ପରମ୍ପରା : ଖାଡୁ ବଳଦକୁ ଗ୍ରାମ ପରିକ୍ରମା

ଖଣ୍ଡପଡ଼ା, ୧୦।୧୦(ସ୍ବ.ପ୍ର.): ଓଡ଼ିଆ ଘରର ଚଳଣି ଓ ପରମ୍ପରା ଅନୁଯାୟୀ ଦଶହରାରେ ସମସ୍ତ କାର୍ଯ୍ୟର ଅନୁକୂଳ କରାଯାଇଥାଏ । ଦିନ ଥିଲା ଲୋକେ ବ୍ୟବସାୟ, ବାଣିଜ୍ୟକୁ ଯିବା ପୂର୍ବରୁ ଦଶହରାରେ ‘ଖାଡ଼ୁ ବଳଦ’କୁ ଅନୁକୂଳ ଭାବେ ଗ୍ରହଣ କରୁଥିଲେ । ଏବେ ସେ ପରମ୍ପରା ହଜିଯାଇଛି । ମାତ୍ର ଏହି ପରମ୍ପରାକୁ ପାଳନ କରୁଛନ୍ତି ବନମାଳୀପୁର ଗ୍ରାମବାସୀ। ମଙ୍ଗଳବାର ବନମାଳୀପୁର ଗ୍ରାମର କେତେକ ନିର୍ଦ୍ଦିଷ୍ଟ ପରିବାର ଦଶହରା ଅନୁକୂଳ ପାଇଁ ଘରେ ଥିବା ଖାଡୁ ବଳଦର ବିଭିନ୍ନ ସରଞ୍ଜାମକୁ ପୂଜାର୍ଚ୍ଚନା କରିଥିଲେ। ଏକ ଖାଡୁ ବଳଦକୁ ସନ୍ଧ୍ୟାରେ ପୂଜାର୍ଚ୍ଚନା ପରେ ପାଟପଟୁଆରରେ ଗ୍ରାମ ପରିକ୍ରମା କରାଯାଇଥିବା ପରିଲକ୍ଷିତ ହୋଇଥିଲା। ଦଶହରାରେ ଉକ୍ତ ବଳଦକୁ ଭେଲଭେଟ୍‌ କପଡ଼ାରେ ପ୍ରସ୍ତୁତ ପୋଷାକ ପିନ୍ଧାଯାଇ ବିଭିନ୍ନ ଅଳଙ୍କାରରେ ସଜାଇ ବେକରେ କଉଡ଼ିମାଳ ଓ ଘଣ୍ଟି ଘାଗୁଡ଼ି ପିନ୍ଧାଯାଇଥିଲା। ବଳଦ ପିଠିରେ ଅମ୍ବାରୀ(କାଠ ଫ୍ରେମ୍‌ରେ ପ୍ରସ୍ତୁତ ଆସନ)ରେ ଦେବୀଙ୍କୁ ସ୍ଥାପନ କରିବା ପରେ ଖାଡ଼ୁ ବଳଦଙ୍କୁ ଗୃହର କର୍ତ୍ତା ଓ ଗୃହିଣୀ ପୂଜା କରିଥିଲେ । ସମ୍ପ୍ରତି ଖାଡୁ ବଳଦ ଆଉ କେହି ରଖୁ ନ ଥିବା ବେଳେ ବନମାଳୀପୁରର ବସନ୍ତ ପରିଡା, ଗାଣ୍ଡୁ ପରିଡା ଓ ରାମ ବେହେରା ପ୍ରମୁଖ ବ୍ୟକ୍ତିମାନେ ଜେଜବାପ ଅମଳରୁ ପାରମ୍ପରିକ ରୀତିରେ ପାଳିତ ହୋଇଆସୁଥିବା ଏହି ଉତ୍ସବରେ ମିଳିତ ଭାବେ ଖାଡୁ ବଳଦକୁ ଭଡ଼ାରେ ଆଣିଥିଲେ। ଦଶହରା ସନ୍ଧ୍ୟା ସମୟରେ ଖୋଳ, ଝାଞ୍ଜ, ସଂକୀର୍ତ୍ତନ ମଧ୍ୟରେ ମଶାଲ ଜାଳି ବିଭିନ୍ନ ସାହି ଓ ଗ୍ରାମ ପରିକ୍ରମା କରି ନିକଟସ୍ଥ ବ୍ରାହ୍ମଣୀ ଦେବୀ ମନ୍ଦିରକୁ ଯାଇଥିଲେ । ସେଠାରେ ଖାଡୁ ବଳଦକୁ ପୂଜାର୍ଚ୍ଚନା ପରେ ଗୃହକୁ ପ୍ରତ୍ୟାବର୍ତ୍ତନ କରିଥିଲେ ।
ସୂଚନାଯୋଗ୍ୟ ଯେ, ଯେତେବେଳେ ଗମନାଗମନର ସୁବିଧା ନ ଥିଲା, ସେତେବେଳେ ବଳଦ ହିଁ ପରିବହନର ଏକମାତ୍ର ମାଧ୍ୟମ ଥିଲା । ବିଶେଷକରି ଜଙ୍ଗଲ ପାହାଡ଼ଘେରା ଆଦିବାସୀ ଅଧ୍ୟୁଷିତ ମାଳଅଞ୍ଚଳ ଭାବେ ପରିଚିତ ଫୁଲବାଣୀରେ ଲୁଗା, ଲୁଣ ଓ ବିଭିନ୍ନ ପ୍ରକାର ଗୃହୋପକରଣ ଲୋକଙ୍କ ପାଖରେ ପହଞ୍ଚତ୍ବା ଦୁରୁହ ବ୍ୟାପାର ଥିଲା । ସେତେବେଳେ ବ୍ୟବସାୟୀମାନେ ନିଜ ବଳଦ ପିଠିରେ ଲୁଣ, ଲୁଗା ଓ ବିଭିନ୍ନ ପ୍ରକାର ସାମଗ୍ରୀ ଲଦି ସମ୍ପୃକ୍ତ ଅଞ୍ଚଳକୁ ବ୍ୟବସାୟ ଉଦ୍ଦେଶ୍ୟରେ ଯାଉଥିଲେ । ଏହି ବ୍ୟବସାୟୀମାନେ ସାଧାରଣତଃ ଖଣ୍ଡପଡ଼ା ଗଡ଼ଜାତ ଅଞ୍ଚଳ ଅନ୍ତର୍ଗତ କଣ୍ଟିଲୋ ଓ ବନମାଳୀପୁର ଗ୍ରାମର ତେଲି ଓ ଥୋଡ଼ିଆ ସମ୍ପ୍ରଦାୟର। ସମ୍ପୃକ୍ତ ବ୍ୟବସାୟୀମାନେ ଖାଡ଼ୁ ବଳଦ ପିଠିରେ ନେଇଥିବା ସାମଗ୍ରୀଗୁଡିକୁ ଆଦିବାସୀମାନଙ୍କୁ ଚଢ଼ା ଦରରେ ବିକ୍ରିକରି ପ୍ରତିବଦଳରେ ସେଠାରେ ଉତ୍ପାଦିତ ଅଦା, ମହୁଲ, ଝୁଣା, ସୋରିଷ, ମହୁ, ହଳଦୀ, ବାଘନଖ, ଦାନ୍ତ, ହାତୀ ଦାନ୍ତ, ବାଘଛାଲ ଆଦି ଜଙ୍ଗଲଜାତ ସାମଗ୍ରୀ ସେମାନଙ୍କଠାରୁ ଆଣି ବଳଦ ପିଠିରେ ଲଦି ଗ୍ରାମକୁ ଫେରିଥାନ୍ତି । ଜଙ୍ଗଲଜାତ ଦ୍ରବ୍ୟକୁ ସ୍ଥାନୀୟ ଅଞ୍ଚଳରେ ବିକ୍ରିକରି ଅଧିକ ଲାଭବାନ୍‌ ହୋଇଥାନ୍ତି । ଏହି ପରିବହନ କାର୍ଯ୍ୟରେ ନିୟୋଜିତ ହେଉଥିବା ବଳଦକୁ ଖାଡ଼ୁ ବଳଦ କୁହାଯାଉଥିଲା ।


All Right Reserved By Dharitri.Com

ସ୍ବାସ୍ଥ୍ୟସେବା ପରଖିଲେ କେନ୍ଦ୍ରୀୟ ପ୍ରତିନିଧି ଦଳ

ବଡ଼ସାହି, ୨୦।୧୦ (ସ୍ବ.ପ୍ର.)- ମୟୂରଭଞ୍ଜ ଗସ୍ତରେ ଆସିଥିବା କେନ୍ଦ୍ର ସରକାରଙ୍କ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ କମନ ରିଭ୍ୟୁ ମିଶନର ଏକ ପ୍ରତିନିଧି...

୮,୯ରେ ଓଜେଇଇ କମ୍ପ୍ୟୁଟର ବେସ୍‌ଡ ପିଜି ପରୀକ୍ଷା

ଭୁବନେଶ୍ୱର, ୨୭।୫(ବ୍ୟୁରୋ): ଜୁନ୍‌ ୮ ଓ ୯ରେ ଓଜେଇଇର କମ୍ପ୍ୟୁଟର ବେସ୍‌ଡ ପିଜି ପରୀକ୍ଷା ଅନୁଷ୍ଠିତ ହେବ। ରାଜ୍ୟରେ ପ୍ରଥମ ଥର ପାଇଁ ଅନ୍‌ଲାଇନ୍‌ରେ ଏହି...

ଆଗ ଭଳି ମିଳୁନି ଇଲିଶି

ରୂପ୍‌ସା, ୨୩।୯(ବାଞ୍ଛାନିଧି ଦେ)-ବାଲେଶ୍ୱର ଜିଲା ସୁବର୍ଣ୍ଣରେଖା, ବୁଢ଼ାବଳଙ୍ଗ ଓ ଜଳକା ନଦୀ ମୁହାଣରୁ ଧରାଯାଉଥିବା ଇଲିଶି ମାଛର ସ୍ବତନ୍ତ୍ର ଚାହିଦା ରହିଛି। ମତ୍ସ୍ୟଜୀବୀମାନେ ବହୁ ସଂଖ୍ୟାରେ...

ଜିଲା ସଦର ଡାକ୍ତରଖାନାରେ ୫-ଟି ସଚିବ: ରୋଗୀଙ୍କ ସ୍ବାସ୍ଥ୍ୟବସ୍ଥା ପଚାରି ବୁଝିଲେ

ସମ୍ବଲପୁର, ୧।୧୧ (ବ୍ୟୁରୋ): ସମ୍ବଲପୁର ଜିଲା ସଦର ଡାକ୍ତରଖାନାରେ ୫-ଟି ସଚିବ ବି.କେ. ପାଣ୍ଡିଆନ ଗୁରୁବାର ଗସ୍ତକରି ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିଛନ୍ତି। ପ୍ରଥମେ...

ହାଓଡା-ସମ୍ବଲପୁର ଏକ୍ସପ୍ରେସ୍‌ରେ ଭାଙ୍ଗ ଚାଲାଣ: ଧରାପଡ଼ିବା ଭୟରେ ଫିଙ୍ଗିଦେଲେ

ଢେଙ୍କାନାଳ ଅଫିସ, ୧୧।୮-ଯାତ୍ରୀବାହୀ ଟ୍ରେନ୍‌ରେ ଅବାଧରେ ହେଉଛି ନିଶାଦ୍ରବ୍ୟ ଚାଲାଣ। ବେପାରୀମାନେ ଯୋଜନାବଦ୍ଧ ଭାବେ ଚଳାଇଛନ୍ତି ଏଭଳି ବେଆଇନ କାରବାର। ଷ୍ଟେଶନ ଏବଂ ଟ୍ରେନ୍‌ରେ ହୁଗୁଳା...

ଶ୍ରୀବନ୍ତପୁରରେ ଯୁବକଙ୍କୁ ହତ୍ୟା : ଦୁଇ ଅଭିଯୁକ୍ତ ଅଟକ

ରସୁଲପୁର,୨୧।୧୦(ଡି.ଏନ୍‌.ଏ.): ଯାଜପୁର ଜିଲା ରସୁଲପୁର ବ୍ଲକ ଅନ୍ତର୍ଗତ ଶ୍ରୀବନ୍ତପୁର ଗ୍ରାମରେ ଏକ ହତ୍ୟାକାଣ୍ଡ ଘଟିଛି। ମୃତ ଯୁବକ ଜଣଙ୍କ ହେଲେ ଅଚ୍ୟୁତ ସ୍ବାଇଁଙ୍କ ପୁଅ ଶ୍ୟାମସୁନ୍ଦର(୨୪)।...

ଜିପିଏଫ୍‌ ପାଇଁ ଆଉ ଦୌଡ଼ିବାକୁ ପଡ଼ିବ ନାହିଁ

ଭୁବନେଶ୍ୱର, ୨୯।୮ (ବ୍ୟୁରୋ): ଅବସରପ୍ରାପ୍ତ ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର। ଅବସର ପରେ ନିଜର ଜିପିଏଫ୍‌ (ଜେନେରାଲ ପ୍ରୋଭିଡେଣ୍ଟ ଫଣ୍ଡ) ପ୍ରାପ୍ୟ ପାଇବାରେ ଆଉ...

ସ୍ବଚ୍ଛ ଭାରତ ମିଶନ ବାଟ୍‌ବନା: ୩ ମାସେ ଭୁଷ୍‌ଲି ଗଲା ପାଏଖାନା

ଅତାବିରା, ୧୨।୯ (ଡି.ଏନ୍‌.ଏ.):  ବରଗଡ଼ ଜିଲା ଭେଡ଼େନ ବ୍ଲକ ଦେଶଭଟିଲି ପଁଚେତ୍‌ ଉଦେପୁର ଆର ଦେଶଭଟିଲି ଗାଁରେ ସ୍ବଚ୍ଛ ଭାରତ ଯୋଜନା ବାଟ୍‌ବନା ହେଇଛେ। ଉଦେପୁର...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *