Posted inଖେଳ

ପାକିସ୍ତାନ ଖେଳୁଥିଲା ମ୍ୟାଚ୍‌, ଷ୍ଟାଡିୟମରେ ପହଞ୍ଚିଲେ କୋହଲିଙ୍କ ପ୍ରଶଂସକ

ଲାହୋର, ୧୦।୧୦:ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ବର୍ତ୍ତମାନ ସମୟର ବିଶ୍ୱର ସର୍ବଶ୍ରେଷ୍ଠ ବ୍ୟାଟ୍ସମ୍ୟାନ୍‌ଙ୍କ ମଧ୍ୟରେ ଅନ୍ୟତମ। ମାତ୍ର ୩୦ ବର୍ଷ ବୟସରେ ସେ କ୍ରିକେଟର ଅନେକ ରେକର୍ଡ ଭାଙ୍ଗିସାରିଲେଣି। ତାଙ୍କ ପ୍ରଶଂସକ କେବଳ ଭାରତରେ ନାହାନ୍ତି, ସାରା ବିଶ୍ୱରେ ତାଙ୍କର ବେଶ୍‌ ଖ୍ୟାତି ରହିଛି। ପାକିସ୍ତାନରେ ମଧ୍ୟ କୋହଲିଙ୍କ ଜଣେ ବଡ ଫ୍ୟାନ୍‌ ଅଛନ୍ତି। ନିକଟରେ ପାକିସ୍ତାନ ଏବଂ ଶ୍ରୀଲଙ୍କା ମଧ୍ୟରେ ଲାହୋରର ଗଦ୍ଦାଫି ଷ୍ଟାଡିୟମରେ ଶେଷ ଟି-୨୦ ମ୍ୟାଚ୍‌ ଖେଳାଯାଉଥିବାବେଳେ କୋହଲିଙ୍କ ଜଣେ ପାକିସ୍ତାନ ପ୍ରଶଂସକଙ୍କୁ ଦେଖିବାକୁ ମିଳିଥିଲା। ସେ ଏକ ପ୍ଲା-କାର୍ଡ ଧରି କୋହଲି କୋହଲି ନାରା ଲଗାଇଥିଲେ। ଉକ୍ତ ପ୍ଲା-କାର୍ଡରେ କୋହଲି ଆମେ ଆପଣଙ୍କୁ ପାକିସ୍ତାନ ପକ୍ଷରୁ ଖେଳୁଥିବାର ଦେଖିବାକୁ ଚାହୁଁ। ଆମେ ଆପଣଙ୍କ ବଡ ପ୍ରଶଂସକ ବୋଲି ଲେଖାଥିଲା। ଏହା ସୋସିଆଲ ମିଡିଆରେ ବେଶ୍‌ ଭାଇରାଲ ମଧ୍ୟ ହୋଇଛି।


All Right Reserved By

Posted inଖେଳ

ପଞ୍ଚମ ଆଶେସ ଟେଷ୍ଟ: ଇଂଲଣ୍ଡ ୧୩୫ ରନରେ ବିଜୟୀ

ଲଣ୍ଡନ, ୧୫।୯- କେନିଂଟନ ଓଭାଲ ଗ୍ରାଉଣ୍ଡରେ ଚାଲିଥିବା ୫ମ ତଥା ଅନ୍ତିମ ଆଶେସ କ୍ରିକେଟ ଟେଷ୍ଟରେ ଇଂଲଣ୍ଡ ୧୩୫ ରନରେ ଅଷ୍ଟ୍ରେଲିଆକୁ ପରାସ୍ତ କରିଛି। ୩୯୯...

ଆଇସିସି ବିଶ୍ୱକପ୍‌ : ଦକ୍ଷିଣ ଆଫ୍ରିକାର ସହଜ ବିଜୟ

ଚେଷ୍ଟର-ଲି-ଷ୍ଟ୍ରିଟ୍‌, ୨୮।୬- ଚଳିତ ଆଇସିସି ବିଶ୍ୱକପ୍‌ରେ ସେମିଫାଇନାଲ ଦୌଡ଼ରୁ ବାଦ୍‌ ପଡିସାରିଥିବା ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ବିଜୟ ହାସଲ କରିଛି। ସ୍ଥାନୀୟ ରିଭରସାଇଡ ଗ୍ରାଉଣ୍ଡରେ ଅନୁଷ୍ଠିତ...

ଅପିଲ୍‌ କରି ତଳେ ପଡିଗଲେ ବୋଲର, ଆଉଟ ଦେବା ପରିବର୍ତ୍ତେ ହସିଲେ ଅମ୍ପାୟାର

ଲଣ୍ଡନ, ୨୨।୮: ସସେକ୍ସ ଏବଂ ମିଡିଲସେକ୍ସ ମଧ୍ୟରେ ଖେଳାଯାଉଥିବା ଏକ କାଉଣ୍ଟିଂ ମ୍ୟାଚରେ ଏକ ଭିନ୍ନ ନଜାରା ଦେଖିବାକୁ ମିଳିଛି। ମିଡିଲସେକ୍ସର ବ୍ୟାଟ୍ସମ୍ୟାନ୍‌ ଜେମ୍ସ ହ୍ୟାରିସ୍‌...

ଅଲିମ୍ପିକ୍‌ ଟେଷ୍ଟ ଇଭେଣ୍ଟ ହକି ଭାରତୀୟ ମହିଳା, ପୁରୁଷ ଦଳ ଚାମ୍ପିୟନ

ଟୋକିଓ(ଜାପାନ), ୨୨।୮-  ଏଠାରେ ଅନୁଷ୍ଠିତ ଅଲିମ୍ପିକ୍‌ ଟେଷ୍ଟ ଇଭେଣ୍ଟ ହକି ଟୁର୍ନାମେଣ୍ଟରେ ଭାରତର ଉଭୟ ମହିଳା ଓ ପୁରୁଷ ଦଳ ଚାମ୍ପିୟନ ହୋଇଛି। ବୁଧବାର ଅନୁଷ୍ଠିତ...

ଭାରତ ଏ’ ଦଳରେ ରିଦ୍ଧିମାନ, ପନ୍ତ

ନୂଆଦିଲ୍ଲୀ,୧୫।୫(ପି.ଟି.)- ଉଇକେଟକିପର ରିଦ୍ଧିମାନ ଶାହା ଭାରତ ଏ’ରେ ସାମିଲ ହୋଇଛନ୍ତି। ଭାରତ ଏ ଦଳ ଓ୍ବେଷ୍ଟଇଣ୍ଡିଜ ଗସ୍ତ କରି ୫ଟି ଦିନିକିଆ ଓ ୩ଟି ୪...

ଭିଏତ୍‌ନାମ ଓପନ୍‌: ସିରିଲ, ସୌରଭ ଆଗେଇଲେ, ଶୁଭଙ୍କର ନିରାଶ

ହୋ ମି ମିନ ସିଟି (ଭିଏତ୍‌ନାମ), ୧୨।୯ (ପି.ଟି.)- ଏଠାରେ ଚାଲିଥିବା ଭିଏତ୍‌ନାମ ଓପନ୍‌ ବ୍ୟାଡ୍‌ମିଣ୍ଟନ ଟୁର୍ନାମେଣ୍ଟରେ ଭାରତର ସିରିଲ ବର୍ମା ଓ ସୌରଭ ବର୍ମା...

୩୫ଜଣଙ୍କୁ ହକି ଇଣ୍ଡିଆ ଲେଭଲ ‘୨’ କୋଚିଂ ସାର୍ଟିଫିକେଟ

ଭୁବନେଶ୍ୱର,୧୪।୬ (ସ୍ପୋଟର୍‌ସ ବ୍ୟୁରୋ)- ଏଠାରେ ଅନ୍ତର୍ଜାତୀୟ ହକି ଫେଡେରେଶନ (ଏଫ୍‌ଆଇଏଚ୍‌) ଏକାଡେମୀ- ହକି ଇଣ୍ଡିଆ ଲେଭଲ ୨ ଟେକ୍‌ନିକାଲ ଅଫିସିଆଲ କୋର୍ସ ଓ ଏଫ୍‌ଆଇଏଚ୍‌ ଏକାଡେମୀ-...

୧୫ ବର୍ଷର ପୁରୁଣା ରେକର୍ଡ ଭାଙ୍ଗିଲେ ରସିଦ

ଚଟୋଗ୍ରାମ,୫।୯: ଆଫଗାନିସ୍ତାନ ଅଧିନାୟକ ରସିଦ ଖାନ୍‌ ନିଜ କ୍ୟାରିୟରରେ ଆଉ ଏକ ସଫଳତାର ଫର୍ଦ୍ଦ ଯୋଡ଼ିଛନ୍ତି। ସ୍ଥାନୀୟ ଜାହୁର ଅହମ୍ମଦ ଚୌଧାରୀ ଷ୍ଟାଡିୟମ୍‌ରେ ଗୁରୁବାରଠାରୁ ବାଂଲାଦେଶ...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *