଜିଲା ଏବଂ ରାଜ୍ୟରୁ ବିଶେଷଜ୍ଞମାନେ ଦୁଇଥର ମାଲକାନଗିରି ଆସି ରୋଗୀଙ୍କୁ ପରୀକ୍ଷା କରିବେ। ରୋଗୀଙ୍କ ସମସ୍ତ ଔଷଧ ଖର୍ଚ୍ଚ ସରକାର ବହନ କରିବେ ା ରୋଗୀ ଓ ତାଙ୍କ ସମ୍ପର୍କୀୟଙ୍କ ରହିବା ସୁବିଧା, କ୍ୟାଣ୍ଟିନ୍‌ ବ୍ୟବସ୍ଥା ଆଦି କରାଯିବା ନେଇ ବୈଠକରେ ନିଷ୍ପତ୍ତି ହୋଇଥିବା ସିଡିଏମ୍‌ଓ କହିଥିଲେ। ସେହିପରି ଡାକ୍ତରଖାନାରେ ୨୪ ଘଣ୍ଟିଆ ଶୁଦ୍ଧ ପାନୀୟଜଳ ଯୋଗାଣ ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଛି। ଆଗାମୀ ଦିନରେ ସ୍ବାସ୍ଥ୍ୟସେବା କ୍ଷେତ୍ରରେ ମାଲକାନଗିରି ଜିଲା ଉଲ୍ଲେଖନୀୟ ସୋପାନ ହାସଲ କରିବା ନେଇ ଏନ୍‌ଏଚ୍‌ଏମ୍‌ ଅଧ୍ୟକ୍ଷା ଶାଳିନୀ ପଣ୍ଡିତ ଦୃଢୋକ୍ତି ପ୍ରକାଶ କରିଥିଲେ। ଉଲ୍ଲେଖଯୋଗ୍ୟ, ୩ ଅଧିକାରୀ ଏକ ସ୍ବତନ୍ତ୍ର ହେଲିକପ୍ଟର ଯୋଗେ ଆସି ଏମ୍‌.ଭି- ୩ସ୍ଥିତ ବିଏସ୍‌ଏଫ୍‌ କ୍ୟାମ୍ପରେ ଅବତରଣ କରି ସେଠାରୁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ଗସ୍ତ କରିଥିଲେ। ସେମାନଙ୍କ ସହ ଜିଲାପାଳ ମନୀଷ ଅଗ୍ରଓ୍ବାଲ, ଏସ୍‌ପି ହୃଷୀକେଶ ଡି. ଖିଲାରି, ମୁଖ୍ୟ ଚିକିତ୍ସା ଅଧିକାରୀ(ସିଡିଏମ୍‌ଓ) ଅଜୟ କୁମାର ବୈଠାରୁ, ଅତିରିକ୍ତ ମୁଖ୍ୟ ଚିକିତ୍ସାଧିକାରୀ(ଏଡିଏମ୍‌ଓ) ଅନିଲ କୁମାର ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ। ଅକ୍ଟୋବର ୨ ତଥା ଗାନ୍ଧୀ ଜୟନ୍ତୀରୁ ଆରମ୍ଭ ହୋଇଥିବା ‘ମୋ ସରକାର’ କାର୍ଯ୍ୟକ୍ରମ ପରେ ରାଜ୍ୟରେ ସ୍ବାସ୍ଥ୍ୟସେବାକୁ ପୂର୍ବାପେକ୍ଷା ଅଧିକ ଗୁରୁତ୍ୱ ଦିଆଯାଉଛି।


All Right Reserved By Dharitri.Com

ବିଇଓଙ୍କ ବଦଳି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର

ଶେରଗଡ,୨୧ା୭(ଡି.ଏନ.ଏ.)-ଶେରଗଡ ବ୍ଲକ ମିଳିତ ଶିକ୍ଷକ ସଂଘର ଏକ ବୈଠକ ଶନିବାର ସ୍ଥାନୀୟ ଜୟଚଣ୍ଡୀ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବିଇଓ ଭାସ୍କର ଲେଙ୍କା ଛଦ୍ମବେଶରେ...

ନାବାଳିକା ଛାତ୍ରୀଙ୍କୁ ଅସଦାଚରଣ ଘଟଣା : ଶିକ୍ଷକ ଗିରଫ

ଦାରିଙ୍ଗବାଡ଼ି,୨୫।୯(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଅଞ୍ଚଳରେ ଜଣେ ଟ୍ୟୁସନ ଶିକ୍ଷକ ସପ୍ତମ ଶ୍ରେଣୀର ନାବାଳିକା ଛାତ୍ରୀଙ୍କୁ ଅସଦାଚରଣ କରିଥିବା ସୋମବାର ଅଭିଯୋଗ ହୋଇଥିଲା। ଏଥିରେ...

ବାଇକ୍‌-ଅଟୋ ଦୁର୍ଘଟଣା,୨ ଗୁରୁତର

ଭାପୁର,୨୦ା୬(ଡି.ଏନ୍‌.ଏ.): ଭାପୁର-ମନ୍ଦାରବେରଣୀ ପୂର୍ତ୍ତ ବିଭାଗ ମୁଖ୍ୟ ରାସ୍ତାରେ ଏକ ବାଇକ୍‌ ଓ ଅଟୋ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ଦୁର୍ଘଟଣା ଘଟି ବୁଧବାର ୨ ଜଣ...

ଘର ଭାଙ୍ଗିଲେ ହାତୀପଲ

ବଡ଼ଗାଁ,୭।୯(ଡି.ଏନ୍‌.ଏ.) : ସୁନ୍ଦରଗଡ଼ ଜିଲା ବଡ଼ଗାଁ ଫରେଷ୍ଟ ରେଞ୍ଜ ଅନ୍ତର୍ଗତ ଜଙ୍ଗଲକୁ ଆସିଥିବା ୧୮ଟି ହାତୀପଲ କିଛିଦିନର ବ୍ୟବଧାନ ପରେ ପୁଣି ଉପଦ୍ରବ ଆରମ୍ଭ କରିଛନ୍ତି।...

ଜିଲାସ୍ତରୀୟ ଗାନ୍ଧୀ ଜୟନ୍ତୀ : ରାମଧୂନ ଗାଇଲେ ହଜାର ହଜାର ଛାତ୍ରୀଛାତ୍ର

ବରଗଡ଼ ଅଫିସ,୨।୧୦: ବରଗଡ଼ ସହରରେ ବୁଧବାର ଜିଲାସ୍ତରୀୟ ଗାନ୍ଧୀ ଜୟନ୍ତୀ ପାଳିତ ହୋଇଛି। ଏହି ଅବସରରେ ସକାଳେ ଗାନ୍ଧୀଛକସ୍ଥିତ ମହାତ୍ମା ଗାନ୍ଧୀଙ୍କ ସମେତ ସ୍ବଭାବ କବି...

୬ଟି ଗାଁକୁ ନିର୍ମାଣ ହେବ ରାସ୍ତା

ଦଶମନ୍ତପୁର, ୬ା୮(ଡି.ଏନ.ଏ.) କୋରାପୁଟ ଜିଲା ଦଶମନ୍ତପୁର ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ବ୍ଲକ । ବଣ, ପାହାଡ, ପର୍ବତଘେରରେ ରହିଥିବା ବ୍ଲକର ଅନେକଗୁଡିଏ ଦୁର୍ଗମ ଅଞ୍ଚଳକୁ...

୪୦ ଲିଟର ମହୁଲି ମଦ ଜବତ, ଦୁଇ ଗିରଫ

ବାଲିଗୁଡା,୨୦।୧୦: ବାଲିଗୁଡା ପୋଲିସ ଚଢାଉ କରି ମହୁଲି ମଦ ଜବତ କରିବା ସହ ଦୁଇ ଜଣଙ୍କୁ ଗିରଫ କରି କୋର୍ଟଚାଲଣ କରିଛି। ସେମାନେ ହେଲେ ମହିଳା...

ହାଓଡା ଢୁଲାଗଡ଼ରେ ମର୍ମନ୍ତୁଦ ଦୁର୍ଘଟଣା: ୪ ମୃତ, ଜଣେ ଗୁରୁତର

ଭଦ୍ରକ ଅଫିସ, ୧୭।୭ – କଲିକତା ହାଓଡା ଢୁଲାଗଡ ଟୋଲପ୍ଲାଜା ନିକଟରେ ବୁଧବାର ଭୋର ସମୟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୪ ଜଣ...

Leave a comment

Your email address will not be published. Required fields are marked *