Posted inଖେଳ

ମିଥାଲ ରାଜଙ୍କ କୃତୀତ୍ୱ

ଭଦୋଦରା, ୧୦।୧୦ (ପି.ଟି.)- ଭାରତୀୟ ମହିଳା କ୍ରିକେଟ୍‌ ଦଳର ଅଧିନାୟିକା ମିଥାଲି ରାଜ ବୁଧବାର ଏକ ବିରଳ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ବିଶ୍ୱର ପ୍ରଥମ ମହିଳା କ୍ରିକେଟର୍‌ ଭାବେ ମିଥାଲି ଅନ୍ତର୍ଜାତୀୟ କ୍ରିକେଟ୍‌ରେ ଦୁଇ ଦଶନ୍ଧି ଖେଳିବାର ରେକର୍ଡ କରିଛନ୍ତି। ବୁଧବାର ଏଠାରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକା ମହିଳା କ୍ରିକେଟ୍‌ ଦଳ ବିପକ୍ଷରେ ଅନୁଷ୍ଠିତ ପ୍ରଥମ ଦିନିକିଆ ମ୍ୟାଚ୍‌ ଅବସରରେ ସେ ଏହି ସଫଳତା ପାଇଛନ୍ତି। ୩୬ ବର୍ଷୀୟା ମିଥାଲି ୧୯୯୯ ଜୁନ୍‌ ୨୬ରେ ଆୟର୍ଲାଣ୍ଡ ବିପକ୍ଷରେ ଖେଳି ଅନ୍ତର୍ଜାତୀୟ କ୍ୟାରିୟର ଆରମ୍ଭ କରିଥିଲେ। ବୁଧବାର ମ୍ୟାଚ୍‌ ସହ ସେ ଦିନିକିଆ କ୍ରିକେଟ୍‌ରେ ୨୦ ବର୍ଷ ୧୦୫ ଦିନ ପୂରଣ କରିଛନ୍ତି। ଫଳରେ ବିଶ୍ୱରେ ଏକମାତ୍ର ମହିଳା କ୍ରିକେଟର୍‌ ଭାବେ ମିଥାଲି ଦୁଇ ଦଶନ୍ଧିରୁ ଊର୍ଦ୍ଧ୍ୱ ସମୟ ଧରି ଖେଳିଛନ୍ତି। ଦିନିକିଆ କ୍ରିକେଟ୍‌ରେ ମିଥାଲି ବର୍ତ୍ତମାନ ସୁଦ୍ଧା ୨୦୪ ମ୍ୟାଚ୍‌ ଖେଳି ସାରିଛନ୍ତି। ସର୍ବାଧିକ ଦିନିକିଆ ଖେଳିଥିବା ମହିଳା କ୍ରିକେଟର୍‌ଙ୍କ ମଧ୍ୟରେ ସେ ଶୀର୍ଷରେ ରହିଥିବାବେଳେ ଇଂଲଣ୍ଡର ଚାର୍ଲୋଟ୍ଟେ ଏଡ୍‌ଓ୍ବାଡର୍‌ସ (୧୯୧), ଝୁଲଣ ଗୋସ୍ବାମୀ (୧୭୮) ଓ ଅଷ୍ଟ୍ରେଲିଆର ଆଲେକ୍ସ ବ୍ଲାକଓ୍ବେଲ୍‌ (୧୪୪) ଯଥାକ୍ରମେ ପଛକୁ ରହିଛନ୍ତି। ଗତ ମାସରେ ମିଥାଲି ଟି୨୦ରୁ ଅବସର ଗ୍ରହଣ କରିଥିଲେ।


All Right Reserved By

Posted inଖେଳ

ଜେଲ୍‌ ଗଲେ ସେଲ୍ଫି ଫ୍ୟାନ

ମୋହାଲି, ୨୨।୯- ମ୍ୟାଚ୍‌ ମଝିରେ ଭାରତୀୟ କ୍ରିକେଟ୍‌ ଦଳର ଅଧିନାୟକ ବିରାଟ କୋହଲିଙ୍କ ସେଲଫି ଉଠାଇବାକୁ ଚେଷ୍ଟା କରିଥିବା ୩ଜଣ କ୍ରିକେଟ୍‌ ପ୍ରଶଂସକଙ୍କୁ ଶେଷରେ ଜେଲ୍‌...

ବ୍ରୋଞ୍ଜରେ ସନ୍ତୁଷ୍ଟ ମେରୀକମ୍‌

ଉଲାନ-ଉଡେ(ରୁଷିଆ),୧୨।୧୦(ପି.ଟି.)- ଛ’ ଥର ବିଶ୍ୱ ଚାମ୍ପିୟନ ଏମ୍‌.ସି. ମେରୀକମ୍‌ଙ୍କୁ ଚଳିତ ଥର ବ୍ରୋଞ୍ଜ ପଦକରେ ସନ୍ତୁଷ୍ଟ ହେବାକୁ ପଡ଼ିଛି। ଏଠାରେ ଚାଲିଥିବା ମହିଳା ବିଶ୍ୱ ବକ୍ସିଂ...

ଜାତୀୟ ରାଲି ଚାମ୍ପିୟନଶିପ:ଗୌରବଙ୍କ କାର୍‌ ଦୁର୍ଘଟଣାରେ ୩ ମୃତ

ବାରମେର(ରାଜସ୍ଥାନ),୨୧।୯(ପି.ଟି.)- ଏକ ଅଭାବନୀୟ ଘଟଣାକ୍ରମେରେ ଭାରତୀୟ ରାଲି ଡ୍ରାଇଭର ଗୌରବ ଗିଲ୍‌ଙ୍କ କାର୍‌ ଏକ ମୋଟରସାଇକେଲଙ୍କୁ ଧକ୍କା ଦେବା ଫଳରେ ୩ଜଣ ମୃତ୍ୟୁ ବରଣ କରିଛନ୍ତି।...

ଅଜଣା ମହିଳାଙ୍କୁ ମେସେଜ କରି ଫଶିଲେ ସାମି: ସ୍କ୍ରିନ୍‌ସଟ୍‌ ଭାଇରାଲ

ଭାରତୀୟ ଦଳର ଦ୍ରୁତ ବୋଲର ମହମ୍ମଦ ସାମି ପୁଣି ଏକ ବିବାଦରେ ଫଶିଯାଇଛନ୍ତି। ଜଣେ ଅଜଣା ମହିଳାଙ୍କୁ ‘ଗୁଡ୍‌ ମର୍ଣ୍ଣିଙ୍ଗ୍‌’ ଲେଖି ମେସେଜ୍‌ କରିଛନ୍ତି ସାମି।...

ଅଜୟ,ସୌରଭ, ଲକ୍ଷ୍ୟଙ୍କ ବିଜୟ ଅଭିଯାନ

ନୂଆଦିଲ୍ଲୀ,୩।୭(ପି.ଟି.)- ଭାରତୀୟ ଶଟଲର ଅଜୟ ଜୟରାମ, ସୌରଭ ବର୍ମା ଓ ଲକ୍ଷ୍ୟ ସେନ ଏଠାରେ ଚାଲିଥିବା କାନାଡା ଓପନ ସୁପର ୧୦୦ ବ୍ୟାଡ୍‌ମିଣ୍ଟନ ଟୁର୍ନାମେଣ୍ଟରେ ବିଜୟ...

ଏଫ୍‌ଆଇଏଚ୍‌ ସିରିଜ ଫାଇନାଲ୍ସ: ଭାରତ ଚାମ୍ପିୟନ

ଭୁବନେଶ୍ୱର, ୧୫।୬(କ୍ରୀଡ଼ା ପ୍ରତିନିଧି)-କଳିଙ୍ଗ ଷ୍ଟାଡିୟମରେ ଶନିବାର ଶେଷ ହୋଇଥିବା ଏଫ୍‌ଆଇଏଚ୍‌ ସିରିଜ ଫାଇନାଲ୍ସ ହକି ଟୁର୍ନାମେଣ୍ଟରେ ଭାରତ ଚାମ୍ପିୟନ ହୋଇଛି। ଶନିବାର ଅନୁଷ୍ଠିତ ଫାଇନାଲରେ ଭାରତ...

ଇଷ୍ଟ ଜୋନ୍‌ ସ୍ନୁକର ଚାମ୍ପିୟନଶିପ୍‌: ଭାଗନେବେ ୭୦ରୁ ଊର୍ଦ୍ଧ୍ୱ ଖେଳାଳି

ଭୁବନେଶ୍ୱର, ୫।୯(ପି.ଟି.)- ଫାଲକନ ଚିଲିକା ଫ୍ରେଶ୍‌ ଆନୁକୂଲ୍ୟରେ ସ୍ଥାନୀୟ ପଟିଆ ସ୍ଥିତ ୬ ପକେଟ୍ସଠାରେ ଗୁରୁବାରଠାରୁ ଆରମ୍ଭ ହେବାକୁ ଯାଉଛି ଇଷ୍ଟ ଜୋନ୍‌ ସ୍ନୁକର ଚାମ୍ପିୟନଶିପ୍‌।...

ଭାବବିହ୍ବଳ ବିଦାୟ ଲାଗି ପ୍ରସ୍ତୁତ ତାହିର

ମାଞ୍ଚେଷ୍ଟର,୫।୭- ଦକ୍ଷିଣ ଆଫ୍ରିକା ଲେଗ୍‌ ସ୍ପିନର ଇମ୍ରାନ ତାହିର ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟରୁ ସନ୍ନ୍ୟାସ ନେବା ଲାଗି ପ୍ରସ୍ତୁତ। ଶନିବାର ଡିଫେଣ୍ଡିଂ ଚାମ୍ପିୟନ ଅଷ୍ଟ୍ରେଲିଆ ବିପକ୍ଷ...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *