Posted inଜାତୀୟ

ପୋଲିସ ବାବୁଙ୍କ ମୁଣ୍ଡରୁ ଉକୁଣି ବାଛୁଚି ମାଙ୍କଡ଼: ଭିଡିଓ ଭାଇରାଲ

ଲକ୍ଷ୍ନୌ,୯।୧୦: ସୋସିଆଲ ମିଡିଆରେ ଏବେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଦେଖିବାକୁ ମିଳିଛି ଏକ ମାଙ୍କଡ଼ ଜଣେ ପୋଲିସ ଇନ୍ସପେକ୍ଟରଙ୍କ ମୁଣ୍ଡରୁ ଉକୁଣି ବାଛୁଚି। ଏହା ଉତ୍ତର ପ୍ରଦେଶର ପିଲିଭିତ ଜିଲାର ବୋଲି ଜଣାପଡିଛି। ଇନ୍ସପେକ୍ଟର ଜଣଙ୍କ ପୋଲିସ ଷ୍ଟେଶନରେ ବସି ନିଜ କାମ କରୁଥିବା ବେଳେ ମାଙ୍କଡ଼ଟି ଉକୁଣି ବାଛିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। କୋତଓ୍ବାଲି ନଗର ଥାନାର ଇନ୍ସପେକ୍ଟର ଶ୍ରୀକାନ୍ତ ଦ୍ୱିବେଦୀ ଦ୍ୱିପ୍ରହରରେ ଅଭିଯୋଗ ଶୁଣୁଥିବା ବେଳେ ଏହି ମାଙ୍କଡ଼ଟି ହଠାତ୍‌ ଆସି ତାଙ୍କ ମୁଣ୍ଡ ଉପରେ ବସି ପଡିଥିଲା। ଇନ୍ସପେକ୍ଟର ମାଙ୍କଡଟିକୁ ଓହ୍ଲାଇ ଯିବାକୁ କହିଥିଲେ ମଧ୍ୟ ସେ କିଛି ଶୁଣି ନ ଥିଲା। ଆଉ ଉକୁଣି ବଛା କାମ ସରିଯିବା ପରେ ମାଙ୍କଡଟି ଆପଣାଛାଏଁ ସେଠାରୁ ଚାଲି ଯାଇଥିଲା। ଆଉ ସେହି ସମୟର ଦୃଶ୍ୟକୁ କେହି ଜଣେ ବ୍ୟକ୍ତି ମୋବାଇରେ ଭିଡିଓ କରି ସୋସିଆଲ ମିଡିଆରେ ଅପଲୋଡ କରିବା ପରେ ଏବେ ଏହା ଭାଇରାଲ ହେବାରେ ଲାଗିଛି।


All Right Reserved By Dharitri.Com

ଘର ତିଆରି ପାଇଁ ମାଟି ଖୋଳିବା ବେଳେ ମିଳିଲା ବହୁ ବର୍ଷର ପୁରାତନ ସୁଡଙ୍ଗ

ପଶ୍ଚିମବଙ୍ଗ,୧୧।୨: କଥାରେ ଅଛି ସାରୁ ଖୋଳୁ ଖୋଳୁ ମହାଦେବ। ଏହି ଉକ୍ତିଟିର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ପଶ୍ଚିମବଙ୍ଗର ପୂର୍ବ ବର୍ଦ୍ଧମାନ ଜିଲାରେ। ଘର ନିର୍ମାଣ...

୧୦,୯୨୬ ଲୋକଙ୍କୁ ଜଣେ ଏଲୋପାଥିକ ଡାକ୍ତର

ନୂଆଦିଲ୍ଲୀ, ୨ା୧୧: ଭାରତରେ ପ୍ରତି ୧୦,୯୨୬ ଲୋକଙ୍କ ଚିକିତ୍ସା ଲାଗି ମାତ୍ର ଜଣେ ଏଲୋପାଥିକ ସରକାରୀ ଡାକ୍ତର ଥିବା ଏକ ରିପୋର୍ଟରେ ଦର୍ଶାଯାଇଛି। ବିଶ୍ୱ ସ୍ବାସ୍ଥ୍ୟ...

ସିଏଏକୁ ବିରୋଧ: ହାତ ଯୋଡ଼ି ଗାୟତ୍ରୀ ମନ୍ତ୍ର, ଗୁରୁବାଣୀ, ବାଇବେଲ ଓ ଫାତିହା ପାଠ କଲେ ମୁସଲମାନ ବାଳିକା

ନୂଆଦିଲ୍ଲୀ,୧୮।୧: ଦେଶରେ ସିଏଏକୁ ନେଇ ବିରୋଧ ଜାରି ରହିଛି। ଚଣ୍ଡିଗଡ଼ରେ ସିଏଏ ବିରୋଧରେ ହୋଇଥିବା ଏକ ରାଲିରେ ମନାଲ୍‌ ଖାଁ ନାମକ ଜଣେ ୬ଷ୍ଠ ଶ୍ରେଣୀରେ...

ଥାନାରେ ଅଶ୍ଳୀଳ ଡ୍ୟାନ୍ସ ଘଟଣା: ଯାଞ୍ଚ ପରେ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ

ଲକ୍ଷ୍ନୌ,୨୬।୮: ଉତ୍ତରପ୍ରଦେଶ ମିର୍ଜାପୁର ଜିଲାର ଏକ ଥାନାରେ ଅଶ୍ଳୀଳ ଡ୍ୟାନ୍ସ ଘଟଣାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି। ମିର୍ଜାପୁର ଏସ୍‌ପି ଅବଧେଶ ପାଣ୍ଡେ ସର୍କଲ ଅଫିସରଙ୍କୁ ଏହି...

ଦେଶଦ୍ରୋହ ମାମଲାରେ ବିଧାୟକ ଗିରଫ

ଗୁଆହାଟୀ,୮ା୪: କ୍ୱାରାଣ୍ଟାଇନ ସେଣ୍ଟରକୁ ନେଇ ସାମ୍ପ୍ରଦାୟିକ ମନ୍ତବ୍ୟ ଦେଇଥିବା ଆସାମର ବିଧାୟକ ଅମିନୁଲ ଇସ୍‌ଲାମଙ୍କୁ ମଙ୍ଗଳବାର ଗିରଫ କରାଯିବା ସହ ତାଙ୍କ ବିରୋଧରେ ଦେଶଦ୍ରୋହ ମାମଲା...

ଭାଜପା ନେତାଙ୍କ ଘରେ କଂଗ୍ରେସ ବିଧାୟକ: କର୍ନାଟକ ରାଜନୀତିରେ ହଲ୍‌ଚଲ୍‌

ବେଙ୍ଗାଲୁରୁ, ୨୬।୫: ପୁଣି ଥରେ କର୍ନାଟକ ରାଜନୀତି ସରଗରମ ହୋଇଛି। କଂଗ୍ରେସର ଦୁଇ ବିଧାୟକ ଭାଜପା ନେତା ତଥା କର୍ନାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ଏସ ଏମ...

ଶେଷ ଚିଠିରେ କ’ଣ ଲେଖିଥିଲେ ସିଦ୍ଧାର୍ଥ

ବେଙ୍ଗାଲୁରୁ, ୩୧।୭: ସୋମବାରଠାରୁ ନିଖୋଜ ଥିବା ‘କାଫେ କଫି ଡେ’ (ସିସିଡି)ର ପ୍ରତିଷ୍ଠାତା ୬୦ ବର୍ଷୀୟ ଭିଜି ସିଦ୍ଧାର୍ଥଙ୍କ ମୃତଦେହ ଉଦ୍ଧାର କରାଯାଇଛି। ନିଖୋଜ ହେବାର...

ହତ୍ୟା ଉଦ୍ୟମ ମାମଲା: ଛୋଟା ରାଜନ୍‌ଙ୍କୁ ୮ ବର୍ଷ ଜେଲ୍‌

ମୁମ୍ବାଇ,୨୧ା୮(ପି.ଟି.): ଏକ ହତ୍ୟା ଉଦ୍ୟମ ମାମଲାରେ ଗ୍ୟାଙ୍ଗଷ୍ଟର ଛୋଟା ରାଜନ୍‌ ଓ ଅନ୍ୟ ୫ ଜଣଙ୍କୁ ୮ ବର୍ଷ ଜେଲ୍‌ଦଣ୍ଡ ମିଳିଛି। ୨୦୧୨ରେ ଏହି ଗ୍ୟାଙ୍ଗଷ୍ଟର...

Leave a comment

Your email address will not be published. Required fields are marked *