କଟକ ଦେବୀଗଡ଼ା ଲୋକାରଣ୍ୟ

କଟକ ଅଫିସ,୧୦ା୧୦: ଶାନ୍ତିଶୃଙ୍ଖଳାରେ ସରିଛି ଦୁର୍ଗାପୂଜା। ବିଭିନ୍ନ ମଣ୍ଡପରେ ପୂଜା ପାଉଥିବା ଦୁର୍ଗାଙ୍କ ମୃଣ୍ମୟୀ ପ୍ରତିମା ଭସାଣି ମାଧ୍ୟମରେ ମେଲାଣି ନେଇଛନ୍ତି। ଦେବୀଗଡ଼ା ନିକଟରେ ହୋଇଥିବା ତିନୋଟି ଅସ୍ଥାୟୀ ପୋଖରୀରେ ମୂର୍ତ୍ତିଗୁଡ଼ିକ ବିସର୍ଜନ କରାଯାଇଛି। ଭସାଣି ଶୋଭାଯାତ୍ରା ଦେଖିବା ପାଇଁ ବହୁସଂଖ୍ୟାରେ ଜନସମାଗମ ହୋଇଥିଲା। ଆଇନଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ସହରରେ ୫୭ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି। ଭସାଣି ପାଇଁ ସହରର ଅନେକ ରାସ୍ତା ୱାନ ୱେ ଟ୍ରାଫିକ ମଧ୍ୟରେ ରହିଛି। ବିଳମ୍ବିତ ରାତି ସୁଦ୍ଧା ୫୦ରୁ ଊର୍ଦ୍ଧ୍ୱ ମେଢ଼ ବିସର୍ଜନ ହୋଇଥିବା ଜଣାପଡ଼ିଛି। ଚଳିତବର୍ଷ ସହରରେ ମୋଟ୍‌ ୧୬୭ ମେଢ଼ ହୋଇଥିବା ବେଳେ ଏଥିରେ ଚାନ୍ଦିମେଢ଼ ସଂଖ୍ୟା ରହିଛି ୨୭। ମଙ୍ଗଳବାର ମଧ୍ୟ ରାତ୍ରିରୁ ଭସାଣି ନିମନ୍ତେ ସହରର ପ୍ରାୟ କମିଟି କର୍ମକର୍ତ୍ତା ପ୍ରସ୍ତୁତି ଆରମ୍ଭ କରି ସାରିଥିଲେ। ପୋଲିସ ପ୍ରଶାସନ ପକ୍ଷରୁ ନିର୍ଦ୍ଧାରିତ ରୁଟ୍‌ ମ୍ୟାପ ଅନୁଯାୟୀ ସକାଳେ ମେଢ଼ଗୁଡ଼ିକ ଶୋଭାଯାତ୍ରାରେ ଯାଇଥିଲା। ଦେବୀଗଡ଼ା ନିକଟରେ ୩-୧ ନିୟମ ବଳରେ ମେଢ ବିସର୍ଜନ କରାଯାଉଛି। ଯେଉଁ ରାସ୍ତା ଦେଇ ଅଧିକ ମେଢ଼ ଆସୁଛି ସେ ରାସ୍ତାରୁ ୩ଟି ମେଢ଼କୁ ଦେବୀଗଡ଼ା ଦିଗକୁ ଛଡ଼ାଯାଉଥିବାବେଳେ ଅନ୍ୟ ପାର୍ଶ୍ୱରୁ ଗୋଟିଏ ମେଢ଼ ଦେବୀଗଡ଼ା ଆଡକୁ ଆସୁଛି। ଚାନ୍ଦିମେଢ଼ ନିକଟରେ ପୋଲିସ ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। କେତେକ ସ୍ଥାନରେ ମୁରବିଙ୍କ ବିୟୋଗ ଯୋଗୁଁ ଭସାଣି ଯାତ୍ରା ନିରାଡମ୍ବର କରାଯାଇଛି।


All Right Reserved By Dharitri.Com

ଗ୍ରୀନ୍‌ ମହାନଦୀ ମିଶନରେ ଗତବର୍ଷ ୬୯କୋଟିରୁ ଅଧିକ ଖର୍ଚ୍ଚ

ଭୁବନେଶ୍ୱର, ୨୪ା୭(ବ୍ୟୁରୋ): ୨୦୧୮-୧୯ ବର୍ଷରେ ଗ୍ରୀନ୍‌ ମହାନଦୀ ମିଶନ ଯୋଜନାରେ ରାଜ୍ୟ ସରକାର ମହାନଦୀ, ଇବ୍‌, ତେଲ ଏବଂ ଏହାର ଶାଖା/ପ୍ରଶାଖାର ଉଭୟ ପାର୍ଶ୍ୱରେ ୧୪୫୨.୨୫...

ଦାଦାବଟି ଆଦାୟ ଅଭିଯୋଗ: ଯୁବ କଂଗ୍ରେସ ନେତା ଗିରଫ

କଟକ ଅଫିସ, ୯ା୧୨: ଖ୍ରୀଷ୍ଟ ମହାବିଦ୍ୟାଳୟ ଓ ବକ୍ସିବଜାର ଅଞ୍ଚଳରେ ଆତଙ୍କରାଜ ଚଳାଇବା ଏବଂ ଦାଦାବଟି ଆଦାୟ କରିବା ଅଭିଯୋଗରେ କ୍ୟାଣ୍ଟନମେଣ୍ଟ ଥାନା ପୋଲିସ ଯୁବ...

ଶୁଣିଲେନି ନେତା, ପ୍ରଶାସକ: ରାସ୍ତା ମରାମତି କଲେ ଗ୍ରାମବାସୀ

ଖଇରା, ୨୪।୮(ଡି.ଏନ.ଏ.)-ରାସ୍ତା ମରାମତି ପାଇଁ ବାରମ୍ବାର ସ୍ଥାନୀୟ ନେତାଠାରୁ ଆରମ୍ଭ କରି ପ୍ରଶାସନ ପର୍ଯ୍ୟନ୍ତ ନିବେଦନ କଲେ ମଧ୍ୟ କୌଣସି ସୁଫଳ ମିଳିଲାନି। ଶେଷରେ ସରକାରଙ୍କ...

ନିରଞ୍ଜନ ବ୍ରହ୍ମାଙ୍କୁ ସମ୍ବିଧାନ ବିଶାରଦ ଉପାଧି

ପୁରୀ ଅଫିସ, ୯।୭: ପବିତ୍ର ରଥଯାତ୍ରା ପାଇଁ ଏବେ ଚଳଚଞ୍ଚଳ ଶ୍ରୀକ୍ଷେତ୍ର। ଭକ୍ତିଭରା ପରିବେଶରେ ଉଚ୍ଛୁଳୁଛି ବଡ଼ଦାଣ୍ଡ। ସହରର ବିଭିନ୍ନ ସ୍ଥାନରେ ଚାଲିଛି ସାଂସ୍କୃତିକ କାର୍ଯ୍ୟକ୍ରମ।...

ବାଉରୀ ନାଳରେ ପୋଲ ନିର୍ମାଣ ହେଉନି: ବର୍ଷା ହେଲେ ଯାତାୟାତ ଠପ୍‌

ଛେଣ୍ଡିପଦା,୨୮ା୬(ଡି.ଏନ.ଏ.)- ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଲକ ଜରପଡା-ପରା ପଥରପୁଞ୍ଜି ଗ୍ରାମ ରାସ୍ତାର ମଧ୍ୟଭାଗରେ ପ୍ରବାହିତ ବାଉରୀ ନାଳ ଉପରେ ଦୀର୍ଘଦିନର ଦାବି ସତ୍ତ୍ୱେ ସ୍ଥାୟୀ ପୋଲ...

ତେଜିଲା ମଦବିରୋଧୀ ଆନ୍ଦୋଳନ: ମଦ ଦୋକାନ ସ୍ଥାନାନ୍ତର ଦାବି

ଢେଙ୍କାନାଳ ଅଫିସ, ୧୩ା୯-ଢେଙ୍କାନାଳ ସଦର ବ୍ଲକ ପାଇକଦହିକୋର ଗ୍ରାମବାସୀ ନିଶା ବିରୋଧୀ ଆନ୍ଦୋଳନକୁ ତୀବ୍ର କରିଛନ୍ତି। ଗୁରୁବାର ଶତାଧିକ ମହିଳାପୁରୁଷ ଏକାଠି ହୋଇ ଗ୍ରାମ ନିକଟରେ...

ସରିଲା ଚିନ୍ତା ଓ ଚେତନାର ୪୦ତମ ବୈଶାଖୀ ମହୋତ୍ସବ: ଶେଷଦିନରେ ଯାଦୁ କଲା ମନଛୁଅଁ। ସଙ୍ଗୀତ

ଭୁବନେଶ୍ୱର,୧୮।୪(ବ୍ୟୁରୋ): ଚିନ୍ତା ଓ ଚେତନା ପକ୍ଷରୁ ଗତ ୩ଦିନ ବ୍ୟାପୀ ରବୀନ୍ଦ୍ର ମଣ୍ଡପଠାରେ ଚାଲିଥିବା ୪୦ତମ ରାଷ୍ଟ୍ରୀୟ ବୈଶାଖୀ ମହୋତ୍ସବ ବୁଧବାର ଉଦ୍‌ଯାପିତ ହୋଇଯାଇଛି। ଉଦ୍‌ଯାପନୀ...

ପୂର୍ଣ୍ଣିମାରେ ଡଙ୍ଗା ଭସା: କାର୍ତ୍ତିକ ବ୍ରତ ଶେଷ କଲେ ବ୍ରତଧାରୀ

ପୁରୀ ଅଫିସ,୧୨।୧୧: ଉତ୍କଳର ନୌବାଣିଜ୍ୟ ପରମ୍ପରାକୁ ମନେ ପକାଇ ପବିତ୍ର କାର୍ତ୍ତିକ ପୂର୍ଣ୍ଣିମାରେ ରାଜ୍ୟର ବିଭିନ୍ନ ସ୍ଥାନରେ ବଡି ଭୋରରୁ ଡଙ୍ଗା ଭସା ଓ ବୋଇତ...

Leave a comment

Your email address will not be published. Required fields are marked *