Posted inUncategorized

ବିଜୟା ଦଶମୀରେ ନୀଳମାଧବ ଜୀଉଙ୍କୁ ଶଙ୍ଖ, ଚକ୍ର ସମର୍ପଣ

ଖଣ୍ଡପଡା,୧୦।୧୦(ସ୍ବ.ପ୍ର.): ମହିଷାସୁରର ନିଧନ ପାଇଁ ମା’ଦୁର୍ଗାଙ୍କୁ ପ୍ରଦାନ କରାଯାଇଥିବା ଶଙ୍ଖ, ଚକ୍ର ଆୟୁଧ ମଙ୍ଗଳବାର ବିଜୟା ଦଶମୀ ତିଥିରେ କଣ୍ଟିଲୋ ନୀଳମାଧବ ଜୀଉଙ୍କୁ ସମର୍ପଣ କରାଯାଇଛି । ପାରମ୍ପରିକ ରୀତିରେ ଏହି ତିଥିରେ ଶ୍ରୀ ନୀଳମାଧବ ଜୀଉଙ୍କ ଚଳନ୍ତି ପ୍ରତିମା ମଦନ ମୋହନଙ୍କୁ ମନ୍ଦିର ବେଢା ପରିକ୍ରମା କରାଇ ସିଂହଦ୍ୱାରସ୍ଥ ଦୋଳ ବେଦିକୁ ବିଜେ କରାଯାଇଥିଲା । ଶ୍ରୀ ଜୀଉଙ୍କୁ ପୂଜାର୍ଚ୍ଚନା ପରେ ରାତି ପ୍ରାୟ ୯ଟାରେ ଘଣ୍ଟ, ଘଣ୍ଟା, କାହାଳୀ, ମୃଦଙ୍ଗ, ଛତ୍ରୀ, ମଶାଲ, ସଂକୀର୍ତ୍ତନ ଓ ପାଟପଟୁଆର ସହିତ ବିମାନରେ ଆରୂଢ କରାଯାଇ ମହାନଦୀ ଓ କମେଇ ନଦୀ ସଙ୍ଗମ ସ୍ଥଳ ଠାକୁରଙ୍କ ଦଶହରା ପଡିଆକୁ ବିଜେ କରାଯାଇଥିଲା । ସେଠାରେ ପୁନଶ୍ଚ ପୂଜାର୍ଚ୍ଚନା ସହ ସନ୍ଧ୍ୟା ଆଳତି ଓ ସପ୍ତାଳତି କାଯର୍‌ୟକ୍ରମ ସମାପନ ହେବା ପରେ ପାରମ୍ପରିକ ରୀତିରେ ତୋପ ଫୁଟା ଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ପୂଜାରୀ ଭାବେ ତ୍ରିନାଥ ମିଶ୍ର ଓ ପତ୍ରୀ ଭାବେ ଶ୍ରବଣରାମ ମିଶ୍ର ପୂଜାକର୍ମ ପରିଚାଳନା କରିଥିଲେ । ଦଶହରା ପଡିଆରେ ଉପସ୍ଥିତ ଥିବା ଗ୍ରାମବାସୀ ଓ ଶ୍ରଦ୍ଧାଳୁ ସାଙ୍ଗରେ ଆଣିଥିବା ନୂତନ ଖାତା ଓ କାଗଜରେ ଶ୍ରୀ ଜୀଉ ଓ ମା’ଦୁର୍ଗାଙ୍କୁ ସୁମରଣା କରି ଆରମ୍ଭରେ ଓମ୍‌ ଶଦ୍ଦ ଲେଖି ଦଶହରା ଅନୁକୂଳ କରିଥିଲେ । ଶ୍ରୀଜୀଉଙ୍କୁ ଶଙ୍ଖ ଚକ୍ର ସମର୍ପଣ ଓ ତୋପ ଫୁଟାଇବାର ପରମ୍ପରା ସମ୍ପର୍କରେ କୁହାଯାଏ, ପ୍ରବଳ ପ୍ରତାପୀ ମହିଷାସୁରର ନିଧନ ପାଇଁ ସମସ୍ତ ଦେବଦେବୀ ମା’ଦୁର୍ଗାଙ୍କୁ ସେମାନଙ୍କର ଆୟୁଧ ପ୍ରଦାନ କରିଥିଲେ । ଶ୍ରୀ ବିଷ୍ଣୁ ମଧ୍ୟ ତାଙ୍କର ଆୟୁଧ ଶଙ୍ଖ ଚକ୍ର ପ୍ରଦାନ କରିଥିଲେ । ମା’ଦୁର୍ଗା ଆଶ୍ୱିନ ମାସ ଅଷ୍ଟମୀ ତିଥିରେ ଏକ ସନ୍ଧିକ୍ଷଣରେ ମହିଷାସୁରକୁ ନିଧନ କରିଥିଲେ । ନବମୀ ପୂଜା ପରେ ଦଶମୀ ତିଥିରେ ମା’ଦୁର୍ଗାଙ୍କୁ ପ୍ରଦାନ କରାଯାଇଥିବା ସମସ୍ତ ଆୟୁଧ ସମ୍ପୃକ୍ତ ଦେବତାଙ୍କୁ ସମର୍ପଣ କରାଯାଇଥିଲା । ଅପରପକ୍ଷେ ଚାଷୀମାନେ ଭାଦ୍ରବ ଓ ଆଶ୍ୱିନ ଏହି ଦୁଇ ମାସରେ ଧାନ ଫସଲ କରି ବସି ରହିଥାନ୍ତି । ଦଶହରା ପଡିଆରେ ତୋପ ଫୁଟିବା ପରଠାରୁ ଆଖ ପାଖ ଅଞ୍ଚଳର ସମସ୍ତ ଚାଷୀ ରବି ଫସଲ ପାଇଁ ଚାଷ ଅନୁକୂଳ କରିଥାନ୍ତି ବୋଲି କୁହାଯାଏ । ଶ୍ରୀ ଜୀଉ ଦଶହରା ପଡିଆରୁ ପ୍ରତ୍ୟାବର୍ତ୍ତନ କରିବା ସମୟରେ ଫକୀର ଅତବୁଦ୍ଧି ପାଟଣା, ଛାମୁପାଟଣା ଆଦି ସାହିରେ ଚାଚେରୀ ଭୋଗ ଖାଇ ମନ୍ଦିରକୁ ପହଡ ପାଇଁ ବିଜେ ହୋଇଥିଲେ ।


All Right Reserved By Dharitri.Com

Posted inUncategorized View All

କରୋନା ପ୍ରଭାବ: ସବୁ ପରୀକ୍ଷା ବାତିଲ

ଭୁବନେଶ୍ୱର, ୧୯।୩(ବ୍ୟୁରୋ): କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସବୁ ପରୀକ୍ଷାକୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ସ୍ଥଗିତ ରଖିଛନ୍ତି। ଗୁରୁବାରଠାରୁ ଆରମ୍ଭ ହୋଇଥିବା ମାଟ୍ରିକ...

ଭୋକିଲା ପିଲାଙ୍କୁ ପଡିଆରେ ଖାଦ୍ୟ ଖୁଆଇ ଚର୍ଚ୍ଚାରେ କ୍ରିକେଟର

ସାଧାରଣତଃ ନିଜ ପ୍ରଦର୍ଶନ ଜରିଆରେ ଖେଳାଳିମାନେ ଚର୍ଚ୍ଚାର ପରିସରକୁ ଆସିଥାନ୍ତି। କିନ୍ତୁ ଭାରତର ବାମହାତୀ ସ୍ପିନ୍‌ ବୋଲର ଇକବାଲ୍‌ ଅବଦୁଲ୍ଲା ଏକ ମହତ କାମ କରି...

ମନବୋଧଙ୍କ ମୁହଁକୁ ଗ୍ରାସ କରିଚାଲିଛି ଟ୍ୟୁମର: ‘ସହାୟତା ନ ଦେଲେ ଇଚ୍ଛାମୃତ୍ୟୁ ପାଇଁ ଅନୁମତି ଦିଅ’

ଭୁବନେଶ୍ୱର,୨୫।୮(ବ୍ୟୁରୋ): ଯେଉଁ ବୟସରେ ରୋଜଗାର କରି ପରିବାର ପାଇଁ ସହାୟକ ହେବା କଥା, ସେହି ବୟସରେ ଜୀବନ ପାଲଟିଯାଇଛି ନର୍କ। କାରଣ ମୁହଁକୁ ଗ୍ରାସ କରିଚାଲିଛି...

କରୋନା ସହାୟତା: ମୁଖ୍ୟମନ୍ତ୍ରୀ ରିଲିଫ୍‌ ପାଣ୍ଠିକୁ ୮୯ ହଜାର ଟଙ୍କା ଦାନ

ସାକ୍ଷୀଗୋପାଳ,୧୮।୪(ଡି.ଏନ୍‌.ଏ): କରୋନା ମୁକାବିଲା ଲାଗି ପୁରୀ ଜିଲା ସତ୍ୟବାଦୀ ବ୍ଲକ ବିଦ୍ୟାଧରପୁର ଗ୍ରାମବାସୀ ରାଜ୍ୟ କରୋନା ସାହାୟତା ପାଣ୍ଠିକୁ ୩୩ ହଜାର ୮୦ ଟଙ୍କା ଦାନ...

କଳା ଦିବସ ପାଳନ କଲା କୁଡୁମୀ ସେନା

ବାରିପଦା ଅଫିସ,୬ା୯: ୧୯୫୦ମସିହା ସେପ୍ଟେମ୍ବର ୬ତାରିଖ ଦିନ କେନ୍ଦ୍ର ସରକାର କୁଡୁମୀ ଜାତିକୁ ଅନୁସୂଚିତ ଜାତିରୁ ବାଦ ଦିଆଯାଇଥିବା ପ୍ରତିବାଦରେ ଶୁକ୍ରବାର ମୟୂରଭଞ୍ଜ କୁଡୁମୀ ସେନା...

ଟ୍ରେନ୍‌ରୁ ପଡି ଯୁବକ ଗୁରୁତର

ଯାଜପୁର ରୋଡ,୧୪ା୧୦(ନି.ପ୍ର.):  ଯାଜପୁର ରୋଡ ଷ୍ଟେଶନ ନିକଟରେ ରବିବାର ଜଣେ ଯୁବକ ଟ୍ରେନ୍‌ରୁ ଖସି ପଡି ଗୁୁରୁତର ହୋଇଛନ୍ତି। ଯୁବକ ଜଣଙ୍କ ବିହାର ରାଜ୍ୟର ଶୁମନ୍ତ...

ପୁନରୁଦ୍ଧାରରେ ପ୍ରତିବନ୍ଧକ

ସହଦେବ ସାହୁ ଫଣୀ (ଫନୀ) (ଫଣା ଥିବା ସାପ, ବାଂଲାଦେଶ ଦ୍ୱାରା ନାମିତ) ମହାବାତ୍ୟା ପୁରୀ କୂଳରେ ସ୍ଥଳଭାଗକୁ ମାଡ଼ି ଆସି ପୁରୀ-ଭୁବନେଶ୍ୱର-କଟକ ତଥା ଓଡ଼ିଶା...

ବଦ୍ରିନାଥରୁ ଫେରୁଥିବା ତୀର୍ଥଯାତ୍ରୀଙ୍କ ବସ୍‌ ଉପରେ ଖସିଲା ପଥର ଖଣ୍ଡ

ଚାମୋଲି,୬।୮: ଉତ୍ତରାଖଣ୍ଡ ଚାମୋଲି ଜିଲାର ଲାମ୍ବାଗଡ଼ରେ ମଙ୍ଗଳବାର ସକାଳେ ଭୂସ୍ଖଳନ ହୋଇଛି। ଫଳରେ ପାହାଡ଼ରୁ ବଡ଼ ବଡ଼ ପଥର ଖଣ୍ଡମାନ ଖସି ରାସ୍ତାରେ ପଡ଼ିଥିଲା। ସେହି...

Leave a comment

Your email address will not be published. Required fields are marked *