ଭାରତ ଉପରେ ବିଶ୍ୱ ମାନ୍ଦାବସ୍ଥାର ପ୍ରଭାବ

ନୂଆଦିଲ୍ଲୀ,୧୦-୧୦: ମାନ୍ଦାବସ୍ଥାର ପ୍ରଭାବ ସାରା ବିଶ୍ୱର ଦେଶଗୁଡିକ ଉପରେ ଏବେ ପରିଲକ୍ଷିତ ହେଉଛି। ଏହାର ପ୍ରଭାବରେ ବିଶ୍ୱ ଅର୍ଥ ବ୍ୟବସ୍ଥାର ଅଭିବୃଦ୍ଧି ହାର ଏକ ଦଶନ୍ଧିର ସବୁଠାରୁ ନିମ୍ନ ସ୍ତରକୁ ଚାଲିଯିବା ସମ୍ଭାବନା ରହିଛି। ମାନ୍ଦାବସ୍ଥା ପ୍ରଭାବ ଭାରତ ସମେତ ବିଶ୍ୱର ପ୍ରମୁଖ ଅଭିବୃଦ୍ଧିଶୀଳ ଅର୍ଥନୀତିଗୁଡିକ ଉପରେ ଦେଖାଯାଇଥିବା ଅନ୍ତର୍ଜାତୀୟ ମୁଦ୍ରାପାଣ୍ଠି(ଆଇଏମ୍‌ଏଫ୍‌) ପରିଚାଳନା ନିର୍ଦ୍ଦେଶକ କ୍ରିଷ୍ଟଲିନା ଜିଓରଜିଏଭା କହିଛନ୍ତି। ଆଇଏମ୍‌ଏଫ୍‌ ମୁଖ୍ୟ ଦାୟିତ୍ୱ ଭାର ସମ୍ଭାଳିବା ପରେ ମାନ୍ଦାବସ୍ଥା ସହ ଜଡିତ ବିଭିନ୍ନ ପ୍ରସଙ୍ଗ ଉପରେ ସେ ନିଜର ପ୍ରଥମ ଅଭିଭାଷଣ ରଖିଛନ୍ତି।
– ଅଭିବୃଦ୍ଧି ଆକଳନ କମାଇଲା ରିଜର୍ଭ ବ୍ୟାଙ୍କ
୨୦୧୯-୨୦ ଆର୍ଥତ୍କ ବର୍ଷର ପ୍ରଥମ ତ୍ରୈମାସ ଲାଗି ଭାରତର ଜିଡିପି ଅଭିବୃଦ୍ଧି ହାର ୫%କୁ ଖସିଛି। ଏଭଳି ସ୍ଥିତିରେ ରିଜର୍ଭ ବ୍ୟାଙ୍କ ମଧ୍ୟ ଦେଶର ଅଭିବୃଦ୍ଧି ଆକଳନକୁ ୬.୯%ରୁ ୬.୧%କୁ ହ୍ରାସ କରିଛି। ଖସୁଥିବା ଜିଡିପି ଅଭିବୃଦ୍ଧି ଉପରେ ରୋକ ଲଗାଇବା ଲାଗି ସରକାରଙ୍କ କେନ୍ଦ୍ରୀୟ ବ୍ୟାଙ୍କ ପକ୍ଷରୁ ବିଭିନ୍ନ ପଦକ୍ଷେପ ଘୋଷଣା କରାଯାଇଛି। ମାତ୍ର ବିଶ୍ୱ ମାନ୍ଦାବସ୍ଥା ପ୍ରଭାବ ଭାରତ ବଜାର ଉପରେ ପଡିଥିବାରୁ ଏହା ବର୍ତ୍ତିପାରିନାହିଁ।
– ବାଣିଜ୍ୟ ଯୁଦ୍ଧର ନକାରାତ୍ମକ ପ୍ରଭାବ
ଜିଓରଜିଏଭା କହିଛନ୍ତି, ଗତ ୨ ବର୍ଷ ତଳେ ବିଶ୍ୱର ଅର୍ଥ ବ୍ୟବସ୍ଥା ଏକ ସକରାତ୍ମକ ଦିଗରେ ଅଗ୍ରସର ହେଉଥିଲା। ଜିଡିପିକୁ ବିଚାରକଲେ ଏହି ସମୟରେ ବିଶ୍ୱ ଅର୍ଥନୀତିର ମୋଟ ୭୫% ଅଂଶ ଅଭିବୃଦ୍ଧି କରୁଥିଲେ। ମାତ୍ର ବର୍ତ୍ତମାନ ବାଣିଜ୍ୟ ଯୁଦ୍ଧର ପ୍ରଭାବ ଏହା ଉପରେ ପରିଲକ୍ଷିତ ହେଉଛି। ଏହି କାରଣରୁ ବିକାଶ ହାର ଅଟକିଯାଇଛି। ଆଲୋଚନା ମାଧ୍ୟମରେ ବାଣିଜ୍ୟ ବିବାଦର ସମାଧାନ କରିବାକୁ ସେ ପରାମର୍ଶ ଦେଇଛନ୍ତି। ଏହାର ପ୍ରଭାବ ବିଶ୍ୱର ଅନ୍ୟ ଦେଶଗୁଡିକ ଲାଗି ନକାରାତ୍ମକ।
– ଅଭିବୃଦ୍ଧିଶୀଳ ବଜାର ପ୍ରଭାବିତ
