ରାମେଶ୍ୱର ଅଞ୍ଚଳରେ ହାତୀ ଆତଙ୍କ: ଫାର୍ମହାଉସ୍‌ କର୍ମଚାରୀଙ୍କୁ ଶୁଣ୍ଡରେ ଟେକି କଚାଡ଼ିଲା ଦନ୍ତା

ନିରାକାରପୁର,୯।୧୦(ଡି.ଏନ୍‌.ଏ.): ଖୋର୍ଦ୍ଧା ଜିଲା ରାମେଶ୍ୱର ପଞ୍ଚାୟତସ୍ଥିତ ଏକ ଫାର୍ମହାଉସ୍‌ର ସୁରକ୍ଷା ଦାୟିତ୍ୱରେ ଥିବା କର୍ମଚାରୀ ବୁଧବାର ହାତୀ ଆକ୍ରମଣରେ ଗୁରୁତର ହୋଇଛନ୍ତି। ସେ ହେଲେ ରାମେଶ୍ୱର ଉପର ସାହିର ପଙ୍କଜ ବିଶ୍ୱାଳ(୫୮)।

ଫାର୍ମହାଉସ୍‌ର ସିକ୍ୟୁରିଟି ଗାର୍ଡ ଦେଇଥିବା ସୂଚନାନୁଯାୟୀ, ଉକ୍ତ ଫାର୍ମହାଉସ୍‌ରେ ପ୍ରାୟ ୧୦ରୁ ୧୨ ଏକର ଜମିରେ ଧାନ ଫସଲ କରାଯାଇଛି। ଏହାକୁ ଖାଇବାକୁ କିିଛି ଦିନ ଧରି ହାତୀମାନେ ଆସୁଛନ୍ତି। ସେହିଭଳି ମଙ୍ଗଳବାର ଦିନ ତମାମ ଏକ ଦନ୍ତା ଧାନ ଖାଇବା ସହ ଆତଙ୍କ ଖେଳାଇଥିଲା। ସ୍ଥାନୀୟ ଲୋକେ ସେଠାରେ ପହଞ୍ଚି ପାଟିତୁଣ୍ଡ କରିବାରୁ ହାତୀଟି ଚିତ୍ରକୂଟ ପାହାଡ଼କୁ ଚାଲିଯାଇଥିଲା। ତେବେ ଭୋର ସମୟରେ ହାତୀଟି ପୁଣିଥରେ ଆସିଛି କି ନାହିଁ ତାହା ଜାଣିବା ଲାଗି ପଙ୍କଜ ଯାଇଥିବା ବେଳେ ତାଙ୍କୁ ହାତୀ ଆକ୍ରମଣ କରିଥିଲା। ଏଥିରେ ସେ ଗୁରୁତର ହୋଇଥିଲେ। ସକାଳ ହେବା ପରେ ଅନ୍ୟ କର୍ମଚାରୀମାନେ ପଙ୍କଜଙ୍କ ପାଟି ଶୁଣି ତାଙ୍କୁ ଉଦ୍ଧାର କରି ଖୋର୍ଦ୍ଧା ସରକାରୀ ମେଡିକାଲରେ ଭର୍ତ୍ତି କରିଛନ୍ତି।


All Right Reserved By

୨୦୩୫ ପର୍ଯ୍ୟନ୍ତ ଦେଶରେ ଖାଦ୍ୟାଭାବ ଭୟ ନାହିଁ

କଟକ ଅଫିସ, ୨୯।୫: ସମ୍ପ୍ରତି ଚାଇନା ବିଶ୍ୱରେ ସର୍ବାଧିକ ଧାନ ଉତ୍ପାଦନକାରୀ ରାଷ୍ଟ୍ର ଭାବେ ପରିଗଣିତ ହେଉଛି। ଚାଇନାରେ ହେକ୍ଟର ପିଛା ହାରାହାରି ୬୦ କୁଇଣ୍ଟାଲ...

ମାର୍କେଟ କମ୍ପ୍ଲେକ୍ସ ନିର୍ମାଣକୁ ନେଇ ହାଇକୋର୍ଟରେ ମାମଲା: ସମାଧାନ ଲାଗି ଜିଲାପାଳଙ୍କୁ କୋର୍ଟଙ୍କ ନିର୍ଦ୍ଦେଶ

ପୁରୁଷୋତ୍ତମପୁର,୨୨ା୭(ଡି.ଏନ୍‌.ଏ.)-ପୁରୁଷୋତ୍ତମପୁର ଏନ୍‌ଏସି ମଧ୍ୟ ଦେଇ ଆସିକା-ହୁମ୍ମାକୁ ସଂଯୋଗ କରୁଥିବା ପୂର୍ତ୍ତ ବିଭାଗ ରାସ୍ତାର କଲେଜଛକ ନିକଟରେ ବିବାଦୀୟ ଜାଗାରେ ପୁନନିର୍ମାଣ କରାଯାଉଥିବା ମାର୍କେଟ କମ୍ପ୍ଲେକ୍ସକୁ ନେଇ...

ଓୟୁଏଟି ପ୍ରବେଶିକା ପରୀକ୍ଷାରେ ଅବହେଳା ଅଭିଯୋଗ: ଖରାରେ ଛିଡ଼ା ହେବାରୁ ଅଭିଭାବକ-କର୍ତ୍ତୃପକ୍ଷ ମୁହାଁମୁହିିଁ

ବ୍ରହ୍ମପୁର ଅଫିସ,୨୦ା୫-ଗୋପାଳପୁର ରୋଡ ତଥା ଡୁରା ନିକଟସ୍ଥ ବ୍ରହ୍ମପୁର ସ୍କୁଲ ଅଫ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜି(ବିଏସ୍‌ଇଟି)ରେ ରବିବାର ଉତ୍ତେଜନା ଦେଖାଦେଇଛି। ବିଏସ୍‌ଇଟିରେ ଓୟୁଏଟି ପରୀକ୍ଷା ପାଇଁ...

ମା’ ତାରିଣୀଙ୍କ ହୁଣ୍ଡି ଗଣତି: ରେକର୍ଡ ପରିମାଣର ଦାନଅର୍ଥ ସଂଗ୍ରହ

ଘଟଗାଁ, ୧୧ା୯(ଡି.ଏନ୍‌.ଏ.)- ଘଟଗାଁ ମା’ ତାରିଣୀଙ୍କୁ ଭକ୍ତଙ୍କ ଦାନଅର୍ଥ ଟ୍ରଷ୍ଟବୋର୍ଡ଼ ପକ୍ଷରୁ ମଙ୍ଗଳବାର ଖୋଲାଯାଇ ଗଣତି କରାଯାଇଛି। ଏଥିରୁ ନଗଦ ଅର୍ଥ ୧୮ଲକ୍ଷ ୮୯ ହଜାର...

ଭାଜପା ନେତା ରବି ନାରାୟଣ ପାତ୍ରଙ୍କ ପରଲୋକ

ଭବାନୀପାଟଣା,୨୦।୯(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ଭାଜପା ଶାଖାର ପୂର୍ବତନ ଉପସଭାପତି ତଥା ବରିଷ୍ଠ ଭାଜପା ନେତା ରବି ନାରାୟଣ ପାତ୍ରଙ୍କର ଗୁରୁବାର ପରଲୋକ ଘଟିଛି। ସ୍ବର୍ଗତଃ ପାତ୍ର...

୩ବର୍ଷ ହେଲା ସରୁନି ରାସ୍ତା ନିର୍ମାଣ: ଅଧାରେ ଅଟକିଛି ବିସ୍ତାପାଳ-ମଙ୍ଗଳାପଶି ସଡ଼କ ଯୋଜନା

କେନ୍ଦୁଝର, ୨୨ା୫(ଡି.ଏନ୍‌.ଏ.): କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ସହଯୋଗରେ କାର୍ଯ୍ୟକାରୀ ହେଉଥିବା ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନା କାର୍ଯ୍ୟ ଅନେକ ଜାଗାରେ ଅଧାପନ୍ତରିଆ ହୋଇ...

ପୁରୁଷୋତ୍ତମପୁରରେ ଜଗନ୍ନାଥଙ୍କ ନବଯୌବନ ଦର୍ଶନ ଲାଗି ଭିଡ଼

ପୁରୁଷୋତ୍ତମପୁର, ୨।୭(ଡି.ଏନ୍‌.ଏ): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଅଞ୍ଚଳରେ ଥିବା ଜଗନ୍ନାଥ ମନ୍ଦିରଗୁଡ଼ିକରେ ମହାପ୍ରଭୁଙ୍କ ନବଯୌବନ ବେଶ ଦର୍ଶନ ଲାଗି ଭକ୍ତଙ୍କ ଭିଡ଼ ଜମିଛି। ଥାନା ପରିସରରେ...

ପଞ୍ଚାୟତ ଅଫିସ୍‌ ତାଲା ଭାଙ୍ଗି ଚୋରି

ସଜନାଗଡ଼, ୧।୮(ଡି.ଏନ.ଏ.)-ବାଲେଶ୍ୱର ଜିଲା ନୀଳଗିରି ଥାନା ଶ୍ୟାମସୁନ୍ଦରପୁର ପଞ୍ଚାୟତ ଅଫିସ୍‌ରୁ ବୁଧବାର ରାତ୍ରିରେ ତାଲା ଭାଙ୍ଗି ଚୋରି ହୋଇଥିବା ଅଭିଯୋଗ ହୋଇଛି। ଦୁର୍ବୃତ୍ତମାନେ ସରପଞ୍ଚଙ୍କ ଅଫିସ୍‌...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *