Posted inଖେଳ

ଅଧିନାୟକ କୋହଲିଙ୍କ ଅପେକ୍ଷାରେ କୃତିତ୍ୱ

ନୂଆଦିଲ୍ଲୀ,୯।୧୦: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଗୁରୁବାରଠାରୁ ଦ୍ୱିତୀୟ ଟେଷ୍ଟ ପୁଣେରେ ଖେଳାଯିବ। ୩ ମ୍ୟାଚ୍‌ବିଶିଷ୍ଟ ସିରିଜ୍‌ରେ ୧-୦ରେ ଆଗୁଆ ଥିବା ବିରାଟ କୋହଲିଙ୍କ ଦଳ ଏବେ ସିରିଜ୍‌ ହାତେଇବାକୁ ଲକ୍ଷ୍ୟ ରଖିଛି। ଏହି ମ୍ୟାଚ୍‌ ଅଧିନାୟକ କୋହଲିଙ୍କ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ। ମ୍ୟାଚ୍‌ରେ ଟସ୍‌ ପକାଇବା ପରେ କୋହଲି ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲିଙ୍କୁ ପଛରେ ପକାଇ ଭାରତ ପାଇଁ ସର୍ବାଧିକ ଟେଷ୍ଟ ମ୍ୟାଚ୍‌ରେ ଦଳର ନେତୃତ୍ୱ ନେବାରେ ସେ ଦ୍ୱିତୀୟ ସ୍ଥାନ ଅଧିକାର କରିବେ। ଗାଙ୍ଗୁଲି ମୋଟ ଉପରେ ୪୯ ଟେଷ୍ଟରେ ଦଳର ନେତୃତ୍ୱ ନେଇଥିଲେ। ଏହି ତାଲିକାର ଶୀର୍ଷରେ ରହିଛନ୍ତି ମହେନ୍ଦ୍ର ସିଂ ଧୋନୀ। ତାଙ୍କ ନେତୃତ୍ୱରେ ଭାରତ ୬୦ ଟେଷ୍ଟ ଖେଳିଥିଲା। ଏହି ତାଲିକାରେ ଗାଙ୍ଗୁଲି(୪୯) ୩ୟ ରହିଥିବାବେଳେ ୪୭ ଟେଷ୍ଟରେ ଦଳର ନେତୃତ୍ୱ ନେଇଥିବା ସୁନିଲ ଗାଭାସ୍କର ଓ ମହମ୍ମଦ ଆଝାରୁଦ୍ଦିନ ଉଭୟ ୪ର୍ଥ ସ୍ଥାନରେ ରହିଛନ୍ତି। ମନସୁର ଅଲି ଖାନ ପଟୌଦି (୪୦) ୫ମ ସ୍ଥାନରେ ରହିଛନ୍ତି। ଏପର୍ଯ୍ୟନ୍ତ ୩୦ ବର୍ଷୀୟ କୋହଲିଙ୍କ ନେତୃତ୍ୱରେ ଭାରତୀୟ ଦଳ ସର୍ବାଧିକ ସଂଖ୍ୟକ ଟେଷ୍ଟ ଜିତିସାରିଛି। ତାଙ୍କ ନେତୃତ୍ୱରେ ଭାରତ ୪୯ ଟେଷ୍ଟ ଖେଳି ୨୯ ମ୍ୟାଚ୍‌ ଜିତିଛି। କୋହଲିଙ୍କ ପୂର୍ବରୁ ମହେନ୍ଦ୍ର ସିଂ ଧୋନୀଙ୍କ ନେତୃତ୍ୱରେ ଦଳ ୬୦ ମ୍ୟାଚ୍‌ ଖେଳି ୨୭ ବିଜୟ ପାଇଥିଲା।


All Right Reserved By

Posted inଖେଳ

ଓସିଏ ପଦାଧିକାରୀଙ୍କୁ ଭେଟିଲା ଓସ୍‌ଜା ପ୍ରତିନିଧି ଦଳ

ଭୁବନେଶ୍ୱର, ୪।୧୦(କ୍ରୀଡ଼ା ପ୍ରତିନିଧି)- ”ତୃଣମୂଳ ସ୍ତରରୁ ପ୍ରତିଭା ଚିହ୍ନଟ ସହ ଏକାଡେମୀ ସ୍ଥାପନ କରିବା ଏବଂ କ୍ରିକେଟ ଭିତ୍ତିଭୂମିର ଉନ୍ନତି ପାଇଁ ଆମେ ପ୍ରତିଶ୍ରୁତିବଦ୍ଧ। ରାଜ୍ୟରେ...

ବିଶ୍ୱକପ୍‌ ପୂର୍ବରୁ ଇମାମ ଆହତ

ନଟିଂହାମ,୧୮।୫(ଏଏଫ୍‌ପି)- ବିଶ୍ୱକପ୍‌ ଆରମ୍ଭ ହେବାକୁ ଆଉ ମାତ୍ର କିଛି ସପ୍ତାହ ବାକି ଥିବା ବେଳେ ର୍ପୂବରୁ ପାକିସ୍ତାନ ଯୁବ ତାରକା ବ୍ୟାଟ୍ସମ୍ୟାନ ତଥା ଓପନର ଇମାମ-...

ଲଣ୍ଡନରେ ଛୁଟି କାଟୁଛନ୍ତି ବିରାଟ-ଅନୁଷ୍କା, ରାଗିଲେ ଫ୍ୟାନ୍‌

ଲଣ୍ଡନ, ୧୪।୭: ନ୍ୟୁଜିଲାଣ୍ଡଠାରୁ ପରାଜୟବରଣ କରି ଭାରତୀୟ ଦଳ ଚଳିତ ବିଶ୍ୱକପ ସେମିଫାଇନାଲରୁ ବିଦାୟ ନେଇଛି। ଭାରତର ପରାଜୟକୁ ନେଇ ଦେଶରେ ନିରାଶାର ମାହୋଲ ଖେଳିଯାଇଥିବାବେଳେ...

ମହିଳା ହକି: ସୋମବାରଠାରୁ କୋରିଆ ବିପକ୍ଷ ସିରିଜ

ବେଙ୍ଗାଲୁରୁ, ୧୯ା୫ (ପି.ଟି.)-ଭାରତୀୟ ମହିଳା ହକି ଦଳ କୋରିଆ ବିପକ୍ଷରେ ୩ ମ୍ୟାଚ ବିଶିଷ୍ଟ ସିରିଜ ଖେଳିବ। ସୋମବାର ଜିନ୍‌ଚୁନ୍‌ଠାରେ ପ୍ରଥମ ମ୍ୟାଚ ଖେଳାଯିବ। ଦଳ...

ଫର୍ନାଣ୍ଡୋ ଟୋରେସଙ୍କ ଅବସର

ମାଡ୍ରିଡ୍‌,୨୧।୬- ପୂର୍ବତନ ଫିଫା ବିଶ୍ୱକପ୍‌ ଚାମ୍ପିୟନ ସ୍ପେନ ଦଳର ସଦସ୍ୟ ଫର୍ନାଣ୍ଡୋ ଟୋରେସ ଫୁଟ୍‌ବଲରୁ ଶୁକ୍ରବାର ଅବସର ସମ୍ପର୍କରେ ଘୋଷଣା କରିଛନ୍ତି। ଏଥିସହ ସ୍ପାନିଶ ଖେଳାଳିଙ୍କ...

ଆନ୍ତଃ ରାଜ୍ୟ ଆଥଲେଟ୍‌ ମିଟ୍‌ ଲକ୍ଷ୍ନୌରେ

ନୂଆଦିଲ୍ଲୀ, ୧୮ା୬ (ପି.ଟି.)- ଅଗଷ୍ଟ ୨୭ରୁ ୩୦ ପର୍ଯ୍ୟନ୍ତ ଜାତୀୟ ଆନ୍ତଃ ରାଜ୍ୟ ଆଥଲେଟିକ୍ସ ଚାମ୍ପିୟନଶିପ୍‌ ଲକ୍ଷ୍ନୌରେ ଅନୁଷ୍ଠିତ ହେବ। ଆଥଲେଟିକ୍ସ ଫେଡେରେଶନ ଅଫ୍‌ ଇଣ୍ଡିଆ...

ଫକନର ଜଣେ ସମଲିଙ୍ଗୀ

ସିଡ୍‌ନୀ, ୩୦ା୪ (ପି.ଟି.)-ଅଷ୍ଟ୍ରେଲୀୟ କ୍ରିକେଟର ଜେମ୍ସ ଫକ୍‌ନର ତାଙ୍କ ୨୯ତମ ଜନ୍ମ ଦିନ ଅବସରରେ ନିଜକୁ ଜଣେ ସମଲିଙ୍ଗୀ ବୋଲି ଘୋଷଣା କରିଛନ୍ତି। ତାଙ୍କର ଜଣେ...

ବର୍ଷା ଯୋଗୁ ଘୁଞ୍ଚିଲା ଦୁଇଦିନ ପରେ ଥିବା ମ୍ୟାଚ୍‌

କରାଚୀ,୨୮।୯: ଦୀର୍ଘ ୧୦ ବର୍ଷ ପରେ ଏଠାକୁ ଅନ୍ତର୍ଜାତୀୟ କ୍ରିକେଟ ଫେରିଛି। ହେଲେ ଟସ୍‌ ପଡ଼ିବା ପୂର୍ବରୁ ମ୍ୟାଚ୍‌ ବାତିଲ ହୋଇଛି। ଅତ୍ୟଧିକ ବର୍ଷା ଯୋଗୁ...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *