ବାଇକ୍‌ରୁ ଡେଇଁ ହାତକଡ଼ି ସହ ଚମ୍ପଟ ଅଭିଯୁକ୍ତ ଗିରଫ:୨ ପୋଲିସ ନିଲମ୍ବିତ

ଚାନ୍ଦବାଲି, ୯।୧୦ (ଡି.ଏନ.ଏ.): ଭଦ୍ରକ ଜିଲା ବାଂଶଡ଼ା ଥାନାରେ ଏକ କମେଣ୍ଟ ମାରିବା ମାମଲାରେ ଗିରଫ ଜଣେ ଅଭିଯୁକ୍ତ ଭଦ୍ରକ ଜେଲ୍‌କୁ ସ୍ଥାନାନ୍ତର ହେବା ରାସ୍ତାରେ ହାତକଡ଼ି ସହ ବାଇକ୍‌ରୁ ଡେଇଁ ମଙ୍ଗଳବାର ସନ୍ଧ୍ୟାରେ ଚମ୍ପଟ ମାରିଥିଲେ। ପୋଲିସ୍‌ ଖୋଜାଖୋଜି କରି ବିଳମ୍ବିତ ରାତିରେ ତାଙ୍କ ଘର ଜଳେଶ୍ୱରପୁର ପଞ୍ଚାୟତର ପଲେଇସାହିରୁ ଅଭିଯୁକ୍ତ ରାଜେନ୍ଦ୍ର ବାରିକ(ଅଭିମନ୍ୟୁ)ଙ୍କୁ ଗିରଫ କରିଛି। ବାଂଶଡ଼ା ଥାନାର କନଷ୍ଟେବଳ ମୁଷଳ ହାଂସଦାଙ୍କ ଅଭିଯୋଗ କ୍ରମେ ଏ ନେଇ ଚାନ୍ଦବାଲି ଥାନାରେ ଅନ୍ୟ ଏକ ମାମଲା(ନଂ.୨୪୪/୧୯) ରୁଜୁ ହୋଇଛି। ଏହି ଘଟଣାରେ କର୍ତ୍ତବ୍ୟରେ ଅବହେଳା ପାଇଁ ବାଂଶଡ଼ା ଥାନାର ୨ ପୋଲିସ କନଷ୍ଟେବଳ ତୁଷାରକାନ୍ତ ଦାସ ଓ ମୁଷଳ ହାଂସଦାଙ୍କୁ ନିଲମ୍ବନ କରାଯାଇଥିବା ଜଣାଯାଇଛି।
ସୂଚନା ଅନୁଯାୟୀ, ସ୍ଥାନୀୟ ଜଳେଶ୍ୱରପୁର ଗ୍ରାମର ଜଣେ କଲେଜ ଛାତ୍ରୀଙ୍କୁ କମେଣ୍ଟ ମାରିବା ମାମଲାରେ ଅଭିଯୁକ୍ତ ରାଜେନ୍ଦ୍ରଙ୍କୁ ସୋମବାର ସନ୍ଧ୍ୟାରେ ପରମାନନ୍ଦପୁର ଦୁର୍ଗାମଣ୍ଡପ ନିକଟରୁ ଧରାଯାଇ ବାଂଶଡ଼ା ଥାନାରେ ଅଟକ ରଖାଯାଇଥିଲା। ମଙ୍ଗଳବାର ତାଙ୍କୁ ଚାନ୍ଦବାଲି କୋର୍ଟରେ ହାଜର କରାଯାଇଥିଲା। ଜାମିନ୍‌ ନାକଚ ହେବାରୁ ତାଙ୍କୁ ସନ୍ଧ୍ୟାରେ ଭଦ୍ରକ ଜେଲ୍‌କୁ ନିଆଯାଉଥିଲା। ରାଜେନ୍ଦ୍ରଙ୍କ ହାତରେ ହାତକଡ଼ି ପଡ଼ିଥିବା ବେଳେ ବାଂଶଡ଼ା ଥାନା ପୋଲିସ ତାଙ୍କୁ ଏକ ବାଇକ୍‌ରେ ପଛରେ ବସାଇ ଚାନ୍ଦବାଲିରୁ ଭଦ୍ରକ ଜେଲକୁ ନେଉଥିଲା। ସୁରକ୍ଷା ପାଇଁ ଅନ୍ୟ ଏକ ବାଇକ୍‌ରେ ଆଉ ଜଣେ ପୋଲିସ ତାଙ୍କୁ ପିଛା କରୁଥିଲେ। ଭଦ୍ରକ-ଚାନ୍ଦବାଲି ରାସ୍ତାରେ ନାଲଗୁଣ୍ଡା ବଜାରରେ ଏକ ବଡ଼ ହମ୍ପ୍‌ସଠାରେ ପୋଲିସ ବାଇକ୍‌ର ଗତି ଧୀର କରିବାର ସୁଯୋଗ ନେଇ ରାଜେନ୍ଦ୍ର ଡେଇଁପଡ଼ି ଖସିଯାଇଥିଲେ। ସେଠାରୁ ପ୍ରାୟ ୩ କି.ମି. ଦୂର ତାଙ୍କ ଘରକୁ ଚାଲିଯାଇଥିଲେ। ପୋଲିସ ବିଳମ୍ବିତ ରାତିରେ ତାଙ୍କ ଘରେ ଚଢ଼ାଉ କରି ଗିରଫ କରିଥିଲା।


All Right Reserved By Dharitri.Com

ଭତ୍ତା ଟଙ୍କା ନେଇ ଯାଉଥିବା ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଲୁଟ୍‌ର ଶିକାର

କଣ୍ଟାମାଳ,୧୬।୮(ଡି.ଏନ.ଏ.): ବୌଦ୍ଧ ଜିଲା କଣ୍ଟାମାଳ ବ୍ଲକ ମନମୁଣ୍ଡା- ଲମ୍ବସରି ରାସ୍ତାର ଯୋଗୀନ୍ଦ୍ରପୁର ନିକଟରେ ଶୁକ୍ରବାର ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ବିପୁଳ ଦାସଙ୍କଠାରୁ ଲୁଟ୍‌ ହୋଇଛି। ସୂଚନାଯୋଗ୍ୟ,...

ଭିଜିଲାନ୍ସ ଜାଲରେ କିରାଣି: ମୃତ୍ୟୁକାଳୀନ ସାର୍ଟିଫିକେଟ ପାଇଁ ନେଉଥିଲେ ୧ ହଜାର ଲାଞ୍ଚ

ଖୋର୍ଦ୍ଧା ଅଫିସ,୧୧ା୯:  ମୃତ୍ୟୁ କାଳୀନ ସାର୍ଟିଫିକେଟ ଦେବାକୁ ଏକ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଖୋର୍ଦ୍ଧା ବ୍ଲକ ହଳଦିଆ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଜନ୍ମମୃତ୍ୟୁ ପଞ୍ଜୀକରଣ ବିଭାଗର...

ବ୍ଲକସ୍ତରୀୟ ସ୍ବାଧୀନତା ଦିବସ

ଶେରଗଡ଼,୧୫।୮(ଡି.ଏନ.ଏ.)-ଶେରଗଡ଼ ବ୍ଲକ ସ୍ତରୀୟ ସ୍ବାଧୀନତା ଦିବସ ସ୍ଥାନୀୟ ମହାତ୍ମା ଗାନ୍ଧୀ ଉଚ୍ଚ ବିଦ୍ୟାଳୟରେ ଗୁରୁବାର ଅନୁଷ୍ଠିତ ହୋଇଯାଇଛି। ବ୍ଲକ ଅଧ୍ୟକ୍ଷ ସାରସ ସ୍ବାଇଁ ମୁଖ୍ୟ ଅତିଥି...

ପାରିପାରିକ କଳହ: ପୋଲିସ ମାଡ଼ରେ ଯୁବକଙ୍କ ମୃତ୍ୟୁ ଅଭିଯୋଗ

ଅନୁଗୋଳ ଅଫିସ,୮।୬: ଅନୁଗୋଳ ଜିଲା କଣିହାଁ ଥାନାରେ ପାରିବାରିକ କଳହର ସମାଧାନ ସମୟରେ ପୋଲିସ ମାଡ଼ରେ ଯୁବକଙ୍କ ମୃତ୍ୟୁ ଘଟିଥିବା ଶନିବାର ପରିବାର ଲୋକେ ଅଭିଯୋଗ...

ନାବାଳିକାଙ୍କୁ ଦନ୍ତା କଚାଡ଼ି ମାରିବା ଘଟଣା: କ୍ଷତିପୂରଣ ଦାବିରେ ଉତ୍ତ୍ୟକ୍ତ ଲୋକଙ୍କ ରାସ୍ତାରୋକୋ, ତହସିଲଦାରଙ୍କୁ ଅଟକ

ପାଟଣା,୧୧।୧(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଟେଣ୍ଡେରା ପଞ୍ଚାୟତ ହରିହରପୁର ଗ୍ରାମରେ ଶୁକ୍ରବାର ରାତିରେ ଏକ ଅଭାବନୀୟ ଘଟଣା କ୍ରମରେ ଏକ ଗୋଠଛଡା ଦନ୍ତା ଜଣେ...

ଅଟକିଲା ନାବାଳିକା ବିବାହ

ନୟାଗଡ ଅଫିସ,୪।୩-ନୟାଗଡ ଜିଲା ଦଶପଲ୍ଲା ବ୍ଲକର ଘୋଳାହାଣ୍ଡି ଅଞ୍ଚଳରେ ଜଣେ ୧୬ ବର୍ଷୀୟା ନାବାଳିକାଙ୍କର ବିବାହ ବନ୍ଦ କରାଇବାରେ ଜିଲା ଶିଶୁ ସୁରକ୍ଷା ୟୁନିଟ୍‌ ଓ...

ବିବାହ ପ୍ରତିଶ୍ରୃତି ଦେଇ ଅପହରଣ ମାମଲା : ଅପହୃତା ନାବାଳିକା ତେଲେଙ୍ଗାନାରୁ ଉଦ୍ଧାର

ରସୁଲପୁର,୧୧ା୧୦(ଡି.ଏନ୍‌.ଏ.): ଯାଜପୁର ଜିଲା ରସୁଲପୁର ବ୍ଲକ ଅନ୍ତର୍ଗତ ବନ୍ଧଡିହ ପଞ୍ଚାୟତ ସାହାପଡ଼ା ଗ୍ରାମର ଯୁକ୍ତ ୨ରେ ପଢ଼ୁଥିବା ଜନୈକା ଛାତ୍ରୀ(୧୭)ଙ୍କୁ ଗତ ମାସ ୨୩ତାରିଖରେ ଅପହରଣ...

ଓଡ଼ିଶା ସମବାୟ ଗୃହ ନିର୍ମାଣ ନିଗମ ପରିଚାଳନା ପରିଷଦ ମାମଲା:ହାଇକୋର୍ଟଙ୍କ ରେକର୍ଡପତ୍ର ତଲବ

କଟକ ଅଫିସ,୧୮।୧୨:ଓଡ଼ିଶା ସମବାୟ ଗୃହ ନିର୍ମାଣ ନିଗମର ପରିଚାଳନା ପରିଷଦକୁ ରଦ୍ଦ କରାଯିବା ନେଇ ହାଇକୋର୍ଟରେ ଏକ ମାମଲା ରୁଜୁ ହୋଇଥିଲା। ରେଜିଷ୍ଟ୍ରାରଙ୍କ ପକ୍ଷରୁ ନିଗମର...

Leave a comment

Your email address will not be published. Required fields are marked *