ଶ୍ରୀମନ୍ଦିର ଉପରେ ଉଡ଼ିଲା ଡ୍ରୋନ୍‌

ପୁରୀ ଅଫିସ,୧୦ା୧୦: ବିଶ୍ୱପ୍ରସିଦ୍ଧ ପୁରୀ ଶ୍ରୀମନ୍ଦିର ଉପରେ ଆତଙ୍କବାଦୀ ଆକ୍ରମଣର ଆଶଙ୍କା ରହିଛି। ଏ ନେଇ ଗୋଇନ୍ଦା ବିଭାଗ ବିଭିନ୍ନ ସମୟରେ ରିପୋର୍ଟ ଦେଉଛି। ସୁରକ୍ଷା ଦୃଷ୍ଟିକୋଣରୁ ଶ୍ରୀମନ୍ଦିର ଏକ ସମ୍ବେଦନଶୀଳ ଅଞ୍ଚଳ। ଏହା ମଧ୍ୟରେ ଫଟୋ ଉଠାଇବା, ଭିଡିଓ ଉତ୍ତୋଳନ କରିବା ସମ୍ପୂର୍ଣ୍ଣ ନିଷେଧ। ଏହାସତ୍ତ୍ବେ ସୁରକ୍ଷା ବ୍ୟବସ୍ଥାକୁ ଚ୍ୟାଲେଞ୍ଜ ଦେଇ ମଙ୍ଗଳବାର ଶ୍ରୀମନ୍ଦିର ଉପରେ ଉଡିଛି ଡ୍ରୋନ। କିଛି ସମୟ ଡ୍ରୋନ୍‌ ଉଡ଼ିବା ଏବଂ ପୋଲିସ ଖୋଜିବାକୁ ଚେଷ୍ଟା କରି ବିଫଳ ହେବା ଘଟଣା ବଡ଼ଦେଉଳର ସୁରକ୍ଷା ବ୍ୟବସ୍ଥାକୁ ପଦାରେ ପକାଇଛି। ସକାଳେ ଏକ ଡ୍ରୋନ ମନ୍ଦିର ଉପରେ ଉଡୁଥିଲା। କେତେଜଣ ଭକ୍ତ ଦେଖିବା ପରେ ଏହା ପୋଲିସ ଓ ସେବାୟତଙ୍କ ନଜରକୁ ଆସିଥିଲା। ସେତେବେଳେ ଡ୍ରୋନ ଭିତର ବେଢା ଅଞ୍ଚଳ ଉପରେ ଉଡୁଥିଲା। ଏହାକୁ ଫଲୋ କରିବା ଲାଗି ଜଣେ ପୋଲିସ ଅଧିକାରୀ ଉତ୍ତର ଦ୍ୱାର ବାଟେ ବାହାରକୁ ଆସିଥିଲେ। ହେଲେ ଡ୍ରୋନଟି ଦକ୍ଷିଣ ଦ୍ୱାର ଉପର ଦେଇ ହରଚଣ୍ଡୀସାହି ଆଡ଼କୁ ପଳାଇଥିଲା। ଫଳରେ ପୋଲିସ ତା’ର ଟେର୍‌ ପାଇପାରି ନ ଥିଲା। ଶ୍ରୀମନ୍ଦିରରେ କାର୍ଯ୍ୟରତ ଜଣେ ପୋଲିସ ଅଧିକାରୀଙ୍କ ସୂଚନା ମୁତାବକ, ସକାଳେ ଏକ ଡ୍ରୋନ ଶ୍ରୀମନ୍ଦିର ଉପରେ ଉଚ୍ଚରେ ଉଡୁଥିଲା। ଡ୍ରୋନଟି ବହୁତ ଛୋଟ ଦେଖାଯାଉଥିଲା। ହୋ ହଲ୍ଲା ହେବା ପରେ ଏହି ଡ୍ରୋନଟି ହରଚଣ୍ଡୀସାହି ଆଡକୁ ପଳାଇଥିଲା। ଫଳରେ ଏହାକୁ ଠାବ କରାଯାଇ ପାରି ନ ଥିଲା। ଅନ୍ୟପକ୍ଷରେ ଏ ସମ୍ପର୍କରେ ସିଂହଦ୍ୱାର ଥାନା ଆଇଆଇସି ରଞ୍ଜନ କୁମାର ମଲିକ କହିଛନ୍ତି, ଶ୍ରୀମନ୍ଦିର ଉପରେ ଡ୍ରୋନ ଉଡ଼ିଥିବା ଶୁଣିଛି, କିନ୍ତୁ ଏହାକୁ ଦେଖିନାହଁୁ। ରାତିରେ ମନ୍ଦିର ଉପରେ ଏକ ଲାଇଟ୍‌ ଦେଖି ଡ୍ରୋନ ଭାବି ଏହାକୁ ଫଲୋ କରିଥିଲୁ। କିନ୍ତୁ ଏହା ବାଣ ଲାଇଟ୍‌ ବୋଲି ଜଣାପଡ଼ିିଥିଲା। ତଥାପି ପୋଲିସ ଏହା ଉପରେ ନଜର ରଖିଛି।


All Right Reserved By Dharitri.Com

ଗୁଡ଼ିଆପୋଖରୀ ଛକ ନିକଟରେ ଦୁର୍ଘଟଣା: ବସ୍‌ ଚକାତଳେ ଖସି ପଡ଼ି ଦୁଇ ଛାତ୍ର ମୃତ

ପୁରୁଣା ଭୁବନେଶ୍ୱର/ପିପିଲି,୯।୧୦(ଡି.ଏନ୍‌.ଏ.): ପୁରୀ-ଭୁବନେଶ୍ୱର ୩୧୬ନଂ ଜାତୀୟ ରାଜପଥର ଗୁଡ଼ିଆପୋଖରୀ ଛକ ଡିଭାଇଡର ନିକଟରେ ବୁଧବାର ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟି ଦୁଇ ଛାତ୍ରଙ୍କ ମୃତ୍ୟୁ ଘଟିଛି।...

ମହିଳାଙ୍କୁ ଯୌନ ଶୋଷଣ, ବ୍ଲାକମେଲିଂ ଅଭିଯୋଗ: କନଷ୍ଟେବଳ କୋର୍ଟଚାଲାଣ

ସାକ୍ଷୀଗୋପାଳ, ୧୭।୧୦(ଡି.ଏନ୍‌.ଏ.): ପୁରୀ ଜିଲା ସତ୍ୟବାଦୀ ଥାନା ଅଞ୍ଚଳର ଜନୈକା ବିବାହିତା ମହିଳାଙ୍କୁ ଯୌନ ଶୋଷଣ ଓ ବ୍ଲାକମେଲିଂ ଅଭିଯୋଗରେ ଜଣେ ପୋଲିସ କନେଷ୍ଟବଳଙ୍କୁ ବୁଧବାର...

ହାଇକୋର୍ଟ ବିଚାରପତି ଭାବେ ଶପଥ ନେଲେ ବିଭୁ ପ୍ରସାଦ ରାଉତରାୟ

କଟକ ଅଫିସ, ୮। ୧୧- ଓଡ଼ିଶା ହାଇକୋର୍ଟର ବିଚାରପତି ଭାବେ ଶୁକ୍ରବାର ବିଭୁପ୍ରସାଦ ରାଉତରାୟ ଶପଥ ଗ୍ରହଣ କରିଛନ୍ତି। ଅପରାହ୍ନ ପ୍ରାୟ ୨ଟାରେ ହାଇକୋର୍ଟ ପୁରୁଣା...

ଅର୍ଜୁନପୁର ଛକରେ ଦୁର୍ଘଟଣା: ପୋଲିସ ଭ୍ୟାନ୍‌ ଧକ୍କାରେ ୨ ମୃତ

ସୋନପୁର,୧୨।୯(ନି.ପ୍ର.): ଖୋର୍ଦ୍ଧା-ବଲାଙ୍ଗୀର ୫୭ନଂ ଜାତୀୟ ରାଜପଥର ସୋନପୁର ଥାନା ଅର୍ଜୁନପୁର ଛକରେ ଗୁରୁବାର ଏକ ଦୁର୍ଘଟଣା ଘଟିଛି। ପୋଲିସ ଭ୍ୟାନ୍‌ ଏକ ବାଇକ୍‌କୁ ମୁହାଁମୁହିଁ ଧକ୍କା...

ଆବାସ ଯୋଜନାରୁ ବଁଚିତ୍‌ ନିଅଁ। ସି ପରିବାର:ତାଲିକାର ନମ୍ବର ଦେଖି ଦିନ୍‌ଯାଉଛେ

ଅତାବିରା, ୩।୮ (ଡି.ଏନ୍‌.ଏ): ବରଗଡ଼ ଜିଲା ଅତାବିରା ବ୍ଲକ ବୁଗବୁଗା ପଁଚେତ୍‌ କର୍ମୀଟିକ୍ରାର ଗୁଟେ ଅସାହା ପରିବାର ଘର ଅଭାବୁ ପରହର ଘରେ ଆଶ୍‌ରେ ନେଇଛନ୍‌।...

ବିଦ୍ୟୁତ୍‌ ନେଲା ଜୀବନ

ଚାନ୍ଦବାଲି,୧୬।୯(ଡି.ଏନ.ଏ.)- ଭଦ୍ରକ ଜିଲା ଚାନ୍ଦବାଲି ଏନ୍‌ଏସି ଅନ୍ତର୍ଗତ ବାଲିଗଁା କୁହ୍ଲୀ ୱାର୍ଡ଼ରେ ସୋମବାର ବିଦ୍ୟୁତ୍‌ ଆଘାତରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ନଁା ଅଞ୍ଜନ...

ଏନ୍‌କାଉଣ୍ଟରକୁ ଡରୁନାହାନ୍ତି ଅପରାଧୀ 

କେନ୍ଦ୍ରାପଡା ଅଫିସ, ୧୯ା୯: ଅପରାଧୀଙ୍କୁ କାବୁ କରିବା ପାଇଁ କେନ୍ଦ୍ରାପଡ଼ାରେ ବାରମ୍ବାର ପୋଲିସ ଏନ୍‌କାଉଣ୍ଟର କରୁଛି। ଗତ ୧୫ ମାସ ମଧ୍ୟରେ ଜିଲା ପୋଲିସ ୧୧...

ପୋଲ ତଳକୁ ଖସିଲା କାର୍‌: ଜଣେ ମୃତ ୩ ଗୁରୁତର

ବଡଗାଁ,୪।୯(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲା ବଡ଼ଗାଁ ଥାନା ଅନ୍ତର୍ଗତ ବାମରା ରାସ୍ତାରେ ବୁଧବାର ଅପରାହ୍ନରେ ଭାରସାମ୍ୟ ହରାଇ ପୋଲ ତଳକୁ କାର୍‌ ଖସି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *