ବସ୍‌ ପଛରେ ପିଟିହେଲା ବସ୍‌: ୩୦ ଆହତ

ଫୁଲନଖରା,୧୦ା୧୦(ଡି.ଏନ୍‌.ଏ.): କଟକ-ଭୁବନେଶ୍ୱର ଜାତୀୟ ରାଜପଥର ପ୍ରତାପନଗରୀଠାରେ ବୁଧବାର ଏକ ବସ୍‌ ପଛରେ ଅନ୍ୟ ଏକ ବସ୍‌ ପିଟି ହୋଇଯାଇଛି। ଫଳରେ ପଛ ବସ୍‌ରେ ଥିବା ଯାତ୍ରୀଙ୍କ ମଧ୍ୟରୁ ୩୦ ଜଣ ଆହତ ହୋଇଛନ୍ତି। ସେମାନଙ୍କ ପରିଚୟ ମିଳିପାରିନାହିଁ। ପ୍ରତାପନଗରୀ ଯୁବକ ସଂଘର ସଦସ୍ୟମାନେ ଘଟଣାସ୍ଥଳରେ ପହଞ୍ଚି ୧୦୮ ଆମ୍ବୁଲାନ୍ସରେ ଆହତଙ୍କୁ କଟକ ବଡ ଡାକ୍ତରଖାନା ପଠାଇଥିଲେ। ମିଳିଥିବା ସୂଚନା ଅନୁଯାୟୀ, ସକାଳେ କଟକରୁ ଏକ ଯାତ୍ରିବାହୀ ବସ୍‌(ନଂ. ଓଡି୦୫ଇ-୮୩୯୫) ଭୁବନେଶ୍ୱର ଅଭିମୁଖେ ଯାଉଥିଲା। ପ୍ରତାପନଗରୀଠାରେ ଚାଳକ ହଠାତ୍‌ ବ୍ରେକ୍‌ ମାରିବାରୁ ପଛରୁ ଆସୁଥିବା ଅନ୍ୟ ଏକ ବସ୍‌(ନଂ.ଓଡି୦୫ଏଏ-୬୬୨୨) ଭାରସାମ୍ୟ ହରାଇ ସେଥିରେ ପିଟି ହୋଇଯାଇଥିଲା। ଦୁର୍ଘଟଣା ପରେ ଉଭୟ ଗାଡିର ଚାଳକ ଘଟଣାସ୍ଥଳରୁ ପଳାଇ ଯାଇଥିବାବେଳେ କିଛି ସମୟ ପାଇଁ ଉତ୍ତେଜନା ଦେଖାଦେଇଥିଲା। ପ୍ରତାପନଗରୀ ଯୁବକ ସଂଘର ସଦସ୍ୟମାନଙ୍କ ହସ୍ତକ୍ଷେପ ଯୋଗୁ ଉତ୍ତେଜନା ଥମିଥିଲା। କଟକ ସଦର ପୋଲିସ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ବସ୍‌ ଦୁଇଟିକୁ ଥାନାକୁ ନେବା ସହ ଘଟଣାର ତଦନ୍ତ ଚଳାଇଛି।


All Right Reserved By

ଆସାମରେ ନୂଆଁଖାଇ

ଭୁବନେଶ୍ୱର, ୩ା୧୦(ବ୍ୟୁରୋ): ଆସାମର ବିଶ୍ୱନାଥ ଚାରିଅଲ୍ଲୀ ଅନ୍ତର୍ଗତ ବାଘମାରି ଚା’ ବାଗାନରେ ‘ଓଡ଼ିଆ ମହାସଭା’ ଏବଂ ‘ଓଡ଼ିଆ ଛାତ୍ର ପରିଷଦ’ର ମିଳିତ ଆନୁକୂଲ୍ୟରେ ପ୍ରବାସୀ ଓଡ଼ିଆଙ୍କ...

ଗ୍ରହଣ ହେଲାନି ଇସ୍ତଫା: ଗଗନ ଧଳ ଓଏଫ୍‌ଡିସି ଅଧ୍ୟକ୍ଷ

ଭୁବନେଶ୍ୱର,୧୮।୮(ବ୍ୟୁରୋ): ରାଜ୍ୟ ସରକାର ପ୍ରଶାସନର ଶୀର୍ଷସ୍ତରରେ ଶନିବାର ଅଦଳବଦଳ କରିଛନ୍ତିି। କୃଷି ଉତ୍ପାଦନ କମିଶନର(ଏପିସି)ଥିବା ଗଗନ ଧଳଙ୍କୁ ଓଡ଼ିଶା ବନ ଉନ୍ନୟନ ନିଗମ ଲିଃ(ଓଏଫ୍‌ଡିସି) ଅଧ୍ୟକ୍ଷ...

ସ୍କିଲ୍‌ ଗ୍ୟାପ୍‌ ହ୍ରାସ କରିବା ଉପରେ ଗୁରୁତ୍ୱ’

ଭୁବନେଶ୍ୱର,୯।୭(ବ୍ୟୁରୋ): ସ୍କିଲ ଗ୍ୟାପ ହ୍ରାସ ସହ ଦକ୍ଷତା ସମ୍ପନ୍ନ ଏବଂ ଉତ୍ପାଦକ କାର୍ଯ୍ୟବଳ ତିଆରି ହେଲେ ଏହା ଭାରତକୁ ୫ ଟ୍ରିଲିୟନ ଅର୍ଥନୀତି କରିବାରେ ସହାୟକ...

ରାଜ୍ୟ ଗାଇଡ୍‌ କମିଶନରଙ୍କ ବିଶ୍ୱ ଜାମ୍ବୋରୀରେ ଯୋଗଦାନ

ଭୁବନେଶ୍ୱର,୧୬।୭(ବ୍ୟୁରୋ): ଭାରତ ସ୍କାଉଟସ୍‌ ଏବଂ ଗାଇଡସ୍‌ ରାଜ୍ୟ ସଂସ୍ଥାର ସହକାରୀ ଗାଇଡ୍‌ କମିଶନର ଡ. ନମିତା ପଟ୍ଟନାୟକ ଉତ୍ତର ଆମେରିକାର ପଶ୍ଚିମ ଭର୍ଜିନିଆରେ ହେଉଥିବା ୨୪ତମ...

ଚାଷୀ ପଞ୍ଜୀକରଣ ଦେଖିବେ ୧୬ ଅଧିକାରୀ

ଭୁବନେଶ୍ୱର,୧୦।୯(ବ୍ୟୁରୋ): ଧାନ ପଞ୍ଜୀକରଣ କିଭଳି ଚାଲିଛି, ଚାଷୀମାନେ ହଇରାଣ ହରକତ ହେଉଛନ୍ତି କି, ପଞ୍ଜୀକରଣ ତାଲିକାର ଅଗ୍ରଗତି, ତ୍ରୁଟି ଆଦି କାର୍ଯ୍ୟର ତଦାରଖ କରିବାକୁ ଖାଦ୍ୟ...

‘ମୁଁ ସଫେଇବାଲା’ ଅଭିଯାନ ଆରମ୍ଭ

ଭୁବନେଶ୍ୱର, ୩ା୧୦(ବ୍ୟୁରୋ): ପରିଚ୍ଛନ୍ନତା ଏକ ମାନସିକତା। ଆସନ୍ତୁ ଶପଥ ନେବା, ନିଜ ପରିବେଶ ଓ ସହରକୁ ସଫାସୁତୁରା ରଖିବା। ସ୍ବଚ୍ଛତାରେ ସାମୂହିକ ପରିବର୍ତ୍ତନ ଆଣିବା ଲାଗି...

ସରିଲା ରାଜାଙ୍କ ରିମାଣ୍ଡ ଅବଧି: ମିଳିଲାନି ନୂଆ ତଥ୍ୟ

ଜଗତ୍‌ସିଂହପୁର ଅଫିସ,୨୬ା୯: ବହୁ ଚର୍ଚ୍ଚିତ ନର୍ସ ନିହାରିକା ପାତ୍ର ହତ୍ୟା ମାମଲାର ଅଭିଯୁକ୍ତ ତଥା ପ୍ରେମିକ କିଶୋର ଚନ୍ଦ୍ର ଆଞ୍ଚଳ ଓରଫ ରାଜାଙ୍କୁ ବିରିଡ଼ି ପୋଲିସ...

ଖଣ୍ଡପଡ଼ାରେ ଶ୍ରୀଜୀଉମାନଙ୍କ ବାହୁଡ଼ା ଯାତ୍ରା

ଖଣ୍ଡପଡ଼ା,୧୩ା୭(ସ୍ବ.ପ୍ର.): ଶୁକ୍ରବାର ପବିତ୍ର ବାହୁଡ଼ା ଯାତ୍ରା ଅବସରରେ ଶ୍ରୀ ଜୀଉମାନେ ରତ୍ନବେଦୀକୁ ବିଜେ କରିବା ନିମନ୍ତେ ବାହୁଡ଼ିଛନ୍ତି। ଏହି ଅବସରରେ ଖଣ୍ଡପଡ଼ା, ଭାପୁର, ଖଳିସାହି ଓ...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *