Posted inଜାତୀୟ

ପ୍ରଥମଥର ପାଇଁ ଭୋଟ ମାଗିଲେ ଶହୀଦ ଭଗତ ସିଂଙ୍କ ପରିବାର ସଦସ୍ୟ

ପୁଣେ,୧୦।୧୦:ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଇଁ ପ୍ରଚାର ଜୋରସୋର ଚାଲିଛି। ରାଜ୍ୟରେ ଭାଜପା-ଶିବସେନା ଏବଂ କଂଗ୍ରେସ-ଏନସିପି ମେଣ୍ଟ ମଧ୍ୟରେ ଟକ୍କର ହେବାକୁ ଯାଉଛି। ଏଥର ପ୍ରଚାର ମୈଦାନକୁ ଓହ୍ଲାଇଛନ୍ତି ଶହୀଦ ଭଗତ୍‌ ସିଂଙ୍କ ପରିବାରର ଜଣେ ସଦସ୍ୟ। ତାଙ୍କ ନାତି ବିକ୍ରମ ସିଂ ସାନ୍ଧୁ ଭାଜପାର ବର୍ତ୍ତମାନ ବିଧାୟକ ଥିବା ନରେନ୍ଦ୍ର ପାଓ୍ବାରଙ୍କ ସପକ୍ଷରେ ଭୋଟ ମାଗିଛନ୍ତି। ଭାଜପା ଏଥର ନରେନ୍ଦ୍ରଙ୍କୁ ଟିକେଟ ଦେଇ ନ ଥିବାରୁ ସେ ନିର୍ଦ୍ଦଳୀୟ ପ୍ରାର୍ଥୀ ଭାବେ କଲ୍ୟାଣ(ପଶ୍ଚିମ)ସିଟ୍‌ରୁ ନିର୍ବାଚନ ଲଢୁଛନ୍ତି। ବୁଧବାର ଶିବାଜୀ ଚୌକରେ ପାଓ୍ବାର ନିର୍ବାଚନ ପ୍ରଚାର କାର୍ଯ୍ୟାଳୟ ଉଦଘାଟନ ଅବସରରେ ବିକ୍ରମ ସିଂ ଯୋଗଦେଇଥିଲେ। ପ୍ରଥମଥର ପାଇଁ ଭଗତ ସିଂଙ୍କ ପରିବାରର ସଦସ୍ୟ କୌଣସି ନେତାଙ୍କ ପାଇଁ ପ୍ରଚାର କରିବା ଦେଖାଯାଇଛି। ସୂଚନାଯୋଗ୍ୟ, ମହାରାଷ୍ଟ୍ର ବିଧାନସଭାର ୨୮୮ଟି ଆସନ ପାଇଁ ଅକ୍ଟୋବର ୨୧ରେ ନିର୍ବାଚନ ହେବ।


All Right Reserved By

ବିବାହ ପାଇଁ ମନା କରିବାରୁ କନ୍ୟା ପିତାଙ୍କୁ ଅପହରଣ କଲେ ଯୁବକ

ଦ୍ୱାରିକା,୨୯।୫: ବିବାହର ପ୍ରସ୍ତାବ ସ୍ବୀକାର କରି ମନା କରିବା ପରେ ନିଜ ସାଙ୍ଗମାନଙ୍କ ସହିତ ମିଶି କନ୍ୟା ପିତାଙ୍କୁ ଅପହରଣ କଲେ ଯୁବକ। ଏହାପରେ ଯୁବକଙ୍କୁ...

ଧର୍ମେନ୍ଦ୍ରଙ୍କ ମୁଣ୍ଡରେ ପୁଣି ସୁନା କଳସ: ପିଏମ୍‌ଓରୁ ଆସିଲା ଫୋନ୍‌ କଲ୍‌

ନୂଆଦିଲ୍ଲୀ,୩୦।୫: ଧର୍ମେନ୍ଦ୍ର ପ୍ରଧାନଙ୍କ ମୁଣ୍ଡରେ ପୁଣି ସୁନା କଳସ ଢ଼ଳା ହୋଇଛି। ସେ ପୁଣିଥରେ ନରେନ୍ଦ୍ର ମୋଦିଙ୍କ କ୍ୟାବିନେଟ୍‌ରେ ଯୋଗଦେବେ। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ(ପିଏମ୍‌ଓ)ରୁ ତାଙ୍କ ପାଖକୁ...

କମଳନାଥ ସରକାରଙ୍କ ବିଲ୍‌କୁ ୨ ଭାଜପା ବିଧାୟକଙ୍କ ସମର୍ଥନ

ଭୋପାଳ,୨୫ା୭(ପି.ଟି.): ମଧ୍ୟପ୍ରଦେଶ ବିଧାନସଭାରେ କଂଗ୍ରେସ ସରକାର ଆଣିଥିବା ଏକ ବିଲ୍‌କୁ ଦୁଇଜଣ ଭାଜପା ବିଧାୟକ ସମର୍ଥନ କରିବା ଗୈରିକ ଦଳ ପାଇଁ ଝଟକା ସଦୃଶ ହୋଇଛି।...

ଲଗାଣ ବର୍ଷାରେ ବେହାଲ୍‌ ମଧ୍ୟପ୍ରଦେଶ: ଘରେ ପଶିଲା ପାଣି, ସ୍କୁଲ କଲେଜ ବନ୍ଦ

ଭୋପାଳ,୯।୯: ଦୁଇ ଦିନର ଲଗାଣ ବର୍ଷାରେ ବେହାଲ ମଧ୍ୟପ୍ରଦେଶ। ସହରର ନାଳଗୁଡିକରେ ପାଣି ଉଛୁଳିପଡ଼ିଥିବା ବେଳେ ନଦୀର ଜଳସ୍ତର ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି।...

ପିସିଏସ୍‌ ପରୀକ୍ଷାର ପ୍ରଥମ ଦୁଇ ସ୍ଥାନରେ ରହିଲେ ସ୍ତ୍ରୀ,ସ୍ବାମୀ: ସରକାରୀ ଚାକିରି ଛାଡି କରୁଥିଲେ ପ୍ରସ୍ତୁତି

ରାୟପୁର, ୨୪।୭: ଛତିଶଗଡ ଲୋକସେବା ଆୟୋଗ(ପିସିଏସ୍‌) ପରୀକ୍ଷାରେ ସ୍ତ୍ରୀସ୍ବାମୀ ପ୍ରଥମ ଦୁଇ ସ୍ଥାନରେ ରହି ଇତିହାସ ରଚିଛନ୍ତି। ଏହି ପରୀକ୍ଷାରେ ସ୍ମାମୀ ପ୍ରଥମ ସ୍ଥାନ ହାସଲ...

କଂଗ୍ରେସର ନୂଆ ରଣନୀତି: ଅଧିର ରଞ୍ଜନ ଚୌଧୁରୀ ଲୋକ ସଭା ନେତା ହେବା ନେଇ ଚର୍ଚ୍ଚା

ନୂଆଦିଲ୍ଲୀ,୧୮।୬: କଂଗ୍ରେସ ଦଳ ପକ୍ଷରୁ ଲୋକ ସଭାରେ ନେତା ପାଇଁ ପଶ୍ଚିମବଙ୍ଗର ଅଧିର ରଞ୍ଜନ ଚୌଧୁରୀଙ୍କ ନାମକୁ ନେଇ ଆଲୋଚନା ଆରମ୍ଭ ହୋଇଛି। ରାହୁଲ ଗାନ୍ଧୀ...

ମୁମ୍ବାଇ ଲୋକାଲ୍‌ ଟ୍ରେନ୍‌ରେ ନିଆଁ

ମୁମ୍ବାଇ,୯।୧୦: ମୁମ୍ବାଇର ଏକ ଲୋକାଲ୍‌ ଟ୍ରେନ୍‌ରେ ବୁଧବାର ସକାଳେ ନିଆଁ ଲାଗି ଯାଇଥିବା ଜଣାପଡିଛି। ପନବେଲ ଯାଉଥିବା ଏହି ଟ୍ରେନ୍‌ରେ ଓ୍ବାସି ରେଲଓ୍ବେ ଷ୍ଟେଶନରେ ନିଆ...

ଯୋଗୀ ଆଦିତ୍ୟନାଥ ମନ୍ତ୍ରିମଣ୍ଡଳର ସମ୍ପ୍ରସାରଣ: ୨୩ ମନ୍ତ୍ରୀ ନେଲେ ଶପଥ

ଲକ୍ଷ୍ନୌ,୨୧।୮: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ମନ୍ତ୍ରିମଣ୍ଡଳର ସମ୍ପ୍ରସାରଣ ବୁଧବାର ହୋଇଛି। ଏଥିରେ ୨୩ ଜଣ ମନ୍ତ୍ରୀ ଶପଥ ନେଇଛନ୍ତି। ସେମାନଙ୍କ ମଧ୍ୟରେ ୬ କ୍ୟାବିନେଟ୍‌,...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *