ମା’ ହେବାକୁ ଚାହିଁ ବସିଛନ୍ତି ପ୍ରିୟଙ୍କା

ବଲିଉଡ୍‌ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଜୋନାସ ମା’ ହେବାକୁ ଉତ୍ସୁକତାର ସହିତ ଚାହିଁ ବସିଛନ୍ତି। ଏ କଥା ଆମେ ନୁହେଁ ବରଂ ନିଜେ ପ୍ରିୟଙ୍କା କହିଛନ୍ତି। ପ୍ରକୃତ କଥାଟା ହେଲା, ଲମ୍ବା ବ୍ୟବଧାନ ପରେ ଫିଲ୍ମ ‘ଦ ସ୍କାଏ ଇଜ୍‌ ପିଙ୍କ୍‌’ ମାଧ୍ୟମରେ ପ୍ରୟଙ୍କା ବଲିଉଡ୍‌କୁ ଫେରୁଛନ୍ତି। ବର୍ତ୍ତମାନ ସେ ଫିଲ୍ମର ପ୍ରମୋଶନରେ ବ୍ୟସ୍ତ ଅଛନ୍ତି। ଏହି ଅବସରରେ ପ୍ରିୟଙ୍କା ନିଜର ଏବଂ ସ୍ବାମୀ ନିକ୍‌ ଜୋନାସ୍‌ଙ୍କ ବିଷୟରେ ବହୁ କଥା ପ୍ରଶଂସକଙ୍କ ସହ ଶେୟାର କହିଛନ୍ତି। ମା’ ହେବାକୁ ନେଇ ପ୍ରଶଂସକଙ୍କ ଏକ ପ୍ରଶ୍ନର ଉତ୍ତରରେ ପ୍ରିୟଙ୍କା କହିଛନ୍ତି, ମା’ ହେବା ପାଇଁ ମୁଁ ଅପେକ୍ଷା କରିପାରିବି ନାହିଁ। ଏଥିପାଇଁ ମୁଁ ବହୁତ ଉତ୍ସାହିତ ଅଛି। ଭଗବାନଙ୍କ ଆଶୀର୍ବାଦରୁ ସମସ୍ତଙ୍କ ଜୀବନରେ ଏହିି ଖୁସି ଆସିଥାଏ। ନିକ୍‌ ଏବଂ ମୁଁ ମଧ୍ୟ ଏହି ଖୁସି ପାଇବାକୁ ଚାହିଁ ବସିଛୁ ବୋଲି ପ୍ରିୟଙ୍କା କହିଛନ୍ତି। ‘ଦ ସ୍କାଏ ଇଜ୍‌ ପିଙ୍କ୍‌’ରେ ତାଙ୍କୁ ଫରହାନ୍‌ ଅଖତର ଏବଂ ଜୋୟା ଅଖ୍‌ତରଙ୍କ ସହ ଦେଖିବାକୁ ମିଳିବ।
ଗତ ବର୍ଷ ଡିସେମ୍ବରରେ ରାଜସ୍ଥାନର ଯୋଧପୁରରେ ପ୍ରିୟଙ୍କା ଆମେରିକାର ଗାୟକ ନିକ ଜୋନସଙ୍କୁ ବିବାହ କରିଥିଲେ।


All Right Reserved By Dharitri.Com

ଫିଲ୍ମ ‘ଗଲି ବୟ୍‌’ ଓସ୍କାର ଏଣ୍ଟ୍ରି ପରେ ଏମିତି କହିଲେ ଆଲିଆ, ରଣବୀର

ଓସ୍କାର ୨୦୨୦ ପାଇଁ ଫିଲ୍ମ ‘ଗଲି ବୟ’କୁ ଭାରତର ଅଫିସିଆଲ ଏଣ୍ଟ୍ରି ଭାବେ ମନୋନୀତ କରାଯାଇଛି। ଜୋୟା ଅଖତରଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ରଣବୀର ସିଂହ...

ବିଗ୍‌ବସ୍‌ ମଞ୍ଚରେ ଗୁତ୍ଥିଙ୍କୁ ବିବାହ କଲେ ସଲମାନ !

ବମ୍ବେ: ଦବଙ୍ଗ ଖାନ୍‌ ସଲମାନ କେବେ ବିବାହ କରିବେ ତାହା ଏବେ ବି ପ୍ରଶ୍ନ ହୋଇ ରହିଛି। ତାଙ୍କୁ ଏନେଇ ଅନେକ ଥର ପଚରା ଯାଇଥିଲେ...

୧୦ ବର୍ଷ ତଳେ ଶାହାରୁଖ୍‌ କହିଥିଲେ ଏହି କଥା

ମୁମ୍ବାଇ : ବଲିଉଡ୍‌ ଅଭିନେତା ଶାହାରୁଖ୍‌ ଖାଁ ନିଜର ୨୮ ବର୍ଷ ଫିଲ୍ମ କ୍ୟାରିୟର ମଧ୍ୟରେ ଗୋଟିଏ ପରେ ଗୋଟିଏ ସୁପରହିଟ୍‌ ଫିଲ୍ମ ଦର୍ଶକଙ୍କୁ ଭେଟି...

ଦ୍ରୌପଦୀ ହେବେ ଦୀପିକା ପାଦୁକୋନ୍‌

ବଲିଉଡ୍‌ ଅଭିନେତ୍ରୀ ଦୀପିକା ପାଦ୍ୟୁକୋନ୍‌ ଫିଲ୍ମ ‘ମହାଭାରତ’ରେ ଦ୍ରୌପଦୀ ଭୂମିକାରେ ନଜର ଆସିବେ। ଏହି ଫିଲ୍ମ ୩ଟି ଭାଗରେ ରିଲିଜ୍‌ ହେବାକୁ ଯାଉଥିବାବେଳେ ପ୍ରଥମ ଭାଗ...

୨୫ବର୍ଷ ପରେ…

ବଲିଉଡ୍‌ର ଅନ୍ୟତମ ଲୋକପ୍ରିୟ ଅଭିନେତା ରିଷି କପୁର। ଯୁବାବସ୍ଥାରେ ସେ ନିଜକୁ ଜଣେ ରୋମାଣ୍ଟିକ ନାୟକ ଭାବରେ ପରିଚୟ ସୃଷ୍ଟି କରିଥିଲେ। ‘ବବି, ପ୍ରେମ ରୋଗ,...

ଟେଲି ପରଦାର ଗ୍ଲାମରସ୍‌ ଜେଜେ ମା’

ବମ୍ବେ: ଟେଲି ପରଦାର ଗ୍ଲାମରସ୍‌ ଜେଜେ ମା’ଙ୍କ ମଧ୍ୟରୁ ଜଣେ ହେଉଛନ୍ତି ଅଭିନେତ୍ରୀ ସ୍ବାତୀ ଚିଟ୍‌ନିସ। ଷ୍ଟାର ପ୍ଲସରେ ପ୍ରସାରିତ ହେଉଥିବା ‘ୟେ ରିସ୍ତା କ୍ୟା...

ନେହା-ଆଦିତ୍ୟଙ୍କ ବିବାହ ଖବରରେ ପୂର୍ଣ୍ଣଚ୍ଛେଦ ପକାଇଲେ ଟୋନି କକ୍କର

ବଲିଉଡ୍‌ର ପ୍ରସିଦ୍ଧ ଗାୟିକା ନେହା କକ୍କରଙ୍କ ବିବାହକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ଇଣ୍ଡିଆନ ଆଇଡଲ ୧୧’ ଶୋ’ରେ ପ୍ରସିଦ୍ଧ ଗାୟକ ଉଦିତ୍‌ ନାରାୟଣ...

ପୁଣି ଥରେ ‘ଇଣ୍ଡିଆନ ଆଇଡଲ’ ଶୋ’କୁ ଫେରି ପାରନ୍ତି ଅନୁ ମଲିକ !

ମୁମ୍ବାଇ: କଣ୍ଠଶିଳ୍ପୀ ତଥା ସଙ୍ଗୀତ ନିର୍ଦ୍ଦେଶକ ଅନୁ ମଲିକ ପୁଣି ଥରେ ‘ଇଣ୍ଡିଆନ ଆଇଡଲ’ରେ ଜଜ୍‌ ହୋଇପାରନ୍ତି। ଏଥିପାଇଁ ତାଙ୍କୁ କୁଆଡ଼େ ଆପ୍ରୋଚ୍‌ କରାଯାଇଛି। ରିଆଲିଟି...

Leave a comment

Your email address will not be published. Required fields are marked *