Posted inଖେଳ

ଏଜିଏମ୍‌ରେ ଭାଗ ନେଇପାରିବେ ନାହିଁ ଟିଏନ୍‌ସିଏ, ହରିୟାଣା, ମହାରାଷ୍ଟ୍ର

ପୁଣେ,୧୦।୧୦(ପି.ଟି.)- ମୁମ୍ବାଇରେ ଆସନ୍ତା ୨୩ ତାରିଖରେ ଆରମ୍ଭ ହେବାକୁ ଥିବା ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ବାର୍ଷିକ ସାଧାରଣ ବୈଠକ (ଏଜିଏମ୍‌)ରେ ଅଂଶଗ୍ରହଣ କରିବାକୁ ତାମିଲନାଡୁ କ୍ରିକେଟ ଆସୋସିଏଶନ (ଟିଏନ୍‌ସିଏ), ହରିୟାଣା କ୍ରିକେଟ ଆସୋସିଏଶନ (ଏଚ୍‌ସିଏ) ଓ ମହାରାଷ୍ଟ୍ର କ୍ରିକେଟ ଆସୋସିଏଶନ(ଏମ୍‌ସିଏ)କୁ ବାରଣ କରାଯାଇଛି। ପ୍ରଶାସକ କମିଟି (ସିଓଏ) ଏହି ରାଜ୍ୟ ବୈଠକରେ ଭାଗ ନେବାରୁ ଏହି ରାଜ୍ୟ ଆସୋସିଏଶନଗୁଡିକୁ ବାରଣ କରିଛି। ସମ୍ବିଧାନରେ ସଂଶୋଧନ କରି ନ ଥିବାରୁ ଏହି ଆସୋସିଏଶନଗୁଡିକ ବିପକ୍ଷରେ ଏଭଳି ନିଷ୍ପତ୍ତି ନିଆଯାଇଛି ବୋଲି ସିଓଏ ତରଫରୁ କୁହାଯାଇଛି। ସମ୍ବିଧାନ ସଂଶୋଧନ ନେଇ ଏହି ଆସୋସିଏଶନ ଗୁଡିକ ଆଦେଶ ପାଳନ ନ କରିବାରୁ ଏପରି ପଦକ୍ଷେପ ନିଆଯାଇଛି। ଫଳରେ ଯଦି ଏଜିଏମ୍‌ରେ ନିର୍ବାଚନ ହୁଏ ତାହେଲେ ଏହି ଆସୋସିଏଶନଗୁଡିକୁ ମତଦାନ ଅଧିକାର ମିଳିବ ନାହିଁ। ୨୦୧୮ ଅଗଷ୍ଟ ୯ ତାରିଖରେ ସୁପ୍ରିମକୋର୍ଟ ଦେଇଥିବା ଆଦେଶ ଅନୁସାରେ ଏଗୁଡିକ ସମ୍ବିଧାନ ସଂଶୋଧନ କରିନାହାନ୍ତି ବୋଲି ସିଓଏ ତରଫରୁ କୁହାଯାଇଛି। ଆମେରିକା ଗସ୍ତରେ ଯାଇଥିବାରୁ ସିଓଏ ମୁଖ୍ୟ ବିନୋଦ ରାୟ ଏ ନେଇ କୌଣସି ମତ ଦେଇନାହାନ୍ତି।
ଟିଏନ୍‌ସିଏ ପୂର୍ବତନ ବିସିସିଆଇ ଅଧ୍ୟକ୍ଷ ଏନ୍‌. ଶ୍ରୀନିବାସନଙ୍କ ନିୟନ୍ତ୍ରଣରେ ରହିଛି ଓ ଆସୋସିଏଶନ ତରଫରୁ ସଚିବ ଏସ୍‌.ଏସ୍‌. ରାମାସ୍ବାମୀ ପ୍ରତିନିଧିତ୍ୱ କରିବେ। ସେହିପରି ବିସିସିଆଇ କୋଷାଧ୍ୟକ୍ଷ ପଦ ଛାଡିବାକୁ ଯାଉଥିବା ଅନିରୁଦ୍ଧ ଚୌଧୁରୀଙ୍କ ନିୟନ୍ତ୍ରଣରେ ଥିବା ହରିୟାଣା କ୍ରିକେଟ ଆସୋସିଏଶନ ତରଫରୁ ମୃଣାଳ ଓଝା ପ୍ରତିନିଧିତ୍ୱ କରିବେ। ସେହିପିର ପୂର୍ବତନ ବୋର୍ଡ ସମ୍ପାଦକ ଅଜୟ ଶିରକେଙ୍କ ନିୟନ୍ତ୍ରଣରେ ଥିବା ମହାରାଷ୍ଟ୍ର କ୍ରିକେଟ ଆସୋସିଏଶନ ତରଫରୁ ରିୟାଜ ବାଗବନ ପ୍ରତିନିଧିତ୍ୱ କରିବେ।
କିଛି ଦିନ ତଳେ ଶ୍ରୀନିବାସନଙ୍କ ଝିଅ ରୂପା ଗୁରୁନାଥ ଟିଏନ୍‌ସିଏ ଅଧ୍ୟକ୍ଷ ରୁପେ ନିର୍ବାଚିତ ହୋଇଥିଲେ। ଏହି କ୍ରମରେ ମଧ୍ୟ ସମ୍ବିଧାନର ଆବଶ୍ୟକୀୟ ସଂଶୋଧନ ହୋଇ ନ ଥିଲା। ସିଓଏର ଏହି ନିଷ୍ପତ୍ତି ବିସିସିଆଇରେ ଫାଟ ସୃଷ୍ଟି କରିବାର ଯଥେଷ୍ଟ ସମ୍ଭାବାନ ରହିଛି। ଯଦି ସର୍ବ ସମ୍ମତିକ୍ରମେ ଅଧ୍ୟକ୍ଷ, ଉପ- ସଭାପତି, ସମ୍ପାଦକ, ଯୁଗ୍ମ ସମ୍ପାଦକ ଓ କୋଷାଧ୍ୟକ୍ଷ ନିର୍ବାଚିତ ହୁଅନ୍ତି ତାହେଲେ ଏହି ବାରଣ ଉଠାଇବାର ମଧ୍ୟ କିଛି ମୂଲ୍ୟ ରହିବ ନାହିଁ।


