କନ୍ଧପଡ଼ାରେ ଦଶହରା: ପୂଜାରେ ଯୋଗଦାନ ପାଇଁ ୬ଜଣ ସମ୍ମାନିତ

ମାଧପୁର, ୯।୧୦(ଡି.ଏନ୍‌.ଏ.): ଅନୁଗୋଳ ଜିଲା ଆଠମଲ୍ଲିକ ବ୍ଲକ ଅନ୍ତର୍ଗତ କନ୍ଧପଡାରେ ମା’ ଦୁର୍ଗାଙ୍କ ୪୮ତମ ଦଶହରା ଉତ୍ସବ ଧୁମ୍‌ଧାମ୍‌ରେ ପାଳିତ ହୋଇଯାଇଛି। ଅଷ୍ଟମୀରେ ଆଠମଲ୍ଲିକର ଯୁବରାଜ ତଥା ଭାଜପା ଯୁବନେତା ପରେଶ ଦେଓ ମୁଖ୍ୟଅତିଥି ଭାବରେ ଯୋଗଦେଇ ଏହି ଉତ୍ସବକୁ ଉଦ୍‌ଘାଟନ କରିଥିଲେ। ଦଶହରା ପୂଜାରେ ପୂର୍ବରୁ ଯେଉଁମାନଙ୍କର ଯୋଗଦାନ ରହିଥିଲା ସେଭଳି ୬ଜଣ ବ୍ୟକ୍ତିଙ୍କୁ ଏହି ଅବସରରେ ସମ୍ମାନିତ କରାଯାଇଛି। ରାତିରେ ଅପେରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ସଭାପତି ସଞ୍ଜୟ ସାହୁ, ସମ୍ପାଦକ ପ୍ରକାଶ ସାହୁ, ସହସମ୍ପାଦକ ବିଜୟ ପଣ୍ଡା, କୋଷାଧ୍ୟକ୍ଷ ଯୁଗଳ ଥାଟି, ବିନୋଦ ମହାଖୁଡ଼, ଆଲୋକ ଭୋକ୍ତା, ଉତ୍ତମ ଥାଟି ପ୍ରମୁଖଙ୍କ ତତ୍ତ୍ୱାବଧାନରେ ଏହି ଉତ୍ସବ ଅନୁଷ୍ଠିତ ହୋଇଥିଲା।


All Right Reserved By Dharitri.Com

ସଡକ ଦୁର୍ଘଟଣାରେ ୨ ଏନଟିପିସି କର୍ମଚାରୀଙ୍କ ଜୀବନ ଗଲା

ସୁନ୍ଦରଗଡ଼, ୩।୯(ଡି.ଏନ.ଏ.): ସୁନ୍ଦରଗଡ଼ ବାଲିଯୋରୀ ଛକରେ ମଙ୍ଗଳବାର ଏକ ସଡକ ଦୁର୍ଘଟଣାରେ ଦୁଇଜଣ ଏନଟିପିସି କର୍ମଚାରୀଙ୍କ ମୃତ ଘଟିଛି। ସେମାନେ ହେଲେ ସସ୍ମିତା କବିରାଜ ଓ...

ପାଉଁଶ ଉଡ଼ିବାକୁ ନେଇ ଉତ୍ତେଜନା: ନାଲ୍‌କୋ ଅଧିକାରୀଙ୍କୁ ମାଡ଼ ଅଭିଯୋଗ

ବଅଁରପାଳ, ୨୯ା୫(ଡି.ଏନ.ଏ.)- ନାଲ୍‌କୋ ଆଶପଣ୍ଡରୁ ଗୁରୁବାର ପାଉଁଶଗୁଣ୍ଡ ଉଡିବାକୁ ନେଇ ସ୍ଥାନୀୟ ଅଞ୍ଚଳବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇବା ସହ ଉତ୍ତେଜନା ଦେଇଦେଇଛି। ପ୍ରତିବାଦରେ...