ଆଇଏମ୍‌ଏଫ୍‌ ମୁଖ୍ୟ କହିଛନ୍ତି ଯେ, ଆମେରିକା ଏବଂ ଜର୍ମାନୀ ଭଳି ଦେଶଗୁଡିକରେ ବେରୋଜଗାରି ସର୍ବକାଳୀନ ନିମ୍ନ ସ୍ତରରେ ରହିଛି। ଅପରପକ୍ଷରେ ଜାପାନ ଏବଂ ୟୁରୋପର ଅନ୍ୟ ଦେଶଗୁଡିକର ଆର୍ଥତ୍କ ଗତିବିଧି କମ୍‌ ହୋଇଛି। ଏଭଳି ସ୍ଥିତିରେ ଭାରତ ଏବଂ ବ୍ରାଜିଲ ଭଳି ଅଭିବୃଦ୍ଧିଶୀଳ ବଜାରଗୁଡିକରେ ମାନ୍ଦାବସ୍ଥାର ପ୍ରଭାବ ଗଭୀର ଭାବେ ପରିଲକ୍ଷିତ ହୋଇଥିବା ସେ ମତ ରଖିଛନ୍ତି।
– ଆଇଏମ୍‌ଏଫ୍‌ ହ୍ରାସ କଲା ଅଭିବୃଦ୍ଧି ଅନୁମାନ
୨୦୧୯-୨୦ ଆର୍ଥତ୍କ ବର୍ଷ ଲାଗି ଭାରତର ଅଭିବୃଦ୍ଧି ଅନୁମାନକୁ ଆଇଏମ୍‌ଏଫ୍‌ ହ୍ରାସ କରିଛି। ପୂର୍ବର ଅଭିବୃଦ୍ଧି ଆକଳନ ତୁଳନାରେ ଆଇଏମ୍‌ଏଫ୍‌ ୦.୩୦% ହ୍ରାସ କରି ୭% ରଖିଛି। ଭାରତରେ ଚାହିଦାରେ ହ୍ରାସ ଯୋଗୁ ଏଭଳି ସ୍ଥିତି ଉପୁଜିଥିବା ବଜାର ବିଶେଷଜ୍ଞମାନେ କହିଛନ୍ତି।
– ସରକାରଙ୍କ ପଦକ୍ଷେପ
ଅର୍ଥ ବ୍ୟବସ୍ଥାକୁ ତ୍ୱରାନ୍ବିତ କରିବା ଲାଗି କେନ୍ଦ୍ର ସରକାର ବିଭିନ୍ନ ପଦକ୍ଷେପ ଘୋଷଣା କରିଛନ୍ତି। ବିଦେଶୀ ନିବେଶକଙ୍କୁ ଉତ୍ସାହିତ କରିବା ଲାଗି ଅତିଧନୀଙ୍କ ଉପରେ ଲାଗୁ ହେଉଥିବା ସୁପର ରିଚ୍‌ ଟାକ୍ସ ହାର ହ୍ରାସ ହୋଇଛି। କର୍ପୋରେଟ ଟିକସକୁ ମଧ୍ୟ ହ୍ରାସ କରାଯାଇଛି। ଏମ୍‌ଏସ୍‌ଏମ୍‌ଇଗୁଡିକୁ ଉତ୍ସାହିତ କରିବା ଲାଗି ଜିଏସ୍‌ଟି ରିଫଣ୍ଡ ନିୟମକୁ ସରଳ କରାଯାଇଛି। ଷ୍ଟାର୍ଟଅପଗୁଡିକ ଲାଗି ଟିକସ ରିହାତି ଏବଂ ସେମାନଙ୍କ ଲାଗି ରହିଥିବା ବିଭିନ୍ନ ପ୍ରକ୍ରିୟାକୁ ସରଳ କରାଯାଇଛି।
– ରିଜର୍ଭ ବ୍ୟାଙ୍କର ଲଗାତର ରେପୋ ହ୍ରାସ
ଅର୍ଥନୀତିରେ ସୁଧାର ଆଣିବା ଲାଗି ରିଜର୍ଭ ବ୍ୟାଙ୍କ ଏହାର ସୁଧହାର ବା ରେପୋ ହାରକୁ ନିରନ୍ତର ଭାବେ ହ୍ରାସ କରୁଛି। ବର୍ତ୍ତମାନ ପର୍ଯ୍ୟନ୍ତ କେନ୍ଦ୍ରୀୟ ବ୍ୟାଙ୍କ ୧.୩୫% ସୁଧହାର କମାଇଛି। ଛୋଟ ଛୋଟ ବ୍ୟାଙ୍କଗୁଡିକୁ ୧୨ ବଡ ବ୍ୟାଙ୍କ ସହ ମିଶ୍ରଣ କରାଯାଇଛି। ବ୍ୟାଙ୍କଗୁଡିକରେ ନଗଦ ସମସ୍ୟା ଦୂର କରିବା ଲାଗି ୭୦ ହଜାର କୋଟି ଟଙ୍କାର ପୁଞ୍ଜି ପ୍ରଦାନ ସମ୍ପର୍କରେ ଘୋଷଣା କରାଯାଇଛି। ଏହା ଦ୍ୱାରା ବ୍ୟାଙ୍କଗୁଡିକ ଅଧିକ ଋଣ ପ୍ରଦାନ କରିବାକୁ ସକ୍ଷମ ହୋଇପାରିବେ। ସେହିଭଳି ରେପୋ ସଂଯୋଗୀ ଋଣ ପ୍ରଦାନ ନେଇ ବ୍ୟବସ୍ଥା କରାଯାଇଛି।


All Right Reserved By Dharitri.Com

୧୧ରୁ ଭୁବନେଶ୍ୱର ଇଣ୍ଟରନ୍ୟାଶନାଲ ଟ୍ରେଡ୍‌ ଫେୟାର

ଭୁବନେଶ୍ୱର,୫-୧୦: ଭୁବନେଶ୍ୱର ଇଣ୍ଟରନ୍ୟାଶନାଲ ଟ୍ରେଡ୍‌ ଫେୟାର ଚଳିତ ମାସ ୧୧ରୁ ୨୧ ଯାଏ ସ୍ଥାନୀୟ ଜନତା ମଇଦାନଠାରେ ଅନୁଷ୍ଠିତ ହେବ। ୨୫ ରାଜ୍ୟ ଏବଂ ୧୦...

ରପ୍ତାନିରେ ହ୍ରାସ ଧାରା ଜାରି

ନୂଆଦିଲ୍ଲୀ,୧୫-୧୨: ଚଳିତ ଆର୍ଥତ୍କ ବର୍ଷରେ ଲଗାତର ଭାବେ ପଞ୍ଚମ ଥର ଲାଗି ରପ୍ତାନିରେ ହ୍ରାସ ଘଟିଛି। ଚଳିତ ବର୍ଷ ନଭେମ୍ବରରେ ଦେଶ ମଧ୍ୟରୁ ରପ୍ତାନି ୦.୩୨%...

ଭାରତ ନିର୍ବାଚନ ଉପରେ ଆମେରିକା, ଚାଇନା ଏବଂ ପାକିସ୍ତାନର ନଜର

ନୂଆଦିଲ୍ଲୀ,୨୮।୩ : ଆଗକୁ ଭାରତରେ ହେବ ଲୋକ ସଭା ନିର୍ବାଚନ। ନିର୍ବାଚନ ଉପରେ ଆମେରିକା, ଚାଇନା ସହିତ ପାକିସ୍ତାନର ନଜର ରହିଛି। ଭାରତରେ କିଭଳି ସରକାର...

ସେନ୍‌ସେକ୍ସ ୪୫ହଜାର ଛୁଇଁବ: ମୋର୍ଗାନ ଷ୍ଟାନ୍‌ଲେ

ମୁମ୍ବାଇ,୨୪-୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଏନ୍‌ଡିଏ ସରକାରଙ୍କୁ ଦେଶବାସୀ ପୁନର୍ବାର ଭାରି ବହୁମତରେ ଜିତାଇଛନ୍ତି। ନୂଆ ସରକାରରେ ଦେଶର ଅର୍ଥନୀତିରେ ବିରାଟ କୌଣସି ପରିବର୍ତ୍ତନ...

ରାଜନୀତିକୁ ଆସିଲେ ସ୍ତ୍ରୀ ମୋତେ ଛାଡ଼ି ଦେବେ: ରାଜନ

ଚେନ୍ନାଇ,୨୮-୪: ରାଜନୀତିରେ ପ୍ରବେଶ କରିବାର ସମ୍ଭାବନାକୁ ସମ୍ପୂର୍ଣ୍ଣ ଖାରଜ କରିଦେଇଛନ୍ତି ବିଶିଷ୍ଟ ଅର୍ଥନୀତିଜ୍ଞ ତଥା ଆର୍‌ବିଆଇର ପୂର୍ବତନ ଗଭର୍ନର ରଘୁରାମ ରାଜନ। ସେ ଜଣେ ଶିକ୍ଷାବିତ...

ପ୍ଲାଟଫର୍ମ ଟିକେଟ ବିକି ରେଳଓ୍ବେର ୧୩୯ କୋଟି ଆୟ

ନୂଆଦିଲ୍ଲୀ,୨୯-୭: ଭାରତୀୟ ରେଲଓ୍ବେ ଯାତ୍ରୀ ଭଡ଼ା ନ ବଢ଼ାଇ ଆୟ କରିବା ଲାଗି ବିକଳ୍ପ ପନ୍ଥା ଆପଣାଇଛି। ଏହିକ୍ରମରେ ଏହା ପ୍ଲାଟଫର୍ମ ଟିକେଟ ବିକ୍ରି କରି...

ବଢ଼ିଚାଲିଛି ମାନ୍ଦାବସ୍ଥା ପ୍ରଭାବ; ଅଟୋ ସେକ୍ଟରକୁ ବଞ୍ଚାଇ ପାରିବ ୧୦% ଜିଏସ୍‌ଟି ହ୍ରାସ

ନୂଆଦିଲ୍ଲୀ,୯-୮: ଅଟୋ ସେକ୍ଟରରେ ମାନ୍ଦାବସ୍ଥା ମାଡି ଆସିଛି। ଗତ କିଛି ମାସ ହେବ ଏହି ସେକ୍ଟରର ଅବସ୍ଥା ସଙ୍ଗୀନ ହୋଇଛି। କାର୍‌, ଦୁଇଚକିଆ ଯାନ ସମେତ...

ଷ୍ଟାର୍ଟଅପ୍‌ ପ୍ରତିଷ୍ଠାରେ ଦିଲ୍ଲୀ-ଏନ୍‌ସିଆର୍‌ ସର୍ବାଗ୍ରେ

ନୂଆଦିଲ୍ଲୀ,୧୧-୯: ଷ୍ଟାର୍ଟଅପ୍‌ ଏବଂ ୟୁନିକର୍ନ ପ୍ରତିଷ୍ଠା କ୍ଷେତ୍ରରେ ମୁମ୍ବାଇ, ବେଙ୍ଗାଲୁରୁକୁ ପଛରେ ପକାଇ ଦେଇଛି ଦିଲ୍ଲୀ-ଏନ୍‌ସିଆର୍‌। ଏଠାରେ ଷ୍ଟାର୍ଟଅପ୍‌ଙ୍କ ସଂଖ୍ୟା ୭୦୩୯ରେ ପହଞ୍ଚତ୍ଛି ବୋଲି ଜିନୋଭ...

Leave a comment

Your email address will not be published. Required fields are marked *