ଜନସଂଖ୍ୟା ବୃଦ୍ଧିର କେତୋଟି ଦିଗ

ବିଚିତ୍ର ବିଶ୍ୱାଳ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ସ୍ବାଧୀନତା ଦିବସ ଅଭିଭାଷଣରେ ଆମ ଦେଶର ଜନସଂଖ୍ୟା ନିୟନ୍ତ୍ରଣ ଉପରେ ଗୁରୁତ୍ୱ ଦେଇଛନ୍ତି। ସେ କହିଛନ୍ତି, ଜନସଂଖ୍ୟା ବୃଦ୍ଧି ଆମ ଭବିଷ୍ୟତ ପିଢ଼ି ପାଇଁ ଅନେକ ବିପଦ ଡାକିଆଣିବ। ଏପରିକି ପରିବାର ଛୋଟ କରି ଲୋକମାନେ ତାଙ୍କ ଦେଶପ୍ରେମ ଭାବନାକୁ ଦେଖାଇବା ପାଇଁ ପ୍ରଧାନମନ୍ତ୍ରୀ ଆହ୍ବାନ ଦେଇଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଏହା ଖୁବ୍‌ ଭଲ ପ୍ରସ୍ତାବ। ଜନସଂଖ୍ୟା ନିଶ୍ଚିତ ଭାବେ ନିୟନ୍ତ୍ରଣରେ ରହିବା ଆବଶ୍ୟକ। କିନ୍ତୁ ଏହା ମଧ୍ୟ ସତ୍ୟ ଯେ, ଭାରତ ଭଳି ଏକ ବିଶାଳ ଦେଶରେ ଜନସଂଖ୍ୟାର ଠିକ୍‌ ବିନିଯୋଗ କରାଯାଇପାରି ନାହିଁ। ତେଣୁ ଜନସଂଖ୍ୟା ଏବେ ବି ଆମ ଦେଶରେ ଏକ ବଡ଼ ସମସ୍ୟା। ନିଯୁକ୍ତି ସୃଷ୍ଟି କରିବାରେ ଆମେ ବହୁତ ପଛରେ ପଡ଼ିଥିବାରୁ ଆମ ଦେଶରେ ଜନସଂଖ୍ୟା ଏକ ବଡ଼ ସମସ୍ୟା ହୋଇ ଠିଆ ହୋଇଛି। ଫଳତଃ ଜନସଂଖ୍ୟା ବା ମାନବ ସମ୍ବଳ ଆମର ବିକାଶ ପ୍ରକ୍ରିୟାକୁ ତ୍ୱରାନ୍ବିତ କରିବା ପରିବର୍ତ୍ତେ ଏକ ମସ୍ତବଡ଼ ସମସ୍ୟାର ରୂପ ନେଇଛି।
ଭାରତର ବର୍ଦ୍ଧିତ ଯୁବକମାନଙ୍କର ସଂଖ୍ୟାକୁ ଯୋଜନାବଦ୍ଧ ଭାବେ ଶିଳ୍ପଭିତ୍ତିକ ଦକ୍ଷତା ତାଲିମ୍‌, ଉପତ୍ାଦନ ଭିତ୍ତିକ ପ୍ରକଳ୍ପ ଆଦିରେ ନିୟୋଜନ କରିବାର ଯୋଜନା କରାଯିବା ଆବଶ୍ୟକ। କିନ୍ତୁ ଦୁର୍ଭାଗ୍ୟର କଥା, ଆମେ ଏହିସବୁ ସୁଯୋଗର ସଦ୍‌ବ୍ୟବହାର ନ କରି ଚିରାଚରିତ ଭାବେ ସେହି ନକାରାତ୍ମକ ଦିଗରେ ହଁି ମୁହଁାଇଛେ। ଆମର ବିଶାଳ ଶ୍ରମ ଶକ୍ତିକୁ ଆମେ ଉପଯୁକ୍ତ ଭାବେ ବିନିଯୋଗ ନ କରି ଦୁର୍ଭାଗ୍ୟଜନକ ଭାବେ ଏବେ ବି ଗୋଟିଏ ପାଞ୍ଚ ଜଣିଆ ପରିବାରକୁ ଦେଶର ଅର୍ଥନୈତିକ ବିଫଳତା ପାଇଁ ଦାୟୀ କରାଯାଉଛି। ଏହା ସତ୍ୟ ଯେ, ଜୋର୍‌ ଜବଦଦସ୍ତ ଜନସଂଖ୍ୟାକୁ ନିୟନ୍ତ୍ରଣ କରିହେବ ନାହଁି। ଏଥିପାଇଁ ଲୋକମାନଙ୍କ ମନରେ ସଚେତନତା ଆଣିବାକୁ ହେବ ଓ ସେମାନଙ୍କ ହୃଦୟକୁ ଛୁଇଁବାକୁ ହେବ। ଆଉ ଗୋଟିଏ ଦିଗରୁ ଦେଖିଲେ ଗତ ପଚିଶ ବର୍ଷର ଅଭିଜ୍ଞତାରୁ ବୁଝାପଡ଼େ ଯେ, ଶିକ୍ଷା ଓ ବିକାଶ ଜନସଂଖ୍ୟା ନିୟନ୍ତ୍ରଣରେ ବହୁତ ସହାୟକ ହୋଇଥାଏ। ଗରିବୀ ଜନସଂଖ୍ୟା ବୃଦ୍ଧିର ଏକ ମୁଖ୍ୟ କାରଣ ବୋଲି ଅତୀତର ଅନେକ ଅଧ୍ୟୟନରୁ ଜଣାପଡ଼ିଛି। ତେଣୁ ଆମ ଦେଶରେ ଜନସଂଖ୍ୟାକୁ ନିୟନ୍ତ୍ରଣ କରିବାକୁ ହେଲେ ପ୍ରଥମେ ଗରିବୀକୁ ହ୍ରାସ କରିବାକୁ ପଡ଼ିବ। ନ ହେଲେ ଜନସଂଖ୍ୟା ନିୟନ୍ତ୍ରଣ କେବଳ ଏକ ସ୍ଲୋଗାନରେ ସୀମିତ ରହିଯିବ।
ହଠାତ୍‌ ଜନସଂଖ୍ୟା ବୃଦ୍ଧିକୁ କାହଁିକି ଯେ ସବୁଠାରୁ ବଡ଼ ଖଳନାୟକ ଭାବେ ଦର୍ଶାଯାଉଛି, ତାହା ବି ବୁଝିବାର ବାହାରେ। ନା ନିଜର ଅପାରଗତାକୁ ଲୁଚେଇବା ପାଇଁ ଆଉ ଗୋଟେ ନୂଆ ବାହାନାକୁ ଆଗକୁ ଅଣାଯାଉଛି। ଜନସଂଖ୍ୟା ବୃଦ୍ଧି ଏକ ସମସ୍ୟା, କିନ୍ତୁ ପରିସଂଖ୍ୟାନ ଅନୁଯାୟୀ ଗତ ଦଶ ବର୍ଷ ହେବ ଭାରତର ଜନସଂଖ୍ୟା ଅଭିବୃଦ୍ଧିରେ ସ୍ଥିରତା ଆସିଛି। ଏହା ଆଉ ପୂର୍ବ ହାରରେ ବଢ଼ୁନାହିଁ। ୨୦୨୨ ସୁଦ୍ଧା ଭାରତର ଜନସଂଖ୍ୟା ଚାଇନାକୁ ଟପିବ ବୋଲି ଜାତିସଂଘ ଯେଉଁ ଆକଳନ କରିଥିଲା, ସେଥିରେ ପରିବର୍ତ୍ତନ ଆଣି ୨୦୨୭ କରିଛି। ୨୦୧୧ର ଜନଗଣନା ଅନୁସାରେ ଆମ ଦେଶରେ ପ୍ରତ୍ୟେକ ଧର୍ମ ଓ ପ୍ରତ୍ୟେକ ସାମାଜିକ ବର୍ଗର ଜନସାଧାରଣଙ୍କ ମଧ୍ୟରେ ପ୍ରଜନନ ହାର କମିଛି। ଆମ ଦେଶରେ ପ୍ରଜନନ ହାର ୨୦୦୫-୦୬ରେ ୨.