ମର୍ନିଂଓ୍ବାକ୍‌ ବେଳେ ଅଜଣା ଗାଡ଼ି ଧକ୍କାରେ କ୍ରଶର ମ୍ୟାନେଜର ମୃତ

ବରଗଡ଼ ଅଫିସ,୯।୧୦: ବରଗଡ଼-ସୋହେଲା ରାସ୍ତାର ସାଉନ୍ତପୁର ନିକଟରେ ବୁଧବାର ଭୋର ସମୟରେ ଏକ ଅଜଣା ଗାଡ଼ି ଧକ୍କାରେ ଜଣେ କ୍ରଶର ମାଲିକଙ୍କ ମୃତ୍ୟୁ ଘଟିଛି। ସେ ହେଲେ ବରଗଡ଼ ଜିଲା ତାଲଶ୍ରୀଗିଡ଼ା ନିବାସୀ ରଜତ ଷଡଙ୍ଗୀ।
ପ୍ରକାଶ ଯେ, ରଜତ ସାଉନ୍ତପୁରରେ ଏକ କ୍ରଶରରେ ମ୍ୟାନେଜରଭାବେ କାର୍ଯ୍ୟରତ ଥିଲେ। ସକାଳୁ ମର୍ନିଂୱାକ୍‌ରେ ଯାଇଥିବା ବେଳେ କୌଣସି ଏକ ଅଜଣା ଗାଡ଼ି ତାଙ୍କୁ ଧକ୍କା ଦେଇଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାରକରି ପ୍ରଥମେ ବରଗଡ଼ ସରକାରୀ ଡାକ୍ତରଖାନା ଓ ପରେ ଅନ୍ୟ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ଜିଲା ମୁଖ୍ୟ ଡାକ୍ତରଖାନାକୁ ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଯାଇଛି।


All Right Reserved By Dharitri.Com

ବିଦ୍ୟୁତ୍‌ ଆଘାତରେ ଯୁବକ ମୃତ

ପାତ୍ରପୁର,୨୦ା୯(ଡି.ଏନ୍‌.ଏ.)- ଜରଡ଼ା ଥାନା ପାତ୍ରପୁର ବ୍ଲକ ଖରଣୀପଡ଼ା ଗ୍ରାମର ଶକ୍ରବାର ସନ୍ଧ୍ୟାରେ ବିଦ୍ୟୁତ୍‌ ଆଘାତରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଅନୀଲ ବେହେରା...

କର୍ତ୍ତୃପକ୍ଷଙ୍କ ଖାମଖିଆଲ ମନୋଭାବ: ଗୋପ ବ୍ଲକରୁ ଫେରିବ ୬୧୧ ଆବାସ ଗୃହ

ଗୋପ, ୧୦।୯(ଡି.ଏନ୍‌.ଏ.)-ଗୋପ ବ୍ଲକ କର୍ତ୍ତୃପକ୍ଷଙ୍କ ଖାମଖିଆଲ ମନୋଭାବ ଯୋଗୁ ଆବାସ ଗୃହ ଫେରିଯିବା ନେଇ ଆଶଙ୍କା ସୃଷ୍ଟି ହୋଇଛି। ଆବାସ ଯୋଜନା ଗୃହ ପାଇଁ ବ୍ଲକ୍‌...

ମହାଶିବରାତ୍ରିରେ ଅଘଟଣ: ଜଟିଆ ବାବା ପାହାଡ଼ରୁ ଖସିଲା ପଥର, ୨୦ରୁ ଊର୍ଦ୍ଧ୍ୱ ଶ୍ରଦ୍ଧାଳୁ ଆହତ

ରାଉରକେଲା ଅଫିସ/କୁଆଁରମୁଣ୍ଡା,୨୧।୨(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲା କୁଆଁରମୁଣ୍ଡା ବ୍ଲକ ଅନ୍ତର୍ଗତ ପୁଟୁରିଖମଣ ପଞ୍ଚାୟତ ସୀମାନ୍ତବର୍ତ୍ତୀ ଜଟିଆବାବା ମନ୍ଦିରରେ ଶୁକ୍ରବାର ଏକ ଅଘଟଣ ଘଟିଛି। ମହାଶିବରାତ୍ରି ଉପଲକ୍ଷେ ଶ୍ରଦ୍ଧାଳୁମାନଙ୍କ...

ବସ୍‌ ଧକ୍କାରେ ୨ ସ୍କୁଟି ଆରୋହୀ ମୃତ

ପାଲଲହଡା,୨୯।୧୨(ଡି.ଏନ.ଏ.)- ଅନୁଗୋଳ ଜିଲା ପାଲଲହଡା ଥାନା ବତିସୁଆଁ ପଞ୍ଚାୟତ ଭୀମକାଣ୍ଡ ଛକ ନିକଟରେ ରବିବାର ଏକ ବସ୍‌ ସ୍କୁଟିକୁ ଧକ୍କା ଦେବାରୁ ୨ ଜଣଙ୍କ ମୃତ୍ୟୁ...

ରାସ୍ତା କଡ଼ରୁ ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର

ଭଦ୍ରକ ଅଫିସ,୨୯।୮: ଭଦ୍ରକ ଟାଉନ ପୋଲିସ ଗୁରୁବାର ବାଇପାସ୍‌ ଛକ ନିକଟରୁ ଜଣେ ଅଜଣା ଯୁବକଙ୍କ ମୃତଦେହ ଜବତ କରିଛି। ଯୁବକଙ୍କ ଦୁଇ ହାତରେ ସାଲାଇନ...

କାର୍ଟୁନ୍‌ ଠୁଲେଇ ପେଟ ପାଲୁଛନ୍‌ ଦୁଶମନ ସିଂ

ଭବାନୀପାଟଣା,୧୦।୬(ଡି.ଏନ.ଏ.):  ମୁନୁଷ୍‌କେ ବଁଚ୍‌ବାକେ ହେଲେ ଖାଏଦ୍‌ ପାଏନ୍‌, ଘର ଆର କପଡ଼ାଲତା ନିହାତି ଦରକାର। ସବୁ ଲୋକ୍‌ ପେଟକେ ଖାଏବାକେ ମୁଠେ, ମୁଡ଼ ରଖ୍‌ବାକେ ଘରଟେ...

ଶିଶୁ ମୃତ୍ୟୁକୁ ନେଇ ଏସ୍‌ସିବି ମେଡିକାଲରେ ଉତ୍ତେଜନା

କଟକ ଅଫିସ,୧୦।୧୧: ଶିଶୁ ମୃତ୍ୟୁକୁ ନେଇ ଏସ୍‌ସିବି ମେଡିକାଲରେ ରବିବାର ଉତ୍ତେଜନା ପ୍ରକାଶ ପାଇଛି। ସିଡିଏ ୬ ନଂ ଅଞ୍ଚଳର ଜଣେ ୩ ବର୍ଷର ଶିଶୁ...

୨୫ ପର୍ଯ୍ୟଟକଙ୍କୁ ଛାଡ଼ି ମଦ୍ୟପ ଡ୍ରାଇଭର ଫେରାର

ଗୋପ,୨୨।୨(ଡି.ଏନ.ଏ.): ଚେନ୍ନାଇରୁ ପୁରୀ-କୋଣାର୍କ ବୁଲି ଆସିଥିବା ୨୫ଜଣ ପର୍ଯ୍ୟଟକଙ୍କୁ ମଦ୍ୟପ ଡ୍ରାଇଭର ଗୋପ-କୋଣାର୍କ ରାସ୍ତାର ବାଲିସାହି ନିକଟରେ ଛାଡ଼ିଦେଇ ଫେରାର ହୋଇଯାଇଥିବା ଜଣାପଡ଼ିଛି। ସ୍ଥାନୀୟ ଲୋକେ...

Leave a comment

Your email address will not be published. Required fields are marked *