ଅଲ୍‌ କାଏଦାର ଦକ୍ଷିଣ ଏସିଆ ମୁଖ୍ୟ ନିହତ

ଇସ୍‌ଲାମାବାଦ, ୧୦ା୧୦ : ଅଲ୍‌ କାଏଦାର ଦକ୍ଷିଣ ଏସିଆ ମୁଖ୍ୟ ଆସିମ୍‌ ଉମର ଆଫଗାନିସ୍ତାନର ହେଲ୍‌ମଣ୍ଡରେ ନିହତ ହୋଇଛନ୍ତି। ଭାରତଜନ୍ମିତ ଉମର ଆମେରିକା-ଆଫଗାନିସ୍ତାନର ମିଳିତ ଚଢ଼ାଉ ବେଳେ ପ୍ରାଣ ହରାଇଥିବା କୁହାଯାଉଛି। ଆଫଗାନିସ୍ତାନର ଜାତୀୟ ସୁରକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ଏଭଳି ଘୋଷଣା କରାଯାଇଛି। ଉମର ସହ ପାକିସ୍ତାନର ୬ ଅଲ୍‌ କାଏଦା ଆତଙ୍କବାଦୀ ନିହତ ହୋଇଥିବା ଜଣାପଡ଼ିଛି। ତାଲିବାନ୍‌ର ଗଡ଼ କୁହାଯାଉଥିବା ମୁସା କାଲାରେ ସେମାନେ କାର୍ଯ୍ୟକଳାପ ଜାରି ରଖିଥିଲେ। ପୂର୍ବରୁ ଆମେରିକା ପକ୍ଷରୁ ଉମରଙ୍କୁ ବିଶ୍ୱ ଆତଙ୍କବାଦୀ ଭାବେ ଅଭିହିତ କରାଯାଇଥିଲା। ପାକିସ୍ତାନର ହରକତ ଉଲ୍‌- ମୁଜାହିଦ୍ଦିନ୍‌ ଆତଙ୍କବାଦୀ ଗୋଷ୍ଠୀର ସେ ସଦସ୍ୟ ରହିଥିଲେ। ଉତ୍ତରପ୍ରଦେଶର ସାମ୍ଭଲରେ ସାନା-ଉଲ୍‌ ହକ୍‌ ଭାବେ ଜନ୍ମଗ୍ରହଣ କରିଥିବା ଉମର ଦେଓବନ୍ଦ୍‌ର ଦାରୁଲ୍‌ ଉଲମ୍‌ ସେମିନାରିରେ ସ୍ନାତକ ପାସ୍‌ କରି ପାକିସ୍ତାନ ଚାଲିଯାଇଥିଲେ। ୨୦୧୪ କରାଚୀ ନୌସେନା ଡକ୍‌ୟାର୍ଡ ଆକ୍ରମଣ ମାମଲାରେ ଉମର ଗୋଷ୍ଠୀର ସମ୍ପୃକ୍ତ ଥିଲା। ଏଥିସହ ଆମେରିକୀୟ, ବାଂଲା ନାଗରିକ ହତ୍ୟାକାଣ୍ଡ ମାମଲାରେ ସେ ସମ୍ପୃକ୍ତ ରହିଥିଲେ। ଭାରତୀୟ ଉପମହାଦେଶରେ ତାଙ୍କ ନିର୍ଦ୍ଦେଶରେ ଆନେକ ଆତଙ୍କବାଦୀ ଆକ୍ରମଣ ଅଲ୍‌-କାଏଦା ପକ୍ଷରୁ କରାଯାଇଥିଲା।


All Right Reserved By Dharitri.Com

ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କୁ ଜନତାଙ୍କ ପ୍ରଶ୍ନ: ବର୍ଦ୍ଧିତ ପେଟ୍ରୋଲ ଦର କ’ଣ ଆମ ପାଇଁ ଉପହାର

ଇସଲାମାବାଦ,୨।୮: ପାକିସ୍ତାନ ବେଳକୁ ବେଳ ଆର୍ଥିକ ସଙ୍କଟ ମଧ୍ୟକୁ ଚାଲି ଯାଉଥିବା ବେଳେ ପେଟ୍ରୋଲର ଦର ବୃଦ୍ଧି ଏବେ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କୁ ଅଡୁଆରେ ପକାଇଛି।...

ନୂଆବର୍ଷ ପାଇଁ ଆତସବାଜୀକୁ ନେଇ ଡୁଡୁଲ ପ୍ରସ୍ତୁତ କଲା ଗୁଗୁଲ

ଓ୍ବାଶିଂଟନ,୩୧।୧୨: ନୂଆବର୍ଷକୁ ସ୍ବାଗତ କରିବା ପାଇଁ ଗୁଗୁଲ ଆତସବାଜୀକୁ ନେଇ ଡୁଡୁଲ ପ୍ରସ୍ତୁତ କରିଛି। ନ୍ୟୁ ଇୟର ଇଭ ନାଁରେ ଏହି ଡୁଡୁଲ ପ୍ରସ୍ତୁତ କରାଯାଇଛି।...

ୟୁଏଇରେ ହିନ୍ଦୁ ମନ୍ଦିରର ଶିଳାନ୍ୟାସ

ଆବୁ ଧାବି,୨୦।୪: ୟୁଏଇର ଆବୁ ଧାବିରେ ପ୍ରଥମ ହିନ୍ଦୁ ମନ୍ଦିରର ଶିଳାନ୍ୟାସ ପାଇଁ ସମସ୍ତ ପ୍ରସ୍ତୁତି ସରିଛି। ଉକ୍ତ କାର୍ଯ୍ୟକ୍ରମରେ ସ୍ବାମୀନାରାୟଣ ସଂସ୍ଥାର ମହନ୍ତ ସ୍ବାମୀ...

ଭାରତର ଦେଢ଼ କୋଟି ଆଣ୍ଡ୍ରଏଡ୍‌ ଫୋନ୍‌ରେ ଏଜେଣ୍ଟ ସ୍ମିଥ୍‌ ଭାଇରସ୍‌: ଚେକ୍‌ ପଏଣ୍ଟ୍‌ ରିପୋର୍ଟ

ନୂଆଦିଲ୍ଲୀ/ଜେରୁଜେଲମ୍‌, ୧୧।୭: ଭାରତରେ ଦେଢ଼ କୋଟି ଆଣ୍ଡ୍ରଏଡ୍‌ ଫୋନ୍‌ରେ ଭାଇରସ୍‌ ରହିଛି। ଏହି ଭାଇରସ୍‌ର ନାମ ଏଜେଣ୍ଟ୍‌ ସ୍ମିଥ୍‌। ଏନେଇ ଇସ୍ରାଏଲ୍‌ ସାଇବର ସୁରକ୍ଷା ଗବେଷଣା...

ଆତ୍ମହତ୍ୟାକାରୀଙ୍କୁ ଯେଉଁଠି ମିଳେ ‘ବୀର’ର ମାନ୍ୟତା…

ୟୁରୋପର ହଙ୍ଗେରୀରେ ଆତ୍ମହତ୍ୟାକାରୀଙ୍କୁ ‘ବୀର’ର ମାନ୍ୟତା ଦିଆଯାଏ। ଏଠାରେ ଆତ୍ମହତ୍ୟାକାରୀଙ୍କ ସଂଖ୍ୟା ଅନ୍ୟ ଦେଶ ତୁଳନାରେ ଅଧିକ । ବିଭିନ୍ନ ସମସ୍ୟା ଯୋଗୁ ଏଠାରେ ଅଧିକାଂଶ...

ଇରାନ ସୌଦି ଉପରେ ବଡ଼ଧରଣର ଆକ୍ରମଣ ପାଇଁ ଷଡ଼ଯନ୍ତ୍ର ରଚିଛି: ଆମେରିକା

ଓ୍ବାଶିଂଟନ,୨୪।୧୧: ଇରାନ ସୌଦି ଉପରେ ବଡ଼ଧରଣର ଆକ୍ରମଣ ପାଇଁ  ଷଡ଼ଯନ୍ତ୍ର ରଚିଛି। ଏନେଇ ଆମେରିକା ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଇରାନ ସୌଦିର ବୃହତ୍‌...

ଲିବିୟାରେ ସଂଘର୍ଷ ଜାରି: ଭାରତୀୟଙ୍କ ପାଇଁ ଜାରି ହେଲା ହେଲ୍‌ପ ଲାଇନ୍‌

ତ୍ରିପୋଲି,୧୯।୪: ଲିବିୟାର ରାଜଧାନୀ ତ୍ରିପୋଲିକୁ ଦଖଲ କରିବାକୁ ଲିବିୟା ସେନା ଓ ବାଗି ଜେନରାଲ ହଫ୍‌ଦାରର ଲିବିୟା ନ୍ୟାଶନାଲ ଆର୍ମି ମଧ୍ୟରେ ସଂଘର୍ଷ ଜାରି ରହିଛି।...

ମୋଦିଙ୍କ ଦ୍ୱିତୀୟ ଇନିଂସ୍‌ରେ ଭୟଭୀତ ଦାଉଦ୍‌: ଆଇଏସ୍‌ଆଇ ସହିତ ବୈଠକ

ଇସଲାମାବାଦ୍‌,୨୫।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱିତୀୟ ଇନିଂସ୍‌ରେ ଅଣ୍ଡରଓ୍ବାଲ୍ଡ୍‌ ଡନ୍‌ ଦାଉଦ୍‌ ଇବ୍ରାହିମ୍‌ ବେଶ୍‌ ଭୟଭୀତ ହୋଇଯାଇଛନ୍ତି। ସେ ଭବିଷ୍ୟତ ଯୋଜନା ସମ୍ପର୍କରେ ପାକିସ୍ତାନ ଗୋଇନ୍ଦା...

Leave a comment

Your email address will not be published. Required fields are marked *