୭ରୁ କମି ୨୦୧୫-୧୬ରେ ୨.୨ରେ ପହଞ୍ଚିଛି। ଅନେକ ରାଜ୍ୟ ଜନସଂଖ୍ୟାର ସ୍ଥିରତାରେ ମଧ୍ୟ ପହଞ୍ଚି ସାରିଲେଣି। ତେଣୁ ଏପରି ସମୟରେ ପ୍ରଧାନମନ୍ତ୍ରୀ ମୋଦି ଜନସଂଖ୍ୟା ନିୟନ୍ତ୍ରଣ ଉପରେ ଅଧିକ ଗୁରୁତ୍ୱ ଦେବା ଆଶ୍ଚର୍ଯ୍ୟର ବିଷୟ। ଏହା ପ୍ରଜନନ ହାରରେ ହ୍ରାସ, ପାନୀୟ ଜଳ ଯୋଗାଣ ବ୍ୟବସ୍ଥାରେ ଉନ୍ନତିି, ସ୍ବାସ୍ଥ୍ୟ ସେବାରେ ଉନ୍ନତି ଓ ପରିମଳ ବ୍ୟବସ୍ଥାରେ ଉନ୍ନତି ଆଦି ଯୋଗୁ ସମ୍ଭବ ହୋଇପାରିଛି। ମହିଳାମାନଙ୍କ କ୍ଷେତ୍ରରେ ଶିକ୍ଷାର ଉନ୍ନତି ଯୋଗୁ ମଧ୍ୟ ଏହା ସମ୍ଭବ ହୋଇପାରିଛି। ଏଥିରୁ ପ୍ରମାଣ ମିଳୁଛି ଯେ, ବିକାଶ ହେଉଛି ସବୁଠାରୁ ବଡ଼ ଜନସଂଖ୍ୟା ନିୟନ୍ତ୍ରଣର ମାଧ୍ୟମ। ତେଣୁ ଏହାକୁ ଆଡ଼ନଜର କରି କେବଳ ଜନସଂଖ୍ୟା ବୃଦ୍ଧିର କଥା କହିଲେ ଆଦୌ ବି ସୁଫଳ ମିଳିବ ନାହିଁ।
ଆମ ଦେଶରେ ଜନସଂଖ୍ୟା ବୃଦ୍ଧିର ଆଉ ଏକ ମୁଖ୍ୟ କାରଣ ହେଉଛି, ମହିଳାମାନଙ୍କର ପରିବାର ନିୟନ୍ତ୍ରଣ କରିବାର ନିଷ୍ପତ୍ତି କ୍ଷେତ୍ରରେ ବିଶେଷ କିଛି ଅଧିକାର ନାହିଁି। ଏହା ବ୍ୟତୀତ ମହିଳାମାନଙ୍କ ପାଖରେ ପରିବାର ନିୟୋଜନ ସାମଗ୍ରୀର ଉପଲବ୍‌ଧତା ବି ଠିକ୍‌ଭାବେ ହୋଇପାରୁନାହଁି। ଜାତୀୟ ପରିବାର ସ୍ବାସ୍ଥ୍ୟ ସର୍ବେକ୍ଷଣ-୪ ଅନୁସାରେ ଆମ ଦେଶର ପ୍ରାୟ ତିନି କୋଟି ମହିଳା ପରିବାର ନିୟୋଜନ ସାମଗ୍ରୀ ପାଇପାରୁନାହାନ୍ତି। ‘ଲାନ୍‌ସେଟ୍‌’ର ଅଧ୍ୟୟନ ଅନୁସାରେ ୨୦୧୫ରେ ପ୍ରାୟ ୧.୫୬ କୋଟି ମହିଳା ଗର୍ଭପାତ କରାଇଛନ୍ତି। ସେମାନେ ପରିବାର ନିୟୋଜନ ସାମଗ୍ରୀ ଓ ପରାମର୍ଶ ପାଇପାରିନାହାନ୍ତି। ତେଣୁ ପ୍ରଧାନମନ୍ତ୍ରୀ କେବଳ ଜନସଂଖ୍ୟା ନିୟନ୍ତ୍ରଣକୁ ଭାଷଣରେ ସୀମିତ ନ ରଖି ମହିଳାଙ୍କ ପାଖରେ କିପରି