କେନ୍ଦ୍ର କର୍ମଚାରୀଙ୍କ ମହଙ୍ଗା ଭତ୍ତା ୫% ବଢିଲା

ନୂଆଦିଲ୍ଲୀ,୧୦-୧୦: କେନ୍ଦ୍ର ସରକାରଙ୍କ ୫୦ ଲକ୍ଷ କର୍ମଚାରୀ ଏବଂ ୬୫ ଲକ୍ଷ ପେନସନଭୋଗୀଙ୍କ ଲାଗି ଖୁସି ଖବର। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବୁଧବାର ବସିଥିବା କ୍ୟାବିନେଟ ବୈଠକରେ କେନ୍ଦ୍ର କର୍ମଚାରୀ ଏବଂ ପେନସନଭୋଗୀଙ୍କ ମହଙ୍ଗା ଭତ୍ତା(ଡିଏ)ରେ ୫% ବୃଦ୍ଧି ଘୋଷଣା କରାଯାଇଛି। ସରକାର ଦୀପାବଳି ପୂର୍ବରୁ ଏମାନଙ୍କୁ ଖୁସି ଖବର ଦେବା ସହ ମହଙ୍ଗା ଭତ୍ତାକୁ ୧୨ରୁ ୧୭%କୁ ବଢାଇଛନ୍ତି। ଏହାଦ୍ୱାରା ରାଜକୋଷ ଉପରେ ୧୬,୦୦୦ କୋଟି ଟଙ୍କାର ଅତିରିକ୍ତ ବୋଝ ପଡିବ ବୋଲି ଜଣାପଡିଛି। କ୍ୟାବିନେଟ କେନ୍ଦ୍ର କର୍ମଚାରୀଙ୍କ ଡିଏର ଅତିରିକ୍ତ କିସ୍ତି ଏବଂ ପେନସନଭୋଗୀଙ୍କ ଡିଅରନେସ୍‌ ରିଲିଫ(ଡିଆର୍‌) ପ୍ରଦାନକୁ ଅନୁମୋଦନ ଦେଇଥିବା ବେଳେ ଏହା ଚଳିତବର୍ଷ ଜୁଲାଇ ପହିଲାରୁ ଲାଗୁ ହେବ। ଦରଦାମ ବୃଦ୍ଧି ପ୍ରସଙ୍ଗକୁ ଧ୍ୟାନରେ ରଖି ଏଭଳି ଘୋଷଣା କରାଯାଇଥିବା ସରକାରଙ୍କ ପକ୍ଷରୁ ବିବୃତିରେ କୁହାଯାଇଛି।
୭ ବେତନ ଆୟୋଗଙ୍କ ପ୍ରସ୍ତାବ ଆଧାରରେ ଏଭଳି ନିଷ୍ପତ୍ତି ହୋଇଛି। ଏଭଳି ପଦକ୍ଷେପ ଦୀପାବଳି ପୂର୍ବରୁ କେନ୍ଦ୍ର କର୍ମଚାରୀଙ୍କ ଲାଗି ଖୁସି ଖବର ବୋଲି ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭଡେକର କହିଛନ୍ତି। ଚଳିତ ବର୍ଷ ଜାନୁୟାରୀରେ ସରକାର ଡିଏ ଏବଂ ଡିଆର୍‌କୁ ୯%ରୁ ୧୨%କୁ ବଢାଇଥିଲେ। ନୂଆ ନିଷ୍ପତ୍ତି ଦ୍ୱାରା ଡିଏ ଏବଂ ଡିଆର୍‌ ବାବଦ ବୃଦ୍ଧି ଯୋଗୁ ରାଜକୋଷକୁ ବାର୍ଷିକ ୧୫,୯୦୯.୩୫ କୋଟି ଏବଂ ଚଳିତବର୍ଷ ଜୁଲାଇଠାରୁ ଫେବୃୟାରି ଯାଏ ୮ ମାସରେ ୧୦,୬୦୬.୩୫ କୋଟି ଟଙ୍କାର ପ୍ରଭାବ ପଡିବ। ଡିଏ ବୃଦ୍ଧି ନିଷ୍ପତ୍ତି ଯୋଗୁ ସରକାରଙ୍କୁ ବାର୍ଷିକ ପ୍ରାୟ ଅତିରିକ୍ତ ୮,୫୯୦.୨୦ କୋଟି ଏବଂ ଚଳିତ ବର୍ଷ ଜୁଲାଇ ଠାରୁ ୨୦୨୦ ଫେବୃୟାରୀ ଯାଏ ୫,୭୨୬ କୋଟି ଅତିରିକ୍ତ ଖର୍ଚ୍ଚ କରିବାକୁ ପଡିବ। ସେହିଭଳି ପେନସନଭୋଗୀଙ୍କ ଲାଗି ଡିଆର୍‌ରେ ବୃଦ୍ଧି ନିଷ୍ପତ୍ତି ଫଳରେ ବାର୍ଷିକ ଅତିରିକ୍ତ ୭,୩୧୯.୧୫ କୋଟି ଖର୍ଚ୍ଚ କରିବାକୁ ପଡିବ ବୋଲି ଆକଳନ କରାଯାଇଛି। ଚଳିତ ଆର୍ଥତ୍କ ବର୍ଷ ସରକାର ଏହି ବାଦବକୁ ଅତିରିକ୍ତ ୪,୮୭୦ କୋଟି ଟଙ୍କା ଖର୍ଚ୍ଚ କରିବେ। ସୂଚନାଯୋଗ୍ୟ, କର୍ମଚାରୀଙ୍କ ଏବଂ ପେନସନଭୋଗୀଙ୍କୁ ଦରଦାମ ବୃଦ୍ଧି ଯୋଗୁ ହେଉଥିବା ବେସିକ୍‌ ପେ ଏବଂ ପେନସନର ରିୟଲ ଭାଲ୍ୟୁ ହ୍ରାସକୁ ସୁରକ୍ଷିତ କରିବା ଲାଗି କେନ୍ଦ୍ର ସରକାର ଏଭଳି ପଦକ୍ଷେପ ନେଇଥାନ୍ତି। ଏହା ବର୍ଷକୁ ୨ଥର ଯଥା- ଜାନୁୟାରୀ ଏବଂ ଜୁଲାଇ ପହିଲାରେ ପରିବର୍ତ୍ତନ ହୋଇଥାଏ।


All Right Reserved By

ଇନୋଭିଟିର ନୂଆ ସ୍ବାଇପ ମେଶିନ

ଭୁବନେଶ୍ୱର,୨୩-୯: ଇନୋଭିଟି ବ୍ରାଣ୍ଡ ପକ୍ଷରୁ ନୂଆ ସ୍ବାଇପ ମେଶିନ ବଜାରକୁ ଆସିଛି। କମ୍ପାନୀର ଆଞ୍ଚଳିକ ବିକ୍ରି ପ୍ରବନ୍ଧକ ମାନସ ରଞ୍ଜନ ସାହୁ, ଆର୍‌ଜେସ୍‌ ଏଣ୍ଟରପ୍ରାଇଜେସର ସତ୍ତ୍ୱାଧିକାରୀ...

ଆଧାର ମାଧ୍ୟମରେ ୫୦ ହଜାରରୁ ଊର୍ଦ୍ଧ୍ୱ ନଗଦ କାରବାର

ନୂଆଦିଲ୍ଲୀ,୭-୭: ଏଣିକି ପାନ୍‌ ବଦଳରେ ଆଧାର କାର୍ଡ ମାଧ୍ୟମରେ ୫୦ ହଜାରରୁ ଊର୍ଦ୍ଧ୍ୱ ଟଙ୍କାର ନଗଦ କାରବାର କରିହେବ। ଏହାଛଡ଼ା ଯେଉଁଠି ପାନ୍‌ ବ୍ୟବହାର ଅନିବାର୍ଯ୍ୟ...

ବ୍ରଡ୍‌ବ୍ୟାଣ୍ଡ ସହ ଯୋଡି ହେବ ସବୁ ପଞ୍ଚାୟତ

ନୂଆଦିଲ୍ଲୀ,୨୮-୬: କେନ୍ଦ୍ର ସରକାରଙ୍କ ଭାରତ ନେଟ୍‌ କାର୍ଯ୍ୟକ୍ରମ ଦ୍ୱାରା ଦେଶର ସବୁ ପଞ୍ଚାୟତକୁ ବ୍ରଡ୍‌ବ୍ୟାଣ୍ଡ ନେଟ୍‌ଓ୍ବର୍କ ସହ ଯୋଡିବାକୁ ଲକ୍ଷ୍ୟ ରଖାଯାଇଛି। ଆସନ୍ତା ବର୍ଷ ମାର୍ଚ୍ଚ...

ବାତ୍ୟା ପ୍ରଭାବିତ ଏମ୍‌ଏସ୍‌ଏମ୍‌ଇ ଲାଗି ଆସୁ ପୁନରୁଦ୍ଧାର ପ୍ୟାକେଜ: କ୍ଷୁଦ୍ର ଶିଳ୍ପ ସଂଘ

ଭୁବନେଶ୍ୱର,୯-୬: କେନ୍ଦ୍ର ଏମ୍‌ଏସ୍‌ଏମ୍‌ଇ ମନ୍ତ୍ରୀ ପ୍ରତାପ ଷଡଙ୍ଗୀଙ୍କୁ ଶିଳ୍ପ ସଂଘ ଓଡ଼ିଶା ଆସେମ୍ବଲି ଅଫ୍‌ ସ୍ମଲ ଆଣ୍ଡ ମିଡିୟମ ଏଣ୍ଟରପ୍ରାଇଜେସ୍‌(ଓସ୍‌ମେ)ର ପ୍ରତିନିଧି ଦଳ ଭୁବନେଶ୍ୱର ଭେଟି...

ଜିରୋ ବାଲାନ୍ସ ଆକାଉଣ୍ଟରେ ନେଣଦେଣ: ୧୨୫ ଟଙ୍କା ପର୍ଯ୍ୟନ୍ତ ଚାର୍ଜ ନେବ ଆଇସିଆଇସିଆଇ ବ୍ୟାଙ୍କ

ନୂଆଦିଲ୍ଲୀ,୧୬।୯: ଘରୋଇ ସେକ୍ଟରର ଆଇସିଆଇସିଆଇ ବ୍ୟାଙ୍କ ନିଜର ଗ୍ରାହକଙ୍କୁ ଜୋର୍‌ଦାର ଝଟକା ଦେଇଛି। ବ୍ୟାଙ୍କ ଜିରୋ ବାଲାନ୍ସ ଆକାଉଣ୍ଟଧାରୀଙ୍କୁ ଅକ୍ଟୋବର ୧୬ରୁ ଶାଖାରେ ପ୍ରତ୍ୟେକ ନଗଦ...

ଫ୍ଲିପ୍‌କାର୍ଟ ମାମଲା : ଶୁଣାଣି କରିବେ ଏନ୍‌ସିଏଲ୍‌ଏଟି

ନୂଆଦିଲ୍ଲୀ,୨୨-୫: ଅନ୍‌ଲାଇନ ବିକ୍ରେତା ଫ୍ଳିପ୍‌କାର୍ଟର ଏକଚାଟିଆ କାରବାରକୁ ବିରୋଧ କରି ଆଗତ ମାମଲାକୁ ଶୁଣାଣି ଲାଗି ରାଷ୍ଟ୍ରୀୟ କମ୍ପାନୀ ବିଧି ଅପୀଲିୟ ନ୍ୟାୟାଧିକରଣ(ଏନ୍‌ସିଏଲ୍‌ଏଟି) ଗ୍ରହଣ କରିଛନ୍ତି।...

ସର୍ବୋଚ୍ଚ ସ୍ତରରେ ମୁଦ୍ରାସ୍ଫୀତି

ନୂଆଦିଲ୍ଲୀ,୧୧-୧୦: ସେପ୍ଟେମ୍ବରରେ ଦେଶରେ ଖୁଚୁରା ମୁଦ୍ରାସ୍ଫୀତି ୧୨ ମାସର ସର୍ବୋଚ୍ଚ ସ୍ତରରେ ରହିଥିବା ଏକ ସର୍ଭେରୁ ଜଣାପଡିଛି। ମାତ୍ର ଏହା ସତ୍ତ୍ୱେ ରିଜର୍ଭ ବ୍ୟାଙ୍କ ପୁଣି...

ଏଫ୍‌ଡିଆଇ ନୀତି କୋହଳ, ଆଖୁ ଚାଷୀଙ୍କୁ ସହାୟତା

ନୂଆଦିଲ୍ଲୀ,୨୯-୮: ଦେଶରେ ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜି ନିବେଶ(ଏଫ୍‌ଡିଆଇ) ବୃଦ୍ଧି ପାଇଁ ପରିବେଶ ସୃଷ୍ଟି କରିବା ଉଦ୍ଦେଶ୍ୟରେ କେନ୍ଦ୍ର ସରକାର ବୁଧବାର ଏଫ୍‌ଡିଆଇ ନୀତିକୁ କୋହଳ କରିଛନ୍ତି।...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *