ଗୁଣି ଗାରେଡି ସନ୍ଦେହରେ ବୃଦ୍ଧଙ୍କୁ ନିର୍ମମ ହତ୍ୟା, କୁଡ଼ିଆରୁ ରକ୍ତ ଜୁଡୁବୁଡ଼ୁ ଅବସ୍ଥାରେ ମୃତଦେହ ଉଦ୍ଧାର

ବଣାଇଁ,୯।୧୦(ସ୍ବ.ପ୍ର.): ସୁନ୍ଦରଗଡ଼ ଜିଲା ବଣାଇଁ ଉପଖଣ୍ଡ ଲହୁଣିପଡ଼ା ଥାନା କୁଳିପୋଷ ଗ୍ରାମ ସଲଗ୍ନ ଶାଗୁଳିହୁଡ଼ି, ଖଡ଼ିଆମୁଣ୍ଡା ଜଙ୍ଗଲରେ ରହୁଥିବା ଜଣେ ବୃଦ୍ଧଙ୍କୁ ମଙ୍ଗଳବାର ରାତିରେ ନିର୍ମମ ଭାବେ ହତ୍ୟା କରାଯାଇଛି। ମୃତକ ହେଲେ ଖଇରୁ ନାୟକ ଓରଫ ନିଳାଦ୍ରୀ(୬୫)। ସେ ଝଡ଼ାଫୁଙ୍କା କରୁଥିବା ହେତୁ ଜଣେ ଗୁଣିଆ ଭାବେ ଅଞ୍ଚଳରେ ପରିଚିତ ଥିଲେ। ନିଜ କୁଡ଼ିଆରେ ଶୋଇଥିବା ବେଳେ କେହି ଦୁର୍ବୃତ୍ତ ନିଳାଦ୍ରିଙ୍କ ବେକ କାଟି ହତ୍ୟା କରିଥିବା ଦେଖିବାକୁ ମିଳିଛି।

ସୂଚନାନୁଯାୟୀ, ବୁଧବାର ସକାଳେ ଜଣେ ବ୍ୟକ୍ତି ଝଡ଼ାଫୁଙ୍କା କରିବା ଲାଗି ନିଳାଦ୍ରିଙ୍କ ନିକଟକୁ ଯାଇଥିଲେ। ସେଠାରେ ସେ ରକ୍ତ ଜୁଡୁବୁଡ଼ୁ ଅବସ୍ଥାରେ ନିଳାଦ୍ରିଙ୍କ ମୃତଦେହ ପଡ଼ି ରହିଥିବା ଦେଖିବାକୁ ପାଇଥିଲେ। ଏ ନେଇ ସେ ଗ୍ରାମରେ ଖବର ଦେବା ପରେ ଘଟଣାସ୍ଥଳରେ ଭିଡ ଲାଗି ରହିଥିଲା। ପରେ ଲହୁଣିପଡ଼ା ଥାନାକୁ ଖବର ଦିଆଯାଇଥିଲା। ଘଟଣା ସ୍ଥଳରେ ବଣାଇଁ ଉପଖଣ୍ଡ ପୋଲିସ ଅଧିକାରୀ ଅବକାଶ ରାଉତରାୟଙ୍କ ନେତୃତ୍ୱରେ ଏକ ପୋଲିସ ଟିମ୍‌ ପହଞ୍ଚିି ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି। ନିଳାଦ୍ରିଙ୍କୁ ଗୁଣି ଗାରେଡ଼ି ଯୋଗୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି।


All Right Reserved By Dharitri.Com

ବ୍ରହ୍ମପୁର ବଡ଼ ମେଡିକାଲସ୍ଥିତ ରକ୍ତଭଣ୍ଡାରରେ ରକ୍ତ ଅଭାବ: ସମସ୍ୟାର ମୁକାବିଲା ପାଇଁ ଅଣ୍ଟାଭିଡିଲା ବିଭିନ୍ନ ସଙ୍ଗଠନ

ବ୍ରହ୍ମପୁର ଅଫିସ,୨୬।୫: ଗଞ୍ଜାମ ଜିଲା ବ୍ରହ୍ମପୁର ବଡ଼ ମେଡ଼ିକାଲସ୍ଥିତ ରକ୍ତଭଣ୍ଡାରରେ ରକ୍ତର ଘୋର ଅଭାବ ଦେଖା ଦେଉଛି। ଏଣୁ ରକ୍ତ ଅଭାବ ଯୋଗୁ ଗୁରୁତର ରୋଗୀଙ୍କୁ...

କୃଷ୍ଣନଗର ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରୁ ଚୋରି

ବରୀ/ରତ୍ନଗିରି,୧ା୧୨(ସ୍ବ.ପ୍ର./ଡି.ଏନ୍‌.ଏ.)- ବରୀ ବ୍ଲକ ଅଧୀନ କୃଷ୍ଣନଗର ଗ୍ରାମରେ ଥିବା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରୁ ଶନିବାର ବିଳମ୍ବିତ ରାତିରେ ଚୋରି ହୋଇଥିବା ଅଭିଯୋଗ ହୋଇଛି। ଦୁର୍ବୃତ୍ତମାନେ ସ୍ବାସ୍ଥ୍ୟକେନ୍ଦ୍ର ତାଲାଭାଙ୍ଗି...

ଲିଙ୍ଗରାଜ ମନ୍ଦିର ପାର୍ଶ୍ୱରୁ ହଟିବ ଜବରଦଖଲ: ଆଜି ସର୍ଭେ, ଖୁବ୍‌ଶୀଘ୍ର ଉଚ୍ଛେଦ

ଭୁବନେଶ୍ୱର, ୧୫ା୧୦(ବ୍ୟୁରୋ): ଶ୍ରୀମନ୍ଦିର ଭଳି ରାଜ୍ୟର ଅନ୍ୟତମ ଐତିହ୍ୟ ତଥା ପ୍ରମୁଖ ଶୈବପୀଠ ଶ୍ରୀଲିଙ୍ଗରାଜ ମନ୍ଦିର ପାର୍ଶ୍ୱରୁ ଜବରଦଖଲ ହଟିବ। ସେହିଭଳି ବିନ୍ଦୁ ସାଗର ପାର୍ଶ୍ୱରେ...

ପୋତି ହୋଇଛି ଡ୍ରେନ, ରାସ୍ତା ଉପରେ ନର୍ଦ୍ଦମା ପାଣି

ଖଣ୍ଡପଡ଼ା,୧୬ା୯(ସ୍ବ.ପ୍ର.): ନୟାଗଡ଼ ଜିଲା ଖଣ୍ଡପଡ଼ା ଅଞ୍ଚଳର ବିଭିନ୍ନ ସାହି ବସ୍ତି ଓ ମୁଖ୍ୟ ରାସ୍ତା କଡରେ ଥିବା ଡ୍ରେନଗୁଡିକ ରକ୍ଷଣାବେକ୍ଷଣ ଅଭାବରୁ ପୋତି ହୋଇଗଲାଣି। ଫଳରେ...

ବ୍ୟାପୁଛି ଡେଙ୍ଗୁ: ବାଲିଆପାଳରେ ୩ ମୃତ, ଜଳେଶ୍ୱରରେ ୭ ଚିହ୍ନଟ

ବାଲିଆପାଳ/ଜଳେଶ୍ୱର, ୨୩ା୧୦(ଡି.ଏନ.ଏ.)-ବାଲେଶ୍ୱର ଜିଲାର ବାଲିଆପାଳ ଓ ଜଳେଶ୍ୱର ବ୍ଲକରେ ଡେଙ୍ଗୁ ବ୍ୟାପିବାରେ ଲାଗିଛି। ବାଲିଆପାଳ ବ୍ଲକରେ ଡେଙ୍ଗୁରେ ଏଯାଏ ୩ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଳେଶ୍ୱର...

ବେଆଇନ ଗଞ୍ଜେଇ କାରବାର ୫ ଗିରଫ: ଗଞ୍ଜେଇ ସହ ବୋଲେରୋ, ବାଇକ, ମୋବାଇଲ ଓ ନଗଦ ୩୦ହଜାର ଟଙ୍କା ଜବତ

ଦେବଗଡ଼, ୧୬।୧(ଡି.ଏନ.ଏ.)- ଦେବଗଡ଼ ଜିଲା ରିଆମାଳ ବ୍ଲକ କୁଣ୍ଢେଇଗୋଳା ଥାନା ଅଧିନ କରଲଗା ଗ୍ରାମରେ ବେଆଇନ ଗଞ୍ଜେଇ କାରାବାର ଚାଲିଥିବାବେଳେ ବୁଧବାର ଧରାପଡ଼ିଛି। କୁଣ୍ଢେଇଗୋଳା ଥାନା...

ଡାକ୍ତର ଅନୁପସ୍ଥିତି ନେଇ ଗ୍ରାମବାସୀଙ୍କ ଧାରଣା

ସଜନାଗଡ଼, ୧୨।୧୦(ଡି.ଏନ.ଏ.)-ନୀଳଗିରି ବ୍ଲକ ବରହମ୍‌ପୁର ସ୍ବାସ୍ଥ୍ୟକେନ୍ଦ୍ରରେ ଶୁକ୍ରବାର ପୂର୍ବାହ୍ନରେ କୌଣସି ଡାକ୍ତର ନ ଥିବାରୁ ରୋଗୀମାନଙ୍କ ମଧ୍ୟରେ ଘୋର ଅସନ୍ତୋଷ ଦେଖାଦେଇଥିଲା। ଏହାର ପ୍ରତିବାଦ କରି...

ଶ୍ରମିକ ଛଟେଇ ପାଇଁ ଖଣି କମ୍ପାନୀର ନୋଟିସ୍‌ :  ପ୍ରତିବାଦରେ ଆନ୍ଦୋଳନ ଚେତାବନୀ ଦେଲା ଏଆଇଟିୟୁସି

ଯୋଡ଼ା, ୯।୨(ଡି.ଏନ.ଏ.)-କେନ୍ଦୁଝର ଜିଲା ଯୋଡା ଖଣି ମଣ୍ଡଳରେ ୨୦୨୦ ମାର୍ଚ୍ଚ ୩୧ ସୁଦ୍ଧା ଶେଷ ହେଉଥିବା ଥିବା କେତେ ଗୁଡିଏ ଖଣି ଗୁଡିକର ନିଲାମ ପ୍ରକ୍ରିୟା...

Leave a comment

Your email address will not be published. Required fields are marked *