ବିନା ବାଧାବିଘ୍ନରେ ପରିବାର ନିୟୋଜନ ସାମଗ୍ରୀ ପହଞ୍ଚିବ, ତାହାର ବ୍ୟବସ୍ଥା କରିବାକୁ ହେବ ଓ ଜନ୍ମ ନିୟନ୍ତ୍ରଣ ପାଇଁ ଯଥେଷ୍ଟ ପରିମାଣର ଅର୍ଥର ବି ବନ୍ଦୋବସ୍ତ କରିବାକୁ ହେବ। ବର୍ତ୍ତମାନ ଜାତୀୟ ସ୍ବାସ୍ଥ୍ୟ ମିଶନ ବଜେଟର ମାତ୍ର ୪ ପ୍ରତିଶତ ଅର୍ଥ ପରିବାର ନିୟୋଜନ ପାଇଁ ଖର୍ଚ୍ଚ ହେଉଛି, ଯେଉଁଥିରୁ ୧.୫% ଜନ୍ମର ଉପଯୁକ୍ତ ବ୍ୟବଧାନ ବିଷୟରେ ଖର୍ଚ୍ଚ ହେଉଛି। ସରକାରଙ୍କ ଆହ୍ବାନ ଓ ସେଥିପାଇଁ ବ୍ୟୟ ଅଟକଳ ଆଦୌ ଖାପ୍‌ ଖାଉନାହଁି।
ଧନିକ, ଉଚ୍ଚ ଓ ମଧ୍ୟମ ବର୍ଗର ଲୋକମାନଙ୍କର ସବୁବେଳେ ଧାରଣା ଯେ ଗରିବ, ସଂଖ୍ୟାଲଘୁ ଓ ଦଳିତମାନେ ଅଯଥା ଜନସଂଖ୍ୟା ବୃଦ୍ଧି କରୁଛନ୍ତି। ଯେତେବେଳେ ବି ଜନସଂଖ୍ୟା ବୃଦ୍ଧିର କଥା ଆସେ, ସେତେବେଳେ ପ୍ରଥମେ ଏହି ନିମ୍ନ ବର୍ଗର ଲୋକମାନଙ୍କ ଆଡ଼କୁ ହଁି ଆଙ୍ଗୁଠି ଉଠିଥାଏ। ଏହା କିନ୍ତୁ ଶତ ପ୍ରତିଶତ ସତ୍ୟ ନୁହେଁ। ଅସଲ କଥା ହେଉଛି ଯଦି ସମାଜର ନିମ୍ନବର୍ଗର ଲୋକଙ୍କର ଶିକ୍ଷା ଓ ବିକାଶ ପ୍ରତି ଉପଯୁକ୍ତ ଧ୍ୟାନ ଦିଆଯାଏ, ତେବେ ଆପେ ଆପେ ପରିବାର ନିୟୋଜନ ହୋଇଯିବ ଓ ତାହା ହଁି ଜନସଂଖ୍ୟାର ନିୟନ୍ତ୍ରଣରେ ଅସଲ ସହାୟକ ହେବ। ସୁତରାଂ ପ୍ରଧାନମନ୍ତ୍ରୀ ଜନସଂଖ୍ୟାକୁ ଏକ ଏକକ ବା ବିଚ୍ଛିନ୍ନ ସମସ୍ୟା ଭାବେ ନ ଦେଖି ଏହାକୁ ସାମଗ୍ରିକ ଦୃଷ୍ଟିକୋଣରୁ ବିଚାର କରିବା ଦରକାର। ପ୍ରଥମେ ସମାଜର ପ୍ରତି ବର୍ଗର ଲୋକଙ୍କ ବିକାଶ ଉପରେ ଧ୍ୟାନ ଦେବାକୁ ହେବ। ପରିଣାମସ୍ବରୂପ ଜନସଂଖ୍ୟା ନିୟନ୍ତ୍ରଣକୁ ଆସିପାରିବ। ଜନସଂଖ୍ୟା ବୃଦ୍ଧି ଏକ ସମସ୍ୟା, କିନ୍ତୁ ଏହା ସମସ୍ତ ସମସ୍ୟାର ମୂଳ ନୁହେଁ।
ଭିରଙ୍ଗ, ତିରଣ, ଜଗତ୍‌ସିଂହପୁର, ମୋ- ୯୪୩୮୪୬୮୪୭୪


All Right Reserved By

ବିଜ୍ଞାନ ପାଇଁ ପଦଯାତ୍ରା

କମଳାକାନ୍ତ ଜେନା ପ୍ରକୃତି ଓ ପରିବେଶରୁ ବିଜ୍ଞାନର ଜନ୍ମ। ପ୍ରକୃତିରେ ଘଟୁଥିବା ଘଟଣାଗୁଡ଼ିକୁ ବୁଝିବା, ତା’ ପଛର କାରଣକୁ ଖୋଜିବା ଏବଂ ସେହି ଜ୍ଞାନକୁ ପ୍ରୟୋଗକରି...

ଏଇ ଭାରତରେ

ବର୍ତ୍ତମାନ ନିର୍ବାଚନ ଋତୁ ଜାରି ରହିଛି। ଭାରତ ଭଳି ଏକ ବୃହତ୍‌ ଗଣତାନ୍ତ୍ରିକ ରାଷ୍ଟ୍ରରେ ଭୋଟଦେଇ ନିଜ ମନ ପସନ୍ଦର ପ୍ରତିନିଧି ବାଛିବା ପ୍ରତ୍ୟେକ ବ୍ୟକ୍ତିଙ୍କର...

ଓଡ଼ିଆ ସାହିତ୍ୟରେ ପାଠକ ସମସ୍ୟା

ଡ. ଅନ୍ତର୍ଯ୍ୟାମୀ ମିଶ୍ର ସଶ୍ରଦ୍ଧ ପାଠକ ହିଁ ସାହିତ୍ୟ ସମୃଦ୍ଧିର ଉତ୍ତମ ସହାୟକ। ପାଠକୀୟ ଶ୍ରଦ୍ଧା ସାହିତ୍ୟକୁ ଲୋକପ୍ରିୟ କରିଥାଏ। ଯେଉଁ ସାହିତ୍ୟର ପାଠକ ସଂଖ୍ୟା...

ସମ୍ପାଦକୀୟ/ଭୁଶୁଡ଼ିଲା ମେଣ୍ଟ

ସାଧାରଣ ନିର୍ବାଚନରେ ଶୋଚନୀୟ ପରାଜୟବରଣ କରିଥିବା ରାଜନୈତିକ ଦଳଗୁଡ଼ିକ ବିଫଳତାର କାରଣ ଖୋଜିବାରେ ଲାଗିଛନ୍ତି। କେତେକ ଦଳର ତୁଙ୍ଗ ନେତା ଇସ୍ତଫା ଦେବା ବିଷୟ ଘୋଷଣା...

ନିର୍ଣ୍ଣାୟକ ନେତୃତ୍ୱ

ଆକାର ପଟେଲ ଚଳିତ ସପ୍ତାହରେ ଏପରି କିଛି ଘଟଣା ଘଟିଛି, ଯାହା ଭାରତ ଅର୍ଥନୀତିରେ ଭଲ କରୁଛି ବୋଲି ଧାରଣା ରଖିଥିବା ଲୋକମାନଙ୍କୁ ଆଶ୍ଚର୍ଯ୍ୟାନ୍ବିତ କରିଛି।...

କୂଟନୈତିକ ରାଜନେତା

ବ୍ୟକ୍ତିତ୍ୱ/ ଜିତେନ୍ଦ୍ର କୁମାର ନାୟକ କେନ୍ଦ୍ରରେ ୩୦ ମେ ୨୦୧୯ରେ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଦ୍ୱିତୀୟ ଥର ଲାଗି ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନ୍‌ଡିଏ) ସରକାର...

ବଢ଼ୁଛି ଦୁର୍ନୀତିର ଦୈର୍ଘ୍ୟ-ପ୍ରସ୍ଥ

ଡ. ପ୍ରଫୁଲ୍ଲ କୁମାର ସାହୁ ସ୍ବାଧୀନତା ପରେ ଏକ ଦୁର୍ନୀତିମୁକ୍ତ ଆଦର୍ଶ ଭାରତ ଗଢ଼ିବା ଥିଲା ଗାନ୍ଧିଜୀଙ୍କର ସ୍ବପ୍ନ। ଅଥଚ ଆଜି ଦୁର୍ନୀତିର ପାହାଡ଼ ଉପରେ...

ଏଇ ଭାରତରେ

ଜଣେ ମହିଳାଙ୍କ ଦୃଢ଼ ଇଚ୍ଛାଶକ୍ତି ଏବେ ଦେଖିବାକୁ ମିଳିଛି ଆଗ୍ରାରେ। ସ୍ଥାନୀୟ କାଗାରୋଲରେ ରହୁଥିବା ପ୍ରିୟଙ୍କା ବର୍ମା ନାମକ ଜଣେ ମହିଳା ସନ୍ତାନ ଜନ୍ମଦେବାର ମାତ୍ର...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *