ଦିଲ୍ଲୀରେ ଟମାଟୋ କିଲୋ ୮୦

ନୂଆଦିଲ୍ଲୀ,୧୦-୧୦: ପିଆଜ ପରେ ଏବେ ଟମୋଟୋ ଦର ଆକାଶ ଛୁଆଁ ହୋଇଛି। ଜାତୀୟ ରାଜଧାନୀ ନୂଆଦିଲ୍ଲୀରେ ଟମାଟୋର କିଲୋ ପ୍ରତି ଦର ବୁଧବାର ୮୦ ଟଙ୍କା ଛୁଇଁଛି। କର୍ନାଟକ ସମେତ ଅନ୍ୟାନ୍ୟ ଉତ୍ପାଦନକାରୀ ରାଜ୍ୟଗୁଡିକରେ ବର୍ଷା ଯୋଗୁ ଯୋଗାଣ ବାଧାପ୍ରାପ୍ତ ହେବାରୁ ଏଭଳି ସ୍ଥିତି ଉପୁଜିଥିବା ଜଣା ପଡିଛି। ମାତ୍ର ଗତ ସପ୍ତାହ ତୁଳନାରେ ପିଆଜ ଦର ସାମାନ୍ୟ ହ୍ରାସ ଘଟି ପ୍ରାୟ ୬୦ ଟଙ୍କା ରହିଛି। ମଦର ଡେରୀର ସଫଳ ଆଉଟଲେଟରେ ଟମାଟୋ କିଲୋ ପ୍ରତି ଦର ୫୮ ଟଙ୍କା ରହିଛି। ମାତ୍ର ସ୍ଥାନୀୟ ଭେଣ୍ଡରମାନେ ଏହାକୁ ୬୦ରୁ ୮୦ ଟଙ୍କାରେ ବିକ୍ରି କରୁଥିବା ଜଣାପଡ଼ିଛି। ଟମାଟୋର ଗୁଣବତ୍ତା ଏବଂ ବିଭିନ୍ନ ସ୍ଥାନ ଆଧାରରେ ଦରରେ କିଛିଟା ଭିନ୍ନତା ଦେଖାଯାଇଛି। କେନ୍ଦ୍ର ସରକାରଙ୍କ ତଥ୍ୟ ମୁତାକବ ଦିଲ୍ଲୀରେ ଟମାଟୋର ହାରାହାରି ରିଟେଲ ଦର ବୁଧବାର ୫୪ଟଙ୍କା ରହିଛି। ଏହା ଅକ୍ଟୋବର ପହିଲାରେ ୪୫ ଟଙ୍କା ରହିଥିଲା। କର୍ନାଟକ, ତେଲେଙ୍ଗାନା ଏବଂ ପାର୍ବତ୍ୟାଞ୍ଚଳରେ ଗତ କିଛି ହେବ ବର୍ଷା ଯୋଗୁ ଫସଲ ଉତ୍ପାଦନ ବାଧାପ୍ରାପ୍ତ ହୋଇଛି। ଦେଶର ମେଟ୍ରୋ ସହର ଗୁଡିକରେ ଟମାଟୋ ଦର ଉଚ୍ଚରେ ରହିଥିବା ଦେଖାଯାଇଛି। କଲିକତାରେ ଏହାର ଦର ୬୦ ଟଙ୍କା ଥିବା ବେଳେ ମୁମ୍ବାଇରେ ୫୪, ଚେନ୍ନାଇରେ ୪୦ ଟଙ୍କା ରହିଥିବା ସରକାରୀ ତଥ୍ୟରୁ ଜଣାଯାଇଛି। ନାଫେଡ, ଏନ୍‌ସିସିଏଫ୍‌ ଏବଂ ମଦରଡେରୀ ଭଳି କୋଅପରେଟିଭଗୁଡିକ ପିଆଜ କିଲୋ ପ୍ରତି ବର୍ତ୍ତମାନ ୨୩.୯୦ ଟଙ୍କାରେ ବିକ୍ରି କରୁଛନ୍ତି।


All Right Reserved By Dharitri.Com

ଏମ୍‌ଏସ୍‌ଏମ୍‌ଇ ପାଇଁ ଆସିପାରେ ଷ୍ଟ୍ରେସ୍‌ ଆସେଟ୍‌ ଫଣ୍ଡ

ନୂଆଦିଲ୍ଲୀ,୨୫-୧୨: ଦେଶର ଏମ୍‌ଏସ୍‌ଏମ୍‌ଇଗୁଡିକୁ ସହାୟତା କରିବା ଲାଗି ଏକ ଷ୍ଟ୍ରେସ ଆସେଟ୍‌ ଫଣ୍ଡ ସରକାର ଗଠନ କରିପାରନ୍ତି। ଏହାକୁ ୫୦୦୦ କୋଟି ଟଙ୍କା ପୁଞ୍ଜି ସହାୟତାରେ...

କଶ୍ମୀରରେ ୧୦ ହଜାର କୋଟିର କାରବାର କ୍ଷତି

ନୂଆଦିଲ୍ଲୀ,୨୯-୧୦: ଜମ୍ମୁ କଶ୍ମୀରକୁ ସ୍ବତନ୍ତ୍ର ମାନ୍ୟତା ପ୍ରଦାନ କରୁଥିବା ଅନୁଚ୍ଛେଦ ୩୭୦ ହଟାଯିବା ପରେ ନିରାପତ୍ତା ପାଇଁ ଲାଗୁ ହୋଇଥିବା ବିଭିନ୍ନ କଟକଣାର ପ୍ରଭାବ ସେଠାକାର...

ଅଭିବୃଦ୍ଧି ଇଞ୍ଜିନର ମୁଖ୍ୟ ଚକା ଜାମ୍‌

ନୂଆଦିଲ୍ଲୀ,୩୦।୫: କରୋନା ଯୋଗୁ ହୋଇଥିବା ଲକ୍‌ଡାଉନ ଦେଶର ଅଭିବୃଦ୍ଧିକୁ ଗଭୀର ଭାବେ କ୍ଷତି ପହଞ୍ଚାଇଛି। ଘରୋଇ ବଜାରର ଅଭିବୃଦ୍ଧି ଲାଗି ପ୍ରମୁଖ ଯୋଗଦାନ ରଖୁଥିବା ସେବା...

କରୋନା ଯୋଦ୍ଧାଙ୍କୁ ଏଲ୍‌ଆଇସିର ସମ୍ବର୍ଦ୍ଧନା

ଭୁବନେଶ୍ୱର,୩। ୫: ଲକ୍‌ଡାଉନ ସମୟରେ ଏଲ୍‌ଆଇସିର ମଣ୍ଡଳ କାର୍ଯ୍ୟାଳୟ କାର୍ଯ୍ୟ ଜାରି ରହିଛି। କରୋନା ବିରୋଧରେ ଲଢେଇ ଜାରି ରଖିଥିବା ଯୋଦ୍ଧାଙ୍କୁ ଏଲଆଇସି ସମର୍ଥନ ଜଣାଇଛି।...

ନୀରବ ମୋଦିଙ୍କ ଜାମିନ ଆବେଦନ ଖାରଜ

ନୂଆଦିଲ୍ଲୀ,୭-୧୧: ପଳାତକ ହୀରା ବ୍ୟବସାୟୀ ନିରବ ମୋଦୀଙ୍କ ଜାମିନ ଆବେଦନକୁ ଲଣ୍ଡନର କୋର୍ଟ ପୁଣିଥରେ ଅଗ୍ରାହ୍ୟ କରି ଦେଇଛନ୍ତି। ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କର ପ୍ରାୟ ୧୪୦୦୦...

ଭାରତକୁ ଟ୍ରେଡ୍‌ ଓ୍ବାର୍‌ ଲାଭ;ରପ୍ତାନି ବୃଦ୍ଧିରେ ବିଶ୍ୱରେ ଏକମାତ୍ର ଦେଶ

ନୂଆଦିଲ୍ଲୀ,୨-୮: ଆମେରିକା ଓ ଚାଇନା ମଧ୍ୟରେ ଟ୍ରେଡ୍‌ ଓ୍ବାର୍‌ ଆରମ୍ଭ ହୋଇଥିବା ବେଳେ ଏସିଆରେ ଭାରତ ଏକମାତ୍ର ଦେଶ ଯିଏକି ଅଧିକ ରପ୍ତାନି କରିବାରେ ସଫଳ...

ଜିଏସ୍‌ଟି ଆଦାୟ ଲକ୍ଷେ କୋଟି ଟଙ୍କା ଟପିଲା

ନୂଆଦିଲ୍ଲୀ,୨-୧: ଚଳିତ ଆର୍ଥତ୍କ ବର୍ଷରେ ଲଗାତର ଭାବେ ଦ୍ୱିତୀୟ ଥର ଲାଗି ସାମଗ୍ରୀ ଓ ସେବା ଟିକସ (ଜିଏସ୍‌ଟି) ଆଦାୟ ଲକ୍ଷେ କୋଟି ଟଙ୍କା ଟପିଛି।...

ବିମାନ ଚଳାଚଳ କ୍ଷେତ୍ରକୁ ମିଳିପାରେ ୧୨ ହଜାର କୋଟି

ନୂଆଦିଲ୍ଲୀ,୨୦-୩: କରୋନା ପ୍ରଭାବକୁ କମ୍‌ କରିବା ଲାଗି ଦେଶର ବିମାନ ଚଳାଚଳ କ୍ଷେତ୍ରକୁ ୧୨ ହଜାର କୋଟି ଟଙ୍କାର ପ୍ୟାଜେକ ମିଳିପାରେ। ଏବେ ଅଧିକାଂଶ କମ୍ପାନୀ...

Leave a comment

Your email address will not be published. Required fields are marked *