ମେଲାଣି ନେଲେ ମା’: ଦୁଲୁକିଲା ସହର

କାମାକ୍ଷାନଗର, ୧୦।୧୦(ଡି.ଏନ.ଏ.) – ଢେଙ୍କାନାଳ ଜିଲା କାମାକ୍ଷାନଗର ଦଶହରାର ଅନ୍ତିମପର୍ବ ଭସାଣି ବୁଧବାର ଶାନ୍ତିଶୃଙ୍ଖଳାର ସହ ଶେଷ ହୋଇଛି। ମିଳିତ ଭସାଣି ଶୋଭାଯାତ୍ରାରେ ୧୫ ମେଢ଼ ମଧ୍ୟରୁ ୧୪ଟି ସାମିଲ ହୋଇଥିଲେ। ବାଜାବାଣ ସାଙ୍ଗକୁ ପାରମ୍ପରିକ ନୃତ୍ୟଗୀତରେ ଦୁଲୁକି ଉଠିଥିଲା ସମଗ୍ର ସହର। ହଜାର ହଜାର ଶ୍ରଦ୍ଧାଳୁ ମା’ଙ୍କୁ ବିଦାୟ ଜଣାଇବାକୁ ସମବେତ ହୋଇଥିଲେ।
ମେଢ଼ଗୁଡ଼ିକ ପୂର୍ବାହ୍ନ ୧୦ଟାରୁ ବାହାରିଥିଲେ। ପ୍ରଥମେ ମୁଣ୍ଡିଦେଉଳି ଏବଂ ଏହାର ପଛକୁ କ୍ରମାନ୍ବୟରେ ଅନ୍ୟ ମେଢ଼ଗୁଡ଼ିକ ଭସାଣିରେ ସାମିଲ ହୋଇଥିଲେ। ନିଜ ନିଜ ସାହି ପରିକ୍ରମା କରିବା ପରେ ସନ୍ଧ୍ୟା ସାଢ଼େ ୬ଟା ସୁଦ୍ଧା ସମସ୍ତ ମେଢ଼ ସାରଙ୍ଗଧର ଷ୍ଟାଡିୟମରେ ପହଞ୍ଚତ୍ଥିଲେ। ସେଠାରେ ମେଲଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଆଦିବାସୀ ନୃତ୍ୟ, ଘଣ୍ଟ ନୃତ୍ୟ, ବିଭିନ୍ନ ବେଶଧାରୀଙ୍କ ନୃତ୍ୟ ପ୍ରମୁଖ ଆକର୍ଷଣ ସାଜିଥିଲା। ସେହିପରି ଭଳିକି ଭଳି ରଙ୍ଗର ପୋଷାକରେ ବାରି ହୋଇପଡୁଥିଲେ ପୂଜା କମିଟିର କର୍ମକର୍ତ୍ତା, ଯାହା ଭସାଣିର ଅନ୍ୟତମ ଆକର୍ଷଣ ସାଜିଥିଲା।
ସନ୍ଧ୍ୟା ସାଢ଼େ ୭ଟାରେ ଆଜ୍ଞାମାଳ, ଆଜ୍ଞାଲଡ଼ୁ ନିଲାମ କରାଯାଇଥିଲା। ଆଜ୍ଞାମାଳକୁ ମୁକ୍ତାପଶିର ମା’ ସନ୍ତୋଷୀ ଯାତ୍ରା କମିଟି ୧୫,୦୦୧ ଟଙ୍କାରେ ଏବଂ ଆଜ୍ଞାଲଡୁକୁ କାମାକ୍ଷାନଗରର ଶକ୍ତି ପ୍ରସାଦ ଦାସ ୪୧,୦୦୧ ଟଙ୍କାରେ ନିଲାମ ନେଇଥିଲେ। ଏହାପରେ ଆତସବାଜି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଆୟୋଜିତ କାର୍ଯ୍ୟକ୍ରମରେ ଅତିଥିଭାବେ ଜିଲାପାଳ ଭୂମେଶ ଚନ୍ଦ୍ର ବେହେରା, ଉପଜିଲାପାଳ ଇଂ. ବିଷ୍ଣୁ ପ୍ରସାଦ ଆଚାର୍ଯ୍ୟ, ଅତିରିକ୍ତ ଜିଲାପାଳ ଭବେଶ କୁମାର ନାୟକ, ପିଡି ଡିଆର୍‌ଡିଏ ନରୋତ୍ତମ ବେହେରା, ନିର୍ବାହୀ ଅଧିକାରୀ ଇଂ. ବିରଜା ପ୍ରସାଦ ରଥ, ଧର୍ମାନନ୍ଦ ପରିଡ଼ା ପ୍ରମୁଖ ଉପସ୍ଥିତ ଥିଲେ। ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ କୈଳାସ ବେହେରା କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ ମିଳିତ ପୂଜା କମିଟି ସଭାପତି ବିଶ୍ୱଜିତ୍‌ ପଟ୍ଟନାୟକ ଧନ୍ୟବାଦ ଦେଇଥିଲେ।
ଦର୍ଶକଙ୍କୁ ଆକୃଷ୍ଟ କରିବା ପାଇଁ ରାଜ୍ୟ ସରକାରଙ୍କ ସଂସ୍କୃତି ବିଭାଗ ପକ୍ଷରୁ ନୃତ୍ୟ ଓ ସଙ୍ଗୀତ କାର୍ଯ୍ୟକ୍ରମ ବ୍ୟବସ୍ଥା କରାଯାଇଥିଲା। ଶୁଭ୍ରାଂଶୁ ମହାନ୍ତି, ମଙ୍ଗତଲାଲ୍‌ କଟାରୁକା, ଆଦିତ୍ୟ ଆଚାର୍ଯ୍ୟଙ୍କ ସମେତ ସମସ୍ତ ପୂଜା କମିଟି କର୍ମକର୍ତ୍ତା ଏଥିରେ ସହଯୋଗ କରିଥିଲେ।
ଶାନ୍ତିଶୃଙ୍ଖଳା ରକ୍ଷା ଲାଗି ଏସ୍‌ଡିପିଓ ସୁପ୍ରସନ୍ନ ମଲ୍ଲିକଙ୍କ ନେତୃତ୍ୱରେ ଥାନାଧିକାରୀ ଅଭିନବ ଡାଳୁଆଙ୍କ ସମେତ ୪ ପ୍ଲାଟୁନ୍‌ ପୋଲିସ, ରାପିଡ୍‌ ଆକ୍ସନ ଫୋର୍ସ ମୁତୟନ କରାଯାଇଥିଲା। ରାତି ୧୦ଟା ସୁଦ୍ଧା ଭସାଣି ସମ୍ପନ୍ନ ହୋଇଛି।


All Right Reserved By Dharitri.Com

ଢେଙ୍କାନାଳରୁ ବାହୁଡ଼ିଲେ ୧୧୦ ହାତୀ

ଢେଙ୍କାନାଳ ଅଫିସ, ୭।୧ ପଡ଼ୋଶୀ ଜିଲାରୁ ଢେଙ୍କାନାଳକୁ ଚାଲିଆସିଥିବା ହାତୀପଲ ବାହୁଡ଼ିବା ଆରମ୍ଭ କରିଛନ୍ତି। ଗତ ଅଗଷ୍ଟରୁ ଚଳିତ ୫ ତାରିଖ ସୁଦ୍ଧା ୧୧୦ ହାତୀ...

ବଦଳିବ ଯାଉଁଳିପୋଖରୀ ମଠ ରୂପରେଖ

ଢେଙ୍କାନାଳ ଅଫିସ, ୨୦।୧: ବଦଳିବ ଐତିହ୍ୟସମ୍ପନ୍ନ ଯାଉଁଳିପୋଖରୀ ମଠର ରୂପରେଖ। ଏହାର ଉନ୍ନତୀକରଣ ଲାଗି ଆରମ୍ଭ ହୋଇଛି ପ୍ରୟାସ। ଏ ନେଇ ରବିବାର ମଠାଧୀଶ ମହନ୍ତ ମୋହନଦାସଜୀ...

୪ର୍ଥ ଦିନରେ ଲକ୍ଷ୍ମୀ ପୂଜାଉତ୍ସବ; ବଢୁଛି ଭିଡ଼, ଜମୁଛି ପୂଜା

ଢେଙ୍କାନାଳ ଅଫିସ, ୧୭।୧୦:  କୁମାର ପୂର୍ଣ୍ଣିମାଠାରୁ ଆରମ୍ଭ ହୋଇଛି ଢେଙ୍କାନାଳର ଗଣପର୍ବ ଲକ୍ଷ୍ମୀପୂଜା। ଐତିହ୍ୟ, ପରମ୍ପରା ଏବଂ କିମ୍ବଦନ୍ତୀକୁ ଆଧାର କରି ହେଉଥିବା ଏହି ପୂଜା ଉତ୍ସବ...

ଯୁବକଙ୍କୁ ନିର୍ମମ ହତ୍ୟା

ଢେଙ୍କାନାଳ ଅଫିସ, ୨୦।୨ – ଢେଙ୍କାନାଳ ସହରସ୍ଥିତ ଦୋଳମଣ୍ଡପ ସାହି ନିକଟରେ ବୁଧବାର ସନ୍ଧ୍ୟା ପ୍ରାୟ ୭ଟାରେ ଜଣେ ଯୁବକଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି।...

ବିନା ଅନୁମତିରେ ଖୋଳିଦେଲେ ରାସ୍ତା: କାମ ବନ୍ଦ କଲେ ଯନ୍ତ୍ରୀ

କାମାକ୍ଷାନଗର, ୨୩।୧୧(ଡି.ଏନ.ଏ.) କାମାକ୍ଷାନଗର ପୂର୍ତ୍ତ ବିଭାଗ ରାସ୍ତାର ଆଲୁଅଝରଣ ଗ୍ରାମ ନିକଟରେ ବିନା ଅନୁମତିରେ ମେଶିନ ସହାୟତାରେ ରାସ୍ତାଖୋଳାକୁ ନେଇ କ୍ଷୋଭ ବ୍ୟକ୍ତ କରିଛନ୍ତି ପୂର୍ତ୍ତ...

ଲକ୍‌ଡାଉନ ଉଲ୍ଲଂଘନ, ୧୭ ଗିରଫ

ଭୁବନ, ୫।୪(ଡି.ଏନ.ଏ.)-ଲକ୍‌ଡାଉନ ନିୟମ ଉଲ୍ଲଂଘନ ଅଭିଯୋଗରେ ଭୁବନ ପୋଲିସ ଶନିବାର ୧୭ଜଣଙ୍କୁ ଗିରଫ କରିଛି। କରୋନା ସଂକ୍ରମଣ ରୋକିବାକୁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶରେ ପ୍ରଶାସନ ପକ୍ଷରୁ...

ଅନ୍ତର୍ଜାତୀୟ ଥିଏଟର ଅଲିମ୍ପିଆଡରେ ଦେଖାଇଲେ ପ୍ରତିଭା: ସାଇପ୍ରସନ୍ନଙ୍କୁ ‘ଇଣ୍ଟରନ୍ୟାଶନାଲ ନୃତ୍ୟଗୌରବ’ ସମ୍ମାନ

ଢେଙ୍କାନାଳ ଅଫିସ, ୮।୯ – କଟକ ଇନ୍‌ଡୋର ଷ୍ଟାଡିୟମସ୍ଥିତ ଶାରଳା ଭବନ ପ୍ରେକ୍ଷାଳୟରେ ଅଗଷ୍ଟ ୨୭ରେ ଆୟୋଜିତ ଅନ୍ତର୍ଜାତୀୟ ଥିଏଟର ଅଲିମ୍ପିଆଡରେ ଢେଙ୍କାନାଳ ସରସ୍ବତୀ ଶିଶୁ...

‘ଭୀମ ଭୋଇଙ୍କ ଚରିତ୍ର ସଂହାରକୁ ବରଦାସ୍ତ କରାଯିବନି’

ଢେଙ୍କାନାଳ ଅଫିସ, ୨୩।୫ – ଭୀମ ଭୋଇଙ୍କ ଚରିତ୍ରକୁ ଆକ୍ଷେପ କରି ପ୍ରକାଶିତ ଏକ ପୁସ୍ତକକୁ ନେଇ ଢେଙ୍କାନାଳ ଜିଲା ଯୋରନ୍ଦାସ୍ଥିତ ମହିମାଗାଦିରେ ତୀବ୍ର ପ୍ରତିକ୍ରିୟା...

Coronavirus Update


selfi corner

Archives

Model This Week

Why Dharitri

Leave a comment

Your email address will not be published. Required fields are marked *