All Right Reserved By Dharitri.Com

Posted inଖେଳ View All

ଜନ୍ମ ଦିନରେ ଶତକ ସହ ଅଷ୍ଟ୍ରେଲିଆକୁ ବିଜୟୀ କଲେ ଓ୍ବାର୍ନର

ଆଡିଲେଡ, ୨୭।୧୦(ଏଏଫପି) : ୩୩ତମ ଜନ୍ମଦିନରେ ଶତକ ହାସଲ କରିଛନ୍ତି ଅଷ୍ଟ୍ରେଲିଆ ଓପନର ଡେଭିଡ ଓ୍ବାର୍ନର। ତାଙ୍କର ଏହି ଶତକ ବଳରେ ଅଷ୍ଟ୍ରେଲିଆ ସିରିଜର ପ୍ରଥମ ମ୍ୟାଚରେ...

ସର୍ବାଧିକ ଆୟକର ଦେଲେ ଧୋନୀ: ପୈଠ କଲେ ୨୮ କୋଟି

ରାଞ୍ଚି,୨୬।୨: କ୍ରିକେଟ ପଡ଼ିଆରେ ହେଲିକପ୍ଟର ସଟ୍‌ ମାରି ପ୍ରଂଶସକଙ୍କୁ ରୋମାଞ୍ଚିତ କରୁଥିବା ମହେନ୍ଦ୍ର ସିଂ ଧୋନୀ ଏବେ ସର୍ବାଧିକ ଆୟକର ଦାଖଲ କରି ଚର୍ଚ୍ଚାରେ ରହିଛନ୍ତି।...

ଇଷ୍ଟ୍‌ ଇଣ୍ଡିଆ ସ୍ନୁକର: ଫାଇନାଲରେ ସୁବ୍ରତ

ଭୁବନେଶ୍ୱର,୧୬।୧୨(କ୍ରୀଡ଼ା ପ୍ରତିନିଧି)- ପାଟଣାରେ ଚାଲିଥିବା ଇଷ୍ଟ ଇଣ୍ଡିଆ ସ୍ନୁକର ଚାମ୍ପିୟନଶିପ୍‌ର ଫାଇନାଲରେ ପ୍ରବେଶ କରିଛନ୍ତି ଓଡ଼ିଶାର ସୁବ୍ରତ ଦାସ। ରବିବାର ଅନୁଷ୍ଠିତ ସେମିଫାଇନାଲରେ ସେ ବିହାରର...

ଚହଲଙ୍କୁ ମୁସ୍ତାକ ଅହମ୍ମଦଙ୍କ ପରାମର୍ଶ

ନୂଆଦିଲ୍ଲୀ, ୫ା୫ (ପି.ଟି.)-ବର୍ତ୍ତମାନ ଅନ୍ତର୍ଜାତୀୟ କ୍ରିକେଟରେ ଶ୍ରେଷ୍ଠ ଲେଗ୍‌ ସ୍ପିନରଙ୍କ ମଧ୍ୟରେ ୟୁଜବେନ୍ଦ୍ର ଚହଲ ଅନ୍ୟତମ ବୋଲି କହିଛନ୍ତି ପୂର୍ବତନ ପାକିସ୍ତାନ ସ୍ପିନର ମୁସ୍ତାକ ଅହମ୍ମଦ।...

ଭାଜପାରେ ସାମିଲ ହେଲେ ଏହି ଦୁଇ ଖେଳାଳି

ନୂଆଦିଲ୍ଲୀ,୨୭।୯: ଅଲିମ୍ପିକ ପଦକ ବିଜେତା ରେସଲର୍‌ ତଥା ପଦ୍ମଶ୍ରୀ ଯୋଗେଶ୍ୱର ଦତ୍ତ ଏବଂ ପୂର୍ବତନ ହକି ଅଧିନାୟକ ସନ୍ଦୀପ ସିଂହ ଗୁରୁବାର ଭାଜପାରେ ସାମିଲ ହୋଇଛନ୍ତି।...

ଲାଇଟ୍ସରେ ପ୍ରାକ୍ଟିସ କରିବ ବିରାଟ ବାହିନୀ

ଇନ୍ଦୋର,୧୨।୧୧- ଭାରତୀୟ ଦଳ ପ୍ରଥମ ଥର ପାଇଁ ଦିବା ରାତ୍ର ଟେଷ୍ଟ ମ୍ୟାଚ୍‌ ଖେଳିବାକୁ ଯାଉଛି। ବାଂଲାଦେଶ ବିପକ୍ଷ ଏହି ମ୍ୟାଚ୍‌ ଇଡେନ ଗାଡେନ୍ସଠାରେ ଚଳିତ...

କୋହଲିଙ୍କଠାରୁ ଦ୍ରୁତତମ ବାବର ଆଜାମ

ବର୍ମିଂହାମ,୨୮।୬- ପାକିସ୍ତାନର ଯୁବ ବ୍ୟାଟ୍ସମ୍ୟାନ ବାବର ଆଜାମ ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କୁ ନିଜର ଆଇଡଲ ବୋଲି ମନେକରନ୍ତି। ହେଲେ ମାଇଲଷ୍ଟୋନ ସ୍ପର୍ଶ କରିବାରେ କୋହଲିଙ୍କଠାରୁ...

ଅଷ୍ଟ୍ରେଲିଆ ସେମିଫାଇନାଲ ନିକଟତର

ନଟିଂହାମ,୨୧।୬ (ପି.ଟି.)- ବିଶ୍ୱକପ୍‌ର ଅନ୍ୟତମ ଫେଭରାଇଟ ଦଳ ଅଷ୍ଟ୍ରେଲିଆ ଗୁରୁବାର ଅନୁଷ୍ଠିତ ଟୁର୍ନାମେଣ୍ଟର ୨୬ତମ ମ୍ୟାଚ୍‌ରେ ବାଂଲାଦେଶକୁ ୪୮ ରନରେ ପରାସ୍ତ କରିଛି। ଟ୍ରେଣ୍ଟ ବିଜ୍‌ରେ...

Leave a comment

Your email address will not be published. Required fields are marked *