ଲୁହାମୁଣ୍ଡାରେ ବିଭିନ୍ନ ପ୍ରକଳ୍ପ ଉଦ୍‌ଘାଟିତ

ବଇଣ୍ଡା,୨୩।୯(ଡି.ଏନ.ଏ)- କିଶୋରନଗର ବ୍ଲକ ଲୁହାମୁଣ୍ଡା ଗ୍ରାମରେ ସୋମବାର ମା’ ହିଙ୍ଗୁଳାଇ ୟୁଥ କ୍ଲବର ନୂତନ ଗୃହ, ଯୁବ ବାହିନୀର ନୂତନ ଗୃହ, ମିଶନ ଶକ୍ତି ଗୃହ,...

ଚିକିତ୍ସା ସେବା ଅନୁଧ୍ୟାନ କଲେ ଜିଲାପାଳ

ଅନୁଗୋଳ ଅଫିସ୍‌, ୨୪ା୧ ଅନୁଗୋଳ ଜିଲାପାଳ ମନୋଜ କୁମାର ମହାନ୍ତି ଗୁରୁବାର ଜିଲା ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନରେ ଯାଇ ଚିକିତ୍ସା ସେବା ଅନୁଧ୍ୟାନ କରିଛନ୍ତି। ମେଡିକାଲରେ...

୨୫ ରାଉଣ୍ଡ: ଭଦ୍ରକ ଲୋକ ସଭାରେ ବିଜେଡି ଆଗୁଆ

ଭଦ୍ରକ ଅଫିସ, ୨୩।୫ – ୨୫ ରାଉଣ୍ଡ ସୁଦ୍ଧା ଭଦ୍ରକ ଲୋକ ସଭାରେ ବିଜେଡି ଆଗରେ ରହିଛି। ବିଜେଡି ୨,୫୨, ୬୮୩, ଭାଜପା ୨,୩୫,୬୧୩ ଓ...

୩୪୦ ଗଞ୍ଜେଇ ଗଛ ନଷ୍ଟ କରାଗଲା

ଅନୁଗୋଳ ଅଫିସ, ୨୩।୧୧ – ଅନୁଗୋଳ ଜିଲା ଜରପଡ଼ା ଥାନା କଞ୍ଜରା ଗ୍ରାମରେ ଶୁକ୍ରବାର ବିପୁଳ ପରିମାଣର ଗଞ୍ଜେଇ ଗଛ ନଷ୍ଟ କରାଯାଇଛି। ଅବକାରୀ ବିଭାଗ,...

ରୋଜଗାର ପାଇଁ ଜୀବିକା ବଦଳାଉଛନ୍ତି କ୍ଷୁଦ୍ର ବ୍ୟବସାୟୀ

ବୁଗୁଡା,୧ା୫(ଡି.ଏନ୍‌.ଏ.)- ବୁଗୁଡା ସହର ତଥା ଆଖପାଖ ଅଞ୍ଚଳରେ କରୋନା ସଂକ୍ରମଣକୁ ପ୍ରତିହତ ପାଇଁ ମାସେ ହେଲା ଲକ୍‌ଡାଉନ କଟକଣା ଜାରି ହୋଇଛି। ଏଥି ନିମନ୍ତେ ବହୁ...

୭୫.୮୫ ଲକ୍ଷରେ ନିଲାମ ହେଲା ଦୀପ ଦୋକାନ

ଜଗତ୍‌ସିଂହପୁର ଅଫିସ, ୫ା୩: ଜଗତ୍‌ସିଂହପୁର ଜିଲାର ଅଧିଷ୍ଠାତ୍ରୀ ଦେବୀ ମା’ ଶାରଳା ମନ୍ଦିର ପରିସରରେ ଥିବା ଜୋତା ଷ୍ଟାଣ୍ଡ, ପାର୍କିଂ, ଭୋଗ, ଦୀପ ଓ ପୂଜା...

Leave a comment

Your email address will not be published. Required fields are marked *